02/11/2025
#ବିପଦରେ_ଗଜରାଜ ।
ଗୋଟିଏ ମାଈ ହାତୀ ରାତିସାରା ଅସୁସ୍ଥ ଅବସ୍ଥାରେ ବୁଲୁ ଥିଲା ବେଳେ ବନ ବିଭାଗ ଚୁପ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ବନବିଭାଗର ଶ୍ୟାମନଗର ପଂଚାୟତରେ । ସୂଚନା ଅନୁଯାୟୀ ୩୦ରୁ ଅଧିକ ସିମିଳି ପାଳ ହାତୀ କିଛି ଦିନ ହେବ ରାଇବଣିଆ ବନବିଭାଗ ଅଂଚଳରେ ରହି ତାଣ୍ଡବ ରଚେଇ ଆସୁଥିଲା ବେଳେସେମାନଙ୍କ ମଧ୍ୟରୁ କିଛି ହାତୀକୁ ବନ ବିଭାଗ ଘଉଡ଼େଇବାରେ ସକ୍ଷମ ହୋଇଥିଲା ବେଳେ ୧୦ରୁ ଅଧିକ ହାତୀ ରହି ଯାଇଛନ୍ତି , ଗତ କାଲି ଦିନ ବେଳୁ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡିଥିଲା ବେଳେ ରାତିସାରା ଶ୍ୟାମନଗର ପଂଚାୟତ ଅଫିସ ପଡିଆରେ ବୁଲୁ ଥିବା ଦେଖିବାକୁ ମିଳିଛି । ହାତୀ ପଛ ଗୋଡ଼ଟିରେ କୌଣସି ଅସୁବିଧା ଥିବାରୁ ହାତୀଟି କୁଆଡେ ଯାଇପାରୁନାହିଁ ଖବର ପାଇ ରାଇବଣିଆ ବନ ବିଭାଗ ଘଟଣା ସ୍ଥଳରେ ପହଁଚି ଅସୁସ୍ଥ ମାଈ ହାତୀର ଗତିବିଧି ଉପରେ ନଜର ରଖିଥିଲା । ହାତୀଟିର ଚିକିତ୍ସା ନ କରି ଘଟଣା ସ୍ଥଳରେ ଦେଖଣା ହାରୀ ସାଜିଛି ।ଯାହାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ସାଜିଛି । ଅନ୍ୟ ପଟେ ଡାକ୍ତରୀ ଟିମକୁ ଖବର ଦିଆଯାଇଥିବା କଥା ସୂଚନା ମିଳିଛି ।