15/10/2025
ଜଣେ ବିଧବା ମହିଳାଙ୍କୁ ଜଣେ ଅବିବାହିତ ଯୁବକ ଙ୍କ ସହ ପ୍ରେମ ହୋଇଗଲା… ଯେତେବେଳେ ସେମାନଙ୍କ ସମ୍ପର୍କ ଶାରୀରିକ ସ୍ତରକୁ ପହଞ୍ଚିଲା, ତେବେ ବିବାଦ ଆରମ୍ଭ ହେଲା।
ଗୋଟିଏ ମିନିଟ ବି ଲାଗିବ ନାହିଁ ନିଶ୍ଚୟ ପଢନ୍ତୁ
ଓ ନିଜର ସୁଚିନ୍ତିତ ମତାମତ ଦିଅନ୍ତୁ ।
ଏହା ହେଉଛି ପଦ୍ମିନୀ ଙ୍କ କାହାଣୀ , ବୟସ 28 ବର୍ଷ, ବିଧବା, ସୁନ୍ଦରୀ ଓ ଶାନ୍ତ ସ୍ଵଭାବର ମହିଳା।
ତାଙ୍କ ସ୍ଵାମୀ ପ୍ରଦୀପ ଏକ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କ ପଛରେ ରହିଗଲା ଦୁଇଟି ଛୋଟ ପିଲା ଓ ଏକ ଭଗ୍ନ ସଂସାର।
ପଦ୍ମିନୀ ଆତ୍ମୀୟଙ୍କ ଠାରୁ ସାହାଯ୍ୟ ମାଗିଥିଲେ, ସମାଜ ଠାରୁ ସାହାରା ଚାହିଁଥିଲେ, କିନ୍ତୁ ପ୍ରତ୍ୟେକ ଦ୍ଵାର ଧୀରେ ଧୀରେ ବନ୍ଦ ହୋଇଗଲା।
ଜୀବିକା ପାଇଁ ସେ ଗାଁର ଏକ ବିଦ୍ୟାଳୟରେ ସଫେଇ କାମ ଆରମ୍ଭ କଲେ।
ସେଠାରେ ତାଙ୍କର ଆକାଶଙ୍କ ସହ ସାକ୍ଷାତ ହେଲା ୨୪ ବର୍ଷର ଯୁବକ, ବେରୋଜଗାର, କିନ୍ତୁ ବୁଦ୍ଧିମାନ ଓ ସମ୍ବେଦନଶୀଳ।
ସେ ପ୍ରତିଦିନ କାମ ପରେ ପଦ୍ମିନୀ ଙ୍କ ସହ କଥାବାର୍ତ୍ତା କରୁଥିଲେ, ତାଙ୍କୁ ସାହାଯ୍ୟ କରୁଥିଲେ, ଓ ତାଙ୍କ ଆଖିରେ ଲୁଚି ରହିଥିବା ଦୁଃଖକୁ ପଢ଼ି ପାରୁଥିଲେ।
ଧୀରେ ଧୀରେ ପଦ୍ମିନୀ ଙ୍କୁ ଆକାଶଙ୍କ କଥାରେ ଏକ ଶାନ୍ତି ମିଳିଲା, ଯାହା ବର୍ଷ ବର୍ଷ ଧରି କେହି ତାଙ୍କୁ ଦେଇ ନଥିଲେ।
ସେ କେବଳ ହସୁ ନଥିଲେ , ତାଙ୍କ ଆଖିନୀର ପଛରେ ଲୁଚି ରହିଥିବା ନୀରବତାକୁ ମଧ୍ୟ ବୁଝି ପାରୁଥିଲେ।
ଆଉ ତା’ପରେ…
ଏକ ଦିନ, ଏକାକୀତ୍ଵର ସେହି ଲମ୍ବା ରାତିରେ ଯେତେବେଳେ ପଦ୍ମିନୀ ଭାଙ୍ଗି ପଡ଼ିଥିଲେ,
ଆକାଶ ତାଙ୍କ ଥରୁ ଥିବା ହାତକୁ ଧରିଥିଲେ,
ଆଉ ସେମାନଙ୍କ ମଧ୍ୟରେ ଏକ ଗଭୀର, ଆତ୍ମୀୟ ସମ୍ପର୍କ ଗଢ଼ି ଉଠିଥିଲା ।
ଯେଉଁଥିରେ କେବଳ ଶାରୀରିକ ସମ୍ପର୍କ ନଥିଲା, ସହାରା, ଆପଣାପଣ ଓ ଶାନ୍ତି ମଧ୍ୟ ଥିଲା।
ସେହି ସମ୍ପର୍କ କିଛି ସମୟ ଲୁଚି ରହିଥିଲା…
କିନ୍ତୁ ଗାଁର କିଛି ଲୋକ ତାହା ଦେଖି ସହି ପାରିଲେ ନାହିଁ,
ଏକ ଦିନ କେହି ଜଣେ ସେମାନଙ୍କୁ ଏକାଠି ଦେଖି ନେଇଥିଲା, ଓ ପରଦିନ ଗାଁ ଦାଣ୍ଡରେ ଆଲୋଚନା ଆରମ୍ଭ ହେଲା,
ବିଧବା ହୋଇ ଜବାନ ଯୁବକମାନଙ୍କୁ ଫସାଉଛି,
ଲଜ୍ଜାହୀନ ମହିଳା, ଏବେ କ’ଣ ପିଲାମାନଙ୍କୁ ଇଜ୍ଜତ ଶିଖାଇବ?
ଗାଁବାସୀମାନେ ତାଙ୍କ ଘରେ ପଥର ଫୋପାଡ଼ିଥିଲେ, ପଞ୍ଚାୟତ ଡକାଯାଇଥିଲା।
ପଦ୍ମିନୀ ଙ୍କୁ ପଞ୍ଚାୟତ ଆଗରେ ଆଣିଲେ ଯେଉଁଠାରେ ବସିଥିଲେ ସେହି ଲୋକମାନେ,
ଯେଉଁମାନେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ସମୟରେ ନୀରବ ଥିଲେ,
ଯେଉଁମାନେ କେବେ ତାଙ୍କ ପିଲାମାନଙ୍କ ପାଇଁ ଏକ ପଖାଳ ଭାତ ଗଣ୍ଡେ ପର୍ଯ୍ୟନ୍ତ ଦେଇ ପାରି ନଥିଲେ, ଆଜି ସେମାନେ ପଞ୍ଚାୟତ ବସିଛନ୍ତି।
ପଞ୍ଚାୟତରେ ଜଣେ ବୃଦ୍ଧ କହିଲେ ,
ଜଣେ ବିଧବା ଓ ଜଣେ ଜବାନ ଅବିବାହିତ ଏହି ସମ୍ପର୍କ ସମାଜ ବିରୁଦ୍ଧ!
ପଦ୍ମିନୀ ମୁଣ୍ଡ ଉଠାଇ ପ୍ରଥମ ଥର ପାଇଁ କହିଲେ:
ସମାଜ ମୋତେ କେବେ ଗ୍ରହଣ କଲା ଯେ ମୁଁ ତା’ ବିରୁଦ୍ଧ ଗଲି ?
ଯେତେବେଳେ ମୋ ପେଟ ଭୋକିଲା ଥିଲା, ସେତେବେଳେ କେହି ଆଗକୁ ଆସି ନଥିଲେ ।
ଏବେ ଯେତେବେଳେ କେହି ମୋ ଆଖିର ଲୁହ ପୋଛି ବାକୁ ଆସିଲେ, ତୁମ୍ଭ ମାନଙ୍କୁ ମୋ ଆଖି ଜଳୁଥିବା ଲାଗୁଛି?
ସମସ୍ତେ ନୀରବ ଥିଲେ।
ତା’ପରେ ଆକାଶ ଉଠି କହିଲେ ,
ମୁଁ ପଦ୍ମିନୀ ଙ୍କୁ କେବଳ ଜଣେ ମହିଳା ନୁହେଁ, ଜଣେ ମଣିଷ ଭାବେ ବୁଝିଛି।
ତାଙ୍କ ଶରୀର ସହ ନୁହେଁ, ତାଙ୍କ ମଜବୁରୀ ସହ ସମ୍ପର୍କ ଗଢ଼ିଛି।
ଯଦି ଏହା ଅପରାଧ, ତେବେ ମୁଁ ବାରମ୍ବାର ଏହି ଅପରାଧ କରିବି।
ଗାଁ ଦୁଇ ଭାଗରେ ବିଭକ୍ତ ହେଲା ଗୋଟିଏ ଦଳ ଯେଉଁମାନେ କେବଳ ଶରୀର ଦେଖୁଥିଲେ, ଓ ଅନ୍ୟ ଦଳ ଯେଉଁମାନେ ହୃଦୟର ଆବାଜ ଶୁଣି ପାରିଥିଲେ।
କିଛି ଦିନ ପରେ…
ପଦ୍ମିନୀ ଗାଁ ଛାଡ଼ିଦେଲେ।
ଆଜି ସେ ସହରର ଏକ ବିଦ୍ୟାଳୟରେ କାମ କରୁଛନ୍ତି।
ଆକାଶ ତାଙ୍କ ସହ ଅଛନ୍ତି, ତାଙ୍କ ଦୁଇ ପିଲାଙ୍କୁ ପିତାର ନାମ ମିଳିଛି।
ଆଉ ଯେତେବେଳେ କେହି ପଚାରେ
ତୁମେ କ’ଣ ବିଧବା ?
ତେବେ ସେ ମୁସ୍କାନ ସହ କହନ୍ତି
ନା ,,ମୁଁ ମଣିଷ
ଯାହାକୁ ପ୍ରେମ ମିଳିଲା, ଆଉ ଜୀଇ ଉଠିଲା।
ଯଦି ଏହି କାହାଣୀ ଆପଣଙ୍କ ଆଖିକୁ ଲୁହ କରିଛି, ତେବେ ଏହାକୁ ନିଶ୍ଚିତ ଭାବେ ସେୟାର କରନ୍ତୁ… ଯାହା ଦ୍ଵାରା ସମାଜ ବୁଝିପାରିବ ଯେ ବିଧବା ମହିଳାଙ୍କୁ ମଧ୍ୟ ପ୍ରେମ କରିବାର ଅଧିକାର ଅଛି — ଆଉ ପ୍ରେମ କେବଳ ଯୁବ ହୃଦୟର ନୁହେଁ, ଭଗ୍ନ ଆତ୍ମାର ମଧ୍ୟ ହୋଇଥାଏ।
Writing by Rinki Suna