Awaz Channel Odisha

Awaz Channel Odisha ସତ ଦେଖାଇବା ଆମର ଲକ୍ଷ୍ୟ

 #କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା !
06/10/2026

#କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା !

 #କଟକ ଆଇପିଏସ୍ ଅଫିସର ମେସ୍ ଠାରେ କେନ୍ଦ୍ରାଞ୍ଚଳ ଆଇଜି ରେଞ୍ଜ ଅଧୀନରେ ଥିବା ୭ଟି ଜିଲ୍ଲାର ୭୦ ଜଣ ନବନିଯୁକ୍ତ ପୋଲିସ୍ ସବ୍‌-ଇନ୍ସପେକ୍ଟରଙ୍କୁ...
06/10/2026

#କଟକ ଆଇପିଏସ୍ ଅଫିସର ମେସ୍ ଠାରେ କେନ୍ଦ୍ରାଞ୍ଚଳ ଆଇଜି ରେଞ୍ଜ ଅଧୀନରେ ଥିବା ୭ଟି ଜିଲ୍ଲାର ୭୦ ଜଣ ନବନିଯୁକ୍ତ ପୋଲିସ୍ ସବ୍‌-ଇନ୍ସପେକ୍ଟରଙ୍କୁ ନେଇ ଏକ ସ୍ୱତନ୍ତ୍ର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଲିସ୍ ବିଭାଗରେ ନୂଆ କରି ଯୋଗଦେଇଥିବା ଏହି ଅଧିକାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବା ସହିତ ଦାୟିତ୍ୱ ତୁଲାଇବା ବେଳେ କେଉଁ କେଉଁ ବିଷୟ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ସେନେଇ ଆଲୋଚନା କରାଯାଇଥିଲା । ବିଶେଷ କରି ପ୍ରତ୍ୟେକ ଅଞ୍ଚଳର ସ୍ଥାନୀୟ ପରିସ୍ଥିତି, ସଂସ୍କୃତି, ପରମ୍ପରା ଏବଂ ସାମାଜିକ ବ୍ୟବସ୍ଥାକୁ ବୁଝିବା ପରେ କିଭଳି ଭାବରେ ପୋଲିସ୍ ଅଧିକାରୀମାନେ ନିଜର କାର୍ଯ୍ୟ ସମ୍ପାଦନ କରିବେ ସେଦିଗରେ ନବନିଯୁକ୍ତ ଏସ୍‌ଆଇମାନଙ୍କୁ ମାର୍ଗଦର୍ଶନ ଦିଆଯାଇଥିଲା । ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା, ସମ୍ବେଦନଶୀଳ ଘଟଣାରେ ଧୈର୍ଯ୍ୟର ସହିତ ପଦକ୍ଷେପ ନେବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ଦକ୍ଷତାର ସହିତ ମୁକାବିଲା କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଏହା ସହିତ ବର୍ତ୍ତମାନ ସମୟରେ ପୋଲିସ୍ ଅଧିକାରୀମାନେ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପ ଓ ମାନସିକ ଚାପର ସମ୍ମୁଖୀନ ହେଉଥିବାରୁ, ଏଭଳି ପରିସ୍ଥିତିକୁ କିପରି ସଫଳତାର ସହିତ ମୁକାବିଲା କରି ଚାପମୁକ୍ତ ଭାବରେ ଦାୟିତ୍ୱ ତୁଲାଇହେବ । ନବନିଯୁକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ସମୟରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ନେବା ସହିତ ନିଜର ମାନସିକ ସନ୍ତୁଳନ ବଜାୟ ରଖି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ପୋଲିସ୍ ସେବାରେ ନୂଆ ଦାୟିତ୍ୱ ନେଇଥିବା ଏହି ୭୦ ଜଣ ଏସ୍‌ଆଇଙ୍କ ପାଇଁ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ନୂଆ କାର୍ଯ୍ୟକ୍ଷେତ୍ର, ଦାୟିତ୍ୱ ଓ ଚ୍ୟାଲେଞ୍ଜକୁ ବୁଝିବାରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି ସେଣ୍ଟ୍ରାଲ ରେଞ୍ଜ ଆଇଜି ସତ୍ୟଜିତ୍ ନାୟକ।
-

  ଆଉ ଜଣେ କୋଟିପତି ବାବୁଙ୍କୁ ଧରିଛି। ଅରବିନ୍ଦ ମହାନ୍ତି।ଅଙ୍ଗାର ଗଡ଼ିଆ ଘର ସହ ଆଉ ମୋଟ 10 ଟି ସ୍ଥାନରେ ଚଢାଉ ଜାରି ରହିଛି। - -
05/10/2026

ଆଉ ଜଣେ କୋଟିପତି ବାବୁଙ୍କୁ ଧରିଛି। ଅରବିନ୍ଦ ମହାନ୍ତି।ଅଙ୍ଗାର ଗଡ଼ିଆ ଘର ସହ ଆଉ ମୋଟ 10 ଟି ସ୍ଥାନରେ ଚଢାଉ ଜାରି ରହିଛି।
- -

 #ଭାରସାମ୍ଯ_ହରାଇ_ଟୁରିଷ୍ଟ_ବସ୍_ଦୁର୍ଘଟଣାଗ୍ରସ୍ତ, 🖋️ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜ କୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ...
20/09/2026

#ଭାରସାମ୍ଯ_ହରାଇ_ଟୁରିଷ୍ଟ_ବସ୍_ଦୁର୍ଘଟଣାଗ୍ରସ୍ତ, 🖋️
ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜ କୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି ଠାରେ ପଶ୍ଚିମବଙ୍ଗ ରୁ ଆସିଥିବା ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ। ୩୫ ରୁ ଅଧିକ ଯାତ୍ରୀ ଙ୍କୁ ବରହମପୁର ହସ୍ପିଟାଲରେ ଭର୍ତ୍ତି । ବସ୍‌ରେ ୬୦ ରୁ ଅଧିକ ଯାତ୍ରୀ ଥିଲେ । ପଶ୍ଚିମବଙ୍ଗ ରୁ ଦେବକୁଣ୍ଡ, ପଞ୍ଚଲିଙ୍ଗେଶ୍ବର ବୁଲିବାକୁ ଆସିଥିଲା ଏହି ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ବରହମପୁର ପୋଲିସ, ନୀଳଗିରି ଅଗ୍ନିଶମ ବିଭାଗ, ସ୍ଥାନୀୟ ଲୋକ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜରିଥିଲେ। ଗୁରୁତର ମାନଙ୍କୁ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
-

- -

 #ବ୍ୟାଙ୍କ ଡକାୟତି ଉଦ୍ୟମ ବେଳେ ବାଜିଲା ଆଲାରାମ!ମୟୂରଭଞ୍ଜ ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କରେ ଡକାୟତି ଉଦ୍...
20/09/2026

#ବ୍ୟାଙ୍କ ଡକାୟତି ଉଦ୍ୟମ ବେଳେ ବାଜିଲା ଆଲାରାମ!
ମୟୂରଭଞ୍ଜ ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କରେ ଡକାୟତି ଉଦ୍ୟମ ବେଳେ ବାଜିଲା ଆଲାରାମ। ଆଲାରାମ ବାଜିବା ପରେ ଘଟଣାସ୍ଥଳରେ ପୁଲିସ ଚଢ଼ାଉ କରିଥିବା ସୂଚନା ମିଳିଛି।
ଘଟଣାସ୍ଥଳରୁ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର ସହ ୭ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖିଛି। ଏହି ଘଟଣାକୁ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
- - -

 #ପୁଲିସ_ଗାଡ଼ି_ସମ୍ମୁଖରେ_ବାଇକ୍_ରଖିବା_ଅଭିଯୋଗ_ଅଭିଯୁକ୍ତ_ଗିରଫ!ଘଷିପୁରା ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଣିକା ରାସ୍ତାରେ ଏକ ବା...
20/09/2026

#ପୁଲିସ_ଗାଡ଼ି_ସମ୍ମୁଖରେ_ବାଇକ୍_ରଖିବା_ଅଭିଯୋଗ_ଅଭିଯୁକ୍ତ_ଗିରଫ!
ଘଷିପୁରା ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଣିକା ରାସ୍ତାରେ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଚିହ୍ନଟ କରିଥିଲା। ପୁଲିସ ଟ୍ରାକ୍ଟରକୁ ପିଛା କରୁଥିବା ବେଳେ କୁନା ଓରଫ ହରିହର ବାରିକ ମୋଟରସାଇକେଲରେ ଦ୍ରୁତ ଗତିରେ ଆସି ପୁଲିସ ଗାଡ଼ି ସମ୍ମୁଖରେ ବାଇକ୍ ରଖିଥିବା ଅଭିଯୋଗ ହୋଇଛି।
ପୁଲିସ ତାଙ୍କୁ ଧରିବାକୁ ଉଦ୍ୟମ କରିବା ସମୟରେ ପୁଲିସ କର୍ମଚାରୀଙ୍କ ସହ ଧକ୍କା ହୋଇଥିବା ଅଭିଯୋଗ ରହିଛି। ଏଥିରେ ଜଣେ ପୁଲିସ କର୍ମଚାରୀଙ୍କ ପାଦରେ ସାମାନ୍ୟ ଆଘାତ ଲାଗିଥିଲା।
ଏହି ଘଟଣାକୁ ନେଇ ଘଷିପୁରା ଥାନାରେ BNS ଧାରା ୧୧୫(୨), ୧୨୬(୨), ୨୯୬, ୧୨୧(୧), ୩୫୧(୨) ଓ ୧୩୨ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।
ପରେ ପୁଲିସ କୁନା ଓରଫ ହରିହର ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ବ୍ୟବହୃତ ମୋଟରସାଇକେଲକୁ ମଧ୍ୟ ପୁଲିସ ଜବତ କରିଛି। କୋର୍ଟ ପ୍ରକ୍ରିୟା ପରେ ତାଙ୍କୁ ଜେଲ୍ ହାଜତକୁ ପଠାଯାଇଛି।
ଗିରଫ ଅଭିଯୁକ୍ତ କୁନା ଓରଫ ହରିହର ବାରିକ, ବୟସ ୪୯ ବର୍ଷ। ତାଙ୍କ ଘର ଘଷିପୁରା ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମରେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

 ା_ହୋଇଥିବେ ?ଏକାଠି ଦିଲ୍ଲୀ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତକାଲି ରାତିରେ ଉଭୟ ଗୋଟିଏ ଫ୍ଲାଇଟ ରେ ଦି...
20/09/2026

ା_ହୋଇଥିବେ ?
ଏକାଠି ଦିଲ୍ଲୀ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତକାଲି ରାତିରେ ଉଭୟ ଗୋଟିଏ ଫ୍ଲାଇଟ ରେ ଦିଲ୍ଲୀଯାତ୍ରା କରିଥିଲେ।
- -

 #ନକଲି ଏମ୍‌ଭିଆଇ ପରିଚୟ ଦେଇ ଠକେଇ ଅଭିଯୋଗ, ଯୁବକ ଗିରଫ! #ନିଜକୁ ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ବୋଲି ପରିଚୟ ଦେଇ ୟୁନିଫର୍ମ ପିନ୍ଧି ଲୋକ...
20/09/2026

#ନକଲି ଏମ୍‌ଭିଆଇ ପରିଚୟ ଦେଇ ଠକେଇ ଅଭିଯୋଗ, ଯୁବକ ଗିରଫ!
#ନିଜକୁ ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ବୋଲି ପରିଚୟ ଦେଇ ୟୁନିଫର୍ମ ପିନ୍ଧି ଲୋକଙ୍କୁ ପ୍ରଭାବିତ କରିବା ସହ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଚକାପାଦ ଅଞ୍ଚଳର ଧର୍ମେନ୍ଦ୍ର କୁମାର ବେହେରାଙ୍କୁ ପୋଲିସ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ଧର୍ମେନ୍ଦ୍ର ନିଜକୁ ଏମ୍‌ଭିଆଇ ବୋଲି ପରିଚୟ ଦେବା ସହ ୟୁନିଫର୍ମ ପିନ୍ଧି ବିଭିନ୍ନ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରୁଥିଲେ। ଏହି ପରିଚୟର ଦୁରୁପଯୋଗ କରି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି।
ଏହାଛଡ଼ା ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କୁ ଶୋଷଣ କରିଥିବା ନେଇ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ରହିଛି।
ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଧର୍ମେନ୍ଦ୍ରଙ୍କୁ ଗିରଫ କରିଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଠକେଇର ପରିମାଣ କେତେ ଏବଂ ନକଲି ଏମ୍‌ଭିଆଇ ପରିଚୟ ପାଇଁ ସେ କେଉଁ ସାମଗ୍ରୀ ବ୍ୟବହାର କରୁଥିଲେ, ସେନେଇ ତଦନ୍ତ ଜାରି ରହିଛି।
- -

 #ବାଲିଆପାଳ_ବ୍ୟାଙ୍କ_ଲୁଟ୍_ଘଟଣାର_୫_ଜଣ_ଗିରଫ । ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ବସ୍ତା ଏସଡିପିଓ ।         - -
16/09/2026

#ବାଲିଆପାଳ_ବ୍ୟାଙ୍କ_ଲୁଟ୍_ଘଟଣାର_୫_ଜଣ_ଗିରଫ ।
ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ବସ୍ତା ଏସଡିପିଓ ।

- -

 #ମଦିନାରେ_ମିଳିଲା_୧୧_କୋଟି_ଟନ୍_ୟୁରାନିୟମ୍‌_ଭଣ୍ଡାରପରମାଣୁ ଶକ୍ତି କ୍ଷେତ୍ରରେ ସାଉଦିର ବଡ଼ ସଫଳତା ସାଉଦି ଆରବର ମଦିନା ଅଞ୍ଚଳରେ ବିପୁଳ ପରି...
16/09/2026

#ମଦିନାରେ_ମିଳିଲା_୧୧_କୋଟି_ଟନ୍_ୟୁରାନିୟମ୍‌_ଭଣ୍ଡାର
ପରମାଣୁ ଶକ୍ତି କ୍ଷେତ୍ରରେ ସାଉଦିର ବଡ଼ ସଫଳତା
ସାଉଦି ଆରବର ମଦିନା ଅଞ୍ଚଳରେ ବିପୁଳ ପରିମାଣର ୟୁରାନିୟମ୍ ଏବଂ ଦୁର୍ଲଭ ଧାତୁର ସନ୍ଧାନ ମିଳିଛି। ସାଉଦିର ଶକ୍ତି ମନ୍ତ୍ରୀ ବଦୁଲଅଜିଜ୍ ବିନ୍ ସଲମାନ୍ ଭିଏନାରେ ଆୟୋଜିତ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମଦିନା ଅଞ୍ଚଳର ଜବଲ୍ ସାୟିଦ୍ ପ୍ରକଳ୍ପରେ ଭୂବୈଜ୍ଞାନିକଙ୍କ ସର୍ଭେ ପରେ ପ୍ରାୟ ୧୧୦ ନିୟୁତ (୧୧ କୋଟି) ଟନ୍ କଞ୍ଚାମାଲ ମିଳିଛି, ଯେଉଁଥିରେ ୟୁରାନିୟମ୍ ଏବଂ ଅତ୍ୟନ୍ତ ଦୁର୍ଲଭ ଧାତୁର ଉଚ୍ଚ ସାନ୍ଦ୍ରତା ରହିଛି।
'ଭିଜନ ୨୦୩୦' ଏବଂ ଶକ୍ତି ପରିବର୍ତ୍ତନ
ସାଉଦି ଆରବ ନିଜର ଆର୍ଥିକ ନିର୍ଭରଶୀଳତା କେବଳ ଅଶୋଧିତ ତୈଳ ଉପରେ ନରଖି ଖଣିଜ ସମ୍ପଦ ଓ ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ ନିଜକୁ ସମୃଦ୍ଧ କରିବାକୁ 'ଭିଜନ ୨୦୩୦' ଅଧୀନରେ କାମ କରୁଛି। ଏହି ନୂତନ ସନ୍ଧାନ ଦେଶର ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବ। ଏହି ଆବିଷ୍କାର ଏପରି ଏକ ସମୟରେ ହୋଇଛି, ଯେତେବେଳେ ସାଉଦି ଆରବ ବେସାମରିକ ପରମାଣୁ କାର୍ଯ୍ୟକ୍ରମ ପାଇଁ ଆମେରିକା ସହ ଚୁକ୍ତିବଦ୍ଧ ହୋଇଛି। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ଇରାନର ପରମାଣୁ ପ୍ରତିଯୋଗିତା ମଧ୍ୟରେ ସାଉଦି ଆରବର ଏହି ପଦକ୍ଷେପକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ୟୁରାନିୟମ୍ ଖନନ ବ୍ୟତୀତ ସାଉଦି ଆରବ ନିଜର ଫସଫେଟ୍ ସାର ଶିଳ୍ପରୁ ମଧ୍ୟ ୟୁରାନିୟମ୍ ପୃଥକ କରିବା ପାଇଁ ଫ୍ରାନ୍ସର ଓରା ନୋ (Orano) କମ୍ପାନୀ ସହ ମିଶି ପରୀକ୍ଷାମୂଳକ କାର୍ଯ୍ୟ ଜାରି ରଖିଛି।
- - -

Address

Balasore
756003

Website

Alerts

Be the first to know and let us send you an email when Awaz Channel Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share