The Kalinga News

  • Home
  • The Kalinga News

The Kalinga News ଖବର ଆପଣଙ୍କର, ଦାୟିତ୍ୱ ଆମର

ବିଜେଡିରେ ଯୋଗ ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସୁକାନ୍ତ ବିଜେଡିରେ ଯୋଗଦେବା ସହ ପୁରୁଣା ଘରକୁ ବାହୁଡିଛନ୍ତି । ହଜାର ହଜାର ସମର୍ଥକଙ୍...
31/03/2024

ବିଜେଡିରେ ଯୋଗ ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସୁକାନ୍ତ ବିଜେଡିରେ ଯୋଗଦେବା ସହ ପୁରୁଣା ଘରକୁ ବାହୁଡିଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ଶଙ୍ଖଭବନରେ ପହଞ୍ଚି ରବିବାର ବିଜେଡିରେ ଯୋଗ ଦେଇଛନ୍ତି ସୁକାନ୍ତ ନାୟକ ।


ଦଳ ଛାଡିଲେ ତୁଙ୍ଗ ନେତା
30/03/2024

ଦଳ ଛାଡିଲେ ତୁଙ୍ଗ ନେତା

ଶଙ୍ଖରୁ ତୁଟିଲା ସମ୍ପର୍କ
30/03/2024

ଶଙ୍ଖରୁ ତୁଟିଲା ସମ୍ପର୍କ

27/03/2024

BJD releases Assembly seats

BJD announces first list for assembly polls

Bisam Cuttack: Jagannath Saraka
Gunupur: Raghunath Gamango
Rayagada: Anusaya Majhi
Bargarh: Debesh Acharya
Bijepur: Rita Sahu
Atabira: Snehangini Churia
Bhatli: Susant Singh
Jaleswar: Aswini Patra
Basata: Subhasini Jena

Bhandaripokhari: Sanjeeb Mallik
Bhadrak: Prafulla Samal
Basudevpur: Bishnubrata Routray
Dhamnagar: Dr Sanjay Das
Chandabali: Byomokesh Ray
Binjharpur: Pramila Mallik
Dharmashala: Pranab Balabantray
Jajpur: Sujata Sahu

Sukinda: Preetiranjan Gharai
Dhenkanal: Sudhir Ku Samal
Kamakhyanagar: Prafulla Mallik
Parjang: Nrusingha Sahu
Pallahara: Mukesh Pal
Chendipada: Susant Ku Behera
Sonepur: Niranjan Pujari
Loisingha: Nihar Behera
Patnagarh: Saroj Meher

Balangir: Kalikesh Singh Deo
Titlagarh: Tukuni Sahu
Nuapada: Rajendra Dholkia
Umerkote: Nabina Nayak
Jharigam: Ramesh Majhi
Nabarangpur: Kaushalya Pradhani
Dabugam: Manohar Randhari
Lanjigarh: Pradeep Dishari
Junagarh: Dibya Shankar Mishra

Dharmagarh: Pushpendra Singhdeo
Bhawanipatna: Latika Nayak
G Udyagiri: Saluga Pradhan
Kantamal: Mahidhar Rana
Boudh: Pradip Amat
Baramba: Debi Mishra
Banki: Debi Tripathy
Athagarh: Ranendra P Swain
Cuttack Choudwar: Sauvik Biswal

Niali: Pramod Mallik
Cuttack Sadar: Candra Sarathi Behera
Patkura: Arvind Mohapatra
Aul: Pratap Deb
Rajnagar: Dhruva Sahu
Mahakalpada: Atanu Sabyasachi Nayak
Puri: Sunil Mohanty
Brahmagiri: Uma Samantray
Satyabadi: Sanjay Das Burma

Pipli: Rudra Maharathy
Jatni: Bibhuti Balabantray
Ranpur: Satya Pradhan
Daspalla: Ramesh Behera
Nayagarh: Arun Ku Sahoo
Bhanjanagar: Bikram Arukha
Polsara: Srikant Sahu
Kabisuryanagar: Latika Pradhan
Chhatrapur: Subash Behera

Soroda: Sanghamitra Swain
Hinjili: Naveen Patnaik
Gopalpur: Bikram Panda
Digapahandi: Biplab Patro
Chikiti: Chinmayananda Srirup Deb
Kotpad: Chandrasekhar Majhi
Koraput: Raghuram Podal
Malkangiri: Manas Madkami
Ghasipura: Badri Patra


BJD Announces Names Of 9 Lok Sabha Candidates

BJD releases 1st list of Lok Sabha and Assembly

Pranab Prakash Das: Sambalpur
Lambodhar Nial: Kalahandi
Manmath Routray: Bhubaneswar
Anshuman Mohanty: Kendrapara
Nabarangpur: Paradip Majhi
Sundargarh: Dilip Tirkey
Mayurbhanj: Sudam Marandi
Ranjita Sahu: Aska
Kaushalya Hikaka: Koraput

ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ବିଧିବଦ୍ଧ ଭା...
27/03/2024

ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡିରେ ହେଲେ ସାମିଲ ।

ପ୍ରାର୍ଥୀ ଘୋଷଣା କଲା ବିଜେପିସମ୍ବଲପୁରରୁ ଧର୍ମେନ୍ଦ୍ର, ପୁରୀରୁ ସମ୍ବିତ ପାତ୍ରଭୁବନେଶ୍ୱରରୁ ଲଢିବେ ଅପରାଜିତା
24/03/2024

ପ୍ରାର୍ଥୀ ଘୋଷଣା କଲା ବିଜେପି
ସମ୍ବଲପୁରରୁ ଧର୍ମେନ୍ଦ୍ର, ପୁରୀରୁ ସମ୍ବିତ ପାତ୍ର
ଭୁବନେଶ୍ୱରରୁ ଲଢିବେ ଅପରାଜିତା

ଚନ୍ଦ୍ରାୟାନ-୩ ର ସଫଳ ଅବତରଣ ଖୁସିରେ ସାଧାରଣ ଜନତା
23/08/2023

ଚନ୍ଦ୍ରାୟାନ-୩ ର ସଫଳ ଅବତରଣ ଖୁସିରେ ସାଧାରଣ ଜନତା

ଧରାପଡିଲା ଅଧ୍ୟାପିକାଙ୍କ କାରସାଦି : ପରୀକ୍ଷାରେ ଛାତ୍ରୀଙ୍କ ସ୍ଥାନରେ ନିଜେ ଦେଉଥିଲେ ପରୀକ୍ଷାଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ । ହେଲ...
23/08/2023

ଧରାପଡିଲା ଅଧ୍ୟାପିକାଙ୍କ କାରସାଦି : ପରୀକ୍ଷାରେ ଛାତ୍ରୀଙ୍କ ସ୍ଥାନରେ ନିଜେ ଦେଉଥିଲେ ପରୀକ୍ଷା

ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ । ହେଲେ ଧରା ପଡିଗଲା ଅଧ୍ୟାପିକାଙ୍କ କାରସାଦି । ଆଉ ଏବେ ଗିରଫ ହୋଇ ଜେଲ ଗଲେ । ଅଧ୍ୟାପିକା ଜଣଙ୍କ ହେଲେ ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ ।

ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ରାଜଧାନୀର କାନନ ବିହାରସ୍ଥିତ ବାସଭବନରେ ଚ...
23/06/2023

ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ରାଜଧାନୀର କାନନ ବିହାରସ୍ଥିତ ବାସଭବନରେ ଚଢ଼ଉ କରିବାକୁ ପହଞ୍ଚିଥିଲା। ଜବତ ଅର୍ଥର ପରିମାଣ ୨ କୋଟି ହେବ ବୋଲି କୁହାଯାଉଛି।

ଅନୁମାନ କରାଯାଉଛି ଯେ ଏହି ଟଙ୍କା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କର। ସେ ଭିଜିଲାନ୍ସ ଟିମ୍ ଆସିଥିବା ଜାଣି ଘରେ ନଥିଲେ ବି ପରିବାର ଲୋକଙ୍କୁ ପଡ଼ୋଶୀଙ୍କ ଛାତକୁ ସେହି ୬ ପ୍ୟାକେଟ୍ ଟଙ୍କା ବିଡ଼ା ଫିଙ୍ଗିଦେବାକୁ କହିଥିଲେ। ଏହାପରେ ପରିବାର ଲୋକେ ପଡ଼ୋଶୀଙ୍କ ଛାତ ଉପରକୁ ଟଙ୍କା ପ୍ୟାକେଟ୍ ଫିଙ୍ଗିଦେଇଥିଲେ। କିନ୍ତୁ ଟଙ୍କା ବିଷୟରେ କିଛି ଜାଣି ନଥିବା ଗଣମାଧ୍ୟମକୁ କହିଥିଲେ ପରିବାର ଲୋକେ। ଏନେଇ ଭିଜିଲାନ୍ସ ଟିମ୍ ଖୋଳତାଡ଼ କରୁଛି।

ସୂଚନାଯୋଗ୍ୟ, ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ଓ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ଜଣାଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ କୁମାର ରାଉତଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା। ଆଗରୁ ସେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ ଥିବା ବେଳେ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବିଶ୍ରା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିବା ସମୟରେ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।

⚫❗⚫*🍁 -: ll ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଦେବୀ ରୁକ୍ମିଣୀ ଙ୍କ ସହ ବିବାହ ll  :- 🍁*"ଜୟ ଜୟ ଜଗନ୍ନାଥ ସୂର୍ଯ୍ୟବଂଶ ସମୁଭବଃରୁକ୍ମି...
31/05/2023

⚫❗⚫
*🍁 -: ll ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଦେବୀ ରୁକ୍ମିଣୀ ଙ୍କ ସହ ବିବାହ ll :- 🍁*

"ଜୟ ଜୟ ଜଗନ୍ନାଥ ସୂର୍ଯ୍ୟବଂଶ ସମୁଭବଃ
ରୁକ୍ମିଣୀପତି ଦେବେଶ ଶେଷଛତ୍ର ସୁଶୋଭିତଃ
ଆଞ୍ଜନେୟ ପ୍ରିୟଃ ଶାନ୍ତଃ ରାମରୂପୀ ସୁବନ୍ଦିତଃ
କୁର୍ଵନ୍ତୁ ମଙ୍ଗଳଂ କ୍ଷେତ୍ରେ ଭକ୍ତାନାଂ ପ୍ରିୟବାଦିନାଂ"

ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପ୍ରାତଃକାଳୀନ ପୂଜା ସମାପ୍ତ ହେବା ପରେ ଦକ୍ଷିଣ ଘରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଆଣି ଶ୍ରୀଜଗନ୍ନାଥଙ୍କ ପାଖରେ ରଖି ଆଜ୍ଞା ମାଗି ନନ୍ଦିଘୋଷରେ ସ୍ଥାପନ କରାଯାଏ। ଯିଏ ରୁକ୍ମିଣୀ ସେ ହିଁ ଲକ୍ଷ୍ମୀ ଅଟନ୍ତି। ସେ ସର୍ବଦା କୃଷ୍ଣଙ୍କ ହୃଦୟରେ ଅଧିଷ୍ଠିତା ହୋଇରହିଛନ୍ତି। ତେଣୁ ଏହି ଭାବନାରେ ବର୍ତ୍ତମାନ ମନୁଷ୍ୟ ବିଗ୍ରହ ଧାରଣ କରି କୃଷ୍ଣ ରୂପରେ ଜାତ ହୋଇଥିବାରୁ ଲକ୍ଷ୍ମୀ ରୁକ୍ମିଣୀ ରୂପରେ ଶ୍ରୀକୃଷ୍ଣଙ୍କ ପ୍ରାଣପ୍ରିୟା ପତ୍ନୀ ରୂପରେ ଜାତ ହୋଇଛନ୍ତି। ଶ୍ରୀମନ୍ଦିରରେ ପବିତ୍ର ଜ୍ୟେଷ୍ଠ ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରୁକ୍ମିଣୀ (ଶ୍ରୀଦେବୀ)ଙ୍କ ବିବାହ ଉତ୍ସବ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଥାଏ।

ରୁକ୍ମିଣୀଙ୍କୁ ମହାଲକ୍ଷ୍ମୀଙ୍କ ଅବତାର ବୋଲି କୁହାଯାଏ।ଦ୍ଵାରକାର ନୃପତି ପ୍ରଭୁ ଶ୍ରୀକୃଷ୍ଣଙ୍କର ଷୋଳ ସହସ୍ର ଏକ ଶହ ରାଣୀଙ୍କ ସହିତ ରୁକ୍ମିଣୀ ଓ ସତ୍ୟଭାମା ଆଦି ଅଧିକା ଆଠ ପାଟରାଣୀ ଥିଲେ।ଦିବ୍ୟ ସୁନ୍ଦରୀ, ଗୁଣବତୀ ଓ ପବିତ୍ରତାର ପ୍ରତୀକ ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ରୂପ, ଗୁଣରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ ପାଇଁ ଅଭିଳାଷ ରଖିଥିଲେ।ଶ୍ରୀକୃଷ୍ଣ ମଧ୍ୟ ଦେବୀ ରୁକ୍ମିଣୀଙ୍କ ପ୍ରତି ଆସକ୍ତ ଥିଲେ। ଏହି ତିଥିରେ ସକାଳ ଧୂପ ସମୟରେ ଦକ୍ଷିଣ ଘରେ ମଦନମୋହନଙ୍କ ବେଶ ଆରମ୍ଭ ହୁଏ। ପୂଜାପଣ୍ଡା ସେବକମାନେ ସକାଳ ଧୂପ ଶେଷ ହୋଇ ପାଣି ପଡ଼ିବା ପରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀଙ୍କୁ ପ୍ରଦାନ କରନ୍ତି। ଏହାପରେ ମହାଜନ ସେବକ ଶ୍ରୀଦେବୀଙ୍କୁ ହସ୍ତରେ ନେଇ ସାତ ପାହାଞ୍ଚ ନିକଟରେ ଥିବା ସୁସଜ୍ଜିତ ପାଲିଙ୍କିରେ ବିଜେ କରାନ୍ତି।ପାଲିଙ୍କିକୁ କାନ୍ଧରେ ନେଇ ବିମାନବଡୁ ସେବକମାନେ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ରଖନ୍ତି।ସେଠାରୁ ଶ୍ରୀଦେବୀଙ୍କୁ ସେବକମାନେ ହାତରେ ବିଜେ କରାଇ ମହାଲକ୍ଷ୍ମୀଙ୍କ ମନ୍ଦିରର ଜଗମୋହନରେ ପଡ଼ିଥିବା ଖଟ ଶେଯ ଉପରେ ବିଜେ କରାନ୍ତି। ଭଣ୍ଡାର ମେକାପ ଦେଇଥିବା ଅଳଙ୍କାର ଶ୍ରୀଦେବୀଙ୍କୁ ଅଳଙ୍କୃତ କରାଇବା ପୂର୍ବରୁ ତାଙ୍କୁ ପଞ୍ଚାମୃତରେ ମହାସ୍ନାନ, ମାଜଣା ଓ ବନଲାଗି କରାଯାଇଥାଏ।ଅଳଂକାର ଅଳଙ୍କୃତ ହେବା ପରେ ମହାଲକ୍ଷ୍ମୀଙ୍କ ବିଶ୍ୱସ୍ତ ତଢାଉ କରଣ ତାଳପତ୍ର ଓ ଲେଖନୀ ନେଇ ସେଠାରେ ପହଞ୍ଚନ୍ତି।

ଭିତରଛ ମହାପାତ୍ର ଉକ୍ତ ତାଳପତ୍ର ଓ ଲେଖନୀକୁ ଶ୍ରୀଦେବୀଙ୍କ ଶ୍ରୀହସ୍ତ ସ୍ପର୍ଶ କରାଇ ତଢାଉ କରଣ ସେବକଙ୍କୁ ଦିଅନ୍ତି।ସେ ରୁକ୍ମିଣୀଙ୍କ ମନୋଭାବ ତାଳପତ୍ରରେ ଲେଖି ମହାପ୍ରଭୁଙ୍କ ନିକଟକୁ ପଠାଇଥାନ୍ତି। ଦକ୍ଷିଣ ଘରେ ମହାପ୍ରଭୁ ମଦନମୋହନଙ୍କ ବେଶ ଶେଷ ହେବା ପରେ ରତ୍ନସିଂହାସକୁ ବିଜେ କରନ୍ତି। ଏହାପରେ ଭିତରେ ଆଲଟ ଲାଗି ହୋଇ ଦ୍ୱାର ବନ୍ଦ ରହେ।ଭିତରଛ ମହାପାତ୍ର ତାଳପତ୍ରରେ ଲେଖାଥିବା ଚିଟାଉଟା ନେଇ ଚନ୍ଦନରେ ଶ୍ରୀଦେବୀଙ୍କ (ରୁକ୍ମିଣୀ) ଶ୍ରୀହସ୍ତ ମୁଦ୍ କରାନ୍ତି। ତାହାପରେ ଜଣେ ସେବକ ଵିପ୍ରବ୍ରାହ୍ମଣ ରୂପେ ଚିଟାଉ ନେଇ ଘଣ୍ଟ, ଛତା ଓ କାହାଳୀ ସହ ଜୟ ବିଜୟ ଦ୍ୱାରଠାରେ ଅପେକ୍ଷା କରିଥିବା ମଦନମୋହନଙ୍କ ନିକଟରେ ପହଞ୍ଚିବା ପରେ ପୁରାଣ ପଣ୍ଡା, ପୂଜା ପଣ୍ଡା ଓ ପାଳିଆ ଖୁଣ୍ଟିଆ ସେବାୟତମାନଙ୍କ ଉପସ୍ଥିତିରେ ବଚନିକାମନ ହୋଇଥାଏ।

ପୁରାଣ ଅନୁସାରେ ବିଦର୍ଭର ରାଜକନ୍ୟା ରୁକ୍ମିଣୀ ଦ୍ଵାରକାର ନୃପତି ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ପିତାଙ୍କୁ ଜଣାଇଲେ।ପିତା ଭୀଷ୍ମକ ରାଜି ଥିଲେ ହେଲେ ପୁତ୍ର ରୁକ୍ମୀ ବିରୋଧ କଲେ।ରୁକ୍ମୀ ମଗଧର ପରାକ୍ରମୀ ରାଜା ଜରାସନ୍ଧଙ୍କ ପ୍ରସ୍ତାବ ଅନୁସାରେ ଜରାସନ୍ଧଙ୍କ ବଂଶୀୟ ଚେଦିରାଜା ଦମଘୋଷଙ୍କ ପୁତ୍ର ବନ୍ଧୁ ଶିଶୁପାଳଙ୍କ ସହିତ ଭଗ୍ନୀ ରୁକ୍ମିଣୀଙ୍କୁ ବିବାହ ଦେବାକୁ ସ୍ଥିର କଲେ।ଶିଶୁପାଳ ଆସିବା ସୂଚନା ପାଇ ରୁକ୍ମିଣୀ ବିପ୍ର ବ୍ରାହ୍ମଣ ହସ୍ତରେ ଉକ୍ତ ଚିଟାଉ ପଠାଇ ଶ୍ରୀକୃଷ୍ଣ ଗୋପନରେ ତାଙ୍କୁ ନେବା ପାଇଁ ନିବେଦନ କଲେ।ପ୍ରଭୁ ମଦନମୋହନ ସାତ ପାହାଚଠାରେ ରଥରେ ବିଜେ ହୁଅନ୍ତି। ରଥକୁ ବିମାନବଡୁମାନେ କୁର୍ମବେଢ଼ାସ୍ଥିତ ବିମଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ରଖନ୍ତି। ଶ୍ରୀଦେବୀ ପାଲିଙ୍କିରେ ବିଜେ ହୋଇ ମହାଲକ୍ଷ୍ମୀ ମନ୍ଦିରରୁ ମାହାରୀଙ୍କୁ(ଦାସୀଙ୍କୁ) ସାଙ୍ଗରେ ନେଇ ଗ୍ରାମ ଦେବତୀ ପୂଜା କରିବାକୁ କୁର୍ମବେଢ଼ାସ୍ଥିତ ବିମଳା ମା’ଙ୍କ ମନ୍ଦିରରେ ଆସନ୍ତି।ସେଠାରେ ପର୍ବଯାତ୍ରା ଯୋଗଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳାଙ୍କ ଶ୍ରୀଅଙ୍ଗରେ ସ୍ପର୍ଶ ହୋଇ ଭିତରଛ ମହାପାତ୍ର ବିମଳାଙ୍କୁ ଗ୍ରାମଦେବତୀ ଭାବରେ ପୂଜାର୍ଚ୍ଚନା, ମହାସ୍ନାନ, ମାଜଣା ଓ ପ୍ରସାଦ ଲାଗି କରନ୍ତି।ଗ୍ରାମଦେବତୀ(ବିମଳା)ଙ୍କ ପୂଜା ଶେଷ ହେବା ପରେ ବିମଳାଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀଦେବୀ (ରୁକ୍ମିଣୀ)ଙ୍କୁ ଦିଆଯାଇଥାଏ।ଶ୍ରୀଦେବୀ(ରୁକ୍ମିଣୀ) ବିମଳାଙ୍କ ପୂଜାର୍ଚ୍ଚନା ସାରି ବାହାରକୁ ଫେରିବା ବାଟରେ ସେଠାରେ ଆଗରୁ ମଦନମୋହନ(ଶ୍ରୀକୃଷ୍ଣ) ଲୁଚି ରହିଥାନ୍ତି ଓ ସେ ଶ୍ରୀଦେବୀ (ରୁକ୍ମିଣୀ)ଙ୍କୁ ହରଣ କରନ୍ତି।

ଭାଇ ରୁକ୍ମୀ ବାଧା ଦେବାରୁ ଶ୍ରୀକୃଷ୍ଣ ଯୁଦ୍ଧ କରିବାଦ୍ୱାରା ଶରାଘାତରେ ରୁକ୍ମୀଙ୍କୁ ମୁର୍ଚ୍ଛିତ ହୁଅନ୍ତି। ଭଉଣୀ ରୁକ୍ମିଣୀଙ୍କ ଅନୁରୋଧରେ କୃଷ୍ଣ ରୁକ୍ମୀଙ୍କୁ ଵଧ କଲେ ନାହିଁ।ରୁକ୍ମିଣୀ ମଦନମୋହନଙ୍କ ସହ ରଥରେ ଆସୁଥିବା ସମୟରେ ସରସ୍ବତୀଙ୍କ ମନ୍ଦିର ଆଗରେ ଶିଶୁପାଳ ବାଧା ଦେବାରୁ ଯୁଦ୍ଧରେ ଶ୍ରୀକୃଷ୍ଣ ତାଙ୍କୁ ପରାସ୍ତ କଲେ ଓ ପରେ ତାଙ୍କୁ ରଥରେ ବାନ୍ଧି ଦେଲେ।ଦକ୍ଷିଣ ଘରୁ ବଡ଼ଭାଇ ଶ୍ରୀବଳଭଦ୍ର(ଶ୍ରୀ ବଳରାମ) ଯୁଦ୍ଧକୁ ରଥରେ ବିଜେ ହୋଇ ଆସିଲେ।ହେଲେ ଭଗ୍ଣୀ ରୁକ୍ମିଣୀଙ୍କ ଅନୁରୋଧ ରକ୍ଷା କରି ଭାଇ ଶିଶୁପାଳକୁ ବଳଭଦ୍ର ବନ୍ଧନରୁ ମୁକ୍ତ କରି ଦକ୍ଷିଣ ଘରକୁ ଫେରିଆସନ୍ତି।ଏହାପରେ ରୁକ୍ମିଣୀ ଓ ଶ୍ରୀକୃଷ୍ଣଙ୍କୁ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପରେ ବିଜେ ପୂଜକ ଶ୍ରୀଜୀଉମାନଙ୍କୁ ଚନ୍ଦନ ଲାଗି କରାଯାଇଥାଏ। ଶ୍ରୀ କୃଷ୍ଣ ମାଧବପୁରଠାରେ ପ୍ରଥମ ପାଟରାଣୀ ରୁକ୍ମିଣୀଙ୍କୁ ବିବାହ କରିଥିବା କଥା କୁହାଯାଏ।ଏହି ବିବାହ ସ୍ମୃତିରେ ମାଧବପୁରଠାରେ ଏକ ମନ୍ଦିର ନିର୍ମାଣ ହୋଇ ପ୍ରତିବର୍ଷ ଏଠି ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେଉଛି। ଭିତରେ ପାଣିପଡ଼ି ଶ୍ରୀମନ୍ଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଯାତଭୋଗ ହୁଏ।

ଏହିଦିନ ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଶ୍ରୀମଦନମୋହନ ଓ ଶ୍ରୀଦେବୀ ଜଳକ୍ରୀଡ଼ା ଉତ୍ସବକୁ ବିଜେ ନ ହୋଇ କେବଳ ଶ୍ରୀଦୋଳଗୋବିନ୍ଦ ବିଜେ ହୁଅନ୍ତି।ଜଳକ୍ରୀଡ଼ା ଶେଷ ହୋଇଗଲା ପରେ ଶ୍ରୀମନ୍ଦିରେ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଆଳତି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀଦେବୀଙ୍କ ଅର୍ଥାତ୍ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ଶ୍ରୀମନ୍ଦିର ବିବାହ ମଣ୍ଡପ(ମାଜଣା ମଣ୍ଡପ) ଖଟକୁ ବିଜେ ହୋଇ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ।ସନ୍ଧ୍ୟା ଧୂପ ପୂଜା ସମୟରେ ଶ୍ରୀମନ୍ଦିରର ଏହି ବିବାହ ମଣ୍ଡପରେ ବିବାହ ଉତ୍ସବ ଆରମ୍ଭ ହୋଇଥାଏ।ବନ୍ଦାପନା ଓ ଚାମର ଆଲଟ କରାଯିବା ପରେ ପ୍ରଭୁ ଓ ଦେବୀଙ୍କୁ ମହାସ୍ନାନ କରାଯାଇଥାଏ।ଏବଂ ଏହାପରେ ନୂଆ ଲୁଗା ଲାଗି କରାଯାଇ ସର୍ବାଙ୍ଗ ଚନ୍ଦନ ଲାଗି କରାଯାଏ।ପତି ମହାପାତ୍ର, ପୂଜା ପଣ୍ଡା, ମୁଦିରସ୍ତ ଓ ଭିତରଛ ମହାପାତ୍ର ସେବାୟତମାନେ ବିବାହ ସାମଗ୍ରୀମାନ ଗ୍ରହଣ କରି ସଂକଳ୍ପ ବାକ୍ୟ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି।ବିବାହ କାର୍ଯ୍ୟ ଶେଷ କରାଗଲା ପରେ ବିବାହ ମଣ୍ଡପରେ। ବନ୍ଦାପନା କରାଯାଇ ନବଦମ୍ପତି ଉଭୟଙ୍କୁ ଭିତରକୁ ରତ୍ନ ସିଂହାସନକୁ ବିଜେ କରାଯାଏ।ଏହା ପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ପାଳିତ ହୋଇଥାଏ।ଦେଉଳ ପରିସରରେ ବଦାନ୍ୟ ବ୍ୟକ୍ତିମାନଙ୍କଦ୍ୱାରା ଭକ୍ତମାନଙ୍କୁ ମହାପ୍ରସାଦ ସେବନ କରାଯାଇଥାଏ।

ଜଗନ୍ନାଥ ହେଲେ ରଜା,
ମହାଲକ୍ଷ୍ମୀ ହେଲେ ରାଣୀ, ଶ୍ରୀକ୍ଷେତ୍ରରେ ଥାଇ ପରଜା ପାଳନ୍ତି
ସବୁରି ମନକୁ କିଣି ଲୋ,
ଜଗନ୍ନାଥ ହେଲେ ରଜା,
ମହାଲକ୍ଷ୍ମୀ ହେଲେ ରାଣୀ"""
🚩

ଦି କଳିଙ୍ଗ ନିୟୁଜ (ଭୁବନେଶ୍ୱର)୨୮/୦୩ : ଏଥର ତ୍ରାହି ନାହିଁ ,ନାବାଳକ ବାଇକ ଚାଳକଙ୍କୁ ସରକାରଙ୍କର କଡା ଆଭିମୁଖ୍ୟ, ଗଣିଲେ ୨୫ ହଜାର ଲେଖାଏଁ ଫ...
28/03/2023

ଦି କଳିଙ୍ଗ ନିୟୁଜ (ଭୁବନେଶ୍ୱର)୨୮/୦୩ : ଏଥର ତ୍ରାହି ନାହିଁ ,ନାବାଳକ ବାଇକ ଚାଳକଙ୍କୁ ସରକାରଙ୍କର କଡା ଆଭିମୁଖ୍ୟ, ଗଣିଲେ ୨୫ ହଜାର ଲେଖାଏଁ ଫାଇନ । କଲେଜ ରୋଡରେ ତିନି ନାବାଳକ ବାଇକ ଚଳାଇବା ସମୟରେ ଧରା ପଡିଛନ୍ତି । ପୋଲିସ ଓ ପରିବହନ ବିଭାଗର ଏହି ମିଳିତ ଯାଞ୍ଚ ବେଳେ ଧରାପଡ଼ିଛନ୍ତି ଦୁଇ ନାବାଳକ । ଉକ୍ତ ତିନି ଜଣଙ୍କୁ ୨୫ ହଜାର ଲେଖାଏଁ ଜରିମାନା ଆଦାୟ ହୋଇଛି ।

ସୂଚନାଥାଉକି, ସ୍କୁଲ ଓ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ନାବାଳକ ଓ ନାବାଳିକା ବିପଦଜନକ ଭାବେ ସ୍କୁଟି, ବାଇକ ଚଳାଉଥିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି ।ଏଣୁ ଏହି ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଫଳ ସ୍ୱରୂପ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଏହି ଯାଞ୍ଚ ଆରମ୍ଭ ହୋଇଛି । ଆଗାମୀ ଦିନରେ ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ଦି କଳିଙ୍ଗ ନିୟୁଜ(୨୭/୩)- ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍...
27/03/2023

ଦି କଳିଙ୍ଗ ନିୟୁଜ(୨୭/୩)- ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୦ ଜିଲ୍ଲାରେ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି। ଏହି ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି। ଅନେକ ବିଧାୟକଙ୍କୁ ବି ଦାୟିତ୍ୱ ମିଳିଛି। ତେବେ ଦଳର ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ସର୍ବାଧିକ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ମିଳିଛି। ତାଙ୍କୁ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି। ସେହିଭଳି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଏବଂ ରାୟଗଡ଼ା ଦାୟିତ୍ୱ ଦିଆଯାଇଛି। ସେହିଭଳି କୋରାପୁଟ ଓ ମାଲକାନାଗିରି ଜିଲ୍ଲା ପାଇଁ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ମିଳିଛି।

ସେହିପରି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ୱର ଦାୟିତ୍ୱ ମିଳିଛି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼ାଇକୁ ସୁନ୍ଦରଗଡ଼, ପ୍ରଦୀପ ଅମାତଙ୍କୁ ଗଞ୍ଜାମ ଓ ଅଶୋକ ପଣ୍ଡାଙ୍କୁ ଯାଜପୁର,ବଲାଙ୍ଗୀର ପାଇଁ ସୁଧୀର ସାମଲ, ଭଦ୍ରକ ପାଇଁ ପ୍ରତାପ ଜେନା, ଦେବଗଡ଼ ପାଇଁ ଅମରେଶ ଜେନା, ଜଗତସିଂହପୁର ପାଇଁ ଅରୁଣ କୁମାର ସାହୁ, କନ୍ଧମାଳ ପାଇଁ ବିଜୟ ନାୟକ, ଖୋର୍ଦ୍ଧା ପାଇଁ ରବୀନ୍ଦ୍ର କୁମାର ଜେନା, ନବରଙ୍ଗପୁର ପାଇଁ ଈଶ୍ୱର ପାଣିଗ୍ରାହୀ ଏବଂ ନୟାଗଡ଼ ପାଇଁ ପଦ୍ମନାଭ ବେହେରାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି।

ସେହିପରି କଳାହାଣ୍ଡି ପାଇଁ ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା, ପ୍ରଦୀପ୍ତ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା, ପ୍ରଶାନ୍ତ ମୁଦୁଲିଙ୍କୁ ସମ୍ବଲପୁର ଏବଂ ଦେବେଶ ଆଚାର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

Address


Telephone

+919437371561

Website

Alerts

Be the first to know and let us send you an email when The Kalinga News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Kalinga News:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share