SHRABAN SAHOO

  • Home
  • SHRABAN SAHOO

SHRABAN SAHOO ❝𝗛𝘂𝗺𝗮𝗻 𝗹𝗶𝗳𝗲 𝗶𝘀 𝘃𝗲𝗿𝘆 𝗽𝗿𝗲𝗰𝗶𝗼𝘂𝘀, 𝘄𝗲 𝗺𝘂𝘀𝘁 𝘀𝗮𝘃𝗲 𝗲𝘃𝗲𝗿𝘆 𝗹𝗶𝗳𝗲👤🙏❞ •𝗩𝗼𝗶𝗰𝗲𝗢𝗳𝗬𝗼𝘂𝘁𝗵 || 𝗦𝗼𝗰𝗶𝗮𝗹𝗔𝗰𝘁𝗶𝘃𝗶𝘁𝗶𝗲𝘀 || 𝗚𝗼𝗚𝗿𝗲𝗲𝗻𝗦𝗮𝘃𝗲𝗚𝗿𝗲𝗲𝗻 || 𝗬𝗼𝘂𝘁𝗵 𝗔𝘄𝗮𝗿𝗲𝗻𝗲𝘀𝘀
(1)

ଆମ ଅନୁଗୋଳ ଜିଲ୍ଲା ସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ହୋଟେଲ କମଲେଶ ରେ ଯୋଗ ଦେଲି।
28/05/2026

ଆମ ଅନୁଗୋଳ ଜିଲ୍ଲା ସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ହୋଟେଲ କମଲେଶ ରେ ଯୋଗ ଦେଲି।

କଣ୍ଟେଇକୋଳିଆ ପଞ୍ଚାୟତ ମୋ ଗାଁ ଇଚ୍ଛାପୁର ର  #ବୀର ବର ସାହୁ (ବିର ବବା) କୌଣସି ଜାଗାରେ ମଧ୍ୟ ବିଜେପି ପାଇଁ 'ବାକ ଯୁଦ୍ଧ' କରିବାକୁ ହେଲେ ନିର...
26/05/2026

କଣ୍ଟେଇକୋଳିଆ ପଞ୍ଚାୟତ ମୋ ଗାଁ ଇଚ୍ଛାପୁର ର #ବୀର ବର ସାହୁ (ବିର ବବା) କୌଣସି ଜାଗାରେ ମଧ୍ୟ ବିଜେପି ପାଇଁ 'ବାକ ଯୁଦ୍ଧ' କରିବାକୁ ହେଲେ ନିର୍ଭିକ ଭାବରେ ଟକା ଟକ କହିଥାନ୍ତି ଓ ଜଣେ ନିର୍ଭିକ ଏବଂ ସ୍ପଷ୍ଟବାଦୀ ଥିଲେ ମୋତେ ଠିକ୍ କୁ ଠିକ୍ ଭୁଲ କୁ ଭୁଲ ବୋଲି ମୁହଁ ରେ ଜବାବ୍ ଦେଇ ଶିଖାଉ ଥିଲେ ଏବେ ସେ ଦୁନିଆଁର ନାହାଁନ୍ତି ଏସବୁ କହି ବୁଝେଇବା ପାଇଁ ତେଣୁ ସେ ସବୁବେଳ ମୋ ପାଇଁ ସ୍ମରଣୀୟ ଭଗବାନ ତାଙ୍କର ଅମର ଆତ୍ମାକୁ ସଦଗତି ଓ ଶାନ୍ତି ପ୍ରଦାନ କରନ୍ତୁ।

#ଓମ୍_ଶାନ୍ତି 🙏

➡️ Question paper leak? Reform the system - Don't give unnecessary blame to Hon'ble Minister Dharmendra Pradhan ❥➡️ Resp...
26/05/2026

➡️ Question paper leak? Reform the system - Don't give unnecessary blame to Hon'ble Minister Dharmendra Pradhan ❥
➡️ Responsibility is important ❥
➡️ Fairness is also equally important ❥
➡️ NEET exam - Question paper may leak, but the system needs to change ❥
➡️ More robust security system ❥
➡️ Cleanliness ❥
➡️ Use of technology ❥
➡️ Responsibility ❥
➡️ The youth of the country are the first to live and will continue to live with quality education, equal opportunities, trust, competence and integrity of the students ❥
Thank you 🙌
Dharmendra Pradhan

ଗତ ୭ ତାରିଖ ରେ ବଇଣ୍ଡା ଜୋନ୍ ସୋଲଣ୍ଡା ଗ୍ରାମର ବଡ଼ ଭାଇ ନଗେନ ଙ୍କ ପାଲଲହଡ଼ା ର ରଜାଦଙ୍ଗା ଗ୍ରାମକୁ ବରଯାତ୍ରୀ ଯିବା ସମୟରେ, ତୁମ ପବିତ୍ର ବି...
13/05/2026

ଗତ ୭ ତାରିଖ ରେ ବଇଣ୍ଡା ଜୋନ୍ ସୋଲଣ୍ଡା ଗ୍ରାମର ବଡ଼ ଭାଇ ନଗେନ ଙ୍କ ପାଲଲହଡ଼ା ର ରଜାଦଙ୍ଗା ଗ୍ରାମକୁ ବରଯାତ୍ରୀ ଯିବା ସମୟରେ, ତୁମ ପବିତ୍ର ବିବାହ ବନ୍ଧନ ଖୁସୀ ଓ ଭଲପାଇବା ଆଣି ଦେଉ ଭଗବାନ୍ ଙ୍କ ପାଖରେ ପ୍ରାର୍ଥନା।
Nagen Kumar

ଚଳିତ ବର୍ଷ ବଇଣ୍ଡା ଚନ୍ଦନ ଯାତ୍ରାରେ ବିଜେପିର ବରିଷ୍ଟ ଅରବିନ୍ଦ ସାହୁ (ଅଭି ଭାଇ) ଏବଂ ସାଙ୍ଗ ମାନଙ୍କ ସହ ମିଶି ଯାତ୍ରା କୁ ଉପଭୋଗ କରିଲି।   ...
10/05/2026

ଚଳିତ ବର୍ଷ ବଇଣ୍ଡା ଚନ୍ଦନ ଯାତ୍ରାରେ ବିଜେପିର ବରିଷ୍ଟ ଅରବିନ୍ଦ ସାହୁ (ଅଭି ଭାଇ) ଏବଂ ସାଙ୍ଗ ମାନଙ୍କ ସହ ମିଶି ଯାତ୍ରା କୁ ଉପଭୋଗ କରିଲି।

ଜନ୍ମ ଦିନର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଆୟୁସ, ଗତ ୮ ତାରିଖ ବଇଣ୍ଡା ଠାରେ ତ ଜନ୍ମ ଦିନ ପାଳନ କରିବା ର କିଛି ସମୟ। ଆଠମଲ୍ଲିକ ମାଟିର ଆର...
10/05/2026

ଜନ୍ମ ଦିନର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଆୟୁସ, ଗତ ୮ ତାରିଖ ବଇଣ୍ଡା ଠାରେ ତ ଜନ୍ମ ଦିନ ପାଳନ କରିବା ର କିଛି ସମୟ। ଆଠମଲ୍ଲିକ ମାଟିର ଆରାଧ୍ୟ ଦେବୀ ମା ମାହେଶ୍ୱରୀ ତତେ ସଦା ସର୍ବଦା ସୁସ୍ଥ ଓ ନିରୋଗ ରଖନ୍ତୁ। 🎉💐

Since the day you were born, I knew you were special. You continue to prove me right. Happy birthday, Tapan Bhaiii!🎉❤️Sa...
09/05/2026

Since the day you were born, I knew you were special. You continue to prove me right. Happy birthday, Tapan Bhaiii!
🎉❤️
Saroj Debata

ଆଜିର ଏହି ଐତିହାସିକ ନିର୍ବାଚନରେ ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀର ଜନସାଧାରଣ ଯେଉଁ ଜନମତ ଦେଇଛନ୍ତି, ତାହା ଗଣତନ୍ତ୍ରର ବିଜୟ । ଆମ ଦଳର ନୀ...
05/05/2026

ଆଜିର ଏହି ଐତିହାସିକ ନିର୍ବାଚନରେ ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀର ଜନସାଧାରଣ ଯେଉଁ ଜନମତ ଦେଇଛନ୍ତି, ତାହା ଗଣତନ୍ତ୍ରର ବିଜୟ । ଆମ ଦଳର ନୀତି ଓ ଆଦର୍ଶ ଉପରେ ଲୋକଙ୍କର ଭରସା ବୃଦ୍ଧି ପାଇଛି । ଏହି ବିଜୟ କେବଳ ଏକ ସଂଖ୍ୟା ନୁହେଁ, ବରଂ ଜନସେବା ପ୍ରତି ଥିବା ଆମର ପ୍ରତିବଦ୍ଧତାର ପ୍ରତିଫଳନ । ପଶ୍ଚିମବଙ୍ଗର ଭାଇଭଉଣୀମାନେ ବିକାଶ ଓ ପ୍ରଗତି ସପକ୍ଷରେ ମତ ଦେଇଛନ୍ତି । ଆସାମର ଜନସାଧାରଣ ସ୍ଥିରତା ଓ ସୁଶାସନକୁ ବାଛିଛନ୍ତି । ପୁଡୁଚେରୀରେ ଲୋକମାନେ ପରିବର୍ତ୍ତନ ପାଇଁ ଆମ ଉପରେ ବିଶ୍ୱାସ ରଖିଛନ୍ତି । ଏହି ସଫଳତା ପ୍ରମାଣ କରୁଛି ଯେ, ଲୋକମାନେ ସକାରାତ୍ମକ ରାଜନୀତିକୁ ପସନ୍ଦ କରନ୍ତି । ଆମ ଦଳର ପ୍ରତ୍ୟେକ କାର୍ଯକର୍ତ୍ତାଙ୍କ ନିଷ୍ଠା ଆଜି ଫଳପ୍ରଦ ହୋଇଛି । ଓଡିଶାର ମାଟିରୁ ଆରମ୍ଭ ହୋଇଥିବା ଆମର ଏହି ବିଜୟ ଯାତ୍ରା ଏବେ ସାରା ଦେଶରେ ପରିଚିତ । ଆମେ କେବଳ ନିର୍ବାଚନ ଜିତିବାକୁ ଚାହୁଁନାହୁଁ, ବରଂ ପ୍ରତିଟି ମଣିଷର ହୃଦୟ ଜିତିବାକୁ ଚାହୁଁ । ରାଜନୀତିରେ ଜୟ ପରାଜୟ ଲାଗିରହେ, କିନ୍ତୁ ଜନସେବା ସର୍ବଦା ଜାରି ରହିବା ଉଚିତ । ଆମକୁ ଅଧିକ ନମ୍ରତାର ସହ ଲୋକଙ୍କ ନିକଟକୁ ଯିବାକୁ ହେବ । ବିଜୟର ଏହି ଗର୍ବ ଆମକୁ ଅହଂକାରୀ ନୁହେଁ, ବରଂ ଅଧିକ ଦାୟିତ୍ୱବାନ କରିବା ଦରକାର । ପଡୋଶୀ ରାଜ୍ୟଗୁଡିକରେ ଆମର ଏହି ସଫଳତା ଓଡିଶାର ଗୌରବକୁ ଆହୁରି ବୃଦ୍ଧି କରିଛି।

ଆଜିର ଏହି ବିଜୟ ଉତ୍ସବ ହେଉଛି ନୂଆ ସଂକଳ୍ପ ନେବାର ସମୟ । ଆମେ ଗରିବ, ଚାଷୀ ଓ ମହିଳାମାନଙ୍କ ସଶକ୍ତିକରଣ ପାଇଁ କାମ କରିବା । ପ୍ରତିଟି ଗାଁ ଓ ସହରରେ ବିକାଶର ଧାରାକୁ ପହଁଚାଇବା ଆମର ଲକ୍ଷ୍ୟ । ଆମେ ମିଳିମିଶି ଏକ ସମୃଦ୍ଧ ଭାରତ ଗଠନ କରିବା । ଓଡିଶା ଆଜି ସାରା ଦେଶକୁ ମାର୍ଗଦର୍ଶନ କରୁଛି । ଆମର କଲ୍ୟାଣକାରୀ ଯୋଜନା ଗୁଡିକ ଆଜି ଅନ୍ୟ ରାଜ୍ୟ ପାଇଁ ମଡେଲ ସାଜିଛି । ସେଥିପାଇଁ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଆମ ପ୍ରତି ଆକୃଷ୍ଟ ହେଉଛନ୍ତି । ଏହି ବିଜୟ ହେଉଛି ଭରସାର ବିଜୟ ଏବଂ ବିଶ୍ୱାସର ବିଜୟ । ଆମେ କେବେ ବି ଲୋକଙ୍କ ବିଶ୍ୱାସ ତୁଟାଇବାକୁ ଦେବୁ ନାହୁ । ଆମ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସିଧାସଳଖ ସେବାକୁ ପ୍ରାଧାନ୍ୟ ଦିଆଯାଉଛି । ଏହି ବାର୍ତ୍ତା ଏବେ କୋଣ ଅନୁକୋଣରେ ପହଁଚିସାରିଛି । ବିରୋଧୀଙ୍କ କୁତ୍ସରଟନାକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି । ସତ୍ୟ ଓ ନ୍ୟାୟର ସବୁବେଳେ ଜୟ ହୁଏ । ତାହା ଆଜି ପୁଣି ପ୍ରମାଣିତ ହୋଇଛି।

ଆମକୁ ଆଗକୁ ଆହୁରି ଅନେକ ବାଟ ଯିବାକୁ ଅଛି । ଆଜିର ଏହି ସଫଳତା କେବଳ ଏକ ଆରମ୍ଭ ମାତ୍ର । ଆଗାମୀ ଦିନରେ ଆମକୁ ଆହୁରି ଶକ୍ତିଶାଳୀ ହେବାକୁ ପଡିବ । ସାଧାରଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ଆମର ପ୍ରାଥମିକତା ହେବା ଉଚିତ୍ । ବିଜୟ ପରେ ଦାୟିତ୍ୱ ବଢିଯାଏ, ଏହା ସମସ୍ତେ ମନେ ରଖିବା । ପଶ୍ଚିମବଙ୍ଗର ଭାଇ ଭଉଣୀମାନେ ଆମ ଉପରେ ଯେଉଁ ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି, ତାହା ଆମେ ପୂରଣ କରିବା । ଆସାମର ଐତିହ୍ୟ ଓ ବିକାଶକୁ ଆମେ ଆହୁରି ଆଗକୁ ନେବା । ପୁଡୁଚେରୀର ସାମଗ୍ରିକ ଉନ୍ନତି ପାଇଁ ଆମେ ସର୍ବଦା ଚେଷ୍ଟା କରିବା । ଏହା ହିଁ ଆମର ସେବା ମନୋଭାବ । ଆମେ ସାମୁହିକ ଭାବେ କାମ କଲେ କୌଣସି ଶକ୍ତି ଆମକୁ ରୋକି ପାରିବ ନାହିଁ । ଆଜିର ଏହି ଦିନ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ।

ନବ ନିର୍ବାଚିତ ପ୍ରତିନିଧିମାନେ ନିଜ ଅଂଚଳରେ ଆଦର୍ଶ ଜନପ୍ରତିନିଧି ଭାବେ କାର୍ଯ୍ୟ କରନ୍ତୁ । ଲୋକଙ୍କ ସେବା ପାଇଁ ସର୍ବଦା ତତ୍ପର ରୁହନ୍ତୁ । ଶାସନ ଓ ପ୍ରଶାସନ ମଧ୍ୟରେ ଥିବା ଦୂରତାକୁ କମାନ୍ତୁ । ସୋସିଆଲ ମିଡିଆ ଓ ତୃଣମୂଳ ସ୍ତରରେ ପ୍ରଚାର କରୁଥିବା ଯୁବ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନେ ଆଧୁନିକ ପ୍ରଣାଳୀରେ ଆମର ବାର୍ତ୍ତା ଲୋକଙ୍କ ପାଖରେ ପହଁଚାଇଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଠିକ୍ ବ୍ୟବହାର ଆମକୁ ଆଜି ସଫଳତା ଦେଇଛି । ଆଗାମୀ ଦିନରେ ଏହି ଉତ୍ସାହକୁ ବଜାୟ ରଖନ୍ତୁ । ଆମେ ଏକ ନୂତନ ଓଡିଶା ଓ ନୂତନ ଭାରତ ଗଢିବା । ଜନସାଧାରଣଙ୍କ ଆଶୀର୍ବାଦ ହିଁ ଆମର ସବୁଠୁ ବଡ ପୁଞ୍ଜି । ସେମାନଙ୍କ ଭଲପାଇବା ଆମକୁ କାମ କରିବା ପାଇଁ ପ୍ରେରଣା ଦିଏ । ଆଜିର ଏହି ବିଜୟ ପାଇଁ ମୁଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ କୃତଜ୍ଞତା ଜଣାଉଛି । ପଶ୍ଚିମବଙ୍ଗର କଳା ଓ ସଂସ୍କୃତି ସହ ଓଡିଶାର ଗଭୀର ସମ୍ପର୍କ ରହିଛି । ସେଠାକାର ବିଜୟ ଆମ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ । ଆସାମର ବନ୍ଧୁମାନେ ଆମର ଆତିଥ୍ୟତା ଓ ବିକାଶ ଶୈଳୀକୁ ଗ୍ରହଣ କରିଛନ୍ତି । ପୁଡୁଚେରୀର ଶାନ୍ତ ପରିବେଶରେ ପ୍ରଗତିର ଲହରୀ ଖେଳିଯିବ । ଆମେ ସମସ୍ତେ ମିଶି ଏକ ସୁନ୍ଦର ଭବିଷ୍ୟତ ଗଢିବା । ଦଳର ବରିଷ୍ଠ ନେତାମାନଙ୍କ ସଠିକ୍ ଦିଗଦର୍ଶନ ପାଇଁ ଆଜି ଏହି ସଫଳତା ହାସଲ ହୋଇଛି । ଏକଜୁଟ ହୋଇ କାମ କଲେ ସପଳତା ନିଶ୍ଚିନ୍ତ ମିଳିବ । ଏହି ଏକତା ହିଁ ଆମର ଅସଲ ଶକ୍ତି ।

ଆଜିର ଏହି ରାତି ଉତ୍ସବର ରାତି । କିନ୍ତୁ ଆସନ୍ତାକାଲି ସକାଳୁ ପୁଣି ଆମକୁ କର୍ମକ୍ଷେତ୍ରକୁ ଫେରିବାକୁ ହେବ । ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ହେବ । ଆମର ଲକ୍ଷ୍ୟ ହେଉଛି ଶେଷ ଧାଡିରେ ଥିବା ମଣିଷ ପାଖରେ ସେବା ପହଁଚାଇବା । ଆମେ ଓଡିଶାର ସ୍ୱାର୍ଥ ରକ୍ଷା ସହ ଜାତୀୟ ସ୍ତରରେ ମଧ୍ୟ ଯୋଗଦାନ ଦେବୁ । ଆମର ଯାତ୍ରା ଏବେ ଆରମ୍ଭ ହୋଇଛି । ଆମକୁ ଆହୁରି ଶିଖରରେ ପହଁଚିବାକୁ ହେବ । ଶାନ୍ତି, ମୈତ୍ରୀ ଓ ପ୍ରଗତିର ବାର୍ତ୍ତା ନେଇ ଆମେ ଆଗକୁ ବଢିବା । ଗତ ନିର୍ବାଚନରେ ଆମେ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲୁ । ଓଡିଶା ଖାଲି ଏକ ଭୂଖଣ୍ଡ ନୁହେଁ, ଓଡିଶାର ପରିଚୟ ଏହାର ସଭ୍ୟତା ଓ ସଂସ୍କୃତି ସହ ଯୋଡି ହୋଇରହିଛି । ଆଜି ମୋ ପାଇଁ ଆନନ୍ଦର ଦିନ, ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବାକୁ ଯାଉଛି । ଅଙ୍ଗ- ବଙ୍ଗ- କଳିଙ୍ଗ କଥା ନିର୍ବାଚନରେ ଉଠିଥିଲା । ଆସାମରେ ବି ବିଜେପିର ବିଜୟ ହୋଇଛି । ମୋଦିଜୀଙ୍କ ନେତୃତ୍ୱରେ ଭାରତକୁ ଭାରତୀୟତା ସହ ଯୋଡିବାରେ ଆଜି ସମସ୍ତେ ମନପ୍ରାଣ ଦେଇ କାର୍ଯ୍ୟ କରିଚାଲିଛନ୍ତି ।
Dharmendra Pradhan
BJP Odisha BJP West Bengal Bharatiya Janata Party (BJP) Mohan Charan Majhi Narendra Modi Nitin Nabin

ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଶ୍ରୀଯୁକ୍ତ  #ସଞ୍ଜୀବ_କୁମାର_ସାହୁ ...
02/05/2026

ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଶ୍ରୀଯୁକ୍ତ #ସଞ୍ଜୀବ_କୁମାର_ସାହୁ (ସଞ୍ଜୀବ ଦାଦା)ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସଦା ସୁସ୍ଥ, ଖୁସି ଓ ଦୀର୍ଘାୟୁ ରଖନ୍ତୁ, ତୁମେ ପ୍ରକୃତରେ ଜଣେ ମହାନ ନେତା ଏବଂ ତୁମର ଦିଗଦର୍ଶନ ହିଁ ଆମକୁ ଆବଶ୍ୟକ 🎂🙏🎉

Sanjeeb Kumar Sahoo

Address


759122

Website

Alerts

Be the first to know and let us send you an email when SHRABAN SAHOO posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share