20/09/2026
#ଟଙ୍କାବଳ, #ଦଳୀୟ_ଟିକଟ ବନାମ #ଦକ୍ଷତାର_ପ୍ରମାଣ ✊🏻
ଐତିହାସିକ ବିଜୟ ହାସଲ କରି ଅଦ୍ୱିତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଏହି ଛାତ୍ର ନେତାଙ୍କ ନାମ ଦିପାଂଶୁ ଶୋକିନ୍ ❤️।
ଗାଡ଼ି ଘୋଡ଼ା ଓ ହାୱା ଦେଖାଇବାର ସାମର୍ଥ୍ୟ ନ ଥିବାରୁ ସମସ୍ତ ଯୋଗ୍ୟତା, ଦକ୍ଷତା, ସାମର୍ଥ୍ୟ ଓ ଲୋକପ୍ରିୟତା ଥିବା ସତ୍ତ୍ୱେ ୟାଙ୍କୁ NSUI ଟିକେଟ ଦେଲାନାହିଁ। ଗତବର୍ଷ ମଧ୍ଯ ତାଙ୍କୁ ସମାନ କଥା କୁହାଯାଇଥିଲା। ସୂଚନା ଯୋଗ୍ୟ ଯେ ଦୀପାଂଶୁଙ୍କ ବାପା ଦିଲ୍ଲୀରେ ଚାଲୁଥିବା ଏକ ବସ୍ ରେ କଣ୍ଡକ୍ଟର ଚାକିରି କରୁଥିବା ବେଳେ ତାଙ୍କ ମାଆ ଅଙ୍ଗନବାଡ଼ି କର୍ମଚାରୀ ଅଛନ୍ତି। ତେଣୁ ତାଙ୍କୁ ଅର୍ଥବଳ ଓ ଆଡ଼ମ୍ବରପୂର୍ଣ୍ଣ ପ୍ରଦର୍ଶନ ଅଭାବରୁ NSUI ପକ୍ଷରୁ ଅଯୋଗ୍ୟ ବିବେଚିତ କରାଗଲା। ସେ ଛାତ୍ରଙ୍କ ସହ ଦୃଢ଼ତାର ସହ ଥିଲେ ଓ ଛାତ୍ରଙ୍କ ପ୍ରସଙ୍ଗରେ ଲଢ଼େଇ କରୁଥିଲେ। ସେହି ପ୍ରତ୍ୟୟ ଓ ଆତ୍ମବିଶ୍ୱାସ ନେଇ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ଏବଂ ସମସ୍ତ ଆକଳନ ବା ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ୩୦ ହଜାର ଭୋଟ ପାଇ ବିଜୟୀ ହେଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସରେ ଏହା ପ୍ରଥମ ଥର ଦୃଶ୍ୟମାନ ହେଲା।NSUI ପ୍ରାର୍ଥୀ ୩ ୟ ସ୍ଥାନରେ ରହିଲେ ଏବଂ ସବୁଠୁ ବଡ କଥା ହେଲା ବଡ କଂଗ୍ରେସ୍ ନେତାଙ୍କ ପୁଅ ହୋଇଥିବାରୁ ହିଁ ତାଙ୍କୁ ପ୍ରାର୍ଥୀ କରା ଯାଇଥିଲା ଯଦିଓ ତାଙ୍କୁ ସମଗ୍ର ବିଶ୍ବ ବିଦ୍ୟାଳୟରେ କେହି ବି ଚିହ୍ନି ନଥିଲେ। ABVP ର ପ୍ରବଳ ପଇସା ଓ ପ୍ରଭାବ କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁଙ୍କ ବିଜୟକୁ ରୋକି ପାରି ନଥିଲା ବରଂ ଏହାର ପ୍ରତିକୂଳ ପ୍ରଭାବ କାରଣରୁ NSUI ର ସବୁ ପ୍ରାର୍ଥି ପରାସ୍ତ ହୋଇ ଗଲେ। ନେତାଙ୍କ ପୁଅ - ଝିଅ କୁ ଟିକେଟ ଦେବା ତଥା ସବୁ କ୍ଷେତ୍ରରେ କେବଳ ପଇସା ଥିବା ଲୋକକୁ ଦଳୀୟ ଟିକେଟ ଦେବା ର ମାନସିକତା କେତେ ମାରାତ୍ମକ ହୋଇପାରେ, ଏହା ତାର କ୍ଷୁଦ୍ର ନମୁନା ନୁହେଁ କି ?