RINKI SUNA

RINKI SUNA ଏହି page ରେ ବିଭିନ୍ନ ଶିକ୍ଷା ଭିତିକ, ସୁଚନା, ସାଧାରଣ ଜ୍ଞାନ ବିଷୟରେ post କରାଯାଏ।

ଅନ୍ୟମାନଙ୍କ କଥାରେ ଆସି ନିଜର ସୁନାର ସଂସାର କୁ ନଷ୍ଟ କରନ୍ତୁ ନାହିଁ ।ଜଣେ ସଖୀ ଅନ୍ୟ ଜଣେ ସଖୀଙ୍କୁ ପଚାରିଲା,ଛୁଆ ଜନ୍ମ ହେବାର ଖୁସିରେ ତୁମର ...
26/01/2026

ଅନ୍ୟମାନଙ୍କ କଥାରେ ଆସି
ନିଜର ସୁନାର ସଂସାର କୁ ନଷ୍ଟ କରନ୍ତୁ ନାହିଁ ।

ଜଣେ ସଖୀ ଅନ୍ୟ ଜଣେ ସଖୀଙ୍କୁ ପଚାରିଲା,
ଛୁଆ ଜନ୍ମ ହେବାର ଖୁସିରେ ତୁମର ସ୍ବାମୀ ତୁମକୁ କ’ଣ ଉପହାର ଦେଇଥିଲେ?
ସଖୀଟି କହିଲା - କିଛି ବି ନାହିଁ!
ସେ ପୁଣି ପଚାରିଲା ଯେ ଏହା ଭଲ କଥା କି? ତାଙ୍କ ଦୃଷ୍ଟିରେ ତୁମର କୌଣସି ମୂଲ୍ୟ ନାହିଁ କି?
ଏହି ବିଷାକ୍ତ ଶବ୍ଦର ବୋମା ଫୋପାଡ଼ି ଦେଇ, ସେ ସଖୀ ଅନ୍ୟ ସଖୀକୁ ଚିନ୍ତାରେ ଛାଡ଼ିଦେଇ ଚାଲିଗଲା।

କିଛି ସମୟ ପରେ ସନ୍ଧ୍ୟା ବେଳକୁ ତାଙ୍କ ସ୍ବାମୀ ଘରକୁ ଆସିଲେ ଓ ସ୍ତ୍ରୀଙ୍କ ମୁହଁ ଶୁଖାଇ ବସିଥିବା ଦେଖିଲେ ଓ ପଚାରିଲେ।
ତା’ପରେ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହେଲା।
ପରସ୍ପରକୁ ଗାଳିଗୁଲଜ କଲେ।
ମାରାମାରି ହେଲା, ଶେଷରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା।
ଜାଣିଛ କି ସମସ୍ୟାର ଆରମ୍ଭ କେଉଁଠାରୁ ହୋଇଥିଲା?
ସେହି ଅଯଥା ପରର ଜ୍ଞାନ ବାକ୍ୟରୁ ଯାହା ତାଙ୍କ ସ୍ଥିତି ଜାଣିବାକୁ ଆସିଥିବା ସଖୀଟି କହିଥିଲା।
ରବି ତାଙ୍କ ଘନିଷ୍ଠ ବନ୍ଧୁ ପବନଙ୍କୁ ପଚାରିଲା ,ତୁ କେଉଁଠାରେ କାମ କରୁଛୁ?
ପବନ - ଫଳ ଦୋକାନରେ।
ରବି - ମାଲିକ କେତେ ବେତନ ଦିଅନ୍ତି?
ପବନ - ୧୮ ହଜାର।
ରବି - ମାତ୍ର ୧୮୦୦୦ ଟଙ୍କା?
ଏତେ ଟଙ୍କାରେ ତୁମର ଜୀବନ କିପରି ଚାଲୁଛି?
ପବନ - (ଗଭୀର ନିଶ୍ବାସ ଛାଡ଼ି) ବସ୍ ଯାହାହେଉ, କ’ଣ କହିବି ବନ୍ଧୁ।
ମିଟିଂ ଶେଷ ହେଲା।
କିଛି ଦିନ ପରେ ପବନ ନିଜ କାମ ପ୍ରତି ବିରକ୍ତ ହୋଇଗଲା ଓ ବେତନ ବଢ଼ାଇବାକୁ ଦାବି କଲା,
ଯାହାକୁ ମାଲିକ ସହିତ କଥା ଟଣାଟଣି ହେଲି ପରେ ମାଲିକ ତାଙ୍କୁ କାମରୁ ବାହାର କରି ଦେଲା ।
ପବନ ଚାକିରି ଛାଡ଼ି ଦେଲା ଓ ବେରୋଜଗାର ହୋଇଗଲା।
ପୂର୍ବରୁ ତାଙ୍କ ପାଖରେ କାମ ଥିଲା, ଏବେ କାମ ନାହିଁ।
ଜଣେ ସାହେବ ଜଣେ ବ୍ୟକ୍ତିଙ୍କୁ କହିଲେ ଯିଏ ତାଙ୍କ ପୁଅଠାରୁ ଅଲଗା ରହୁଥିଲେ ,
ତୁମର ପୁଅ ତୁମ ସହିତ ବହୁତ କମ୍ ଦେଖା କରିବାକୁ ଆସେ। ତାଙ୍କର ତୁମ ପ୍ରତି ଭଲପାଇଁ ରହିନାହିଁ କି?

ବାପା କହିଲେ - ପୁଅ ବହୁତ ବ୍ୟସ୍ତ ରହେ, ତାଙ୍କର କାମର ସମୟସୂଚୀ ବହୁତ କଠୋର। ତାଙ୍କର ସ୍ତ୍ରୀ ଓ ପିଲାମାନେ ଅଛନ୍ତି, ତାଙ୍କୁ ବହୁତ କମ୍ ସମୟ ମିଳେ।

ପ୍ରଥମ ବ୍ୟକ୍ତି କହିଲେ - ବାଃ! ଏ କ’ଣ କଥା? ତୁମେ ତାଙ୍କୁ ପାଳନ-ପୋଷଣ କରିଛ ତାଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ କରିଛ, ଏବେ ବୁଢ଼ାପୁଅରେ ବ୍ୟସ୍ତତାର କାରଣରୁ ଦେଖା କରିବାର ସମୟ ନାହିଁ। ତାହେଲେ ଏହା ଏକ ବାହାନା।

ଏହି କଥାବାର୍ତ୍ତା ପରେ ବାପାଙ୍କ ମନରେ ପୁଅ ପ୍ରତି ସନ୍ଦେହ ଜାଗ୍ରତ ହେଲା। ପୁଅ ଯେତେବେଳେ ଦେଖା କରିବାକୁ ଆସୁଥିଲା, ସେ ସର୍ବଦା ଏହି ଚିନ୍ତା କରୁଥିଲେ ଯେ ସମସ୍ତଙ୍କ ପାଇଁ ତାଙ୍କ ପାଖରେ ସମୟ ଅଛି କିନ୍ତୁ ମୋ ପାଇଁ ନାହିଁ।
ମନେ ରଖ - ପାଟିରୁ ବାହାରିଥିବା ଶବ୍ଦ ଅନ୍ୟମାନଙ୍କ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ। ନିଶ୍ଚୟ କିଛି ଲୋକଙ୍କ ପାଟିରୁ ଶୟତାନୀ କଥା ବାହାରିଥାଏ। ଆମର ଦୈନନ୍ଦିନ ଜୀବନରେ ଅନେକ ପ୍ରଶ୍ନ ଆମକୁ ବହୁତ ନିର୍ଦ୍ଦୋଷ ଲାଗିଥାଏ।
ଯେପରିକି-
ତୁମେ ଏହା କାହିଁକି କିଣିଲ ନାହିଁ?
ତୁମ ପାଖରେ ଏହା କାହିଁକି ନାହିଁ?
ତୁମେ ଏହି ବ୍ୟକ୍ତି ସହିତ ସମସ୍ତ ଜୀବନ କିପରି ଚଳାଇପାରିବ? ତୁମେ ତାଙ୍କୁ କିପରି ମାନିପାରୁଛ? ଇତ୍ୟାଦି ଇତ୍ୟାଦି।
ଏହିପରି ଅର୍ଥହୀନ ଅଯଥା ପ୍ରଶ୍ନ ଆମେ ଅଜ୍ଞତାବଶତଃ କିମ୍ବା ବିନା ଉଦ୍ଦେଶ୍ୟରେ ପଚାରି ଦେଇଥାଉ।
କିନ୍ତୁ ଆମେ ଭୁଲିଯାଉ ଯେ ଆମର ଏହି ପ୍ରଶ୍ନ ଶୁଣୁଥିବା ବ୍ୟକ୍ତିଙ୍କ ହୃଦୟରେ ଘୃଣା କିମ୍ବା ଭଲପାଇଁର କେଉଁ ବୀଜ ବୁଣୁଛି?

ଆଜିର ଯୁଗରେ ଆମ ଆଖପାଖରେ, ସମାଜରେ କିମ୍ବା ଘରେ ଯେଉଁ ଟେନସନ୍ ବଢ଼ୁଛି, ତାହାର ମୂଳ ଖୋଜିଲେ ପ୍ରାୟତଃ କାହାରି ଅନ୍ୟ ହାତ ଥାଏ।
ସେମାନେ ଜାଣନ୍ତି ନାହିଁ ଯେ ଅଜ୍ଞତାରେ କିମ୍ବା ଜାଣିଶୁଣି କହାଯାଇଥିବା ବାକ୍ୟ କାହାରି ଜୀବନକୁ ନଷ୍ଟ କରିଦେଇପାରେ। ଏପରି ହାଓ୍ବା ଫଳାଇବା ଆମେ ନ ହେବା ଭଲ।
ଲୋକମାନଙ୍କ ଘରକୁ ଅନ୍ଧ ହୋଇ ଯାଅ ଓ ସେଠାରୁ ମୂକ ହୋଇ ବାହାରି ଆସ। ଧନ୍ୟବାଦ୍ 🙏 ଲେଖାଟି କୁ ନିଶ୍ଚିତ ନିଜର ପ୍ରିୟ ଜନଙ୍କ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। Rinki Suna

Good morning friends
05/01/2026

Good morning friends

Good evening friends 🌹
31/12/2025

Good evening friends 🌹

ତୁମେ ଆମର ନୁହଁ, ତୁମେ ଆମର ଥିଲ।ତୁମେ ଆମର ହୃଦୟର ସବୁଠାରୁ ଗଭୀର ସ୍ଥାନରେ ରହିଯାଇଛ।ତୁମେ ମରିନି, ତୁମେ କେବଳ ଗାଇବା ବନ୍ଦ କରିଦେଇଛ।ଆଉ ଏଇ ବ...
20/11/2025

ତୁମେ ଆମର ନୁହଁ, ତୁମେ ଆମର ଥିଲ।
ତୁମେ ଆମର ହୃଦୟର ସବୁଠାରୁ ଗଭୀର ସ୍ଥାନରେ ରହିଯାଇଛ।
ତୁମେ ମରିନି, ତୁମେ କେବଳ ଗାଇବା ବନ୍ଦ କରିଦେଇଛ।
ଆଉ ଏଇ ବନ୍ଦ ହୋଇଯିବା ହିଁ ସବୁଠାରୁ ବଡ଼ ମୃତ୍ୟୁ।

ଆଜି ଓଡ଼ିଶାର ସବୁ ପ୍ରେମିକ ଯୁବକର phone ରେ ଏକାଠି ଗୀତ ବାଜୁଛି।କିନ୍ତୁ କେହି କାହାକୁ ଶୁଣାଉଛନ୍ତି ନାହିଁ।ସଭିଏଁ ଏକା ଏକା ଶୁଣୁଛନ୍ତି ଆଉ କ...
20/11/2025

ଆଜି ଓଡ଼ିଶାର ସବୁ ପ୍ରେମିକ ଯୁବକର phone ରେ ଏକାଠି ଗୀତ ବାଜୁଛି।
କିନ୍ତୁ କେହି କାହାକୁ ଶୁଣାଉଛନ୍ତି ନାହିଁ।
ସଭିଏଁ ଏକା ଏକା ଶୁଣୁଛନ୍ତି ଆଉ କାନ୍ଦୁଛନ୍ତି।

ଆଜି ତୁମକୁ ବିଦାୟ ଦେଉନି।ମୁଁ ଆଜି ତୁମକୁ ଅପେକ୍ଷା କରି ରହିଯିବି।ଯଦି କେବେ ତୁମେ ଫେରି ଆସିବ,ମୋର ଆଖିରେ ଲୁହ ରହିବ, କାନରେ ଶୂନ୍ୟତା ରହିବ।
20/11/2025

ଆଜି ତୁମକୁ ବିଦାୟ ଦେଉନି।
ମୁଁ ଆଜି ତୁମକୁ ଅପେକ୍ଷା କରି ରହିଯିବି।
ଯଦି କେବେ ତୁମେ ଫେରି ଆସିବ,
ମୋର ଆଖିରେ ଲୁହ ରହିବ, କାନରେ ଶୂନ୍ୟତା ରହିବ।

With Hetubadi Satya Mahanand – I'm on a streak! I've been a top fan for 3 months in a row. 🎉
20/11/2025

With Hetubadi Satya Mahanand – I'm on a streak! I've been a top fan for 3 months in a row. 🎉

Good evening friends
25/10/2025

Good evening friends

ଜଣେ ବିଧବା ମହିଳାଙ୍କୁ ଜଣେ ଅବିବାହିତ ଯୁବକ ଙ୍କ ସହ ପ୍ରେମ ହୋଇଗଲା… ଯେତେବେଳେ ସେମାନଙ୍କ ସମ୍ପର୍କ ଶାରୀରିକ ସ୍ତରକୁ ପହଞ୍ଚିଲା, ତେବେ ବିବାଦ...
15/10/2025

ଜଣେ ବିଧବା ମହିଳାଙ୍କୁ ଜଣେ ଅବିବାହିତ ଯୁବକ ଙ୍କ ସହ ପ୍ରେମ ହୋଇଗଲା… ଯେତେବେଳେ ସେମାନଙ୍କ ସମ୍ପର୍କ ଶାରୀରିକ ସ୍ତରକୁ ପହଞ୍ଚିଲା, ତେବେ ବିବାଦ ଆରମ୍ଭ ହେଲା।

ଗୋଟିଏ ମିନିଟ ବି ଲାଗିବ ନାହିଁ ନିଶ୍ଚୟ ପଢନ୍ତୁ
ଓ ନିଜର ସୁଚିନ୍ତିତ ମତାମତ ଦିଅନ୍ତୁ ।

ଏହା ହେଉଛି ପଦ୍ମିନୀ ଙ୍କ କାହାଣୀ , ବୟସ 28 ବର୍ଷ, ବିଧବା, ସୁନ୍ଦରୀ ଓ ଶାନ୍ତ ସ୍ଵଭାବର ମହିଳା।

ତାଙ୍କ ସ୍ଵାମୀ ପ୍ରଦୀପ ଏକ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କ ପଛରେ ରହିଗଲା ଦୁଇଟି ଛୋଟ ପିଲା ଓ ଏକ ଭଗ୍ନ ସଂସାର।

ପଦ୍ମିନୀ ଆତ୍ମୀୟଙ୍କ ଠାରୁ ସାହାଯ୍ୟ ମାଗିଥିଲେ, ସମାଜ ଠାରୁ ସାହାରା ଚାହିଁଥିଲେ, କିନ୍ତୁ ପ୍ରତ୍ୟେକ ଦ୍ଵାର ଧୀରେ ଧୀରେ ବନ୍ଦ ହୋଇଗଲା।

ଜୀବିକା ପାଇଁ ସେ ଗାଁର ଏକ ବିଦ୍ୟାଳୟରେ ସଫେଇ କାମ ଆରମ୍ଭ କଲେ।

ସେଠାରେ ତାଙ୍କର ଆକାଶଙ୍କ ସହ ସାକ୍ଷାତ ହେଲା ୨୪ ବର୍ଷର ଯୁବକ, ବେରୋଜଗାର, କିନ୍ତୁ ବୁଦ୍ଧିମାନ ଓ ସମ୍ବେଦନଶୀଳ।

ସେ ପ୍ରତିଦିନ କାମ ପରେ ପଦ୍ମିନୀ ଙ୍କ ସହ କଥାବାର୍ତ୍ତା କରୁଥିଲେ, ତାଙ୍କୁ ସାହାଯ୍ୟ କରୁଥିଲେ, ଓ ତାଙ୍କ ଆଖିରେ ଲୁଚି ରହିଥିବା ଦୁଃଖକୁ ପଢ଼ି ପାରୁଥିଲେ।

ଧୀରେ ଧୀରେ ପଦ୍ମିନୀ ଙ୍କୁ ଆକାଶଙ୍କ କଥାରେ ଏକ ଶାନ୍ତି ମିଳିଲା, ଯାହା ବର୍ଷ ବର୍ଷ ଧରି କେହି ତାଙ୍କୁ ଦେଇ ନଥିଲେ।

ସେ କେବଳ ହସୁ ନଥିଲେ , ତାଙ୍କ ଆଖିନୀର ପଛରେ ଲୁଚି ରହିଥିବା ନୀରବତାକୁ ମଧ୍ୟ ବୁଝି ପାରୁଥିଲେ।

ଆଉ ତା’ପରେ…
ଏକ ଦିନ, ଏକାକୀତ୍ଵର ସେହି ଲମ୍ବା ରାତିରେ ଯେତେବେଳେ ପଦ୍ମିନୀ ଭାଙ୍ଗି ପଡ଼ିଥିଲେ,

ଆକାଶ ତାଙ୍କ ଥରୁ ଥିବା ହାତକୁ ଧରିଥିଲେ,

ଆଉ ସେମାନଙ୍କ ମଧ୍ୟରେ ଏକ ଗଭୀର, ଆତ୍ମୀୟ ସମ୍ପର୍କ ଗଢ଼ି ଉଠିଥିଲା ।

ଯେଉଁଥିରେ କେବଳ ଶାରୀରିକ ସମ୍ପର୍କ ନଥିଲା, ସହାରା, ଆପଣାପଣ ଓ ଶାନ୍ତି ମଧ୍ୟ ଥିଲା।

ସେହି ସମ୍ପର୍କ କିଛି ସମୟ ଲୁଚି ରହିଥିଲା…

କିନ୍ତୁ ଗାଁର କିଛି ଲୋକ ତାହା ଦେଖି ସହି ପାରିଲେ ନାହିଁ,

ଏକ ଦିନ କେହି ଜଣେ ସେମାନଙ୍କୁ ଏକାଠି ଦେଖି ନେଇଥିଲା, ଓ ପରଦିନ ଗାଁ ଦାଣ୍ଡରେ ଆଲୋଚନା ଆରମ୍ଭ ହେଲା,

ବିଧବା ହୋଇ ଜବାନ ଯୁବକମାନଙ୍କୁ ଫସାଉଛି,

ଲଜ୍ଜାହୀନ ମହିଳା, ଏବେ କ’ଣ ପିଲାମାନଙ୍କୁ ଇଜ୍ଜତ ଶିଖାଇବ?

ଗାଁବାସୀମାନେ ତାଙ୍କ ଘରେ ପଥର ଫୋପାଡ଼ିଥିଲେ, ପଞ୍ଚାୟତ ଡକାଯାଇଥିଲା।

ପଦ୍ମିନୀ ଙ୍କୁ ପଞ୍ଚାୟତ ଆଗରେ ଆଣିଲେ ଯେଉଁଠାରେ ବସିଥିଲେ ସେହି ଲୋକମାନେ,

ଯେଉଁମାନେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ସମୟରେ ନୀରବ ଥିଲେ,

ଯେଉଁମାନେ କେବେ ତାଙ୍କ ପିଲାମାନଙ୍କ ପାଇଁ ଏକ ପଖାଳ ଭାତ ଗଣ୍ଡେ ପର୍ଯ୍ୟନ୍ତ ଦେଇ ପାରି ନଥିଲେ, ଆଜି ସେମାନେ ପଞ୍ଚାୟତ ବସିଛନ୍ତି।

ପଞ୍ଚାୟତରେ ଜଣେ ବୃଦ୍ଧ କହିଲେ ,

ଜଣେ ବିଧବା ଓ ଜଣେ ଜବାନ ଅବିବାହିତ ଏହି ସମ୍ପର୍କ ସମାଜ ବିରୁଦ୍ଧ!

ପଦ୍ମିନୀ ମୁଣ୍ଡ ଉଠାଇ ପ୍ରଥମ ଥର ପାଇଁ କହିଲେ:

ସମାଜ ମୋତେ କେବେ ଗ୍ରହଣ କଲା ଯେ ମୁଁ ତା’ ବିରୁଦ୍ଧ ଗଲି ?

ଯେତେବେଳେ ମୋ ପେଟ ଭୋକିଲା ଥିଲା, ସେତେବେଳେ କେହି ଆଗକୁ ଆସି ନଥିଲେ ।

ଏବେ ଯେତେବେଳେ କେହି ମୋ ଆଖିର ଲୁହ ପୋଛି ବାକୁ ଆସିଲେ, ତୁମ୍ଭ ମାନଙ୍କୁ ମୋ ଆଖି ଜଳୁଥିବା ଲାଗୁଛି?

ସମସ୍ତେ ନୀରବ ଥିଲେ।

ତା’ପରେ ଆକାଶ ଉଠି କହିଲେ ,

ମୁଁ ପଦ୍ମିନୀ ଙ୍କୁ କେବଳ ଜଣେ ମହିଳା ନୁହେଁ, ଜଣେ ମଣିଷ ଭାବେ ବୁଝିଛି।

ତାଙ୍କ ଶରୀର ସହ ନୁହେଁ, ତାଙ୍କ ମଜବୁରୀ ସହ ସମ୍ପର୍କ ଗଢ଼ିଛି।

ଯଦି ଏହା ଅପରାଧ, ତେବେ ମୁଁ ବାରମ୍ବାର ଏହି ଅପରାଧ କରିବି।

ଗାଁ ଦୁଇ ଭାଗରେ ବିଭକ୍ତ ହେଲା ଗୋଟିଏ ଦଳ ଯେଉଁମାନେ କେବଳ ଶରୀର ଦେଖୁଥିଲେ, ଓ ଅନ୍ୟ ଦଳ ଯେଉଁମାନେ ହୃଦୟର ଆବାଜ ଶୁଣି ପାରିଥିଲେ।

କିଛି ଦିନ ପରେ…

ପଦ୍ମିନୀ ଗାଁ ଛାଡ଼ିଦେଲେ।

ଆଜି ସେ ସହରର ଏକ ବିଦ୍ୟାଳୟରେ କାମ କରୁଛନ୍ତି।

ଆକାଶ ତାଙ୍କ ସହ ଅଛନ୍ତି, ତାଙ୍କ ଦୁଇ ପିଲାଙ୍କୁ ପିତାର ନାମ ମିଳିଛି।

ଆଉ ଯେତେବେଳେ କେହି ପଚାରେ

ତୁମେ କ’ଣ ବିଧବା ?

ତେବେ ସେ ମୁସ୍କାନ ସହ କହନ୍ତି

ନା ,,ମୁଁ ମଣିଷ
ଯାହାକୁ ପ୍ରେମ ମିଳିଲା, ଆଉ ଜୀଇ ଉଠିଲା।

ଯଦି ଏହି କାହାଣୀ ଆପଣଙ୍କ ଆଖିକୁ ଲୁହ କରିଛି, ତେବେ ଏହାକୁ ନିଶ୍ଚିତ ଭାବେ ସେୟାର କରନ୍ତୁ… ଯାହା ଦ୍ଵାରା ସମାଜ ବୁଝିପାରିବ ଯେ ବିଧବା ମହିଳାଙ୍କୁ ମଧ୍ୟ ପ୍ରେମ କରିବାର ଅଧିକାର ଅଛି — ଆଉ ପ୍ରେମ କେବଳ ଯୁବ ହୃଦୟର ନୁହେଁ, ଭଗ୍ନ ଆତ୍ମାର ମଧ୍ୟ ହୋଇଥାଏ।

Writing by Rinki Suna

Address

Balangir

Website

Alerts

Be the first to know and let us send you an email when RINKI SUNA posts news and promotions. Your email address will not be used for any other purpose, and you can unsubscribe at any time.

Share