Awaz Channel Odisha

Awaz Channel Odisha ସତ ଦେଖାଇବା ଆମର ଲକ୍ଷ୍ୟ

 #👎  #ଟାଟା_ସନ୍ସ_ଅଧ୍ୟକ୍ଷଙ୍କ_ଇସ୍ତଫା!ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କ ଇସ୍ତଫା, #ଏଜିଏମ୍‌ ବୈଠକ ପୂର୍ବରୁ ଦେଲେ ଇସ୍ତଫାନୋଏଲ୍‌ ଟା...
12/08/2026

#👎 #ଟାଟା_ସନ୍ସ_ଅଧ୍ୟକ୍ଷଙ୍କ_ଇସ୍ତଫା!
ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କ ଇସ୍ତଫା,
#ଏଜିଏମ୍‌ ବୈଠକ ପୂର୍ବରୁ ଦେଲେ ଇସ୍ତଫା
ନୋଏଲ୍‌ ଟାଟାଙ୍କ ସହ ବିବାଦ ଲାଗି ରହିଥିଲା
୨୦୧୭ରୁ ସେ ଚେୟାରମ୍ୟାନ ପଦରେ ଥିଲେ
ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ
ଇସ୍ତଫା ପରେ ଖସିଲା ଟାଟା ସନ୍ସର ସେୟାର ମାର୍କେଟ

Alert! 🚨!ସାବଧାନ ! ମୋଡିଫାଏଡ୍ ସାଇଲେନ୍ସର ଲଗାଇଛନ୍ତି କି ?                            #
12/08/2026

Alert! 🚨!
ସାବଧାନ ! ମୋଡିଫାଏଡ୍ ସାଇଲେନ୍ସର ଲଗାଇଛନ୍ତି କି ?
#

 #ଚାକିରିଆ_ବହୁ_ମୋର_ଦରକାର_ନାହିଁ!ବାଲେଶ୍ୱର ଜିଲ୍ଲା ସହଦେଵଖୁଣ୍ଟ ଥାନା ଅନ୍ତର୍ଗତ ରାଣୀପାଟଣା ଅଞ୍ଚଳରେ ଏକ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚ...
12/08/2026

#ଚାକିରିଆ_ବହୁ_ମୋର_ଦରକାର_ନାହିଁ!
ବାଲେଶ୍ୱର ଜିଲ୍ଲା ସହଦେଵଖୁଣ୍ଟ ଥାନା ଅନ୍ତର୍ଗତ ରାଣୀପାଟଣା ଅଞ୍ଚଳରେ ଏକ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।
ଅଭିଯୋଗ ଅନୁସାରେ, ଶାଶୁ ଓ ବହୂଙ୍କ ମଧ୍ୟରେ ଦୀର୍ଘଦିନ ଧରି ପାରିବାରିକ କଳହ ଲାଗି ରହିଥିଲା। ଏହି ବିବାଦ ଗୁରୁତର ରୂପ ନେବା ପରେ ବହୂଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦିଆଯାଇନଥିବା ଅଭିଯୋଗ ହୋଇଛି।
ଫଳରେ ବହୂ ସାରା ରାତି ଘରର ମୁଖ୍ୟ ଗେଟ୍ ବାହାରେ ବସି ରହିଥିଲେ। ସେପଟେ ଶାଶୁ ଘରର ଚାବି ପକାଇ ଭିତରେ ଶୋଇଥିବା କୁହାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ପାରିବାରିକ ବିବାଦର ପ୍ରକୃତ କାରଣ କଣ ଏବଂ ଉଭୟ ପକ୍ଷର ଅଭିଯୋଗ କଣ, ସେନେଇ ତଦନ୍ତ ଜାରି ରହିଛି। ପୋଲିସ ପକ୍ଷରୁ ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି।
ଏହି ଘଟଣା ସମ୍ପର୍କରେ ଉଭୟ ପକ୍ଷର ମତାମତ ଏବଂ ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।
Channel odisha !India #

 #ଆଠଗଡ଼!ଉପଖଣ୍ଡ_ପାଇଁ_ଗର୍ବର_ମୁହୂର୍ତ୍ତ। ନରସିଂହପୁର ମାଟିର  ସୁଯୋଗ୍ୟ ସନ୍ତାନ ଶ୍ରୀଯୁକ୍ତ ସଞ୍ଜୀବ ପଣ୍ଡା ନୂତନ ପୋଲିସ ମହାନିର୍ଦ୍ଦେଶକ (DG...
12/08/2026

#ଆଠଗଡ଼!ଉପଖଣ୍ଡ_ପାଇଁ_ଗର୍ବର_ମୁହୂର୍ତ୍ତ। ନରସିଂହପୁର ମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀଯୁକ୍ତ ସଞ୍ଜୀବ ପଣ୍ଡା ନୂତନ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ତାଙ୍କର ଦୀର୍ଘ ଅଭିଜ୍ଞତା, ସଚ୍ଚୋଟ କାର୍ଯ୍ୟଶୈଳୀ ଏବଂ ଜନସେବା ପ୍ରତି ନିଷ୍ଠା ତାଙ୍କୁ ଏହି ସମ୍ମାନଜନକ ପଦବୀରେ ଅଧିଷ୍ଠିତ କରିଛି।
ଏହି ସଫଳତା କେବଳ ନରସିଂହପୁର କିମ୍ବା ଆଠଗଡ଼ ଉପଖଣ୍ଡର ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।
ନୂତନ ଦାୟିତ୍ୱ ପାଇଁ ଶ୍ରୀଯୁକ୍ତ ସଞ୍ଜୀବ ପଣ୍ଡାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା। ତାଙ୍କ ନେତୃତ୍ୱରେ ଓଡ଼ିଶା ପୋଲିସ ଆହୁରି ସୁଦୃଢ଼ ଓ ଜନମୁଖୀ ହେଉ—ଏହା ଆମର କାମନା।
Channel odisha

,, 👎ଓଲଟିଲା_ଶ୍ରମିକ_ଭର୍ତ୍ତି_ପିକଅପ_ଭେନ । ଜଳେଶ୍ୱର ଥାନା 57 ନମ୍ବର ରାଜ୍ୟ ରାଜପଥ ର ତଳବଣିଆ ଠାରେ ଓଲଟିଲା ଶ୍ରମିକ ଭର୍ତ୍ତି ପିକ ଅପ ଭେନ ।...
12/08/2026

,, 👎ଓଲଟିଲା_ଶ୍ରମିକ_ଭର୍ତ୍ତି_ପିକଅପ_ଭେନ ।
ଜଳେଶ୍ୱର ଥାନା 57 ନମ୍ବର ରାଜ୍ୟ ରାଜପଥ ର ତଳବଣିଆ ଠାରେ ଓଲଟିଲା ଶ୍ରମିକ ଭର୍ତ୍ତି ପିକ ଅପ ଭେନ । ଆଠ ଗୁରୁତରହେଇ ଥିବାବେଳେ ସମସ୍ତ ଙ୍କୁ ଜଳେଶ୍ୱର ଜି କେ ଭୋଟର ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ଦୁଇଜଣଙ୍କ ଅବସ୍ଥା ସଂକଟପନ୍ନ । ବିଲ କାମ ସାରି ଫେରୁଥିବା ବେଳେ ଦୁର୍ଘଟଣା । channel odisha

 #ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା #ବାଲେଶ୍ଵର, ୧୧/୮ "ବେଟି ବଚାଓ ବେଟି ପଢ଼ାଓ" ଯୋଜନା ସମ୍ପର୍କିତ ଜିଲ୍ଲାସ୍ତରୀୟ ଏକ ଦିବସୀୟ ଦକ୍ଷତ...
12/08/2026

#ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା #
ବାଲେଶ୍ଵର, ୧୧/୮ "ବେଟି ବଚାଓ ବେଟି ପଢ଼ାଓ" ଯୋଜନା ସମ୍ପର୍କିତ ଜିଲ୍ଲାସ୍ତରୀୟ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଜିଲ୍ଲାପାଳଙ୍କ ଅଡିଟୋରିୟମ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ନାରୀ ସଶକ୍ତିକରଣ ଓ କିଶୋରୀ ବାଳିକାମାନଙ୍କ ସୁରକ୍ଷିତ ଭବିଷ୍ୟତ ଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ମିଳିତ ପଦକ୍ଷେପକୁ ସ୍ୱାଗତ ଜଣାଇ ଥିଲେ। କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରୋଟେକ୍ସନ କମ୍ ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଯୁଥିକାରାଣୀ ରାୟ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଗିରିବାଲା ମହନ୍ତ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପ୍ରଶିକ୍ଷକ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଓକିଲ ଅମ୍ବୁଜା ଦାସ, ପ୍ରଶିକ୍ଷକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିବ୍ୟଜ୍ୟୋତି ଦାସ, ପ୍ରଶିକ୍ଷକ ଲିଡ୍ ବ୍ୟାଙ୍କ୍ ଅଧିକାରୀ ମୋହିତ କୁମାର ସା ପ୍ରମୁଖ ମଞ୍ଚାସୀନ ହୋଇ କିଶୋରୀ ବାଳିକା ମାନଙ୍କର ଉଜ୍ଜ୍ୱଳ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ବିଭିନ୍ନ ପ୍ରକାରର ଦକ୍ଷତା ବିକାଶର ଆବଶ୍ୟକତା ରହିଛି ବୋଲି ଦର୍ଶାଇଥିଲେ।ଭଲ ସୂଚନା ଗୁଡ଼ିକ ନିଜେ ଜାଣିବା ସହିତ ଅନ୍ୟ ମାନଙ୍କୁ ଜଣାଇବା ଆବଶ୍ୟକ ବୋଲି କିଶୋରୀ ବାଳିକାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାରେ ଆଇନ, ପୋଲିସ ବ୍ୟାଙ୍କ୍ ସଂସ୍ଥାରୁ ଉପସ୍ଥିତ ଥିବା ୩ଜଣ ପ୍ରଶିକ୍ଷକଙ୍କ ଦ୍ଵାରା ମୌଳିକ କମ୍ପ୍ୟୁଟର ଶିକ୍ଷା, ଇଣ୍ଟରନେଟ ବ୍ୟବହାର, ଇମେଲ ସେଟ୍ଅପ୍, ସୁରକ୍ଷିତ ଡିଜିଟାଲ ଅଭ୍ୟାସ, ପ୍ରଭାବଶାଳୀ ଯୋଗାଯୋଗ ଦକ୍ଷତା, ଦଳଗତ କାର୍ଯ୍ୟ ଓ ବୃତ୍ତିଗତ ଶିଷ୍ଟାଚାର, ବୃତ୍ତିଗତ ଦକ୍ଷତା, ଉନ୍ନତ କୌଶଳ ସହିତ ବ୍ୟବହାରିକ ତାଲିମ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କିଶୋରୀ ବାଳିକାମାନଙ୍କୁ ଅଧିକ ଉତ୍ସାହିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଜଣ ଚାମ୍ପିଅନ କିଶୋରୀ ମାନଙ୍କୁ ନଗଦ ଅର୍ଥ ରାଶି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। କର୍ମଶାଳାକୁ ଅଧିକ ସାରସ୍ୱତ କରିବା ନିମନ୍ତେ ଜିଲ୍ଲାର ସମସ୍ତ ଶିଶୁ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଶିକ୍ଷକ/ଶିକ୍ଷିକା, ପ୍ରାୟ ୭୦ ଜଣରୁ ଉର୍ଦ୍ଧ କିଶୋରୀ ବାଳିକା, PRI ସଭ୍ୟ/ସଭ୍ୟା, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ଜିଲ୍ଲା ମହିଳା ସଶକ୍ତିକରଣ କାର୍ଯ୍ୟଳୟର କର୍ମକର୍ତ୍ତାଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ସକ୍ରିୟ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ। ସମାଜ ମଙ୍ଗଳ କାର୍ଯ୍ୟାଳୟର ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ(ମମତା) ବାମଦେବ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ମହିଳା ସଶକ୍ତିକରଣ କାର୍ଯ୍ୟଳୟର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପାଳ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରି କର୍ମଶାଳାକୁ ଉଦଯାପନ କରିଥିଲେ।
channelodisha #

 #ସହଦେବଖୁଣ୍ଟା ପୋଲିସ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟରସାଇକେଲ ଚୋରି, କ୍ରୟ, ଲୁଚାଇବା ଏବଂ ନଷ୍ଟ କରିବାରେ...
12/08/2026

#ସହଦେବଖୁଣ୍ଟା ପୋଲିସ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟରସାଇକେଲ ଚୋରି, କ୍ରୟ, ଲୁଚାଇବା ଏବଂ ନଷ୍ଟ କରିବାରେ ଜଡିତ ଏକ ସନ୍ଦିଗ୍ଧ ନେଟୱାର୍କକୁ ଚିହ୍ନଟ କରିଛି। ୯ଟି ମୋଟର ସାଇକେଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ୍ କରିଛି।
channel odisha # balasore !

 #ଜାଲରେ_ପଡ଼ିଲା_କୁଇଣ୍ଟାଲ_କୁଇଣ୍ଟାଲ_ଇଲିସି👎 ମାଛର ରାଜା ଭାବେ ପରିଚିତ ଇଲିଶି ମାଛରେ ଏବେ ସରଗରମ ହୋଇଉଠିଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମାର ଦିଘ...
11/08/2026

#ଜାଲରେ_ପଡ଼ିଲା_କୁଇଣ୍ଟାଲ_କୁଇଣ୍ଟାଲ_ଇଲିସି

👎 ମାଛର ରାଜା ଭାବେ ପରିଚିତ ଇଲିଶି ମାଛରେ ଏବେ ସରଗରମ ହୋଇଉଠିଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମାର ଦିଘା ମୁହାଣ। ଆଜି ଦିଘା ମତ୍ସ୍ୟ ଅବତରଣ କେନ୍ଦ୍ରରେ ୩୦ ଟନ୍‌ରୁ ଅଧିକ ଇଲିଶି ମାଛ ଆମଦାନୀ ହୋଇଥିବା ଜଣାପଡ଼ିଛି। ଦୀର୍ଘ ଦିନ ପରେ ଏତେ ପରିମାଣର ଇଲିଶି ଧରାପଡ଼ିଥିବାରୁ ଟ୍ରଲର ମାଲିକ, ମତ୍ସ୍ୟଜୀବୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି।
ବଜାରରେ ମାଛର ଆକାର ଓ ଓଜନ ଅନୁସାରେ ପ୍ରତି କିଲୋଗ୍ରାମ୍ ଇଲିଶିର ଦର ୬୦୦ ଟଙ୍କାରୁ ୧୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ବଡ଼ ଆକାରର ଇଲିଶି ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅଧିକ ଚାହିଦା ଦେଖାଯାଇଛି। ଏହି ବ୍ୟାପକ ଆମଦାନୀ ଫଳରେ ସ୍ଥାନୀୟ ବଜାର ସହ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଇଲିଶି ଯୋଗାଣ ଆରମ୍ଭ ହୋଇଛି। ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ, ଝିପିଝିପି ବର୍ଷା ଏବଂ ଅନୁକୂଳ ପାଗ ଯୋଗୁଁ ଗଭୀର ସମୁଦ୍ରରେ ଥିବା ଇଲିଶି ମାଛ କୂଳ ଆଡ଼କୁ ଆସିଥାଏ। ବିଶେଷକରି ନଦୀ ମୁହାଣରେ ମିଠା ପାଣି ସହ ସମୁଦ୍ରର ଲୁଣିଆ ପାଣି ମିଶୁଥିବା ସ୍ଥାନକୁ ଇଲିଶି ଅଣ୍ଡା ଦେବା ପାଇଁ ଆସୁଥିବାରୁ ଏହି ସମୟରେ ବହୁ ପରିମାଣର ମାଛ ଜାଲରେ ଧରାପଡ଼ୁଛି। ଦୀର୍ଘ ସମୟ ପରେ ଏପରି ବମ୍ପର ଧରଣ ହୋଇଥିବାରୁ ଟ୍ରଲର ମାଲିକମାନେ ଭଲ ଲାଭର ଆଶା କରୁଛନ୍ତି। ମତ୍ସ୍ୟଜୀବୀମାନେ ମଧ୍ୟ ଏହାକୁ ଚଳିତ ଋତୁର ସବୁଠାରୁ ଭଲ ଧରଣ ବୋଲି କହିଛନ୍ତି। ପାଗ ଏଭଳି ଅନୁକୂଳ ରହିଲେ ଆଗାମୀ କିଛି ଦିନ ମଧ୍ୟରେ ଆହୁରି ଅଧିକ ପରିମାଣର ଇଲିଶି ଧରାପଡ଼ିବ ବୋଲି ସେମାନଙ୍କ ଆଶା। ଇଲିଶିର ବ୍ୟାପକ ଆମଦାନୀ ଖବର ପରେ ଖାଦ୍ୟପ୍ରେମୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ିଛି। ଦୀର୍ଘ ଦିନ ପରେ ବଜାରରେ ପ୍ରଚୁର ପରିମାଣରେ ଇଲିଶି ମିଳୁଥିବାରୁ ଘରେ ଘରେ ଇଲିଶିର ସ୍ୱାଦ ଚାଖିବାକୁ ଲୋକେ ଅପେକ୍ଷା କରୁଛନ୍ତି!
channel odisha

 #ତଳେ_ବସିଲେ_ସାମ୍ବାଦିକ_ସାମ୍ବାଦିକା ସାମ୍ବାଦିକଙ୍କୁ ବସିବା ପାଇଁ ଦେଲେ ନାହିଁ ତେଣୁ ବାଧ୍ୟ ହୋଇ ତଳେ ବସିଲେ । ବନ୍ୟା ଅଞ୍ଚଳ ବୁଲିବା ପରେ ଉ...
08/08/2026

#ତଳେ_ବସିଲେ_ସାମ୍ବାଦିକ_ସାମ୍ବାଦିକା
ସାମ୍ବାଦିକଙ୍କୁ ବସିବା ପାଇଁ ଦେଲେ ନାହିଁ ତେଣୁ ବାଧ୍ୟ ହୋଇ ତଳେ ବସିଲେ । ବନ୍ୟା ଅଞ୍ଚଳ ବୁଲିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ମ୍ୟାଡ଼ାମ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସାମ୍ବାଦିକ ମାନଙ୍କ ପାଇଁ କିଛି ବ୍ୟବସ୍ଥା କରି ନଥିଲେ । ସାମ୍ବାଦିକ ମାନେ ତଳେ ବସିବା ପରେ ଚେୟାର ଆଣି ପରେ ଦେଇଥିଲେ ।
Channel Odisha

 #ନବୀନ୍_ଙ୍କୁ_ଭେଟିଲେ_ଇଣ୍ଡିଆନ ଆଇଡୋଲ ବିଜେତା ଜ୍ୟୋତିର୍ମୟୀ Leader of opposition Sri Naveen Patnaik  felicitating Jyotirmoyee N...
31/07/2026

#ନବୀନ୍_ଙ୍କୁ_ଭେଟିଲେ_ଇଣ୍ଡିଆନ ଆଇଡୋଲ ବିଜେତା ଜ୍ୟୋତିର୍ମୟୀ
Leader of opposition Sri Naveen Patnaik felicitating Jyotirmoyee Nayak, winner of indian idol season 16,at Naveen Nivas.

Address

Balasore
756003

Website

Alerts

Be the first to know and let us send you an email when Awaz Channel Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share