Utkal plus News

Utkal plus News ଅସହାୟର ସ୍ୱର...... ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ....

10/08/2026

powerful 7.4-magnitude earthquake struck San José del Palmar, Chocó, Colombia 🇨🇴 (10.08.2026)କଲୋମ୍ବିଆର ଚୋକୋ ସ୍ଥିତ ସାନ ଜୋସେ ଡେଲ୍ ପାଲମାର୍‌ରେ ଏକ ଶକ୍ତିଶାଳୀ ୭.୪ ତୀବ୍ରତାର ଭୂକମ୍ପ ହୋଇଛି 🇨🇴 (୧୦.୦୮.୨୦୨୬) Utkal plus News

06/08/2026

ରାଜନଗର ପ୍ରାଥମିକ କୃଷି ସମବାୟ ସମିତିର ନିଲମ୍ବନ ସମ୍ପାଦକ ଜ୍ଞାନ ରଞ୍ଜନ ନାୟକ ଗତ ଜୁନ ଜୁନ ମାସ ୨୪ ତାରିଖରେ ସୋସାଇଟିର ବ୍ୟାପକ ଦୁର୍ନୀତି ଓ ଖାତାଖତିଆନ ତ୍ରୁଟି ଯୋଗୁଁ ଏଆରସିଏସ ଯୋଗେନ୍ଦ୍ର ନାଥ ବିଶ୍ୱାଳ ତାଙ୍କୁ ନିଲମ୍ବନ କରି ତାଙ୍କ ସ୍ଥାନରେ ଭାଟପଡା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ନୀଳମଣି ପ୍ରଧାନ ଙ୍କୁ ରାଜନଗର ସୋସାଇଟିର ଦାୟିତ୍ୱ ନେବା ପାଇଁ ଅର୍ଡର ଜାରି କରିଥିଲେ କିନ୍ତୁ ଦୁଃଖ ଓ ପରୀତାପ ର ବିଷୟ ରାଜନଗର ସୋସାଇଟି ବୋର୍ଡ ସଭାପତି ଦଧି ବାମନ ଭୂୟାଁ ନୀଳମଣି ପ୍ରଧାନ ଙ୍କୁ ରାଜନଗର ସୋସାଇଟି ଦାୟିତ୍ୱ ନେବାକୁ ଦେଲେ ନାହିଁ, ଫଳରେ ବିଳମ୍ବ ହେବାରୁ ଚାଷୀ ସାର କିମ୍ବା ଇନ୍ସୁରାନ୍ସ ର ସେବା ପାଇପାରିଲେ ନାହିଁ। ଏହାକୁ ନେଇ ସମସ୍ତ ଘଟଣାର ବିଷୟବସ୍ତୁ ଅନୁଯାଇ ଜିଲ୍ଲାପାଳ ଓ ସାଂସଦ ବୈଜୟନ୍ତ ପଣ୍ଡା ଙ୍କ ଦ୍ୱାରସ୍ତ ହୋଇଥିଲେ। ଜିଲ୍ଲାପାଳ ଓ ସାଂସଦ ବୈଜୟନ୍ତ ପଣ୍ଡା ଚାଷୀ ଙ୍କ ଦୁଃଖ ବୁଝି ରାଜନଗର ସୋସାଇଟିରେ ନୂତନ ସମ୍ପାଦକ ଦାୟିତ୍ୱ କାହାକୁ ଦେବାକୁ ଡିଆରସିଏସ ଙ୍କ ପକ୍ଷରୁ ସୋସାଇଟି କୁ ଚିଠି କରିଥିଲେ କିନ୍ତୁ ତାହା ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା କାହାକୁ ରାଜନଗରର ଦାୟିତ୍ୱ ମିଳିନଥିଲା, ଥା ଥା ମେ ମେ ରେ ଗତକାଲି ରାଜନଗର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର କର୍ମଚାରୀ ବିକାଶ ପ୍ରଶାଦ ସିଂ ଙ୍କୁ ଡିଆରସିସି ଙ୍କ ଚିଠି ସଂଖ୍ୟା ୧୫୧୦ ଅନୁଯାଇ ରାଜନଗର ସୋସାଇଟିର ଆଡିଶନାଲ ସମ୍ପାଦକ ରୂପେ ବୋର୍ଡ ସଭାପତି ଦଧି ବାମନ ଭୂୟାଁ ଦସ୍ତଖତ ଦେଇ ସ୍ୱୀକୃତ ଦେଇଛନ୍ତି। ଏହାପରେ ବ୍ୟାଙ୍କ କର୍ମଚାରୀ ବିକାଶ ପ୍ରସାଦ ସିଂ ରାଜନଗର ସୋସାଇଟିରେ ସମ୍ପାଦକ ରୂପେ ନିଯୁକ୍ତ ହେବା ପରେ ଚାଷୀଙ୍କ ମଧ୍ୟରେ ଖୁସି ସହିତ ଭୀଷଣ ରାଗ ଦେଖିବାକୁ ମିଳିଛି। ଚାଷୀଙ୍କ ଅଭିଯୋଗ ଅନୁଯାଇ ଜ୍ଞାନ ରଞ୍ଜନ ନାୟକ ନିଲମ୍ବନ ହେବା ପରେ ତାଙ୍କୁ ସୁରକ୍ଷା ଦେବା ପାଇଁ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ, ନୀଳମଣି ପ୍ରଧାନ ଙ୍କ ସମେତ ଅନ୍ୟ ସୋସାଇଟି ସମ୍ପାଦକ, ବ୍ୟାଙ୍କ ମ୍ୟାନେଜର ବିଶ୍ୱ ପ୍ରକାଶ ସାମଲ ଏବଂ ରାଜନଗର ବୋର୍ଡ ସଭାପତି ଦଧି ବାମନ ଭୂୟାଁ ଙ୍କୁ ନିର୍ଦ୍ଧେଶ ଦେଇଥିଲେ ଯେ କେହି ବି ଜ୍ଞାନ ବ୍ୟତୀତ ରାଜନଗର ସୋସାଇଟିର ଦାୟିତ୍ୱ ନେବେ ନାହିଁ. ଜ୍ଞାନ ରଞ୍ଜନ ତ୍ରୁଟି ଥିବା କାଗଜ ପତ୍ର କୁ ଠିକ କରିବା ପାଇଁ ବ୍ୟାଙ୍କ ମ୍ୟାନେଜର ଓ ନୀଳମଣି ପ୍ରଧାନ ଓ ଅନ୍ୟ ସୋସାଇଟି ସମ୍ପାଦକ ଙ୍କୁ କହିଥିଲେ, ସେମାନେ ମଧ୍ୟ ସମସ୍ତ କାଗଜ ପତ୍ର ଠିକ କରି ଜ୍ଞାନ ରଞ୍ଜନ ଙ୍କୁ ପୁନର୍ବାର ରାଜନଗର ସୋସାଇଟିରେ ରଖବାକୁ ବ୍ୟବସ୍ଥା ସାରିଥିଲା କିନ୍ତୁ ଚାଷୀ ମାନଙ୍କ ଅଭିଯୋଗ ପତ୍ର ବଳରେ ଡିଆରସିସି ଙ୍କ ଚିଠିରେ ବ୍ୟାଙ୍କ କର୍ମଚାରୀ ବିକାଶ ପ୍ରସାଦ ସିଂ ରାଜନଗର ସୋସାଇଟିର ଦାୟିତ୍ୱ ନେଲେ। ହେଲେ ବ୍ୟାଙ୍କ ମ୍ୟାନେଜର ବିକାଶ ପ୍ରସାଦ ସିଂ ରାଜନଗର ସୋସାଇଟି ଦାୟିତ୍ୱ ନେବା ପଛରେ ବିଧାୟକ ଧ୍ରୁବ ଚରଣ ସାହୁ ଓ ବ୍ୟାଙ୍କ ମ୍ୟାନେଜର ଏବଂ ନିର୍ଦ୍ଧିଷ୍ଟ ସୋସାଇଟି ସମ୍ପାଦକ ଗୋଷ୍ଠୀ ବଡ଼ ଯୋଜନା କରିଛନ୍ତି। ବ୍ୟାଙ୍କ କର୍ମଚାରୀ ଙ୍କୁ ଆଗରେ ରଖି ନିଲମ୍ବନ ସମ୍ପାଦକ ଜ୍ଞାନ ରଞ୍ଜନ ଙ୍କ ଦ୍ୱାରା ରାଜନଗର ସୋସାଇଟିରେ କାର୍ଯ୍ୟ ଜାରି ରଖିବା ପାଇଁ କିନ୍ତୁ ଏହାକୁ ଚାଷୀ ତୀବ୍ର ବିରୋଧ କରି ଗତକାଲି ରାଜନଗର ସୋସାଇଟି ସମ୍ମୁଖରେ ବିଧାୟକ ଧ୍ରୁବ ସାହୁ ଓ ନିଲମ୍ବିତ ସମ୍ପାଦକ ଜ୍ଞାନ ରଞ୍ଜନ ନାୟକ ଙ୍କୁ କଢ଼ା ଚେତାବନୀ ଦେଇଛନ୍ତି ଯଦି କୌଣସି ପରିସ୍ଥିତିରେ ଜ୍ଞାନ ରଞ୍ଜନ ନାୟକ ରାଜନଗର ସୋସାଇଟିରେ ପାଦ ଦିଅନ୍ତି ତେବେ ଚାଷୀ କହିଛନ୍ତି ବିରାଟ ଆନ୍ଦୋଳନ ସହିତ ରାଜନଗର ସୋସାଇଟିରେ ସବୁଦିନ ପାଇଁ ତାଲା ଝୁଲେଇବେ। ଅନ୍ୟ ପଟେ ବିଧାୟକଙ୍କୁ ଟାର୍ଗେଟ କରି ଚାଷୀ କହିଛନ୍ତି ଆଗାମୀ ପଞ୍ଚାୟତ ନିର୍ବାଚନରେ ଚାଷୀ ମାନଙ୍କ ପ୍ରତି ଅନ୍ୟାୟ କରିଥିବା ବିଧାୟକ ଧ୍ରୁବ ସାହୁ ଙ୍କ ବିରୋଧରେ ବଡ଼ ପ୍ରଚାର କରି ଉଚିତ ଜବାବ ଦେବେ ବୋଲି।

05/08/2026

୫ କୁଇଣ୍ଟାଲ ପୂର୍ତ୍ତ ବିଭାଗର ସାଇନ ବୋର୍ଡ ତଳକୁ ଖସିଲା।
ଅଳ୍ପକେ ବର୍ତ୍ତିଗଲେ ବାଇକ ଆରୋହୀ।

ରାଜନଗର ବ୍ଲକ ବିଭିନ୍ନ ରାସ୍ତାର ପ୍ରମୁଖ ସ୍ଥାନରେ ଲାଗିଥିବା ପୂର୍ତ୍ତ ବିଭାଗର ଓଭୋର ହେଡ଼ ସାଇନ ବୋର୍ଡ ଯାହା ବିଭିନ୍ନ ଗାଁ ରାସ୍ତାର କିଲୋମିଟର ଦର୍ଶାଇ ଥାଏ ତାହା ଏବେ ସାଧାରଣ ଲୋକଙ୍କ ପାଇଁ ଯମ ସାଜିଛି। ଦୀର୍ଘ ଦିନ ଧରି ଲାଗି ରହିଥିବା ଏହି ଲୁହାର ସାଇନ ବୋର୍ଡ ଖରା ବର୍ଷା ଖାଇ କଳଙ୍କି ଲାଗି ଦୁର୍ବଳ ହୋଇପଡିଛି ଯେଉଁଥିପାଇଁ ତାହା ଏବେ ତଳକୁ ଖସି ଲୋକଙ୍କ ଜୀବନ ନେବାକୁ ବସିଛି। ଘଟଣା ଯୋଗ୍ୟ ଗତକାଲି ସକାଳ ସମୟରେ ତାଳଚୁଆ ଘାଟ ନିକଟରେ ଲାଗିଥିବା ୫ କୁଇଣ୍ଟାଲର ଉର୍ଦ୍ଧ ପୂର୍ତ୍ତ ବିଭାଗର ଲୁହା ଓଭୋର ହେଡ଼ ସାଇନ ବୋର୍ଡ ହଟାତ ତଳକୁ ଖସିପଡିବାରୁ ସେହି ରାସ୍ତା ଦେଇ ତାଳଚୁଆ କୁ ଆସୁଥିବା ବାଇକ ଆରୋହୀ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ଯଦି ଉକ୍ତ ୫ କୁଇଣ୍ଟାଲ ଲୁହାର ସାଇନ ବୋର୍ଡ ବାଇକ ଆରୋହୀଙ୍କ ବାଇକ ଆଗରେ ନ ପଡି ବାଇକ ଉପରେ ପଡିଥାନ୍ତା ତେବେ କଣ ଅବସ୍ଥା ହୋଇଥାନ୍ତା ତାହା ବା କିଏ କଳ୍ପନା କରିପାରିଥାନ୍ତା। ତେବେ ପୂର୍ତ୍ତ ବିଭାଗର ଏଭଳି ଖାମ ଖିଆଲ କାମ ସମସ୍ତଙ୍କୁ ସ୍ତବ୍ଧ କରିଛି। ଏତେ ଦିନର ସାଇନ ବୋର୍ଡ କୁ ପୂର୍ତ୍ତ ବିଭାଗର ଅଧିକାରୀ ଦେଖିବା କଥା କାରଣ ରାଜନଗର ତାଳଚୁଆ ଅଞ୍ଚଳ ଏକ ଲୁଣା ଅଞ୍ଚଳ ସେଠାରେ ଏହି ଓଭୋର ହେଡ଼ ସାଇନ ର ସ୍ଥିତି କେମିତି ଅଛି ଓ ତାହା ବାହାର କରିବାର ଆବଶ୍ୟକତା ରହିଛି ନା ନୂଆ ଲାଗିବା କଥା କିନ୍ତୁ ତାହା ବିଭାଗ ପକ୍ଷରୁ ଦେଖା ଯାଇନି, ଯଦି ସେହି ବାଇକ ଆରୋହୀ ଙ୍କ ଜୀବନ ଏହି ସାଇନ ବୋର୍ଡ ପାଇଁ ଯାଇଥାନ୍ତା ତେବେ ତାହାର ଦୋଷ କାହା ଉପରେ ହୋଇଥାନ୍ତା, ବିଭାଗ ଉପରେ ନା ଦଇବ ଉପରେ ତାହା ସମସ୍ତଙ୍କ ପ୍ରଶ୍ନ। ଖାଲି ଏହି ବୋର୍ଡ କଥା ନୁହେଁ ଆହୁରି ଅନେକ ବୋର୍ଡ ରାଜନଗର ର ପ୍ରମୁଖ ରାସ୍ତା ଗୁଡିକରେ ରହିଛି ଯାହା ପୂର୍ତ୍ତ ବିଭାଗର ଅଧିକାରୀ ପୂର୍ଣ୍ଣ ଯାଞ୍ଚ କରିବାର ଆବଶ୍ୟକତା ରହିଛି,ନଚେତ ଏହି ଓଭୋର ହେଡ଼ ସାଇନ ବୋର୍ଡ ଆଗକୁ ଯମ ସାଜି କାହାର ଜୀବନ ନନେବ ତାହା ବା କିଏ କହିପାରିବ

ଉତ୍କଳ ମାଟି ର ଖବର..... ଉତ୍କଳ ପ୍ଲସ ନ୍ୟୁଜ ର ପ୍ରତିଶୃତି....ଅସହାୟ ର ସ୍ୱର... ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ Utkal plus News
03/08/2026

ଉତ୍କଳ ମାଟି ର ଖବର..... ଉତ୍କଳ ପ୍ଲସ ନ୍ୟୁଜ ର ପ୍ରତିଶୃତି....
ଅସହାୟ ର ସ୍ୱର... ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ Utkal plus News

କିଛି ବର୍ଷ ପୂର୍ବେ  ବିରୂପା ନଦୀରେ ପ୍ରବଳ ବନ୍ୟା ଯୋଗୁଁ ଘାଇ ସୃଷ୍ଟି ହୋଇ ପାଟକୁରା ନିର୍ବାଚନ ମଣ୍ଡଳୀର ବେଣୀପୁର ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହ...
02/08/2026

କିଛି ବର୍ଷ ପୂର୍ବେ ବିରୂପା ନଦୀରେ ପ୍ରବଳ ବନ୍ୟା ଯୋଗୁଁ ଘାଇ ସୃଷ୍ଟି ହୋଇ ପାଟକୁରା ନିର୍ବାଚନ ମଣ୍ଡଳୀର ବେଣୀପୁର ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହେବା ସହ ଅତି ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା... ଚଳିତ ବନ୍ୟା ସମୟରେ ସେହି ଘାଇ ହୋଇଥିବା ନଦୀବନ୍ଧକୁ ଯାଇ ତଦାରଖ କରିବା ସହ କୌଣସି ବି ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି Tejeswar Parida
Utkal plus News

02/08/2026

ବନ୍ୟା ପୀଡ଼ିତ ପରିବାରଙ୍କୁ ଭେଟିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ସେମାନଙ୍କ ପାଇଁ ଯଥାଶୀଘ୍ର ଥଇଥାନ ର ବ୍ୟବସ୍ଥା ପାଇଁ ଦେଲେ କଡ଼ା ନିର୍ଦ୍ଦେଶ

ଲଗାଣ ବର୍ଷା ଯୋଗୁଁ ବନ୍ୟା ପାଣିରେ ପ୍ରଭାବିତ ହୋଇଥିବା ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ କୁ ଲଗାତାର ୨ ଦିନ ଧରି ବାଲେଶ୍ୱର ଜିଲ୍ଲାର ରେମୁଣା, ନୀଳଗିରି ପରିଦର୍ଶନ ରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଆଜି ବାହାନଗା ବ୍ଲକ ର ବିଭିନ୍ନ ଅଞ୍ଚଳ ମାଣକାହାଣୀ, ପଣପଣା କୁ ଯାଇ ବନ୍ୟା ପୀଡ଼ିତ ପରିବାରଙ୍କୁ ଭେଟି ସେମାନଙ୍କ ସମସ୍ୟା କୁ ପଚାରି ବୁଝିବା ପରେ ତାଙ୍କ ସହ ପରିଦର୍ଶନ ପାଇଁ ଯାଇଥିବା ବାହାନଗା ବ୍ଲକ୍ ତହସିଲଦାର, ବିଡିଓ ଙ୍କୁ ସେମାନଙ୍କ ସମସ୍ୟା ର ସମାଧାନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଏବଂ ପଣପଣା ରେଳ ଫାଟକ ସମ୍ମୁଖରେ ବନ୍ୟା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ ଯୋଉଥି ପାଇଁ ଅନ୍ୟ ପଟେ ବ୍ୟାରିକେଡ଼ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ସେଥିପାଇଁ ରେଳ ବିଭାଗ କୁ ଅବଗତି କରାଇଥିଲେ

02/08/2026

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଥାନା ଅଞ୍ଚଳରେ ରବିବାର ଏକ ବେସରକାରୀ ଘର ନିର୍ମାଣ କାମ ଚାଲିଥିବାବେଳେ ବିଜୁଳି ଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ରେମୁଣା ବ୍ଲକ ତାଳପଦା ଗ୍ରାମର ପ୍ରଶାନ୍ତ ମଲ୍ଲିକ। ଆହତ ଦୁଇଜଣ ହେଲେ ତାଳପଦା ଗ୍ରାମର ଡ଼ମ୍ବୁରୁ ମଲ୍ଲିକ ଏବଂ ଷଠୀ ଗ୍ରାମର ବିଜୟ ଲେଙ୍କା। ଘର ନିର୍ମାଣ କାମ କରୁଥିବା ସମୟରେ ହଠାତ୍ ବିଜୁଳି ଘାତ ଲାଗି ତିନିଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଥମେ ଗୋପାଳପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଡ଼ମ୍ବୁରୁ ମଲ୍ଲିକ ଓ ବିଜୟ ଲେଙ୍କାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଉତ୍କଳ ପ୍ଲସ ପରିବାର ତରଫ ରୁ ଆପଣ ମାନଙ୍କୁ ବନ୍ଧୁତ୍ୱ ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା! Utkal plus News
02/08/2026

ଉତ୍କଳ ପ୍ଲସ ପରିବାର ତରଫ ରୁ ଆପଣ ମାନଙ୍କୁ ବନ୍ଧୁତ୍ୱ ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା! Utkal plus News



01/08/2026

ଦୀର୍ଘ ତିନିମାସ ପରେ ଖୋଲିଲା ପ୍ରକୃତିର ରାଣୀ ଭିତରକନିକା ।

କୁମ୍ଭୀର ପ୍ରଜନନ କାର୍ଯ୍ୟ ପାଇଁ ମେ - ୧ ରୁ ଜୁଲାଇ -୩୧ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ଭିତରକନିକା ବନ୍ଦ ରହିଥିଲା। ଅଗଷ୍ଟ ପହିଲାରେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ପରେ ପର୍ଯ୍ୟଟକ ଙ୍କ ଭିଡ ଜମିଛି ଭିତରକନିକାରେ। ପର୍ଯ୍ୟଟକଙ୍କୁ ସ୍ୱାଗତ ପାଇଁ ବନ ବିଭାଗ ପକ୍ଷରୁ ଭିତରକନିକା ମୁଖ୍ୟ ଗେଟ ଓ ଖୋଳା,ଗୁପ୍ତି ଓ ଚାନ୍ଦବାଲିର ବୋଟିଂ ପଏଣ୍ଟରେ ବ୍ୟାପକ ବ୍ୟବସ୍ଥା କରାଯଇଥିଲା।ଗୁପ୍ତି ବୋଟିଂ ପୋଏଣ୍ଟ ରେ ପାରମ୍ପରିକ ଅନୁଯାଇ ପର୍ଯ୍ୟଟକ ମାନଙ୍କୁ ପୁଷ୍ପ ଗୁଚ୍ଛ, ଟିଫିନ ଓ ଚକଲେଟ ଦେଇ ବନ ବିଭାଗ ଭିତରକନିକା କୁ ସ୍ୱାଗତ କରିବା ସହିତ କୁମ୍ଭୀର ମାନଙ୍କ ଠାରୁ କିଭଳି ସୁରକ୍ଷିତ ରହି ଭିତରକନିକା କୁ ଉପଭୋଗ କରିବେ ସେ ନେଇ ପର୍ଯ୍ୟଟକଙ୍କୁ ସଚେତନ କରିଥିଲେ ରାଜନଗର ବନ ବିଭାଗ।
ରାଜନଗର ରୁ ପ୍ରଦିପ କୁମାର ପଣ୍ଡା ଙ୍କ ରିପର୍ଟ୍(ଉତ୍କଳ ପ୍ଲସ ନ୍ୟୁଜ)

01/08/2026

ଲଗାଣ ବର୍ଷା ଜନିତ ବନ୍ୟାରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ତାଳପଦା କଳମଗଡ଼ିଆ ପାହି ଅଞ୍ଚଳରେ ୪୦ ପରିବାର ନିଜ ବାସଗୃହ ସହ ସମସ୍ତ ଆସବାସ ପତ୍ର ହରାଇ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି

Address

Talakurunia, Gopal Pur, Baleshower
Balasore

Alerts

Be the first to know and let us send you an email when Utkal plus News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Utkal plus News:

Shortcuts

Share