
18/11/2024
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନଭେମ୍ବର ୧୭ ତାରିଖରେ ଆୟୋଜିତ ୩୩ ତମ ରାଜ୍ୟ ଚଳଚିତ୍ର ପୁରସ୍କାର ବିତରଣ ଉତ୍ସବ ଅବସରରେ ୨୦୨୧ ବର୍ଷ ପାଇଁ Sudhanya Creatives ର ପ୍ରଥମ ଅବଦାନ 'ବିଶ୍ୱାସ' - ଦ ଲାଇଟ ଓଭର ଡାର୍କନେସ ଚଳଚିତ୍ର ତିନୋଟି ବର୍ଗରେ ପୁରସ୍କୃତ ହୋଇଛି।
ଶ୍ରୀମତୀ Prabhati Parida, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, ଓଡ଼ିଶା, Shri Suryabanshi Suraj, ମାନ୍ୟବର ମନ୍ତ୍ରୀ, Odia Language Literature & Culture Department, Government of Odisha ତଥା ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସଦୟ ଉପସ୍ଥିତିରେ ଶ୍ରୀ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଗୀତିକାର ତଥା ଶ୍ରେଷ୍ଠ ସଂଳାପ ଲେଖକ ଓ ମାଷ୍ଟର ନବନୀତ ମହାନ୍ତଙ୍କୁ ଶ୍ରେଷ୍ଠ ଶିଶୁ ଅଭିନେତା ଭାବେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ଓ 'ବିଶ୍ୱାସ' ପରିବାର ପାଇଁ ଆପଣ ସମସ୍ତଙ୍କ ଅହେତୁକ ଭଲ ପାଇବା ଲାଗି ଏହା ସମ୍ଭବ ହୋଇପାରିଛି ।
ଏହି ଗୌରବମୟ ମୁହୂର୍ତ୍ତରେ ସୁଧନ୍ୟା କ୍ରିଏଟିଭସ୍ ପକ୍ଷରୁ ବିଶ୍ୱାସ ଚଳଚିତ୍ର ପରିବାରର ସମସ୍ତ ସଦସ୍ୟମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
CMO Odisha Information & Public Relations Department, Government of Odisha
Bishnu Mohan Kabi Sahil Mishra Bibekananda Panigrahi Sudhanya Creatives