15/12/2022
ଅଣସର ଘରେ ଥିବା ଭାବଧାରାକୁ ମୁକ୍ତ କରିବାକୁ, ଅକୁହା କଥାକୁ ବ୍ୟକ୍ତ କରିବାକୁ, ଅଦେଖା ଓଡ଼ିଶାର ଚିତ୍ର ଆଉ ମାନଦଣ୍ଡ ଦେଖେଇବାକୁ, ଆଙ୍କି ହେଉ ନଥିବା ଶବ୍ଦର ପଟ୍ଟଚିତ୍ରରେ ରଙ୍ଗ ଭରିବାକୁ ତ କେତେବେଳେ ଭିଡ଼ ଭିତରେ ଆପଣାର ମହକ ପାଇବାକୁ !
ଯାହା ଅଛି କିନ୍ତୁ ଅଦୃଶ୍ୟ , ଯାହା ବ୍ୟକ୍ତ କିନ୍ତୁ ଅସ୍ପଷ୍ଟ; ସେହି ପରିଚିତ ଓଡ଼ିଶା ହେଉ ଅବା ମଣିଷର ଅପରିଚିତ ଭାବକୁ ଅତି ନିକଟରୁ ଅନୁଭବ କରିବାକୁ, ଓଡ଼ିଶାର କଳା, ପରମ୍ପରା, ପରିଚୟ, ଐତିହ୍ୟର ପରିଭାଷା, ଅପରିଚିତ ମଣିଷର ଓଜନ ମାପିବାକୁ ! ସେ ଛଳ ଛଳ ଆବେଗ, ଢଳ ଢଳ ଆଖି, ଡବ ଡବ କଥାର ନିଆରା ସର୍ଗରେ ପହଞ୍ଚାଇବା ନିମନ୍ତେ ସବୁବେଳେ ଦୁଇ ପାଦ ଆଗରେ, ପ୍ରେରଣାର ମଶାଲ ଧରି ଏକ ସମୃଦ୍ଧ ଓଡିଶାକୁ ସଶକ୍ତ କରିବା ଲକ୍ଷ୍ୟରେ ସୃଷ୍ଟି ହେଇଥିବା ଖାଣ୍ଟି ଓଡ଼ିଆଙ୍କ ନିଜସ୍ବ ଚ୍ୟାନେଲ .