Shree shani dev darsan

Shree shani dev darsan ନିଲା ଜନମ୍ ଚମାଭ୍ୟାସମ୍ ରବିପୁତ୍ର ନମା ମ୍ୟାହମ୍।
ଛାୟା ମାର୍ତାଣ୍ଡ ସମ୍ ଭୂତ ତମ୍ ନମାମି ଶନି ଶ୍ଚରମ୍ ।।

23/10/2024
24/04/2024

ବସୁଧୈବ କୁଟୁମ୍ବକମ୍ !
************
ଯେପରି "ଅଂହିସା ପରମ ଧର୍ମ"କୁ ଆମକୁ ଅଧା ପଢାଇ ଶୁଣାଇ ଆମ ସ୍ବଧର୍ମୀୟ ଭାବନା କୁ ସମ୍ପୁର୍ଣ୍ଣ ନଷ୍ଟ କରିଦିଆଗଲା।ଠିକ୍ ସେହିପରି
ବସୁଧୈବ କୁଟୁମ୍ବକମ୍ ଶ୍ଳୋକ କୁ ଅଧା ପଢାଇ ଶୁଣାଇ ଆମ ଅସ୍ତିତ୍ବ କୁ ନଷ୍ଟ କରିଦିଆ ଯାଉଛି ଏହା ବର୍ତ୍ତମାନ ସହିତ ୯୦% ନଷ୍ଟ ହୋଇ ସାରିଲାଣି ମାତ୍ର ୧୦%ବାକି ଅଛି ମାତ୍ର ଆଉ କିଛି ବର୍ଷ ଅନ୍ତେ ଏହି ବସୁଧୈବ କୁଟୁମ୍ବକମ୍ ଶଦ୍ଦ ପ୍ରୟୋଗ କରି ଆମ ଅସ୍ତିତ୍ବ ସଂମ୍ପୂର୍ଣ୍ଣରୂପେ ନିଶ୍ଚିହ୍ନ କରିଦିଆଯିବ।
କାରଣ ଅଂହିସା ପରମ ଧର୍ମ କୁ ଆମେ ଶୁଣିଲେ ଅଧା ଶ୍ଳୋକ ଏହି ଅଧା ଶ୍ଳୋକ ଦ୍ବାରା ପରିଚାଳିତ ହୋଇ ଆମ ପ୍ରକୃତ ରୂପ କୁ ଭୂଲି କୁକୁର ମେଳରେ ବ୍ଯାଘ୍ର ଶାବକ ରହିଲା ପରି ବିଷ୍ଟା ଆଘ୍ରାଣ କଲେ।କିନ୍ତୁ ପ୍ରକୃତ ଶ୍ଳୋକ ର ତାତ୍ପର୍ଯ୍ୟ କୁ ଆମେ କେବେ ଅନୁଶୀଳନ ବିଶ୍ଲେଷଣ କରି ପ୍ରୟୋଗାତ୍ମକ ଭାବରେ ଅଗ୍ରସର ହେଲାନାହିଁ ।
ଯାହା ସମ୍ପୁର୍ଣ୍ଣ ଶ୍ଳୋକ ହେଉଛି ॥"ଅଂହିସା ପରମ ଧର୍ମ ଧର୍ମ ହିଂସା ତଥୈବ ଚ"॥🔥
ଯଦି ଅଂହିସା ପରମ ଧର୍ମ ସମସ୍ତ ଶାସ୍ତ୍ର ର ନିର୍ଷ୍କସ କିନ୍ତୁ ସମ୍ପୁର୍ଣ୍ଣ ଶ୍ଳୋକ କହୁଛି ଧର୍ମ ରକ୍ଷା ପାଇଁ ହିଂସା ଆବଶ୍ୟକ ଏବଂ ଏହା ଦ୍ବାରା ମହାପୁଣ୍ଯ ପ୍ରାପ୍ତ ହୋଇ ଥାଏ ।ଯେପରି ଗୀତା ରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନ କୁ ଉପଦେଶ ଦେଇ କହିଛନ୍ତି ଯୁଦ୍ଧ ରେ ଶତ୍ରୁ ହତ୍ଯା ଦ୍ବାରା ଯୋଦ୍ଧା ର ଧର୍ମ ରକ୍ଷା ହୁଏ ।ଠିକ୍ ସେହିପରି ଧର୍ମ ହିଂସା ତଥୈବ ଚ ଦ୍ବାରା ଧର୍ମ ର ସୁରକ୍ଷା ପାଇଁ ଯୁଦ୍ଧ ଅନିର୍ବାର୍ଯ୍ଯ ଏଠାରେ ଗୃହସ୍ଥ ଧର୍ମ ସାମାଜିକ ଧର୍ମ ରାଜଧର୍ମ ସୁରକ୍ଷା ଧର୍ମ ଇତ୍ୟାଦି କର୍ମ ଦ୍ବାରା ଆଚରିତ ଧର୍ମ ରକ୍ଷା ପାଇଁ ଯୁଦ୍ଧ କରି ହିଂସା କରିବା କୌଣସି ଅପକର୍ମ ନୁହେଁ ବରଂ ସୁକର୍ମ ଅଟେ।🙏🏼
ଠିକ୍ ସେହିପରି ପଞ୍ଚତନ୍ତ୍ର ରୁ ଆସିଥିବା ଶ୍ଳୋକ ମଧ୍ୟ ଆମକୁ ଅଧା ପଢାଇ ଶୁଣାଇ ଆମ ଅସ୍ତିତ୍ବ ନାଶ କରିବା ଷଡଯନ୍ତ୍ର କୁ ସଫଳ ରୂପାୟନ ଦିଆଯାଇଛି ।
ଯାହା ପୂର୍ଣ୍ଣ ଶ୍ଳୋକ ହେଉଛି- 👇
ଅୟଂ ନିଜଃ ପରୋବେତି; ଗଣାନାଂ ଲଘୁ ଚେତସାଂ,ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ ॥🙏🏼
ଯଦି ଆମେ ପଞ୍ଚତନ୍ତ୍ର ସମୁଚିତ ଅଧ୍ୟୟନ କରନ୍ତେ ତେବେ ଅନୁଶୀଳନ ଦ୍ବାରା ଜାଣିପାରନ୍ତେ ପଞ୍ଚତନ୍ତ୍ର ରଚୟିତା
ପଣ୍ଡିତ ବିଷ୍ଣୁ ଶର୍ମା
ଏହି ଶ୍ଳୋକ କୁ କେଉଁ ପାଠରେ କେଉଁ ଚରିତ୍ର ଦ୍ବାରା ପ୍ରୟୋଗ କରିଛନ୍ତି? "ଅଜ୍ଞାତ କୁଳଶିଳସ୍ଯ ବାସୋ ନଦେୟ" ପାଠ୍ଯ ରେ ଦୀର୍ଘକର୍ଣ୍ଣ(ଯାହାର କାନ ଲମ୍ବା ଯେ ସବୁବେଳେ ଅନ୍ଯ କଥା ଶୁଣି ଭେଦ ପ୍ରସ୍ତୁତ କରେ) ବିରାଡି ପକ୍ଷୀ ଛୁଆ ଖାଇବା ଷଡଯନ୍ତ୍ର କରି ଜରଦଗବ ଶାଗୁଣା କୁ ଏହି ଶ୍ଳୋକ କହି ବସିଭୂତ କରି ବିଶ୍ବାସ ଜନ୍ମାଇ ଅଶ୍ବତ୍ଥ ବୃକ୍ଷ କୋରଡ ରେ ରହିଥିଲା। ଏବଂ ସମସ୍ତ ପକ୍ଷୀ ଶାବକ ଖାଇ ଶାଗୁଣା କୋରଡ ରେ ପକ୍ଷୀ ଛୁଆ ମାନଙ୍କ ହାଡକୁ ଶାଗୁଣା କୋରଡ ରେ ପକାଇଦେଉ ଥିଲା ।ଫଳସ୍ବରୂପ ପକ୍ଷୀ ମାନେ ଜରଦଗବ ଶାଗୁଣା କୁ ମାରି ଦେଇଥିଲେ। ଏଠାରେ ବିରାଡି ପଶୁ ବସୁଧୈବ କୁଟୁମ୍ବକମ୍ ଶଦ୍ଦ ପ୍ରୟୋଗ କରି ପକ୍ଷୀ ଖାଇ ପକ୍ଷୀ ମାନଙ୍କ ଦ୍ବାରା ପକ୍ଷୀ ମାନଙ୍କ ସୁରକ୍ଷା କର୍ତ୍ତା କୁ ହତ୍ଯା କରିଦେଲା। ଯେମିତି ବର୍ତ୍ତମାନ ସେକ୍ଯୁଲାର ହିନ୍ଦୁ ସୁରକ୍ଷା କର୍ତ୍ତା ର ଘୋର ବିରୋଧରୀ।
ଠିକ୍ ସେହିପରି
👇
ଶଠମିତ୍ରଃ
ଚିତ୍ରାଙ୍ଗଦ ହରିଣ ସୁବୁଦ୍ଧି କାଉ ଓ ଖୁଦ୍ରବୁଦ୍ଧି ବିଲୁଆ । ବିଷୟ)
ଏହି ବିଷୟରେ ପଣ୍ଡିତ ବିଷ୍ଣୁ ଶର୍ମା ଦର୍ଶନ ତଥ୍ଯ ମାଧ୍ୟମରେ ଚିତ୍ରଣ କରିଛନ୍ତି ଯେ ଯେତେବେଳେ ବିଲୁଆ ହରିଣ କୁ ଖାଇବା ପାଇଁ ଷଡଯନ୍ତ୍ର କରିଛି ଏହି ବସୁଧୈବ କୁଟୁମ୍ବକମ୍ ଶ୍ଳୋକ ର ସାହାଯ୍ୟ ନେଇଛି। ଏବଂ ସୁବୁଦ୍ଧି କାଉ ହରିଣ ଚିତ୍ରାଙ୍ଗଦ କୁ ଗୋଡେ ଗୋଡେ ଜଗି ଖୁଦ୍ରବୁଦ୍ଧି ବିଲୁଆ କବଳ ରୁ ଉଦ୍ଧାର କରିଛି।
ଏଠାରେ ବିଶ୍ଲେଷଣ କରିବା ବିଷୟ ହେଉଛି ଦୁଇଟି ଯାକ ଗଳ୍ପ ରେ ବସୁଧୈବ କୁଟୁମ୍ବକମ୍ ଶ୍ଳୋକ ର ସାହାଯ୍ୟ ଦୁଇଟି ଆକ୍ରମଣକାରୀ ଜୀବ ନେଇଛନ୍ତି ତେଣୁ ବିଚାର୍ଯ୍ୟ ର ବିଷୟ ଯେ ଆମକୁ ଯେଉଁ ମାନେ ବସୁଧୈବ କୁଟୁମ୍ବକମ୍ ଶଦ୍ଦ ମାଧ୍ୟମରେ ନୀତିଉପଦେଶ ଦେଉଛନ୍ତି ସେମାନେ ଆମପାଇଁ କେତେ ହିତାକାରୀ।
ବର୍ତ୍ତମାନ ହିନ୍ଦୁ ଅବସ୍ଥା ରେ ପତନ ର କାରଣ ହେଉଛି ନିଜର ବୌଦ୍ଧିକ ବିକାଶ ର ଅପାରଗତା କାରଣରୁ।
ପାଶ୍ଚାତ୍ୟ ଶିକ୍ଷା ଦ୍ବାରା ଆଜି ହିନ୍ଦୁ ସ୍ବପକ୍ଷ କ୍ଷୟକାରକ ମଣ୍ଡୁକ ଉପାଧି ଧାରଣ କରି ବଂଶ କ୍ଷୟ ରେ ପ୍ରବୃତ୍ତ *************
ଜୟ ଶ୍ରୀ ପର୍ଶୁରାମ ଜୟ ବୈଷ୍ଣବୀ ଶକ୍ତି ଜୟ ସନାତନ ଧର୍ମ ଜୟ ହିନ୍ଦୁ ସଂସ୍କାର ସଂସ୍କୃତି ସୁରକ୍ଷା
🙏🏼🙏🏼🙏🏼🙏🏼🙏🏼

Address

Bhubaneswar

Website

Alerts

Be the first to know and let us send you an email when Shree shani dev darsan posts news and promotions. Your email address will not be used for any other purpose, and you can unsubscribe at any time.

Share