Gyaan Lipi

Gyaan Lipi Gyaan Lipi page में रक्षा, अनुसंधान, स्पेस, इतिहास के बारे में सम्पूर्ण जानकारी मिलती है।

27/10/2025

ଆଗୁଆଡ଼ ଝୁମର ୨୦୨୫

ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ସାହି ବ୍ଲକ ଅନ୍ତର୍ଗତ ଅସ୍ତପୁରା ଆଗୁଆଡ଼ ଗ୍ରାମରେ ଗତ ଶୁକ୍ରବାର(୨୪/୧୦/୨୦୨୫) ଦିନ ଅ-ଆ ଯୁବକ ସଙ୍ଘ ଆନୁକ...
27/10/2025

ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ସାହି ବ୍ଲକ ଅନ୍ତର୍ଗତ ଅସ୍ତପୁରା ଆଗୁଆଡ଼ ଗ୍ରାମରେ ଗତ ଶୁକ୍ରବାର(୨୪/୧୦/୨୦୨୫) ଦିନ ଅ-ଆ ଯୁବକ ସଙ୍ଘ ଆନୁକୂଲ୍ୟରେ ଅତ୍ୟନ୍ତ ଉଲ୍ଲାସର ସହ ଗୋ-ବନ୍ଦାଣ ମୋହତ୍ସବ ପାଳିତ ହୋଇ ଯାଇଛ। ଏହି ମୋହତ୍ସବ ଟି କୁଡୁମି ସମ୍ପ୍ରଦାୟ ଦ୍ୱାରା ପାଳିତ ହେଉଥିବା ବାନ୍ଦନା ପର୍ବ ଅବସରରେ ଅନୁଷ୍ଠିତ ହୋଇଥାଏ।


ୁବକସଙ୍ଘ

ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା!⛈️☔🌾🌾ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ପାଇଁ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପରାମର...
22/10/2025

ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା!⛈️☔🌾🌾

ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ପାଇଁ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶାବଳୀକୁ ପାଳନ କରନ୍ତୁ। ପାଣିପାଗ ବିଭାଗ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ସଜାଗ ରହି ଆବଶ୍ୟକୀୟ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ।

ସୁଭଦ୍ରା' ପାଇଁ ବଡ଼ ଘୋଷଣା; ଏମାନଙ୍କୁ ମିଳିବନି ଟଙ୍କା୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ। କୌଣସି ଛାତ୍...
19/10/2025

ସୁଭଦ୍ରା' ପାଇଁ ବଡ଼ ଘୋଷଣା; ଏମାନଙ୍କୁ ମିଳିବନି ଟଙ୍କା

୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ। କୌଣସି ଛାତ୍ରୀ ୧୮ ହଜାର ବା ତାଠାରୁ ଅଧିକ ଟଙ୍କାର ବୃତ୍ତି କିମ୍ବା କେନ୍ଦ୍ର ଅବା ରାଜ୍ୟ ସରକାରଙ୍କଠୁ ୧୮ ହଜାର ବା ତାଠୁ ଅଧିକ ଟଙ୍କା ଆର୍ଥିକ ସହାୟତା ପାଉଥିଲେ ମିଳିବନି ସୁଭଦ୍ରା ସହାୟତା । ସୁଭଦ୍ରା ଯୋଜନାରୁ ସେମାନଙ୍କୁ ବାଦ୍ ଦିଆଯିବ।
ଏ ନେଇ ଦୁଇ ବିଭାଗକୁ ରିପୋର୍ଟ ମାଗିଛି ମହିଳା ଓ ଶିଶୁ ବିକାଶ ବିଭାଗ । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।
ସୁଭଦ୍ରା ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ ସେକ୍ଷେତ୍ରରେ ସଂପୃକ୍ତ ମହିଳା ସୁଭଦ୍ରା ପାଇଁ ଅଯୋଗ୍ୟ ଘୋଷିତ ହେବେ ।

ପୁଣି ଅଶୁଭ ହେବ କି ଅକ୍ଟୋବର ? ପୁଣି ଅକ୍ଟୋବରରେ ଆସିବ କି ବାତ୍ୟା ?            ପୁରୁଣା ଇତିହାସ ଦୋହରାଇବନି ତ ବଙ୍ଗୋପସାଗର ? କାରଣ ପାଖାପା...
18/10/2025

ପୁଣି ଅଶୁଭ ହେବ କି ଅକ୍ଟୋବର ? ପୁଣି ଅକ୍ଟୋବରରେ ଆସିବ କି ବାତ୍ୟା ?

ପୁରୁଣା ଇତିହାସ ଦୋହରାଇବନି ତ ବଙ୍ଗୋପସାଗର ? କାରଣ ପାଖାପାଖି ସେଇ ସମୟରେ ଓଡ଼ିଶା ଛାତିରେ ଛନକା ଭରିଛି ବଙ୍ଗୋପସାଗର। ଆମେରିକା GFS ମଡେଲର ସାଇଟେଲାଇଟ୍ ଆକଳନ କହୁଛି,ଅକ୍ଟୋବରରେ ବାତ୍ୟା ଆସୁଛି !

୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଯାହାକି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବାସହ ଅବପାତରେ ପରିଣତ ହେବ। ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନା ବାତ୍ୟା ଆଶଙ୍କାକୁ ବଳ ଯୋଗାଉଛି। ସମ୍ଭାବ୍ୟ ବାତ୍ୟା ଚର୍ଚ୍ଚା ଭିତରେ ଓଟିଭିକୁ ସୂଚନା ଦେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,ଏଯାଏଁ ବାତ୍ୟା ନେଇ କୌଣସି ପୂର୍ବାନୁମାନ ହୋଇନି। ବର୍ତ୍ତମାନ ସୁଦ୍ଧା କେବଳ ଲଘୁଚାପ ଓ ଅବପାତ ଆକଳନ କରାଯାଇଛି। ୨୧ ପୂର୍ବରୁ ମତ୍ସ୍ୟଜୀବୀ କୂଳକୁ ଫେରିଆସିବା ଆବଶ୍ୟକ। ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ।

ଆଜି_ମକଡ୍ରିଲ୍✅ପୁଣି ବାଜିବ ସାଇରନ୍, ପୁଣି ହେବ ବ୍ଲାକଆଉଟ୍, ✅ପାକ୍ ସୀମାକୁ ଲାଗିଥିବା ରାଜ୍ୟଗୁଡିକରେ ଆଜି ହେବ ମକଡ୍ରିଲ୍
31/05/2025

ଆଜି_ମକଡ୍ରିଲ୍
✅ପୁଣି ବାଜିବ ସାଇରନ୍, ପୁଣି ହେବ ବ୍ଲାକଆଉଟ୍,
✅ପାକ୍ ସୀମାକୁ ଲାଗିଥିବା ରାଜ୍ୟଗୁଡିକରେ ଆଜି ହେବ ମକଡ୍ରିଲ୍

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ"ଦକ୍ଷିଣପଶ୍ଚିମ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ"
20/05/2025

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ
"ଦକ୍ଷିଣପଶ୍ଚିମ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ"

29/04/2025
ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମିଳୁଥିବା ପ୍ରୋତ୍ସାହନ ରାଶି
27/04/2025

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମିଳୁଥିବା ପ୍ରୋତ୍ସାହନ ରାଶି

23/04/2025

ଆକ୍ସନ ମୋଡ଼ ରେ ମୋଦି ସରକାର।ପାକିସ୍ଥାନ କୁ ସିନ୍ଧୁ ନଦୀ ପାଣି ବନ୍ଦ। ହାଇ ଆଲେର୍ଟରେ ସେନା।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଶୁଭାରମ୍ଭ
11/04/2025

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଶୁଭାରମ୍ଭ

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହା ସହିତ ପେନ୍‌ସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ...
11/04/2025

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହା ସହିତ ପେନ୍‌ସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଜାନୁଆରୀ ପହିଲା ୨୦୨୫ରୁ ପିଛିଲା ଭାବରେ ଲାଗୁ ହେବ। ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।

Address

Betnoti
Betnoti
757025

Alerts

Be the first to know and let us send you an email when Gyaan Lipi posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Gyaan Lipi:

Share