IRA e-magazine

IRA e-magazine ଇରା
ଓଡ଼ିଆ ସାହିତ୍ୟ ଇ - ପତ୍ରିକା
କବିତା . ଗଳ୍ପ . ପ୍ରବନ୍ଧ . ନାଟକ

ପ୍ରତ୍ୟେକ ଓଡିଆଙ୍କ ପାଇଁ ସ୍ମରଣୀୟ ଦିବସ ହେଉଛି ଅପ୍ରେଲ 1, ତାରିଖ । ଏହିଦିନ ଓଡିଶା ପ୍ରଦେଶ ଅତୀତର କଳିଙ୍ଗ, ଉତ୍କଳ ଉଡ୍ର ନାମରେ ପରିଚିତ ଥାଇ...
31/03/2024

ପ୍ରତ୍ୟେକ ଓଡିଆଙ୍କ ପାଇଁ ସ୍ମରଣୀୟ ଦିବସ ହେଉଛି ଅପ୍ରେଲ 1, ତାରିଖ । ଏହିଦିନ ଓଡିଶା ପ୍ରଦେଶ ଅତୀତର କଳିଙ୍ଗ, ଉତ୍କଳ ଉଡ୍ର ନାମରେ ପରିଚିତ ଥାଇ ମଧ୍ୟ ଶାସିତ ହୋଇଛି ଅନେକ ଶାସକଙ୍କ ଦ୍ୱାରା । ଅନେକ ଉତ୍ଥାନ ପତନ ଘଟିଛି ତଥାପିି ନିଜ ଗୌରବକୁ ବଜାୟ ରଖିବାରେ ସମର୍ଥ ହୋଇଛି । ଶାନ୍ତି ପ୍ରିୟ ରାଜ୍ୟ ହିସାବରେ ଏହାର କଳା ସଂସ୍କୃତି, ପ୍ରାକୃତିକ ପରିବେଶ ,ସୁଦୀର୍ଘ ବେଳାଭୂମି ,ସୁଉଚ୍ଚ ପର୍ବତମାଳା, ସବୁଜ ଅରଣ୍ୟ, ନଦନଦୀ, ମନ୍ଦିରମାଳିନୀ ସହର, ଖଣିଜ ସମ୍ପଦ,କୃଷି, ବାଣିଜ୍ୟ, ଶିଳ୍ପ,କଳା, ଭାସ୍କର୍ଯ୍ୟ ପ୍ରାଚୁର୍ଯ୍ୟରେ ଭରପୁର । ଜଗନ୍ନାଥ ହେଉଛନ୍ତି ପ୍ରତି ଓଡ଼ିଆଙ୍କ ଆରାଧ୍ୟ ଦେବତା, କୋଟି ଓଡ଼ିଆଙ୍କ ମଉଡ ମଣି । ଓଡିଶା ସାଧୁ ସନ୍ଥ ମାନଙ୍କର ଏକ ପବିତ୍ର ଭୂମି । ଏହାର ଇତିହାସ ପୁରାଣଶାସ୍ତ୍ର ଅତୀବ ପ୍ରାଚୀନ । ଏହି ଅଧ୍ୟାତ୍ମ ଭୂଖଣ୍ଡ, ଦେବଭୂମି, ତୀର୍ଥଭୂମି, କଳାଭୂମିକୁ ସ୍ୱତନ୍ତ୍ର ଓଡ଼ିଶାରେ ପରିଣତ କରିବା ପାଇଁ ଯେଉଁ ମାନଙ୍କ ତ୍ୟାଗ, ନିଷ୍ଠାପର ଉଦ୍ୟମ ରହି ଆସିଥିଲା ସେହି ବରପୁତ୍ର ମାନଙ୍କୁ ଉତ୍କଳ ଦିବସ ଅବସରରେ ମନେପକାଉ,ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁ କାରଣ ସେହି ମାନଙ୍କ ଯୋଗୁଁ ଆମ ରାଜ୍ୟ ଭାଷା ଭିତ୍ତିକ ପ୍ରଦେଶ ଗଠନ ଦିଗରେ ପ୍ରଥମ ରାଜ୍ୟ ଭାବରେ ସମଗ୍ର ଭାରତ ବର୍ଷରେ ଅପ୍ରେଲ1,1936 ମସିହାରେ ସ୍ୱତନ୍ତ୍ର ହେଲା । ମଧୁସୂଦନ ଦାସ, ଗୋପବନ୍ଧୁ, ରାମଚନ୍ଦ୍ର ଭଞ୍ଜଦେଓ, ପଣ୍ଡିତ ନୀଳକଣ୍ଠ, ଫକୀରମୋହନ, ରାଧାନାଥ ରଥ, ଗଙ୍ଗାଧର ମେହେର
, କୃଷ୍ଣ ଚନ୍ଦ୍ର ଗଜପତି, ଗୌରୀ ଶଙ୍କର ରାୟ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ ପ୍ରଭୃତିଙ୍କ ତ୍ୟାଗ ଓ ବଳିଦାନ ଫଳରେ ଓଡିଶା ମୁକ୍ତିର ମଶାଲ ଜାଳିଲା । ତେଣୁ ଆମ ଐତିହ୍ୟ, ପରମ୍ପରାକୁ ମନେପକାଇ ଏହି ବରମୋବାଇଲରେ ଟାଇପ କରି ହ୍ଵାଟ୍ସଆପ ରେ 79ପୁତ୍ର ମାନଙ୍କ ପ୍ରତି ସମ୍ମାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାରେ ଏହି ଉତ୍କଳ ଦିବସ ମହତ୍ତ୍ୱ ରଖେ । 2014 ମସିହାରେ ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା । ଆସନ୍ତୁ ଏହି ଓଡ଼ିଆ ଭାଷାକୁ କହିବା, ଲେଖିବା ପଢିବା ସରକାରୀ, ବେସରକାରୀ ସ୍ତରରେ, ସ୍କୁଲ, କଲେଜ, ଦୋକାନ ,ବଜାର ପଖାଳ ଭାତରେ ଆମ ପୂଜା ପର୍ବାଣୀ, ଯାନି ଯାତରା ରେ ବଜାୟ ରଖିଲେ ଆମ ପୂର୍ବସୁରୀ ଙ୍କ ପ୍ରତି ଉଚିତ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ସହିତ ସେମାନଙ୍କର ଉଦ୍ୟମ ଚିର ସ୍ମରଣୀୟ ରହିବ । ଆସନ୍ତୁ ଆଜି ଗୋଟିଏ କଣ୍ଠରେ କହିବା ବନ୍ଦେ ଉତ୍କଳ ଜନନୀ ।

କେତେକ ଅନିର୍ବାର୍ଯ୍ୟ କାରଣ ବଶତଃ ଇରାଇ ପତ୍ରିକାର ଜାନୁଆରୀ ସଂଖ୍ୟା ପାଇଁ ନିଆ ଯାଇଥିବା ଲେଖାଗୁଡିକ ପ୍ରକାଶିତ ହୋଇ ପାରିଲାନି ଠିକ ସମୟରେ । ତେଣୁ ସେଗୁଡିକୁ ଇ ପତ୍ରିକାରେ ସ୍ଥାନ ଦେଇ ଏବେ ପ୍ରକାଶିତ କରିବାରେ ସମର୍ଥ ହୋଇ ଆପଣ ମାନଙ୍କ ନିକଟରେ ଏହାର ଷଷ୍ଠ ସଂଖ୍ୟା ପହଂଚାଉଛୁ । ଆଶା ଏ ବିଳମ୍ବ ପାଇଁ ଆମକୁ କ୍ଷମା କରିଦେବେ ଏବଂ ପୂର୍ବ ଭଳି ଆମକୁ ଲେଖା ପଠାଇ ସହଯୋଗ କରିବେ । ଆପଣମାନଙ୍କ ଲେଖା ପଠାଇବାର ସାହାଯ୍ୟ ସହଯୋଗ କୁ ଧନ୍ୟବାଦ ଜଣାଇ ,ଉତ୍କଳ ଦିବସର ଶୁଭେଛା ଓ ଅଭିନନ୍ଦନ ଜଣାଇ ରହୁଛି ।

ସମ୍ପାଦିକା ଇରା ଇ ପତ୍ରିକା

20/10/2022
https://drive.google.com/file/d/18JdpBn6GVJeRcDcqf6v779JPnkA5uNe_/view?usp=sharingClick on the link to download the maga...
15/10/2022

https://drive.google.com/file/d/18JdpBn6GVJeRcDcqf6v779JPnkA5uNe_/view?usp=sharing
Click on the link to download the magazine.
ତା ଅକ୍ଟୋବର 14 , 2022,ଶୁକ୍ରବାର ସନ୍ଧ୍ୟାରେ ସୃଜନୀ ପରିବାର, ଚେନ୍ନାଇ ଆନୁକୂଲ୍ୟରେ ଇରା ଇ ପତ୍ରିକାର ଲୋକାର୍ପଣ ଉତ୍ସବ,ଆଭାସୀ ଗୁଗୁଲ ମିଟ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପସ୍ଥିତ ଥିଲେ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର (ଅବସରପ୍ରାପ୍ତ ଆଇ ଏଫ ଏସ),ସାରସ୍ୱତ ସାଧିକା ତଥା ଶିକ୍ଷାବିତ ଡ଼ଃ ବାସନ୍ତୀ ମହାନ୍ତି, କବି ପ୍ରବକ୍ତା ଶ୍ରୀମତି ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ପତ୍ରିକାର ପ୍ରତିଷ୍ଠାତା ସହ ସମ୍ପାଦିକା ପ୍ରିୟଙ୍କା ମହାନ୍ତି, ପତ୍ରିକା ସମ୍ପାଦିକା କବି, ଗାଳ୍ପିକା, ପ୍ରାବନ୍ଧିକା ଶ୍ରୀମତି ଜୟଶ୍ରୀ ପଟ୍ଟନାୟକ, ଉପଦେଷ୍ଟା ଶିକ୍ଷାବିତ ସଂଗଠକ ବାସୁଦେବ ମହାନ୍ତି । ସୃଜନୀ ପରିବାର ଚେନ୍ନାଇ ସମ୍ପାଦକ ଶ୍ରୀ ଅଶୋକ ସାମନ୍ତ, ବରେଣ୍ୟ କଣ୍ଠଶିଳ୍ପୀ ଶ୍ରୀମତି ସୌଦାମିନୀ ସାମନ୍ତରାୟ,,କୋଠଘର ସମ୍ପାଦିକା ଅମ୍ବିକା ସ୍ୱାଇଁ, ବଉଳଫୁଲ ସମ୍ପାଦିକା ବ୍ରଜେଶ୍ୱରୀ ସିଂ ଏବଂ ପଚାଶରୁ ଉର୍ଦ୍ଧ୍ବ କବି । ସମସ୍ତେ ଇ ପତ୍ରିକା ଇରାର ଦୀର୍ଘାୟୁ କାମନା କରି ପତ୍ରିକାଟିର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ଏବଂ ବର୍ତ୍ତମାନର ଡିଜିଟାଲ ଯୁଗରେ ଏଭଳି ଏକ ସୁନ୍ଦର ଇ ପତ୍ରିକାର ଆବଶ୍ୟକତା ରହିଛି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାପାଇଁ ବୋଲି ମତବ୍ୟକ୍ତ କରିଛନ୍ତି । କବିମାନେ ପତ୍ରିକାରେ ସ୍ଥାନିତ ହୋଇଥିବା କବିତା ପାଠ କରିଥିଲେ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡ଼ଃ କୃଷ୍ଣ କୁମାର ତ୍ରିପାଠୀ, ସୃଜନୀ ପରିବାର, ଚେନ୍ନାଇର ।

Follow for more

Address

Bhubaneswar

Website

Alerts

Be the first to know and let us send you an email when IRA e-magazine posts news and promotions. Your email address will not be used for any other purpose, and you can unsubscribe at any time.

Share

Category