Odisha BJP Paiwar

Odisha BJP Paiwar Bharatiya Janata Party News.

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡା ଭୁବନେଶ୍ୱର ଏଜି ଛକ ସ୍ଥିତ ...
26/09/2024

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡା ଭୁବନେଶ୍ୱର ଏଜି ଛକ ସ୍ଥିତ ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ବିକଶିତ ଓଡିଶା ବିକଶିତ ଭାରତ ।
26/09/2024

ବିକଶିତ ଓଡିଶା ବିକଶିତ ଭାରତ ।

ନୂଆଖାଇ ଅବସରରେ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
08/09/2024

ନୂଆଖାଇ ଅବସରରେ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

କୋଲକାତାରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ସମ୍ବନ୍ଧ ରେ ପ୍ରାୟତଃ କେହି ଅଜଣା ନଥିବେ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ରୋମ ଟାଙ୍କୁରି ଉଠୁ...
19/08/2024

କୋଲକାତାରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ସମ୍ବନ୍ଧ ରେ ପ୍ରାୟତଃ କେହି ଅଜଣା ନଥିବେ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ରୋମ ଟାଙ୍କୁରି ଉଠୁଛି ଏବଂ ପ୍ରତିଟି ଝିଅଙ୍କର ଛାତି ଥରି ଯାଉଛି। ସମସ୍ତଙ୍କ ମନରେ ଏବେ କେବଳ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ଏଇ ଭଳି ଲୋମହର୍ଷଣକାରୀ କାଣ୍ଡ ଆଉ କେତେ ଦିନ ଘଟି ଚାଲିଥିବ ? କଣ ଦୁଷ୍କର୍ମ ରୋକିବାକୁ ପର୍ଯ୍ୟାପ୍ତ ନୁହେଁ କି ଭାରତୀୟ ଦଣ୍ଡବିଧାନର ଆଇନ ? ନର ରାକ୍ଷସଙ୍କ ନୃଶଂସତା ଆଗରେ ଦୁର୍ବଳ ପଡ଼ିଯାଉଛି କି ଆଇନ ?

ଆମର ଆଇନ ଓ ଦଣ୍ଡ ବିଧାନ ପ୍ରକ୍ରିୟା କାହିଁକି ଏତେ ଦୁର୍ବଳ? ଏଇ ନିକଟ ଅତୀତରେ ସରକାର ବ୍ରିଟିଶ ଅମଳର ଆଇନ୍ କାନୁନ୍ କୁ ପରିବର୍ତ୍ତନ କରି ଭାରତ ର ନିଜସ୍ଵ ଆଇନ୍ ପ୍ରଚଳନ କରିଛନ୍ତି। କିନ୍ତୁ ଲାଭ କଣ ଖାଲି ବହିର ନାମ ପରିବର୍ତ୍ତନ କରିଦେଲେ ତ ଦୋଷତୃଟି, ହିଂସା ଦ୍ୱେଷ ଏବଂ ଅପରାଧ କମିଯିବନି।ଏହା ଭିତରେ ରହିଥିବା ବିଭିନ୍ନ ଆଇନ୍ ର ପରିବର୍ତ୍ତନ ମଧ୍ୟ ଜରୁରୀ ଥିଲା। ବର୍ତ୍ତମାନ ସମାଜରେ ବଳାତ୍କାର ଏପରି ଏକ କର୍କଟ ସଦୃଶ ବ୍ୟାଧି ପାଲଟି ଗଲାଣି ଯାହାର କିଛି ଉପଚାର ହିଁ ମିଳି ପାରୁନାହିଁ। ଫାଶୀ କିମ୍ୱା ଆଜୀବନ କାରାଦଣ୍ଡ ପରି ଦଣ୍ଡ ବିଧାନ କରାଗଲେ ମଧ୍ୟ ଦୁଷ୍କର୍ମୀ ମନରେ ଏହା ଏକ ଡର ସୃଷ୍ଟି କରି ପାରୁନାହିଁ। ଏହାର କାରଣ କଣ ହେଇପାରେ?? ମୋ ମତରେ ଭାରତରେ ଚାଲୁଥିବା ବହୁ ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ହେଇପାରେ ଏହାର କାରଣ।ଏହି ଭଳି ଆସାମୀ ମାନଙ୍କୁ ଯଥାଶୀଘ୍ର କୋଠର ରୁ କଠୋର ଦଣ୍ଡ ଦିଆଯିବା ଦରକାର।।୨୦୧୨ରେ ଦିଲ୍ଲୀ ନିର୍ଭୟା କାଣ୍ଡ ଘଟିଲା, ୨୦୨୦ରେ ସେମାନେ ଫାଶି ପାଇଲେ। ନ୍ୟାୟ ପାଇବା ନିମନ୍ତେ କେତେ ବର୍ଷ ଅପେକ୍ଷା କରିବାକୁ ପଡିଲା।କିନ୍ତୁ ଏହା ଦୁଷ୍କର୍ମୀଙ୍କ ମନରେ କିଛି ଭୟ ସୃଷ୍ଟି କରିପାରିଲା କି? ଏହି ଶାସ୍ତି ଦୁଷ୍କର୍ମୀଙ୍କୁ ଭୟଭୀତ କରିବାକୁ ଯଥେଷ୍ଟ ନୁହେଁ ବୋଲି ପୁଣି ଥରେ ପ୍ରମାଣିତ କରିଛି କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା I ଏଣୁ ଏଭଳି କେଉଁ ନିୟମ ଲାଗୁ କରାଗଲେ ଦୁଷ୍କର୍ମ ର ମାତ୍ରା କୁ ମୂଳୋତ୍ପାଟନ କରାଯାଇପାରିବ ତାହା ଏବେ ଭାବିବାର ବିଷୟ।

ଏଭଳି ବର୍ବର କାଣ୍ଡ କରୁଥିବା ନର ରାକ୍ଷସଙ୍କର ଆଇନ କୁ ଖାତିର ନାହିଁ ଯାହାକି ନାରୀ ସମାଜକୁ ଚିନ୍ତିତ କରିଛି । ତେଣୁ କଲିକତା ପୀଡ଼ିତାଙ୍କୁ ତ୍ବରିତ ନ୍ୟାୟ ଏବଂ ଦୁଷ୍କର୍ମକାରୀଙ୍କ ପାଇଁ ଆହୁରି ଅଧିକ କଠୋର ଦଣ୍ଡ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ଦାବି ଉଠୁଛି I

ଆମ ଆଇନ ଓ ନ୍ୟାୟ ବ୍ୟବସ୍ଥା ପ୍ରତିକ୍ଷେପ କରୁଛି ଆମ ସମାଜର ଏକ ଦୁର୍ବଳତାକୁ। ଯେତେବେଳେ ନ୍ୟାୟ ପାଇବାରେ ବିଳମ୍ବ ହୁଏ , ସେତେବେଳେ ଏହି ନ୍ୟାୟ ପ୍ରକୃତ ନ୍ୟାୟ ହୋଇ ରହି ନଥାଏ । ନିର୍ଭୟା ଘଟଣାର ଦୁଷ୍କର୍ମୀମାନେ ମୃତ୍ୟୁଦଣ୍ଡ ପାଇଲେ, କିନ୍ତୁ ଆପଣ କହିବେ କି ଯେ ଏହି ନ୍ୟାୟ ନ୍ୟାୟ ଥିଲା ବୋଲି ?? କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାଏକ ପରିସ୍ପଷ୍ଟ ଉଦାହରଣ ଯେ ସେଇ ବିବର୍ତ୍ତନ/ ସେଇ ପରିବର୍ତନ ଆସି ପାରିନାହିଁ । ମହିଳା ବିରୋଧୀ ଅପରାଧର ଆଲୋଚନା ଅତ୍ୟନ୍ତ ଦରକାର।ଆମେ ଦୁଷ୍କର୍ମୀ ମନରେ କେଉଁ ଭଳି ଡର ସୃଷ୍ଟି କରିବାରେ ସକ୍ଷମ ହେବା କେଉଁ ଭଳି ଆଇନ ବ୍ୟବସ୍ତା ଦ୍ୱାରା ଏହାକୁ ରୋକା ଯାଇ ପାରିବ ସେ ବିଷୟରେ ଆଲୋଚନା ଆବଶ୍ୟକ ଏବଂ ସରକାର ଉଚିତ ପଦକ୍ଷେପ ନେବା ଆବଶ୍ୟକ ।

ଆଇନ କେବଳ ଏକ କାଗଜରେ ଲେଖା ନୀତି ନୁହେଁ, ଏହା ଏକ ସମାଜର ଆସ୍ଥାର ପ୍ରତୀକ। ଝିଅକୁ ପାଠ ପଢ଼େଇ ଡାକ୍ତର କରିବା ପାଇଁ ବହୁ କଷ୍ଟ କରିଥିଲେ ବାପା ମାଆ । । ହେଲେ ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଗଲା । ତାଙ୍କୁ ନ୍ୟାୟ ଯଥା ଶୀଘ୍ର ମିଳିବ ଆବଶ୍ୟକ। ଆମକୁ ଏକ ଦୃଢ଼ ନୀତି ନିର୍ମାଣ କରିବା ଆବଶ୍ୟକ, ଯେଉଁଠାରେ ଦୁଷ୍କର୍ମୀମାନେ ଭୁଲ କରିବା ଆଗରୁ ତାର ପରିଣାମ ର ଭୟାଭୟତା ବିଷୟରେ ଭାବିବାକୁ ବାଧ୍ୟ ହେବେ।

ଆମ ସମାଜରେ ଘଟୁଥିବା ଏଭଳି ଭୟାବହ ଅପରାଧଗୁଡ଼ିକ ରୋକିବା ପାଇଁ କେବଳ ଆଇନ ଓ ନ୍ୟାୟ ପ୍ରଣାଳୀକୁ ଅପେକ୍ଷା କରିବା ଯଥେଷ୍ଟ ନୁହେଁ। ଆସନ୍ତୁ ଆଜି ଆମେ ସମସ୍ତ ଏକତ୍ରିତ ହେବା ଏବଂ ଏହି ମୁହୂର୍ତ୍ତ ରେ ନିଜର ମନୋଭାବ, ଶିକ୍ଷା, ଓ ସମାଜର ମୂଲ୍ୟଗୁଡ଼ିକୁ ପୁନର୍ବିବେଚନା କରିବାର କ୍ଷମତା ରଖିବା।

 #ବିଜେପିର_ରାଜ୍ୟସଭା_ପ୍ରାର୍ଥୀ_ହେବେ_ମମତା_ମହାନ୍ତମମତାଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବ ବିଜେପି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ର...
17/08/2024

#ବିଜେପିର_ରାଜ୍ୟସଭା_ପ୍ରାର୍ଥୀ_ହେବେ_ମମତା_ମହାନ୍ତ
ମମତାଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବ ବିଜେପି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତାଙ୍କ କହିବା ମୁତାବକ, ମମତା ମହନ୍ତ ବିଜେପି ଟିକେଟରୁ ପୁଣିଥରେ ରାଜ୍ୟସଭା ଯିବେ। ଏନେଇ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ କେନ୍ଦ୍ରୀୟ କମିଟି ପକ୍ଷରୁ ତାଙ୍କର ନାମ ଘୋଷଣା ହେବ।

 #ଜିଲ୍ଲା_ଖଣିଜ_ପାଣ୍ଠି_ନାଁରେ_ଖାଇଗଲେ_କୋଟି_କୋଟି_ଟଙ୍କାଖଣି ଅଞ୍ଚଳ ବିକାଶ ନାଁରେ କେଉଁଠି ଏକାଧିକ ଥର ଅନୁଦାନ ମଞ୍ଜୁର ହୋଇଥିଲେ ବି ପ୍ରସ୍ତା...
17/08/2024

#ଜିଲ୍ଲା_ଖଣିଜ_ପାଣ୍ଠି_ନାଁରେ_ଖାଇଗଲେ_କୋଟି_କୋଟି_ଟଙ୍କା
ଖଣି ଅଞ୍ଚଳ ବିକାଶ ନାଁରେ କେଉଁଠି ଏକାଧିକ ଥର ଅନୁଦାନ ମଞ୍ଜୁର ହୋଇଥିଲେ ବି ପ୍ରସ୍ତାବିତ ପ୍ରକଳ୍ପର ଅବସ୍ଥା ଯାହାକୁ ସେୟା, ଆଉ କେଉଁଠି ଜରୁରୀକାଳୀନ ପାଣ୍ଠି ଖର୍ଚ୍ଚକୁ ନେଇ ଘୋଟାଲା ଅଭିଯୋଗ।

 #କଲିଜା_ଥରାଇ_ଦେଇଛି_କୋଲକାତା_କାଣ୍ଡ_ଓଡ଼ିଶାରେ_ବି_ଅସୁରକ୍ଷିତ_ମଣୁଛନ୍ତି_ମହିଳା_ଡାକ୍ତରନିଜ ଛାଇକୁ ଦେଖିଲେ ଛନକା ପଶୁଛି । ନିଛାଟିଆ ଜାଗାରେ ...
17/08/2024

#କଲିଜା_ଥରାଇ_ଦେଇଛି_କୋଲକାତା_କାଣ୍ଡ_ଓଡ଼ିଶାରେ_ବି_ଅସୁରକ୍ଷିତ_ମଣୁଛନ୍ତି_ମହିଳା_ଡାକ୍ତର
ନିଜ ଛାଇକୁ ଦେଖିଲେ ଛନକା ପଶୁଛି । ନିଛାଟିଆ ଜାଗାରେ ଅଣନିଶ୍ବାସୀ ଲାଗୁଛି । ମହିଳା ଡାକ୍ତର ଓ ଡାକ୍ତରୀ ଛାତ୍ରୀଙ୍କ କଲିଜା ଥରାଇ ଦେଇଛି କୋଲକାତା 'ଅଭୟା' କାଣ୍ଡ।

 #ବିଜେଡି_ସରକାର_ବନ୍ଦ_କରିଥିଲେ_ଏବେ_ଆମେ_ଚାଉଳ_ସାଙ୍ଗକୁ_ଗହମ_ଦେବୁପୁଣି ରାସନକାର୍ଡରେ ମିଳିବ ଗହମ। ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମି...
17/08/2024

#ବିଜେଡି_ସରକାର_ବନ୍ଦ_କରିଥିଲେ_ଏବେ_ଆମେ_ଚାଉଳ_ସାଙ୍ଗକୁ_ଗହମ_ଦେବୁ
ପୁଣି ରାସନକାର୍ଡରେ ମିଳିବ ଗହମ। ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲୋକଙ୍କ ଗହମ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି ଦାବି ରଖିଛି। ତେବେ ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଗହମକୁ ବନ୍ଦ କରି ଅଧିକ ଚାଉଳ ଦେବାକୁ କେନ୍ଦ୍ରକୁ ଦାବି କରି ଗହମ ଯୋଗାଣକୁ ବନ୍ଦ କରିଦିଆଯାଇଥିଲା।

 #କେନ୍ଦୁଝର_ବିଜେପିରେ_ମିଶିଲେ_ବିଜେଡି_ନେତା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ନେତାମାନେ ହେଲେ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏ...
17/08/2024

#କେନ୍ଦୁଝର_ବିଜେପିରେ_ମିଶିଲେ_ବିଜେଡି_ନେତା
ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ନେତାମାନେ ହେଲେ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ଉପାଧ୍ୟକ୍ଷ ଦିଲ୍ଲୀପ ବେହେରା, ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷା ଲକ୍ଷ୍ମୀ ନାଏକ, ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷା ଜଗନ୍ନାଥ ସିଂହ, ସମିତି ସଭ୍ୟ ମନୋଜ ନାୟକ ମମତା ବେହେରା, ପଟେଲ ପରିଡା, ସିଦ୍ଧାର୍ଥ ଶଙ୍କର ସାହୁ, ସରପଞ୍ଚ ଗୋବର୍ଦ୍ଧନ ସଞ୍ଜୟ ମୁଣ୍ଡା, ସଂକୀରି ସରପଞ୍ଚ ସଂଯୁକ୍ତା ନାୟକ, ଗୋପୀନାଥ ପୁର ସରପଞ୍ଚ ଚିନ୍ମୟ ନାଏକ, ରଘୁନାଥ ପୁର ସରପଞ୍ଚ ଗୌରୀ ନାଏକ ନରଣପୁର ସରପଞ୍ଚ, ପଦ୍ମପୁର ସରପଞ୍ଚ, ପଳାସ ପଙ୍ଗା ସରପଞ୍ଚ, ମଣ୍ଡୁଆ ସରପଞ୍ଚ କେତକୀ ନାଏକ ପ୍ରମୁଖ ।

ବଜ୍ରାଘାତରେ ଚାଷୀ ଦଂପତି ଓ ନାବାଳକ ସମେତ ୫ ଜଣଙ୍କର ମୃତ୍ୟୁ, ୩ ଆହତ ।
17/08/2024

ବଜ୍ରାଘାତରେ ଚାଷୀ ଦଂପତି ଓ ନାବାଳକ ସମେତ ୫ ଜଣଙ୍କର ମୃତ୍ୟୁ, ୩ ଆହତ ।

Address

Ambapua, Ganjam
Berhampur
761002

Telephone

+919937708191

Website

Alerts

Be the first to know and let us send you an email when Odisha BJP Paiwar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha BJP Paiwar:

Share