16/12/2024
ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୭ ତମ କ୍ରୀଡ଼ା ଉତ୍ସବ ଉଦଯାପିତ।
ବେଲଗୁଣ୍ଠା-ତା-୧୬/୧୨(ବିଏମସି ଟିଭି ଓଡ଼ିଆ))
ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ତିନିଦିନ ଧରି ଚାଲିଥିବା ୨୭ ତମ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସୋରଡ଼ା ବିଧାୟକ ତଥା ଅନୁଷ୍ଠାନର ସଭାପତି ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିଥାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ବାର୍ ଆସୋସିଏସନ୍ ସମ୍ପାଦକ ବିଦେଶୀ ନାହାକ,ଗାଙ୍ଗପୁର ବନପାଳ ମିତା ପଲାଇ, ଗାଙ୍ଗପୁର ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ, ବିଦ୍ୟାଳୟ ପରିଚାଳନା କମିଟି ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ସଦସ୍ୟ ସନ୍ତୋଷ କୁମାର ବିଷୋୟୀ, ପଦ୍ମ ବିଷୋୟୀ, ବିକ୍ରମ ପାତ୍ର, ରଙ୍କନିଧି ବିଷୋୟୀ, ଦିବାକର ବିଷୋୟୀ ନିତ୍ୟାନନ୍ଦ ବିଷୋୟୀ ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।ଏଥିରେ ୫୨ଟି ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅଷ୍ଟମ ଶ୍ରେଣୀର ଛାତ୍ର ଆନନ୍ଦ ନାୟକ , ସପ୍ତମ ଶ୍ରେଣୀର ଛାତ୍ର ରାମକୃଷ୍ଣ ଗୌଡ଼ , ଅଷ୍ଟମ ଶ୍ରେଣୀ ଛାତ୍ରୀ ପାୟଲ ବିଷୋୟୀ ଚାମ୍ପିୟନ୍ସ ଟ୍ରଫି ହାସଲ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିବାବକ ମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଦେବାଶିଷ ବିଷୋୟୀ,ସାଂସ୍କୃତିକ ପରିଷଦ ମୁଖ୍ୟ ମିଥୁନ୍ ନାୟକ,ବରିଷ୍ଠ ଗୁରୁଜୀ ଗଣେଶ ସାହୁ, ପବିତ୍ର ମୋହନ ବିଷୋୟୀ,ବିଶ୍ୱ ରଞ୍ଜନ ସେଠୀ, ପ୍ରମୂଖ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିବାବେଳେ ଗୁରୁମା ପ୍ରତିମା ବିଷୋୟୀ, ରିନା ସାହୁ, ରୋଜୀମା, ଅଙ୍କିତା, ସୁଜ୍ଞାନୀ, ମନିଷା, ରାଜ୍ କୁମାରୀ ସେଠୀ, ଆଶା, ଝାନସୀ ଭୂୟାଁ, ଜ୍ୟୋତ୍ସ୍ନା ରାଣୀ ପ୍ରଧାନ, ସନ୍ତୋଷିନୀ ଗୌଡ,ତେଜକୁମାରୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।