02/10/2026
ରାଜନଗର ରେ ନିର୍ମାଣ ହେଉଛି ମା ତାରିଣୀ ଙ୍କ ବିଶାଳ ମନ୍ଦିର।
୮ କୋଟି ରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ ହୋଇଛି ମନ୍ଦିର।
୨୦୨୭ ମସିହା ଫେବୃଆରୀ ୨୮ ତାରିଖରେ ପ୍ରତିଷ୍ଠା ଦିବସ। Utkal plus News ରମ୍ୟ ରଞ୍ଜନ ସାହୁ
ପ୍ରଥମ କରି ଜଗତ ଜନନୀ ମା ତାରିଣୀ ଙ୍କ ବିଶାଳ ମନ୍ଦିର ନିର୍ମାଣ ହେଉଛି ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତ ଝିଙ୍କିରିଆ ଗାଁରେ, ମା ତାରିଣୀ ଦୀର୍ଘ ବର୍ଷ ଧରି ଝିଙ୍କିରିଆ ଗାଁରେ ଫଟ ପୂଜା ପାଇଆସୁଥିଲେ, ପ୍ରତ୍ୟେକ ବର୍ଷ ପଣା ସଂକ୍ରାନ୍ତିରେ ମା ଙ୍କ ପାଇଁ ଯଜ୍ଞ ଅନୁଷ୍ଠିତ ହେଉଥିଲା ଏହି ଗାଁରେ,ଯେଉଁ ଯଜ୍ଞ ଗାଁର ଆବାଳ ବୃଦ୍ଧା ଓ ବନିତା ସମସ୍ତେ ସାମିଲ ହେଉଥିଲେ। ଗାଁର ଯେଉଁ ଯୁବ ପିଢ଼ି ବାହାର ରାଜ୍ୟରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ସେମାନେ ମା ତାରିଣୀ ଙ୍କ ଶୁଭ ଯଜ୍ଞ କାର୍ଯ୍ୟରେ ସାମିଲ ହୋଇ ଆର୍ଥିକ ସହଯୋଗ ମଧ୍ୟ କରୁଥିଲେ କିନ୍ତୁ ମା ତାରିଣୀ ଙ୍କ ଅପାର କରୁଣାରୁ ଗାଁର ଆବାଳ, ବୃଦ୍ଧା ଓ ବନିତା ଏବଂ ବାହାର ରାଜ୍ୟରେ ରୋଜଗାର କରୁଥିବା ଯୁବକ ସମସ୍ତେ ମିଶି ଆର୍ଥିକ ସହାୟତାରେ ପାଖାପାଖି ୮ କୋଟିରୁ ଉର୍ଦ୍ଧ ଟଙ୍କାରେ ଝିଙ୍କିରିଆ ଗାଁ ମୁଣ୍ଡରେ ମା ତାରିଣୀ ଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ ହେଉଛି, ଯେଉଁ ନିର୍ମାଣ କାର୍ଯ୍ୟ ୨୦୨୪ ମସିହାରୁ ଆରମ୍ଭ ହୋଇ ଅତ୍ୟ ବଧି ଦୁଇ ବର୍ଷ ଧରି ଚାଲୁ ରହିଛି। ଏହି ନିର୍ମାଣ କାର୍ଯ୍ୟରେ ନୟାଗଡ଼ ଜିଲ୍ଲାର ୩୦ ଜଣ ମିସ୍ତ୍ରୀ ନିୟୋଜିତ ରହିଛନ୍ତି। ଗାଁ ଲୋକଙ୍କ କହିବା କଥା ଆଗାମୀ ୨୦୨୭ ମସିହା ଫେବୃଆରୀ ୨୮ ତାରିଖ ପଣା ସଂକ୍ରାନ୍ତି ସମୟରେ ପ୍ରତିଷ୍ଠା କରାଯିବ। ବୃହତ ଏରିଆରେ ନିର୍ମାଣ ହେଉଥିବା ଏହି ମନ୍ଦିରକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭକ୍ତ ଦଉଡି ଆସିବେ। ଅନ୍ୟ ପଟେ ମା ତାରିଣୀ ଙ୍କ ଏତେ ବଡ଼ ମନ୍ଦିର ପୂର୍ବରୁ କେବେ ରାଜନଗର ଅଞ୍ଚଳରେ ଦୃଶ୍ୟମାନ ହୋଇନାହିଁ, ତେଣୁ ଏହି ମନ୍ଦିର ଆଗାମୀ ଦିନରେ ଏକ କିମ୍ବଦନ୍ତୀ ସୃଷ୍ଟି କରିବ। ରାଜନଗର ରୁ ପ୍ରଦିପ କୁମାର ପଣ୍ଡା ଙ୍କ ରିପୋର୍ଟ (ଉତ୍କଳ ପ୍ଲସ ନିୟୁଜ୍)