aita dunia

aita dunia Contact information, map and directions, contact form, opening hours, services, ratings, photos, videos and announcements from aita dunia, News & Media Website, Balasore.
(1)

23/12/2025
23/12/2025
23/12/2025

ସମ୍ପତ୍ତି ପାଇଁ ମାଆକୁ ମାରୁଛନ୍ତି ପୁଅ ଓ ବୋହୂ । ଦୁଇ ଦୁଇଜଣ ପୁଅ ଜନ୍ମକରି ମା’ଟା ବୃଦ୍ଧା କାଳରେ ଟିକେ ଖୁସିରେ ରହିବେ ବୋଲି ଭାବିଥିଲେ । ହେଲେ ସବୁ ଇଚ୍ଛା ଯେମିତି ଏବେ ମରିଯାଇଛି । ଯାତ୍ରା ମଞ୍ଚରେ ମା’କୁ ପୁଅ ମାଡ଼ ମାରୁଥିବାର ଦୃଶ୍ୟ ଆପଣ ଦେଖିଥିବେ । ତାହା ତ କେବଳ ଅଭିନୟ ଥାଏ । କିନ୍ତୁ ବାସ୍ତବ ଦୁନିଆଁରେ ଏଭଳି ଦେଖିବାକୁ ମିଳିଛି । ୬୦ ବର୍ଷିୟ ବୃଦ୍ଧା ମା’ ଉପରେ ଅକଥନୀୟ ନିର୍ଯାତନା ଦେଉଛି ପୁଅ ବହୁ । ସମ୍ପତ୍ତି ପାଇଁ ଜନ୍ମକଲା ମା’କୁ ମାଡ଼ ମାରିଚାଲିଛି ପୁଅ ବହୁ। ଆଉ ପୁଅର ନିର୍ଯାତନା ସୀମା ଟପିବା ପରେ ମା’ ନେଇଛି ଆଇନର ସାହାରା। ବୟସର ଅପରାହ୍ଣରେ ବଇରି ସାଜିଛି ପୁଅ । ସେଇଥିପାଇଁ ତ ଏଇ ଆଖିରୁ ଆଉ ଲୁହ ଶୁଖୁନି । ବୃଦ୍ଧା ମା ଜଣଙ୍କ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଳକ ବିଷ୍ଣୁପୁର ପଞ୍ଚାୟତର ଇକଡପାଳ ଗ୍ରାମର ମଧୁସୂଦନ ଜେନା ଙ୍କ ସ୍ତ୍ରୀ କାମିନୀ ଜେନା ବୟସାଧିକ କାରଣରୁ ଆଉ ଭଲରେ ଚାଲି ପାରୁନାହାନ୍ତି । ସ୍ୱାମି ବି ଦୁନିଆରେ ନାହାନ୍ତି। ବଡ଼ପୁଅ ବିଦେଶରେ ରହି ଟଙ୍କା ପଠାଇଲେ ଘର ଚଳୁଛି । ସାନପୁଅ ଓ ବହୁ ମାକୁ ମାଡ଼ ମାରି ନିର୍ଯ୍ୟାତନା ଦେଉଛନ୍ତି ।ସମ୍ପତ୍ତି ପାଇଁ ଯେମିତି ନୃଶଂସ ପାଲଟିଯାଇଛି । ତେବେ ଏହା ନୁଆ ନୁହେଁ ଏହା ପୂର୍ବରୁ ଏମିତି ଅନେକ ଥର ସାନପୁଅ ମାଡ଼ ମାରେ । ହେଲେ କେବେବି ମା’ ପାଟି ଫିଟାଇ ବିରୋଧ କରିନି। ହେଲେ ଅତ୍ୟାଚାର ବଢ଼ିବା ପରେ ପୁଅର ବିରୁଦ୍ଧରେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛି ବୃଦ୍ଧା ମା । ଆଉ ଗୁହାରି କରିଛି ପୁଅର ଅତ୍ୟାଚାରରୁ ରକ୍ଷା କରିବାକୁ । ମାତ୍ର ପୋଲିସ ଅଭିଯୋଗ ପାଇବା ପରେ ମା’କୁ ଘରକୁ ଫେରାଇ ଦେଇଛି । ଆଉ ଘରେ ପହଞ୍ଚିବା ପରେ ପୁଣି ମାଡ଼ ମାରିଛି ପୁଅ ।
କିନ୍ତୁ ଏ ପରିଣତ ବୟସରେ ଏବେ ମା’ କ’ଣ କରିବେ, କେମିତି ସୁରକ୍ଷିତ ରହିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ପ୍ରଶାସନ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ।

ଆପଣଙ୍କ ମତାମତ
23/12/2025

ଆପଣଙ୍କ ମତାମତ

22/12/2025

ନ୍ୟାୟ ଦାବିରେ ରୂପସା ଇଲେକ୍ଟ୍ରୀ ଅଫିସ ଘେରିଲେ ଶତାଧିକ ମହିଳା

20/12/2025

କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟୋଜିତ ତଦନ୍ତକାରୀ ସଂସ୍ଥା ଇଡି, ସିବିଆଇ ଏବଂ ବିଜେପି ବିରୋଧରେ କଂଗ୍ରେସ ପକ୍ଷରୁ ଆଜି ଅପରାହ୍ନରେ ବାଲେଶ୍ବର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଛି ।
ନେସନାଲ ହାରାଲ୍ଡ଼ ପ୍ରସଙ୍ଗରେ ଇଡି ଦ୍ଵାରା ଆଗତ ମାମଲା ଭିତ୍ତିହୀନ ବୋଲି ମାନ୍ୟବର କୋର୍ଟ ରାୟ ଦେବା ପରେ କଂଗ୍ରେସର ସର୍ବମାନ୍ୟ ନେତ୍ରୀ ସୋନିଆ ଗାନ୍ଧୀ ଓ ସର୍ବାମାନ୍ୟ ନେତା ରାହୁଲ ଗାନ୍ଧୀ କେବଳ ଦୋଷମୁକ୍ତ ହୋଇନାହାନ୍ତି, ବରଂ ସତ୍ୟର ବିଜୟ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ଯେ ଇଡି, ସିବିଆଇକୁ ବିଜେପିର ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି, ତାହା ଏବେ ପ୍ରମାଣିତ ହୋଇଛି ବୋଲି ବକ୍ତାମାନେ କହିଥିଲେ ।
ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ଵାନ କ୍ରମେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, କାଉନସିଲର ତଥା ବରିଷ୍ଠ ନେତା ପଦ୍ମଲୋଚନ ଲେଙ୍କା, ବରିଷ୍ଠ ନେତା ଗୋପୀନାଥ ପାଢ଼ୀ, କୃଷ୍ଣ ଗୋପାଳ ପଣ୍ଡା, ତୁଷାରକାନ୍ତି ତପସ୍ୱୀ, ବିଜୟ ମହାନ୍ତି, କହ୍ନେଇ ବେହେରା, ରାମ ଶତପଥୀ, ନିରଞ୍ଜନ ରାଉତ, ତରୁଣ ଦାସ, ତପନ ରାଉତ, ଆଶିଷ ପଟ୍ଟନାୟକ, ସତ୍ୟନାରାୟଣ ଗୁପ୍ତା, ସୁଧାଂଶୁ ଜେନା, ପ୍ରଭାସ ମଣ୍ଡଳ, ଗୌତମ ସାହୁ, ରାଜୀବ ପରିଡ଼ା, ହେମନ୍ତ ଗିରି, ଅଜଗର ଅଲ୍ଲୀ, ମହିଳା କଂଗ୍ରେସ ନେତ୍ରୀ ଜ୍ୟୋତ୍ସ୍ନା ସେନାପତି, ପ୍ରତିମା ପଣ୍ଡା, ଉର୍ମିଳା ମାଝୀ, ବାସନ୍ତୀ ନାୟକ, ସାହେବା ଅକତରଙ୍କ ସମେତ ବହୁ ନେତା ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

20/12/2025

#ରାଗିଲେ ମଉସା ନଷ୍ଟ ହେଲା ଚାଷ

ଗାଡ଼ି ଅଭରଟେକ କରୁଥିବା ବେଳେ ଘଟିଲା ବଡ଼ ଦୁର୍ଘଟଣା  ଦୁର୍ଘଟଣା ରେ ଡମ୍ଫର ଚାଳକ ଆହତ । ଫେରାର ହେଇଗଲା ଟ୍ରକ ବାଲେଶ୍ଵର ଅଭିମୁଖେ ଯାଉଥିବା  ଫ...
19/12/2025

ଗାଡ଼ି ଅଭରଟେକ କରୁଥିବା ବେଳେ ଘଟିଲା ବଡ଼ ଦୁର୍ଘଟଣା
ଦୁର୍ଘଟଣା ରେ ଡମ୍ଫର ଚାଳକ ଆହତ ।
ଫେରାର ହେଇଗଲା ଟ୍ରକ
ବାଲେଶ୍ଵର ଅଭିମୁଖେ ଯାଉଥିବା ଫୁଲାଡ଼ି ନିକଟରେ ଏକ ଟ୍ରକ କୁ ପଛପଟୁ ଧକ୍କା ଦେଲା ଡମ୍ଫର ଘଟଣା ସ୍ଥଳରୁ ଫେରାର ହୋଇଗଲା ଟ୍ରକ । ସ୍ଥାନୀୟ ଲୋକେ ଗୁରୁତର ଆହତ ଙ୍କୁ ଚ ଜାତୀୟ ରାଜପଥ ପେଟ୍ରୋଲିଂ ଗାଡ଼ି ରେ ହସ୍ପିଟାଲ ନେଲେ 🙏🙏

 #ଆପଣଙ୍କ ମତାମତ କଣ #
19/12/2025

#ଆପଣଙ୍କ ମତାମତ କଣ #

Address

Balasore

Telephone

+917894515139

Website

Alerts

Be the first to know and let us send you an email when aita dunia posts news and promotions. Your email address will not be used for any other purpose, and you can unsubscribe at any time.

Share