ROHIT DIGITAL HUB

ROHIT DIGITAL HUB A COMPLETE DIGITAL SOLUTION,

09/07/2025
26/02/2025
ଏଇଠୁ ଆରମ୍ଭ ବ୍ୟୁରୋ ରୋହିତ ବେହେରାଙ୍କ ରିପୋର୍ଟ.. ବାରିପଦା: ମା ଟିଏ ଆଖିରେ ଥାଏ ଅସୁମାରୀ ସ୍ୱପ୍ନ ,ପୁଅ ବଡ ହେଲେ ମା ର ଯତ୍ନ ନେବ,ସେବା ଶୁଶ...
09/07/2020

ଏଇଠୁ ଆରମ୍ଭ ବ୍ୟୁରୋ ରୋହିତ ବେହେରାଙ୍କ ରିପୋର୍ଟ.. ବାରିପଦା: ମା ଟିଏ ଆଖିରେ ଥାଏ ଅସୁମାରୀ ସ୍ୱପ୍ନ ,ପୁଅ ବଡ ହେଲେ ମା ର ଯତ୍ନ ନେବ,ସେବା ଶୁଶ୍ରୁଷା କରିବ । ଆଉ ସେହି ପୁଅ ଯେତେବେଳେ ମା କୁ ସାତ ପର କରି ଛାଡି ଦିଏ ,ସେତେବେଳେ ମା ହୋଇ ଯାଏ ଅସହାୟ । ଆଖିର ଲୁହକୁ ନିଜେ ପିଇ ଯାଇ ସୁଦ୍ଧା ସନ୍ତାନର ଅମଙ୍ଗଳ କେବେ ବି ଚିନ୍ତା କରି ନ ଥାଏ । ଦୁଃଖରେ ଥାଇ ମଧ୍ୟ ମା ସବୁବେଳେ ସନ୍ତାନର ଭଲ ହିଁ ଚାହିଁଥାଏ ! [ 157 more words ]

Visit the post for more.

ଏଇଠୁ ଆରମ୍ଭ ବ୍ୟୁରୋ ରିପୋର୍ଟ... 9/7/2020 ଭୁବନେଶ୍ୱର: (ଏଇଠୁ ଆରମ୍ଭ ) ରାଜ୍ୟରେ ଆଜି ପୁଣି  ନୂଆ 495 କରୋନା ଆକ୍ରାନ୍ତ ଚିହ୍ନଟ । ସେଥିମଧ୍...
09/07/2020

ଏଇଠୁ ଆରମ୍ଭ ବ୍ୟୁରୋ ରିପୋର୍ଟ... 9/7/2020 ଭୁବନେଶ୍ୱର: (ଏଇଠୁ ଆରମ୍ଭ ) ରାଜ୍ୟରେ ଆଜି ପୁଣି ନୂଆ 495 କରୋନା ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ 355 ହୋଇଥିବାବେଳେ ଲୋକାଲ କେସ ରହିଛି 140 । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାଙ୍କ ମଧ୍ୟରେ ଅନୁଗୁଳରୁ 24, ବାଲେଶ୍ୱରରୁ 13, ବଲାଙ୍ଗିର 2, ଭଦ୍ରକ 12, କଟକ 13, ଢ଼େଙ୍କାନାଳ 1, ଗଜପତି 7, ଗଞ୍ଜାମ 216, ଜଗତସିଂହପୁର 12, ଯାଜପୁର 1, ଝାରସୁଗୁଡା 8, କନ୍ଧମାଳ 8, କେନ୍ଦ୍ରାପଡା 11, କେନ୍ଦୁଝର 5, ଖୋର୍ଦ୍ଧା 50, କୋରୋପୁଟ 5, ମାଲକାନଗିରି 5, ମୟୁରଭଞ୍ଜ 28, ନବରଙ୍ଗପୁର 11, ନୟାଗଡ଼ 1, ପୁରୀ 18 ଚିହ୍ନଟ । ଏହାସହ ସମ୍ୱଲପୁର 6, ସୋନପୁର 2, ସୁନ୍ଦରଗଡ଼ 36 ।ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାଙ୍କୁ ମିସାଇ ରାଜ୍ୟରେ 8601 । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଯାହାକୁ ନେଇ ରାଜ୍ୟବାସୀ ଚିନ୍ତାପ୍ରକଟ କରିଛନ୍ତି ।

Visit the post for more.

ଏଇଠୁ ଆରମ୍ଭ ବ୍ୟୁରୋ ରିପୋର୍ଟ... 9/7/2020 ବାରିପଦା: (ଏଇଠୁ ଆରମ୍ଭ ) ପୁଣି ବିଜେଡିରେ ବଡ଼ ପରିବର୍ତ୍ତନ ! ଆଠ ବରିଷ୍ଠ ଉପସଭାପତି ଓ ନଅ ଉପସଭ...
09/07/2020

ଏଇଠୁ ଆରମ୍ଭ ବ୍ୟୁରୋ ରିପୋର୍ଟ... 9/7/2020 ବାରିପଦା: (ଏଇଠୁ ଆରମ୍ଭ ) ପୁଣି ବିଜେଡିରେ ବଡ଼ ପରିବର୍ତ୍ତନ ! ଆଠ ବରିଷ୍ଠ ଉପସଭାପତି ଓ ନଅ ଉପସଭାପତିଙ୍କୁ ନିଯୁକ୍ତି ପରେ ଏବେ ପୁଣି 15 ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ କରିଛି ବିଜେଡି । ନୃଶିଂହ ଚରଣ ସାହୁ, ଅଶୋକ ପଣ୍ଡା, କଳିକେଶ ନାରାୟଣ ସିଂଦେଓ, ପ୍ରୀତି ରଞ୍ଜନ ଘଡ଼ାଇ, ଅରୁଣ କୁମାର ସାହୁ, ରୋହିତ ପୂଜାରୀ, ଅତନୁ ସବ୍ୟସାଚ୍ଚୀ ନାୟକ, ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ, ପ୍ରତାପ ଜେନା, ନବ କିଶୋର ଦାସ, ରମେଶ ଚନ୍ଦ୍ର ମାଝୀ, ସରୋଜିନୀ ହେମ୍ବ୍ରମ, ଶଶି ଭୂଷଣ ବେହେରା ଓ ସୁମିତ୍ରା ଜେନା । ଏହାସହ ନବନିଯୁକ୍ତ 15 ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ କାର୍ଯ୍ୟଭାର ମଧ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ ସେମାନଙ୍କୁ ଯଥାକ୍ରମେ ଆଞ୍ଚଳିକ ବିକାଶ, ସାମାଜିକ ବିକାଶ(ଅଶୋକ ପଣ୍ଡା, କଳିକେଶ ନାରାୟଣ ସିଂଦେଓ, ପ୍ରୀତି ରଞ୍ଜନ ଘଡ଼ାଇ), କଳା, ସଂସ୍କୃତି ଓ ମାନବ ସମ୍ବଳ(ଅରୁଣ ସାହୁ ଓ ରୋହିତ ପୂଜାରୀ) , ଓଡ଼ିଶା-ମୋ ପରିବାର, ପରିବେଶ(ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ), ସଶକ୍ତ ଓଡ଼ିଶା (ପ୍ରତାପ ଜେନା ଓ ନବ କିଶୋର ଦାସ), ଜନଜାତି ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର(, ରମେଶ ଚନ୍ଦ୍ର ମାଝୀ ଓ ସରୋଜିନୀ ହେମ୍ବ୍ରମ), ମହିଳା ସଶକ୍ତିକରଣ ଓ ଏସସି ବିକାଶ, ମହିଳା ସଶକ୍ତିକରଣ ଭଳି ଅତିରିକ୍ତ ଦାୟିତ୍ୱ 15 ବରିଷ୍ଠ ସାଧାରଣ ସମ୍ପାଦକଙ୍କ ଉପରେ ନ୍ୟସ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ !

Visit the post for more.

ଏଇଠୁ ଆରମ୍ଭ ବ୍ୟୁରୋ ! 8/7/2020 କଟକ, (ଏଇଠୁ ଆରମ୍ଭ NewsODIA ) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ଚିହ୍ନଟ ସଂଖ୍ଯା ବୃଦ୍ଧି ପାଇବାରେ ଲ...
08/07/2020

ଏଇଠୁ ଆରମ୍ଭ ବ୍ୟୁରୋ ! 8/7/2020 କଟକ, (ଏଇଠୁ ଆରମ୍ଭ NewsODIA ) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ଚିହ୍ନଟ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସବୁ ଜିଲ୍ଳାରେ କୋଭିଡ଼ ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ କଟକରେ ଏସସିବି ମେଡ଼ିକାଲର ଆଉଟ ଡୋରକୁ ବନ୍ଦ କରାଯାଇଛି । ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଉଟ ଡୋର ବନ୍ଦ କରାଯାଇଛି ।କରୋନା ପାଇଁ କଟକ ଏସସିବିକୁ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। କେବଳ ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଗାଡ଼ିକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି !

Visit the post for more.

Address

Baripada

Telephone

8014320707

Website

Alerts

Be the first to know and let us send you an email when ROHIT DIGITAL HUB posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ROHIT DIGITAL HUB:

Share