28/04/2024
ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ ପୂରୁବ ଗୌରବ ପୂରୁବ ସାହସ ପଡ଼ିବ କି କେବେ ମନେ ?
ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥୀ କଲେ ,ଟାଣେ କିରେ ଗାଡି ଦାନାର ତୋବଡା ,
ଘୋଡା ମୁହେଁ ବନ୍ଧା ଥିଲେ ।।
ଜାତିର ଉନ୍ନତି ସେ କାହିଁ କରିବ,ସ୍ୱାର୍ଥ ଲିପ୍ତ ଯା'ର ମନ ! ଶାଗୁଣା,ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ?
ଆଧୁନିକ ଓଡିଶାର ସ୍ରଷ୍ଟା,ସ୍ୱାଭିମାନୀ ଓ ଆଦର୍ଶ ଉତ୍କଳ ର ଗର୍ବ ଗୌରବ #ଶ୍ରୀ_ମଧୁସୂଦନ_ଦାସ ତଥା ଆମ ସମସ୍ତଙ୍କ ପ୍ରିୟ ମଧୁ ବାବୁଙ୍କ ୧୭୬ ତମ "ଜନ୍ମ ଜୟନ୍ତୀ" ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ | 🙏🏼 ବନ୍ଦେ ଉତ୍କଳ ଜନନୀ