09/12/2022
ଆଧୁନିକତାର ଛାପ ରେ ହଜିଯାଉଥିବା ସ୍ବର୍ଣ୍ଣିମ ଗ୍ରାମ୍ୟ ଜୀବନର ସ୍ମୃତି ସବୁକୁ ଡିଜିଟାଲ ଅଡିଓ ଭିଡିଓ ମାଧ୍ୟମରେ ସାଇତିରଖିବାର ପ୍ରୟାସ ଆମର ଏହି କାର୍ଯକ୍ରମ #କଥା_ଆମ_ଗାଁର । ଗ୍ରାମ୍ୟ ଜୀବନର ହଜିଲା ସ୍ମୃତିକୁ ପୁଣିଥରେ ସ୍ମୃତିଚାରଣ କରି । ଅତୀତ ପୁଲକରେ ପୁଲକିତ ହୋଇ ସୂଚନା ର ଜିଜ୍ଞାସା କୁ ଚରିତାର୍ଥ କରିବା ପାଇଁ ଆମର ଏହି ପ୍ରଚେଷ୍ଠା ।
ଏହି ଆଧ୍ୟାୟ ରେ ଆମେ ଦେଖାଇଛୁ #ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ #ଡ଼ଗରପଡା ଗ୍ରାମରେ ଥିବା #ବିବେକ_ଭାରତୀ_ସେବାଶ୍ରମ ଯାହା ଏକ ପ୍ରାଚୀନ ବୈଦିକ ଗୁରୁକୂଳ ଆଶ୍ରମର ର ସ୍ମୃତିଚାରଣ କରେ। ସୁନ୍ଦର ସବୁଜ ବନାନୀ, ଔଷଧୀୟ ବୃକ୍ଷ ଲତାରେ ପରିପୂର୍ଣ୍ଣ ଏହି ଆଶ୍ରମ ର ପରିବେଶ ଯେତିକି ଶାନ୍ତିପ୍ରଦାୟୀ ସେତିକି ମନମୁଗ୍ଧକର । ଆଶ୍ରମରେ ରହୁଥିବା ବ୍ରହ୍ମଚାରୀ ଅନ୍ତେବାସୀ ଙ୍କ ନିଆରା ଶୃଂଖଳିତ ଜୀବନ ଶୈଳୀ ଆପଣଙ୍କୁ ନିଶ୍ଚିତ ବିମୁଗ୍ଧ କରିବ । ସ୍ୱାମୀ ବିବେକାନନ୍ଦ ଙ୍କ ପ୍ରଦର୍ଶିତ ମାର୍ଗରେ ଅନୁଗାମୀ ଏହି ସାଧକ ମାନଙ୍କ ଯୋଗ, ପ୍ରଣାୟମର ଶକ୍ତି ଅପୂର୍ବ ଓ ଅତୁଳନୀୟ। ଯାହାର ଏକ ଛୋଟ ନିଦର୍ଶନ ଏହି ଭିଡିଓ ରେ ଆପଣ ପାଇବେ । ନିୟମିତ ଯୋଗାଭ୍ୟସ ସେମାନଙ୍କୁ ନିରୋଗ ଓ ସୁସ୍ଥ ରହିବାରେ ଯଥେଷ୍ଟ ସହାୟକ ହୋଇ ପାରିଛି । ନୃତ୍ୟ ଓ ଆସନ ର ଯୋଗ ଏକ ଅପୂର୍ବ ଯୁଗଳବନ୍ଦୀ ଆମର ଏହି #ଯୋଗ_ନୃତ୍ୟାସନ ଆପଣ ମାନଙ୍କ ପାଇଁ ପ୍ରେରଣା ଦାୟକ ହୋଇପାରିବ ବୋଲି ଆମର ଆଶା ।
ଆପଣ ମାନଙ୍କ ଭଲପାଇବା ଏବଂ ପ୍ରେରଣା ଆମକୁ ଉତ୍ସାହିତ କରୁଛି । ସୂଚନା, ମନୋରଞ୍ଜନ, ଗଣମାଧ୍ୟମ ଓ ପତ୍ରକାରିତା ର ଏହି ବିପ୍ଲବ ରେ ଆପଣ ମାନଙ୍କ ସହଯୋଗ ଆମକୁ ସମୃଦ୍ଧ କରୁଛି । ପସନ୍ଦ ନାପସନ୍ଦ କରିବାର ସ୍ବାଧୀନତା ଆପଣଙ୍କର ଅଛି । ଆମେ ସବୁବେଳେ ଆପଣଙ୍କ ଠାରୁ ଗଠନ ମୂଳକ ମତାମତ ଆଶା ରଖିବୁ । ଏ ଚ୍ଯାନେଲ ଆପଣ ମାନଙ୍କର ଆପଣମାନଙ୍କ ପାଇଁ
ଆମେ ନିଆରା, ଆମେ ସ୍ବତନ୍ତ୍ର , ଆମେ ମୁକ୍ତ , ଆମେ ସ୍ବାଧୀନ
For More :
YouTube Channel
https://youtube.com/
Instagram
https://www.instagram.com/the_guide_odia/
Concept : Om Prakash
Camera : Jawed, Rabindra Kumar & Bablu
Published By : Purabi // Thumbnail : Tanmaya
Music- Vikas Kumar
Post Production: NEXT GEN STUDIOS (Bhubaneswar)