IRA e-magazine

IRA e-magazine ଇରା
ଓଡ଼ିଆ ସାହିତ୍ୟ ଇ - ପତ୍ରିକା
କବିତା . ଗଳ୍ପ . ପ୍ରବନ୍ଧ . ନାଟକ

ପ୍ରତ୍ୟେକ ଓଡିଆଙ୍କ ପାଇଁ ସ୍ମରଣୀୟ ଦିବସ ହେଉଛି ଅପ୍ରେଲ 1, ତାରିଖ । ଏହିଦିନ ଓଡିଶା ପ୍ରଦେଶ ଅତୀତର କଳିଙ୍ଗ, ଉତ୍କଳ ଉଡ୍ର ନାମରେ ପରିଚିତ ଥାଇ...
31/03/2024

ପ୍ରତ୍ୟେକ ଓଡିଆଙ୍କ ପାଇଁ ସ୍ମରଣୀୟ ଦିବସ ହେଉଛି ଅପ୍ରେଲ 1, ତାରିଖ । ଏହିଦିନ ଓଡିଶା ପ୍ରଦେଶ ଅତୀତର କଳିଙ୍ଗ, ଉତ୍କଳ ଉଡ୍ର ନାମରେ ପରିଚିତ ଥାଇ ମଧ୍ୟ ଶାସିତ ହୋଇଛି ଅନେକ ଶାସକଙ୍କ ଦ୍ୱାରା । ଅନେକ ଉତ୍ଥାନ ପତନ ଘଟିଛି ତଥାପିି ନିଜ ଗୌରବକୁ ବଜାୟ ରଖିବାରେ ସମର୍ଥ ହୋଇଛି । ଶାନ୍ତି ପ୍ରିୟ ରାଜ୍ୟ ହିସାବରେ ଏହାର କଳା ସଂସ୍କୃତି, ପ୍ରାକୃତିକ ପରିବେଶ ,ସୁଦୀର୍ଘ ବେଳାଭୂମି ,ସୁଉଚ୍ଚ ପର୍ବତମାଳା, ସବୁଜ ଅରଣ୍ୟ, ନଦନଦୀ, ମନ୍ଦିରମାଳିନୀ ସହର, ଖଣିଜ ସମ୍ପଦ,କୃଷି, ବାଣିଜ୍ୟ, ଶିଳ୍ପ,କଳା, ଭାସ୍କର୍ଯ୍ୟ ପ୍ରାଚୁର୍ଯ୍ୟରେ ଭରପୁର । ଜଗନ୍ନାଥ ହେଉଛନ୍ତି ପ୍ରତି ଓଡ଼ିଆଙ୍କ ଆରାଧ୍ୟ ଦେବତା, କୋଟି ଓଡ଼ିଆଙ୍କ ମଉଡ ମଣି । ଓଡିଶା ସାଧୁ ସନ୍ଥ ମାନଙ୍କର ଏକ ପବିତ୍ର ଭୂମି । ଏହାର ଇତିହାସ ପୁରାଣଶାସ୍ତ୍ର ଅତୀବ ପ୍ରାଚୀନ । ଏହି ଅଧ୍ୟାତ୍ମ ଭୂଖଣ୍ଡ, ଦେବଭୂମି, ତୀର୍ଥଭୂମି, କଳାଭୂମିକୁ ସ୍ୱତନ୍ତ୍ର ଓଡ଼ିଶାରେ ପରିଣତ କରିବା ପାଇଁ ଯେଉଁ ମାନଙ୍କ ତ୍ୟାଗ, ନିଷ୍ଠାପର ଉଦ୍ୟମ ରହି ଆସିଥିଲା ସେହି ବରପୁତ୍ର ମାନଙ୍କୁ ଉତ୍କଳ ଦିବସ ଅବସରରେ ମନେପକାଉ,ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁ କାରଣ ସେହି ମାନଙ୍କ ଯୋଗୁଁ ଆମ ରାଜ୍ୟ ଭାଷା ଭିତ୍ତିକ ପ୍ରଦେଶ ଗଠନ ଦିଗରେ ପ୍ରଥମ ରାଜ୍ୟ ଭାବରେ ସମଗ୍ର ଭାରତ ବର୍ଷରେ ଅପ୍ରେଲ1,1936 ମସିହାରେ ସ୍ୱତନ୍ତ୍ର ହେଲା । ମଧୁସୂଦନ ଦାସ, ଗୋପବନ୍ଧୁ, ରାମଚନ୍ଦ୍ର ଭଞ୍ଜଦେଓ, ପଣ୍ଡିତ ନୀଳକଣ୍ଠ, ଫକୀରମୋହନ, ରାଧାନାଥ ରଥ, ଗଙ୍ଗାଧର ମେହେର
, କୃଷ୍ଣ ଚନ୍ଦ୍ର ଗଜପତି, ଗୌରୀ ଶଙ୍କର ରାୟ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ ପ୍ରଭୃତିଙ୍କ ତ୍ୟାଗ ଓ ବଳିଦାନ ଫଳରେ ଓଡିଶା ମୁକ୍ତିର ମଶାଲ ଜାଳିଲା । ତେଣୁ ଆମ ଐତିହ୍ୟ, ପରମ୍ପରାକୁ ମନେପକାଇ ଏହି ବରମୋବାଇଲରେ ଟାଇପ କରି ହ୍ଵାଟ୍ସଆପ ରେ 79ପୁତ୍ର ମାନଙ୍କ ପ୍ରତି ସମ୍ମାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାରେ ଏହି ଉତ୍କଳ ଦିବସ ମହତ୍ତ୍ୱ ରଖେ । 2014 ମସିହାରେ ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା । ଆସନ୍ତୁ ଏହି ଓଡ଼ିଆ ଭାଷାକୁ କହିବା, ଲେଖିବା ପଢିବା ସରକାରୀ, ବେସରକାରୀ ସ୍ତରରେ, ସ୍କୁଲ, କଲେଜ, ଦୋକାନ ,ବଜାର ପଖାଳ ଭାତରେ ଆମ ପୂଜା ପର୍ବାଣୀ, ଯାନି ଯାତରା ରେ ବଜାୟ ରଖିଲେ ଆମ ପୂର୍ବସୁରୀ ଙ୍କ ପ୍ରତି ଉଚିତ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ସହିତ ସେମାନଙ୍କର ଉଦ୍ୟମ ଚିର ସ୍ମରଣୀୟ ରହିବ । ଆସନ୍ତୁ ଆଜି ଗୋଟିଏ କଣ୍ଠରେ କହିବା ବନ୍ଦେ ଉତ୍କଳ ଜନନୀ ।

କେତେକ ଅନିର୍ବାର୍ଯ୍ୟ କାରଣ ବଶତଃ ଇରାଇ ପତ୍ରିକାର ଜାନୁଆରୀ ସଂଖ୍ୟା ପାଇଁ ନିଆ ଯାଇଥିବା ଲେଖାଗୁଡିକ ପ୍ରକାଶିତ ହୋଇ ପାରିଲାନି ଠିକ ସମୟରେ । ତେଣୁ ସେଗୁଡିକୁ ଇ ପତ୍ରିକାରେ ସ୍ଥାନ ଦେଇ ଏବେ ପ୍ରକାଶିତ କରିବାରେ ସମର୍ଥ ହୋଇ ଆପଣ ମାନଙ୍କ ନିକଟରେ ଏହାର ଷଷ୍ଠ ସଂଖ୍ୟା ପହଂଚାଉଛୁ । ଆଶା ଏ ବିଳମ୍ବ ପାଇଁ ଆମକୁ କ୍ଷମା କରିଦେବେ ଏବଂ ପୂର୍ବ ଭଳି ଆମକୁ ଲେଖା ପଠାଇ ସହଯୋଗ କରିବେ । ଆପଣମାନଙ୍କ ଲେଖା ପଠାଇବାର ସାହାଯ୍ୟ ସହଯୋଗ କୁ ଧନ୍ୟବାଦ ଜଣାଇ ,ଉତ୍କଳ ଦିବସର ଶୁଭେଛା ଓ ଅଭିନନ୍ଦନ ଜଣାଇ ରହୁଛି ।

ସମ୍ପାଦିକା ଇରା ଇ ପତ୍ରିକା

Address

Bhubaneswar

Website

Alerts

Be the first to know and let us send you an email when IRA e-magazine posts news and promotions. Your email address will not be used for any other purpose, and you can unsubscribe at any time.

Share

Category