Gyaan Lipi

Gyaan Lipi Gyaan Lipi page में रक्षा, अनुसंधान, स्पेस, इतिहास के बारे में सम्पूर्ण जानकारी मिलती है।

୧୪ ଜିଲ୍ଲାରେ ୨୪ ନୂଆ NAC ନେଇ ପ୍ରକାଶ ପାଇଲା ତାଲିକା
22/12/2025

୧୪ ଜିଲ୍ଲାରେ ୨୪ ନୂଆ NAC ନେଇ ପ୍ରକାଶ ପାଇଲା ତାଲିକା

ଗ୍ରାମାଞ୍ଚଳରେ ଦୁଇ ଦଶନ୍ଧି ଧରି ନିଯୁକ୍ତି ଯୋଗାଉଥିବା କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା (MGNRE...
19/12/2025

ଗ୍ରାମାଞ୍ଚଳରେ ଦୁଇ ଦଶନ୍ଧି ଧରି ନିଯୁକ୍ତି ଯୋଗାଉଥିବା କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା (MGNREGA) ଆଇନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ସ୍ଥାନରେ 'ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ ବିଲ୍ (VB G RAM G)' ସଂସଦରେ ଗୃହୀତ ହୋଇଛି।

ନୂତନ ଭାବେ ଆସିଥିବା ଏହି ବିଲ୍ 'ବିକଶିତ ଭାରତ ୨୦୪୭' ର ଲକ୍ଷ୍ୟ ପୂରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟ ପରିବର୍ତ୍ତନଗୁଡ଼ିକ:

✅କାର୍ଡ ପରିବର୍ତ୍ତନ: ପୁରୁଣା 'ଜବ୍ କାର୍ଡ୍' ସ୍ଥାନରେ ଏଣିକି ହିତାଧିକାରୀମାନଙ୍କୁ 'ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି କାର୍ଡ' ପ୍ରଦାନ କରାଯିବ।

✅୧୦୦ ଦିନ ବଦଳରେ ୧୨୫ ଦିନ କାମ: ପୂର୍ବରୁ MGNREGA ରେ ଗ୍ରାମାଞ୍ଚଳରେ ବାର୍ଷିକ ୧୦୦ ଦିନ କାମର ଗ୍ୟାରେଣ୍ଟି ମିଳୁଥିବା ବେଳେ, VB G RAM G ବିଲ୍ ଅନୁଯାୟୀ ଏହାକୁ ବଢ଼ାଇ ୧୨୫ ଦିନ କରାଯାଇଛି।

✅ପାଣ୍ଠି ଯୋଗାଣ ନିୟମରେ ପରିବର୍ତ୍ତନ: MGNREGA ରେ ଶ୍ରମିକଙ୍କ ମଜୁରୀ ବାବଦ ୧୦୦% ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଥିଲେ। ମାତ୍ର ନୂଆ ବିଲ୍‌ରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଖର୍ଚ୍ଚର ଭାଗବଣ୍ଟା ନିୟମ (ସାଧାରଣ ରାଜ୍ୟ ପାଇଁ ୬୦:୪୦) ରଖାଯାଇଛି, ଯାହା ରାଜ୍ୟ ସରକାରଙ୍କ ଉପରେ ଅଧିକ ଆର୍ଥିକ ବୋଝ ପକାଇବ ବୋଲି ବିରୋଧୀ ଦଳମାନେ ଆଶଙ୍କା ପ୍ରକାଶ କରିଛନ୍ତି।

✅ଅମଳ ସମୟରେ କାମ ବନ୍ଦ: ଚାଷ କାର୍ଯ୍ୟରେ ଶ୍ରମିକଙ୍କ ଅଭାବକୁ ଦୂର କରିବା ପାଇଁ ଏହି ବିଲ୍‌ରେ ବର୍ଷକୁ ୬୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ରାଜ୍ୟ ସରକାରମାନଙ୍କୁ କ୍ଷମତା ଦିଆଯାଇଛି।

✅ବୈଷୟିକ ଜ୍ଞାନକୌଶଳର ବ୍ୟବହାର: ଦୁର୍ନୀତି ଏବଂ ଅନିୟମିତତାକୁ ରୋକିବା ପାଇଁ ଏହି ଯୋଜନାରେ ବାୟୋମେଟ୍ରିକ୍ ପ୍ରମାଣୀକରଣ ଏବଂ ଜିଓସ୍ପାଟିଆଲ୍ ଟେକ୍ନୋଲୋଜି ଭଳି ଡିଜିଟାଲ୍ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି।

ସୂଚନାଯୋଗ୍ୟ, ୨୦୦୫ ମସିହାରେ ତତ୍କାଳୀନ ୟୁପିଏ ସରକାର MGNREGA ଯୋଜନା ଆଣିଥିଲେ, ଯାହା ଗ୍ରାମାଞ୍ଚଳରେ ଏକ ବଡ଼ ସାମାଜିକ ସୁରକ୍ଷା ଜାଲ ଭାବରେ କାର୍ଯ୍ୟ କରୁଥିଲା। ଏହି ୨୦ ବର୍ଷ ପୁରୁଣା ଆଇନକୁ ପରିବର୍ତ୍ତନ କରି VB G RAM G ନାମରେ ଏକ ନୂତନ ଏବଂ ବ୍ୟାପକ ଗ୍ରାମୀଣ ନିଯୁକ୍ତି ଢାଞ୍ଚା ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି।

ଭୂମିକମ୍ପ, ବନ୍ୟା-ବାତ୍ୟା, ପ୍ରଳୟ ସହ ମହାଯୁଦ୍ଧ, ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ....🦂          ଭୂମିକମ୍ପ, ବନ୍ୟା-ବାତ୍ୟା, ପ୍...
18/12/2025

ଭୂମିକମ୍ପ, ବନ୍ୟା-ବାତ୍ୟା, ପ୍ରଳୟ ସହ ମହାଯୁଦ୍ଧ, ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ....🦂

ଭୂମିକମ୍ପ, ବନ୍ୟା-ବାତ୍ୟା, ପ୍ରଳୟ ସହ ମହାଯୁଦ୍ଧ ଦେଖିବ ବିଶ୍ୱ । ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପୂରା ବିଶ୍ୱକୁ କରିଛି ଭୟଭୀତ । ବାବାଙ୍କ ଭବିଷ୍ୟବାଣୀରେ ୨୦୨୬ ବର୍ଷ ପରିବର୍ତ୍ତନର ବର୍ଷ ହେବାକୁ ଯାଉଛି । ଯେଉଁଠି ପୁରୁଣା ଶକ୍ତିର ପତନ ସହ ହେବ ନୂଆ ଶକ୍ତି ହେବ ଉଦୟ । ୨୦୨୬ ବର୍ଷ ପାଇଁ ଆଉ ଦିନ କେଇଟା ବାକି ଥିବା ବେଳେ, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପୁଣି ଥରେ ରହିଛି ଚର୍ଚ୍ଚାରେ । ୨୦୨୬ରେ ସମଗ୍ର ବିଶ୍ୱରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଉଭା ହେବ ରୁଷ୍ । ରୁଷିଆ ସୁପରପାୱର ବା 'ଲର୍ଡ ଅଫ୍ ଦ ୱାର୍ଲ୍ଡ' ହେବ । ସେହିପରି ଚୀନ ଦୁନିଆର ସବୁଠୁ ବଡ ମିଲିଟାରୀ ଫୋର୍ସ ଓ ଆର୍ଥିକ ଶକ୍ତି ପାଲଟିବ । ଆସନ୍ତୁ ୨୦୨୬ ବର୍ଷ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଉପରେ ନଜର ପକାଇବା ।

୨୦୨୬ରେ ଅନ୍ୟ ଜଗତ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରାଯାଇପାରେ । ଅର୍ଥାତ୍ ୨୦୨୬ରେ ପୃଥିବୀକୁ ଏଲିଏନ ଆସିପାରନ୍ତି । କିନ୍ତୁ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।

ବିଶ୍ୱରେ ବଡ଼ ଆର୍ଥିକ ସଙ୍କଟ ଦେଖାଯିବ । ମାର୍କେଟ୍ କ୍ରାସ, ବ୍ୟାଙ୍କ୍ ଫେଲ୍ୟୁଅର, ଅହେତୁକ ଦରଦାମ୍ ବୃଦ୍ଧି ଘଟିବ । ସୁନା ରେଟ୍ରେ ବଡ ପରିବର୍ତ୍ତନ ହେବ । ଅର୍ଥାତ୍ ବାବା ଭେଙ୍ଗାଙ୍କ ଅନୁସାରେ, ୨୦୨୬ରେ ସୁନା ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ ।

ବାବା ଭେଙ୍ଗା ପୂର୍ବାନୁମାନ କରିଛନ୍ତି ଯେ 2026ରେ AI ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ ଏବଂ ଏହା ମଣିଷ ଉପରେ ନିୟନ୍ତ୍ରଣ ରଖିବ । ସେଥିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ । AI ବିଷୟରେ ବର୍ତ୍ତମାନର ଚିନ୍ତା ହେଉଛି ସୁରକ୍ଷା ସମସ୍ୟା ଏବଂ ସମାଜ ଉପରେ ଏହାର ପ୍ରଭାବ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀଯେ 2026ରେ AI ଆହୁରି ଶକ୍ତିଶାଳୀ ହୋଇଯିବ । ଏହାର ପ୍ରଭାବ ଚାକିରି ଉପରେ ପକାଇବ । AI ମଧ୍ୟରେ ଘଟୁଥିବା ପରିବର୍ତ୍ତନ ମାନବ ଜୀବନ ପାଇଁ ଅନେକ ଅସୁବିଧା ସୃଷ୍ଟି କରିପାରେ । AI ଏତେ ଦ୍ରୁତ ପରିବର୍ତ୍ତନ ଆଣିବ ଯେ ମଣିଷ ପାଇଁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ ।

୨୦୨୬ ଜଳବାୟୁ ପରିବର୍ତ୍ତନର ଯୋଗୁ ବହୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବ । ଅନେକ ସ୍ଥାନରେ, ଅତ୍ୟଧିକ ଗରମ ଏବଂ ବନ୍ୟା ହେବ । ଏମିତି କି ଅନେକ ସ୍ଥାନରେ ଭୂମିକମ୍ପ ଏବଂ ଅନ୍ୟାନ୍ୟ କ୍ଷତି ମଧ୍ୟ ଘଟାଇପାରେ ।

2026ରେ ବିଶ୍ୱରେ ଏକ ବଡ ଯୁଦ୍ଧ ହେବ । ଏହା ପୂର୍ବ ପଟରୁ ଆରମ୍ଭ ହୋଇ ପୂରା ଦୁନିଆକୁ ବ୍ୟାପିବ । ବୈଶ୍ୱିକ ସଂଘର୍ଷ ଦ୍ୱାରା ଅନେକ ପାଶ୍ଚାତ୍ୟ ଦେଶ ଧ୍ୱଂସ ହୋଇଯିବ । ଏହି ଯୁଦ୍ଧ ସାରା ବିଶ୍ୱରେ ବଡ଼ ପରିବର୍ତ୍ତନ ଆଣିବ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୬ରେ ରୁଷରୁ ଜଣେ ଶକ୍ତିଶାଳୀ ନେତା ଉଭା ହେବେ, ଯିଏ ବିଶ୍ୱ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ ।

ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗା । ୧୯୯୬ରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ନିଜ ମୃତ୍ୟୁର ତାରିଖ ଓ ବର୍ଷ ପୂର୍ବରୁ ଘୋଷଣା କରିଥିଲେ । ଏହା ସହ ସେ ଏମିତି ଅନେକ ଭବିଷ୍ୟବାଣୀ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସତ ବି ହୋଇଛି । ଏବେ ଦେଖିବା ବାକି ରହିଲା, ୨୦୨୬କୁ ନେଇ ତାଙ୍କର ଭବିଷ୍ୟବାଣୀ କେତେ ସତ ହେଉଛି ।

ଗ୍ରାମ ପଞ୍ଚାୟତ ପିଅନ ପଦବୀ ନାମରେ ସୋସିଆଲ ମିଡିଆ ରେ ଚାଲିଛି ଭ୍ରମାତ୍ମକ ଖବର - ସ୍ପଷ୍ଟୀକରଣ ଦେଲେ ପଞ୍ଚାୟତିରାଜ ବିଭାଗ
06/12/2025

ଗ୍ରାମ ପଞ୍ଚାୟତ ପିଅନ ପଦବୀ ନାମରେ ସୋସିଆଲ ମିଡିଆ ରେ ଚାଲିଛି ଭ୍ରମାତ୍ମକ ଖବର - ସ୍ପଷ୍ଟୀକରଣ ଦେଲେ ପଞ୍ଚାୟତିରାଜ ବିଭାଗ

27/10/2025

ଆଗୁଆଡ଼ ଝୁମର ୨୦୨୫

ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ସାହି ବ୍ଲକ ଅନ୍ତର୍ଗତ ଅସ୍ତପୁରା ଆଗୁଆଡ଼ ଗ୍ରାମରେ ଗତ ଶୁକ୍ରବାର(୨୪/୧୦/୨୦୨୫) ଦିନ ଅ-ଆ ଯୁବକ ସଙ୍ଘ ଆନୁକ...
27/10/2025

ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ସାହି ବ୍ଲକ ଅନ୍ତର୍ଗତ ଅସ୍ତପୁରା ଆଗୁଆଡ଼ ଗ୍ରାମରେ ଗତ ଶୁକ୍ରବାର(୨୪/୧୦/୨୦୨୫) ଦିନ ଅ-ଆ ଯୁବକ ସଙ୍ଘ ଆନୁକୂଲ୍ୟରେ ଅତ୍ୟନ୍ତ ଉଲ୍ଲାସର ସହ ଗୋ-ବନ୍ଦାଣ ମୋହତ୍ସବ ପାଳିତ ହୋଇ ଯାଇଛ। ଏହି ମୋହତ୍ସବ ଟି କୁଡୁମି ସମ୍ପ୍ରଦାୟ ଦ୍ୱାରା ପାଳିତ ହେଉଥିବା ବାନ୍ଦନା ପର୍ବ ଅବସରରେ ଅନୁଷ୍ଠିତ ହୋଇଥାଏ।


ୁବକସଙ୍ଘ

ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା!⛈️☔🌾🌾ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ପାଇଁ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପରାମର...
22/10/2025

ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା!⛈️☔🌾🌾

ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ପାଇଁ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶାବଳୀକୁ ପାଳନ କରନ୍ତୁ। ପାଣିପାଗ ବିଭାଗ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ସଜାଗ ରହି ଆବଶ୍ୟକୀୟ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ।

ସୁଭଦ୍ରା' ପାଇଁ ବଡ଼ ଘୋଷଣା; ଏମାନଙ୍କୁ ମିଳିବନି ଟଙ୍କା୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ। କୌଣସି ଛାତ୍...
19/10/2025

ସୁଭଦ୍ରା' ପାଇଁ ବଡ଼ ଘୋଷଣା; ଏମାନଙ୍କୁ ମିଳିବନି ଟଙ୍କା

୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ। କୌଣସି ଛାତ୍ରୀ ୧୮ ହଜାର ବା ତାଠାରୁ ଅଧିକ ଟଙ୍କାର ବୃତ୍ତି କିମ୍ବା କେନ୍ଦ୍ର ଅବା ରାଜ୍ୟ ସରକାରଙ୍କଠୁ ୧୮ ହଜାର ବା ତାଠୁ ଅଧିକ ଟଙ୍କା ଆର୍ଥିକ ସହାୟତା ପାଉଥିଲେ ମିଳିବନି ସୁଭଦ୍ରା ସହାୟତା । ସୁଭଦ୍ରା ଯୋଜନାରୁ ସେମାନଙ୍କୁ ବାଦ୍ ଦିଆଯିବ।
ଏ ନେଇ ଦୁଇ ବିଭାଗକୁ ରିପୋର୍ଟ ମାଗିଛି ମହିଳା ଓ ଶିଶୁ ବିକାଶ ବିଭାଗ । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।
ସୁଭଦ୍ରା ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ ସେକ୍ଷେତ୍ରରେ ସଂପୃକ୍ତ ମହିଳା ସୁଭଦ୍ରା ପାଇଁ ଅଯୋଗ୍ୟ ଘୋଷିତ ହେବେ ।

ପୁଣି ଅଶୁଭ ହେବ କି ଅକ୍ଟୋବର ? ପୁଣି ଅକ୍ଟୋବରରେ ଆସିବ କି ବାତ୍ୟା ?            ପୁରୁଣା ଇତିହାସ ଦୋହରାଇବନି ତ ବଙ୍ଗୋପସାଗର ? କାରଣ ପାଖାପା...
18/10/2025

ପୁଣି ଅଶୁଭ ହେବ କି ଅକ୍ଟୋବର ? ପୁଣି ଅକ୍ଟୋବରରେ ଆସିବ କି ବାତ୍ୟା ?

ପୁରୁଣା ଇତିହାସ ଦୋହରାଇବନି ତ ବଙ୍ଗୋପସାଗର ? କାରଣ ପାଖାପାଖି ସେଇ ସମୟରେ ଓଡ଼ିଶା ଛାତିରେ ଛନକା ଭରିଛି ବଙ୍ଗୋପସାଗର। ଆମେରିକା GFS ମଡେଲର ସାଇଟେଲାଇଟ୍ ଆକଳନ କହୁଛି,ଅକ୍ଟୋବରରେ ବାତ୍ୟା ଆସୁଛି !

୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଯାହାକି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବାସହ ଅବପାତରେ ପରିଣତ ହେବ। ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନା ବାତ୍ୟା ଆଶଙ୍କାକୁ ବଳ ଯୋଗାଉଛି। ସମ୍ଭାବ୍ୟ ବାତ୍ୟା ଚର୍ଚ୍ଚା ଭିତରେ ଓଟିଭିକୁ ସୂଚନା ଦେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,ଏଯାଏଁ ବାତ୍ୟା ନେଇ କୌଣସି ପୂର୍ବାନୁମାନ ହୋଇନି। ବର୍ତ୍ତମାନ ସୁଦ୍ଧା କେବଳ ଲଘୁଚାପ ଓ ଅବପାତ ଆକଳନ କରାଯାଇଛି। ୨୧ ପୂର୍ବରୁ ମତ୍ସ୍ୟଜୀବୀ କୂଳକୁ ଫେରିଆସିବା ଆବଶ୍ୟକ। ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ।

ଆଜି_ମକଡ୍ରିଲ୍✅ପୁଣି ବାଜିବ ସାଇରନ୍, ପୁଣି ହେବ ବ୍ଲାକଆଉଟ୍, ✅ପାକ୍ ସୀମାକୁ ଲାଗିଥିବା ରାଜ୍ୟଗୁଡିକରେ ଆଜି ହେବ ମକଡ୍ରିଲ୍
31/05/2025

ଆଜି_ମକଡ୍ରିଲ୍
✅ପୁଣି ବାଜିବ ସାଇରନ୍, ପୁଣି ହେବ ବ୍ଲାକଆଉଟ୍,
✅ପାକ୍ ସୀମାକୁ ଲାଗିଥିବା ରାଜ୍ୟଗୁଡିକରେ ଆଜି ହେବ ମକଡ୍ରିଲ୍

Address

Betnoti
Betnoti
757025

Alerts

Be the first to know and let us send you an email when Gyaan Lipi posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Gyaan Lipi:

Share