23/08/2026
#ରେବ_ନଦୀରେ_ଭାସିଗଲା_ଛାତ୍ରୀଙ୍କ_ଜୀବନ
ଧାମନଗର ଥାନା ଦହୀପୁର ପଂଚାୟତ ନାରାୟଣପୁର ନାଥ ସାହିରେ ଭାଲୁକୁଣି ଓସା ପାଇଁ ଆଜି ସକାଳୁ ନାଥ ସାହିର ଇପ୍ସିତା ନାଥ ନିଜ ସାଙ୍ଗଙ୍କ ସହ ରେବ ନଦୀରେ ଗାଧୋଇବାକୁ ଯାଇଥିଲେ। ଗୋଡ ଖସି ନଦୀର ପ୍ରଖର ସ୍ରୋତରେ 4 ଯୁବତୀ ଭାସିଯାଇଥିଲେ କିନ୍ତୁ 3 ଜଣ ଯୁବତୀ ଭାସି ଆହତ ଅବସ୍ଥାରେ କୂଳରେ ଲାଗିଥିବା ବେଳେ ଗ୍ରାମବାସୀ ଉଦ୍ଧାର କରିଥିଲେ। କିନ୍ତୁ ସାଙ୍ଗରେ ଥିବା ଆଉ ଜଣେ ଯୁବତୀ ଙ୍କୁ ଖୋଜି ପାଇନଥିଲେ ଗ୍ରାମବାସୀ ଅନେକ ସମୟ ଖୋଜା ଖୋଜି ପରେ ନିଖୋଜ ଯୁବତୀ ନାଥ ସାହିର ଚକ୍ରଧର ନାଥ ଙ୍କ ଝିଅ ଇପ୍ସିତା ନାଥ ଙ୍କୁ ପାଣିରୁ ଉଦ୍ଧାର କରି ଭଦ୍ରକ ମେଡିକାଲ କୁ ଆଣିଥିବା ବେଳେ ଡାକ୍ତର ଇପ୍ସିତାଙ୍କୁ ମୃତ ଘୋଷଣା କରିଛନ୍ତି |