Janagana TV

Janagana TV ସବୁରି ସ୍ୱର, ସଭିଙ୍କ କଥା

27/08/2026

ଓଡ଼ିଶାକୁ ଈର୍ଷା କରନ୍ତି କି ମୋଦି? କଥା ସୂତ୍ର | Episode - 17 | Debendra Prusty | Janagana TV |

ଓଡ଼ିଶାର ଖଣି ସମ୍ପଦ, ଖଣି ନୀତି ଓ ଆଦିବାସୀ ଅଧିକାରକୁ ନେଇ ଉଠିଛି ବଡ଼ ପ୍ରଶ୍ନ। MMDR ସଂଶୋଧନ ମାଧ୍ୟମରେ ଖଣି ଖୋଳିବା ପ୍ରକ୍ରିୟା କୋହଳ କରାଯାଉଛି କି? ଓଡ଼ିଶାର ଖଣିଜ ସମ୍ପଦରୁ ରାଜ୍ୟବାସୀ କେତେ ଲାଭ ପାଉଛନ୍ତି? ଖଣି ଖନନ ଯୋଗୁଁ ଆଦିବାସୀଙ୍କ ବିସ୍ଥାପନ ଓ ସଂସ୍କୃତି ଉପରେ କ’ଣ ପ୍ରଭାବ ପଡ଼ୁଛି? ଏହି ସବୁ ପ୍ରସଙ୍ଗକୁ ନେଇ କଥା ସୂତ୍ର Episode 17ରେ ଦେବେନ୍ଦ୍ର ପୃଷ୍ଟିଙ୍କ ବିଶ୍ଳେଷଣ।

DebendraPrusty

27/08/2026

#ରାଣୀଙ୍କ_ପାଇଁ_ଭାଙ୍ଗିବାକୁ_ବସିଥିଲା_ଗୋବିନ୍ଦାଙ୍କ_ବିବାହ
ଅଭିନେତା ଗୋବିନ୍ଦା ଓ ରାଣୀ ମୁଖାର୍ଜୀଙ୍କୁ ନେଇ ଦିନେ ଚର୍ଚ୍ଚା ଜୋର ଧରିଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ରିପୋର୍ଟ ଓ ଗୁଜବ ତାଙ୍କ ପାରିବାରିକ ଜୀବନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲା।

27/08/2026

#ପିଆଜ_ଦର_ବଦଳାଇଛି_ସରକାର
#ଓଲଟାଇଛି_ନିର୍ବାଚନୀ_ଗଣିତ
ପିଆଜ କେବଳ ରୋଷେଇ ଘରର ଅତ୍ୟାବଶ୍ୟକ ସାମଗ୍ରୀ ନୁହେଁ, ଭାରତୀୟ ରାଜନୀତିରେ ଏହା ଅନେକଥର ବଡ଼ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ୧୯୭୭ରୁ ୧୯୯୮, ୨୦୧୦ ଓ ୨୦୧୩ ପର୍ଯ୍ୟନ୍ତ ପିଆଜ ଦରବୃଦ୍ଧି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ଦର ବଢ଼ିଲେ ଜନଅସନ୍ତୋଷ ବଢ଼ିଛି ଏବଂ ଏହାର ପ୍ରଭାବ ନିର୍ବାଚନୀ ଫଳାଫଳରେ ମଧ୍ୟ ପଡ଼ିଛି।

27/08/2026

#କିଏ_ହେବ_କେନ୍ଦ୍ରମନ୍ତ୍ରୀ
କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓଡ଼ିଶାରୁ କିଏ କେନ୍ଦ୍ରମନ୍ତ୍ରୀ ହେବେ, ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଖାଲି ପଡ଼ିଥିବା ଓଡ଼ିଶାର ମନ୍ତ୍ରୀ ପଦ ପାଇଁ ଦିଲ୍ଲୀପ ରାୟ ଓ ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ରହିଛି। ଧର୍ମେନ୍ଦ୍ର ପ୍ରଧାନ ପୁଣି କେନ୍ଦ୍ର କ୍ୟାବିନେଟ୍‌କୁ ଫେରିବେ କି, ନା ମିଳିବ ନୂଆ ଚେହେରାକୁ ସୁଯୋଗ?

27/08/2026

#ଖଣିଜ_ସମ୍ପଦ_ଉପରେ_କାହାର_ଅଧିକାର
ଓଡ଼ିଶାର ଖଣିଜ ସମ୍ପଦ, ଖଣି ରାଜସ୍ୱ ଓ ରାଜ୍ୟର ଅଧିକାରକୁ ନେଇ MMDR-୨୦୨୬ ଆଇନକୁ ବିରୋଧ କରି ଭୁବନେଶ୍ୱରରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବଡ଼ଧରଣର ପ୍ରତିବାଦ କରାଯାଇଛି। ଏହି ଆଇନ ରାଜ୍ୟର ଖଣିଜ ରାଜସ୍ୱ ଅଧିକାରକୁ ସଂକୁଚିତ କରିବା ସହ ଆଦିବାସୀଙ୍କ ଜୀବନ, ଜୀବିକା, ଜଙ୍ଗଲ ଓ ଜମି ଅଧିକାର ଉପରେ ପ୍ରଭାବ ପକାଇପାରେ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। MMDR-୨୦୨୬କୁ ବାତିଲ୍ ଦାବିରେ ବିକ୍ଷୋଭ, ପ୍ରତିବାଦ ସଭା ଓ ମଶାଲ ଶୋଭାଯାତ୍ରା କରାଯାଇଛି।

27/08/2026

#ଗଡ଼କରୀଙ୍କ_ଅବସର_ସଙ୍କେତ
କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଏକ ବୟାନ ପରେ ତାଙ୍କ ରାଜନୈତିକ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି। ନୂଆ ପିଢ଼ିଙ୍କୁ ସୁଯୋଗ ଦେବା ଏବଂ ଦୀର୍ଘ ସାର୍ବଜନୀନ ଜୀବନ ପରେ ଆଉ ଅଧିକ କାମ କରିପାରିବେ ନାହିଁ ବୋଲି ଗଡ଼କରୀଙ୍କ ବୟାନକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ହେଉଛି।

27/08/2026

#କେନ୍ଦ୍ରର_ପ୍ରତିଶ୍ରୁତି_ପୂରଣ_ହୋଇନି
#ପୁଣି_ରାସ୍ତାକୁ_ଆସିବ_CJP
କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବା ଅଭିଯୋଗ କରି ପୁଣି ଆନ୍ଦୋଳନକୁ ଓହ୍ଲାଇବ କକ୍ରୋଚ୍ ଜନତା ପାର୍ଟି (CJP)। ସେପ୍ଟେମ୍ବର ୫ରେ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିବାକୁ ଦଳ ନିଷ୍ପତ୍ତି ନେଇଛି।

27/08/2026

#ସୁନା_ବନ୍ଧକ_ରଖି_ବଞ୍ଚିଥିଲା_ଭାରତ
୧୯୯୧ରେ ଗୁରୁତର ଅର୍ଥନୈତିକ ସଙ୍କଟରେ ପଡ଼ିଥିଲା ଭାରତ। ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇବା ପରେ ସୁନା ବନ୍ଧକ ରଖି ଋଣ ଯୋଗାଡ଼ କରିବାକୁ ପଡ଼ିଥିଲା। ପି.ଭି. ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଅର୍ଥନୈତିକ ସଂସ୍କାର ଭାରତର ଅର୍ଥନୀତିକୁ ନୂଆ ଦିଗ ଦେଇଥିଲା।

26/08/2026

Aalaap | Episode - 13 | Promo | Podcast with Radhakanta Sethy | Debendra Prusty | Janagana TV|

Aalaap Episode 13ରେ ଭୂସଂସ୍କାର ଓ ଗରିବୀ ନିରାକରଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଭୂସଂସ୍କାର ନହେଲେ ଗରିବୀ ହଟାଇବା ସମ୍ଭବ କି? ଜମି ଅଧିକାର, ଚାଷୀ ଓ ଗରିବଙ୍କ ସମସ୍ୟା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ରାଧାକାନ୍ତ ସେଠୀ ଓ ଦେବେନ୍ଦ୍ର ପୃଷ୍ଟି।

ଦେଖନ୍ତୁ Aalaap - Episode 13 କେବଳ Janagana TVରେ ଏଇ ଶନିବାର ସନ୍ଧ୍ୟା ୫ ଟାରେ।

26/08/2026

#ଡିଏନଏ_ଖୋଲିଲା_୩୪_ବର୍ଷର_ରହସ୍ୟ
୧୯୯୨ରେ ପର୍ବତାରୋହଣ ସମୟରେ ନିଖୋଜ ହୋଇଥିଲେ ଦୁଇ ବେଲଜିୟମ୍ ପର୍ବତାରୋହୀ। ଦୀର୍ଘ ୩୪ ବର୍ଷ ପରେ ସ୍ୱିଜରଲ୍ୟାଣ୍ଡର ତରଳୁଥିବା ହିମବାହରୁ ମିଳିଲା ସେମାନଙ୍କ ମୃତଦେହ। ଡିଏନଏ ପରୀକ୍ଷା ପରେ ଉଭୟଙ୍କ ପରିଚୟ ନିଶ୍ଚିତ ହୋଇଛି।

Address

D/89, Metro Satellite City, Hanspal
Bhubaneswar
751035

Opening Hours

Monday 9:30am - 6am
Tuesday 9:30am - 6am
Wednesday 9:30am - 6am
Thursday 9:30am - 6am
Friday 9:30am - 6am
Saturday 9:30am - 6am

Website

Alerts

Be the first to know and let us send you an email when Janagana TV posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share