News Point Odia

News Point Odia Contact information, map and directions, contact form, opening hours, services, ratings, photos, videos and announcements from News Point Odia, News & Media Website, Bhubaneswar.

ପୁଣି ଭୁବନେଶ୍ବର ରେ ଚାଲିଲା ବୁଲ୍ ଡୋଜର କଳାରାହାଙ୍ଗରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କଲା ବିଡିଏଭୁବନେଶ୍ୱର, ୧୯ ମେ : ଭୁବନେଶ୍ୱର ଉନ୍ନୟନ ...
19/05/2026

ପୁଣି ଭୁବନେଶ୍ବର ରେ
ଚାଲିଲା ବୁଲ୍ ଡୋଜର

କଳାରାହାଙ୍ଗରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କଲା ବିଡିଏ
ଭୁବନେଶ୍ୱର, ୧୯ ମେ : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଙ୍ଗଳବାର କଳାରାହାଙ୍ଗ ମୌଜା ଅନ୍ତର୍ଗତ ପ୍ଲଟ୍ ନମ୍ବର ୧୬୮୩ରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିଛି। ଏହା ନିର୍ଦ୍ଧାରିତ ସିଇଏମ୍‌ସି ଉଚ୍ଛେଦ କାର୍ଯ୍ୟକ୍ରମର ଅଂଶ ଭାବେ କରାଯାଇଛି।
ଉଚ୍ଛେଦ ସମୟରେ ଜବରଦଖଲକାରୀଙ୍କ ତରଫରୁ ଭାରୀ ପ୍ରତିବାଦର ସମ୍ମୁଖୀନ ହୋଇଥିଲେ ମଧ୍ୟ, କର୍ତ୍ତୃପକ୍ଷ ସଫଳତାର ସହିତ ଆଂଶିକ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ଏବଂ ଏଥିରେ ସରକାରୀ ଜମିରେ ଜବରଦଖଲ କରାଯାଇଥିବା ପ୍ରାୟ ୩୦୦ ଡିସିମିଲ ଜମିକୁ ଜବରଦଖଲରୁ ମୁକ୍ତ କରାଯାଇଛି।
ଏହି ଅଭିଯାନରେ ତିନୋଟି ନିର୍ମାଣାଧୀନ ଘର, ୬ଟି ଏସିସି ସିଟ୍ ଘର, ୪ଟି ଶୌଚାଳୟ, ଗୋଟିଏ ଚିକେନ୍ ଦୋକାନ, କେବିନ୍, କବାଡ଼ି ଷ୍ଟୋର ଏବଂ ଏକ ପାଣି ଟ୍ୟାଙ୍କି ଭାଙ୍ଗି ଦିଆଯାଇଛି। ଏହା ସହିତ ପ୍ରାୟ ୧୫୦ ଫୁଟ୍ ଚଉଡ଼ାର ଲୁହା ବାଡ଼ ମଧ୍ୟ ହଟାଇ ଦିଆଯାଇଛି। ଏହି ଉଚ୍ଛେଦ କାର୍ଯ୍ୟ ଆସନ୍ତାକାଲି ମଧ୍ୟ ଜାରି ରହିବ ବୋଲି ଜଣାପଡିଛି।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସରକାରୀ ଜମିରୁ ଅନଧିକୃତ ଜବରଦଖଲ ହଟାଇବା କାର୍ଯ୍ୟ ଜାରି ରହିବ। ବିକାଶମୂଳକ କାର୍ଯ୍ୟ ପାଇଁ ଅନଧିକୃତ ଜବରଦଖଲକାରୀମାନେ ନିଜେ ଜମି ଖାଲି କରିଦେବାକୁ ଆମେ ଅନୁରୋଧ କରୁଛୁ ବୋଲି ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି।
ବିଡିଏର ଜଏଣ୍ଟ କମିଶନର (ଏନଫୋର୍ସମେଣ୍ଟ) ରଞ୍ଜନ କୁମାରଙ୍କ ନେତୃତ୍ୱରେ ଏହି ଅଭିଯାନ ଚାଲିଥିଲା। ସାଧାରଣ ପ୍ରଶାସନ ବିଭାଗର ଡେପୁଟି ଡାଇରେକ୍ଟର ଅମିୟ କୁମାର ଦାସ ମଧ୍ୟ ଉପସ୍ଥିତ ଥିଲେ।
ଉଚ୍ଛେଦ ଅଭିଯାନରେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାଡ୍-୧, ୨, ୩, ୪, ୫, ୬ ଏବଂ ୮ର ଟିମ୍, ଜୁନିୟର ଏନଫୋର୍ସମେଣ୍ଟ ଅଫିସର (ଜେଇଓ), ଜିଏ ବିଭାଗର ରେଭେନ୍ୟୁ ଇନ୍ସପେକ୍ଟର ଉପସ୍ଥିତ ଥିଲେ। ଆଇନ୍ ଶୃଙ୍ଖଳା ବଜାୟ ରଖିବା ପାଇଁ ଇନ୍ଫୋସିଟି ଥାନା ତରଫରୁ ପୋଲିସ୍ ବାହିନୀ ମୁତୟନ କରାଯାଇଥିଲା।

ରାଜ୍ୟ ପୋଲିସ ମୁଖ୍ୟାଳୟପ୍ରେସ ନୋଟ📌 ଅପରାଧ ଓ ବେଆଇନ କାରବାର ବିରୋଧରେ ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌,📌 ୫ ଦିନିଆ ଅଭିଯାନର...
17/05/2026

ରାଜ୍ୟ ପୋଲିସ ମୁଖ୍ୟାଳୟ
ପ୍ରେସ ନୋଟ

📌 ଅପରାଧ ଓ ବେଆଇନ କାରବାର ବିରୋଧରେ ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌,

📌 ୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା : ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ, ଅସ୍ତ୍ର ଓ ଯାନବାହନ ଜବତ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍‌ ଅନ୍ତର୍ଗତ ଜିଲ୍ଲା ଏସପି ଏବଂ ପୋଲିସ କମିଶନରଙ୍କ ନେତୃତ୍ବରେ "ସ୍ପେଶାଲ ଡ୍ରାଇଭ୍" ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ୫ ଦିନ ଧରି ଚାଲିଥିବା ଏହି ଅଭିଯାନରେ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା, ନିଶା ଦ୍ରବ୍ୟ (ଗଞ୍ଜେଇ ଓ ବ୍ରାଉନସୁଗାର) ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ବେଆଇନ ଖଣିଜ ଚୋରା ଚାଲାଣରେ ସମ୍ପୃକ୍ତ ଯାନବାହନ ଜବତ କରିବା ସହ ମଦ୍ୟପାନ କରି ଗାଡି ଚାଳନା ଉପରେ କଠୋର ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସ୍ପେଶାଲ ଅପରେସନରେ ସମସ୍ତ ରେଞ୍ଜ୍‌ର ପୋଲିସ ଅଧୀକାରୀ ଓ କର୍ମଚାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏହି ଅଭିଯାନ ସାରା ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇଯାଇଛି।

ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏହି ୫ ଦିନିଆ ଡ୍ରାଇଭ୍‌ ଅବଧିରେ ସାରା ରାଜ୍ୟରେ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇ ୧୭୭୧ ଜଣଙ୍କୁ ଗିରଫ କରାଯାଇଛି। ଫେରାର ଥିବା ୧୯୦ ଜଣ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରାଯାଇଛି। ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୪୪୯ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ୧୨୯ ବିଏନଏସଏସ୍‌ (ପୂର୍ବତନ ୧୧୦ ସିଆରପିସି) ଅନୁଯାୟୀ ବୁକ୍‌ କରାଯାଇଥିବାବେଳେ ୧୨୬ ବିଏନଏସଏସ୍‌ ଅନୁଯାୟୀ ୬୪୩ ଜଣଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି।

ବେଆଇନ ନିଶା କାରବାର ରୋକିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ୩୧ଟି ଏନଡିପିଏସ୍‌ ମାମଲା ରୁଜୁ ହୋଇଥିବାବେଳେ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩,୦୨୬ କେଜି ୭୦୨ ଗ୍ରାମ ଗଞ୍ଜେଇ ଏବଂ ୧୬.୬ ଗ୍ରାମ ବ୍ରାଉନ୍‌ ସୁଗର ଜବତ କରାଯାଇଛି। ନିଶା କାରବାରରେ ବ୍ୟବହୃତ ୬ଟି ଗାଡ଼ି, ୨ଟି ମୋବାଇଲ୍‌ ଫୋନ୍‌ ସହ ନଗଦ ୧୨ ହଜାର ୩୪୮ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହାସହ ୭୧୬ଟି ଅବକାରୀ ମାମଲା ରୁଜୁ ହୋଇଛି।

ସଡ଼କ ସୁରକ୍ଷା ଓ ମୋଟର ଯାନ ଏନଫୋର୍ସମେଣ୍ଟକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ୯୬୬ ଜଣ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗାଡ଼ିଗୁଡ଼ିକୁ ଜବତ କରାଯାଇଛି। ଅନ୍ୟାନ୍ୟ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ମାମଲାରେ ମୋଟ ୧ କୋଟି ୮୯ ଲକ୍ଷ ୨୩ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ଗୋ-ଚାଲାଣ ରୋକିବାକୁ ପୁଲିସ ୫ଟି ମାମଲା ରୁଜୁ କରିଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତ୍ୱରିତ ପୁଲିସ କାର୍ଯ୍ୟାନୁଷ୍ଠାନ ଫଳରେ ୪ଟି ଗାଡ଼ିରୁ ୩୩ଟି ଗାଈଙ୍କୁ ଉଦ୍ଧାର କରାଯାଇଛି।

ଚୋରା ଖଣି କାରବାର ବିରୋଧରେ ମଧ୍ୟ ପୁଲିସ କଡ଼ା ପଦକ୍ଷେପ ନେଇ ୧୩୬ଟି ମାମଲା ରୁଜୁ କରି ୬୦ ଜଣଙ୍କୁ ଗିରଫ କରିଛି। ଏହାସହ ୧୪ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଗତ ୫ ଦିନ ମଧ୍ୟରେ ୧୭୯ଟି ହାଇୱା, ଟ୍ରକ୍‌, ଟ୍ରାକ୍ଟର, ଟ୍ରିପର, ପାୱାର ଟିଲର ଓ ଜେସିବି ଜବତ କରାଯାଇଛି।

ବେଆଇନ ଅସ୍ତ୍ର କାରବାର ରୋକିବାକୁ ୯ଟି ମାମଲା ରୁଜୁ କରାଯାଇଥିବାବେଳେ ୧୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୦ଟି ବିନା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରାଯାଇଛି।

ୱାରେଣ୍ଟ କାର୍ଯ୍ୟକାରୀ କରିବାରେ କେନ୍ଦ୍ରାଞ୍ଚଳ ରେଞ୍ଜ ସର୍ବାଗ୍ରେ ରହିଛି। ଏହି ରେଞ୍ଜରେ ୫ ଦିନରେ ୪୮୨ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ଦକ୍ଷିଣାଞ୍ଚଳ ରେଞ୍ଜରେ ୨୧୧ଟି, ପଶ୍ଚିମାଞ୍ଚଳରେ ୧୬୦ଟି, ପୂର୍ବାଞ୍ଚଳରେ ୨୭୯ଟି, ଉତ୍ତର-କେନ୍ଦ୍ରାଞ୍ଚଳରେ ୧୯୬ଟି, ଦକ୍ଷିଣ-ପଶ୍ଚିମାଞ୍ଚଳରେ ୨୨୦ଟି ଏବଂ କମିଶନରେଟ୍‌ ପୁଲିସ ଅଞ୍ଚଳରେ ୯୫ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ପଶ୍ଚିମାଞ୍ଚଳ ରେଞ୍ଜରେ ସର୍ବାଧିକ ୧୪୭ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ୧୨୯ ବିଏନଏସଏସ୍‌ରେ ବୁକ୍‌ କରାଯାଇଛି।

ନିଶା ବିରୋଧୀ ଅଭିଯାନରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ସର୍ବାଧିକ ୧୯୪୩ କେଜି ୪ ଗ୍ରାମ ଗଞ୍ଜେଇ ଜବତ କରିଛି। ଦକ୍ଷିଣାଞ୍ଚଳ ରେଞ୍ଜରୁ ୬୮୩ କେଜି ୪୬ ଗ୍ରାମ ଏବଂ ଉତ୍ତରାଞ୍ଚଳ ରେଞ୍ଜରୁ ୨୮୪ କେଜି ୮୬ ଗ୍ରାମ ଗଞ୍ଜେଇ ଜବତ ହୋଇଛି।

ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ପଶ୍ଚିମାଞ୍ଚଳ ରେଞ୍ଜ ସର୍ବାଧିକ ୫୩ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି। କେନ୍ଦ୍ରାଞ୍ଚଳ ରେଞ୍ଜରୁ ୪୩ ଲକ୍ଷ ୮୨ ହଜାର ୯୦୦ ଟଙ୍କା, ପୂର୍ବାଞ୍ଚଳରୁ ୩୨ ଲକ୍ଷ ୧୯ ହଜାର ୫୦୦ ଟଙ୍କା, ଉତ୍ତର-କେନ୍ଦ୍ରାଞ୍ଚଳରୁ ୧୬ ଲକ୍ଷ ୯୦ ହଜାର ୫୦୦ ଟଙ୍କା, ଉତ୍ତରାଞ୍ଚଳରୁ ୨୦ ଲକ୍ଷ ୮ ହଜାର ୫୦୦ ଟଙ୍କା ଓ ଦକ୍ଷିଣ-ପଶ୍ଚିମାଞ୍ଚଳରୁ ୧୮ ଲକ୍ଷ ୨୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି।

ଖଣି ମାଫିଆଙ୍କ ବିରୋଧରେ ଦକ୍ଷିଣାଞ୍ଚଳ ରେଞ୍ଜ ପୁଲିସ ୨୨ ଜଣଙ୍କୁ ଗିରଫ କରିଥିବାବେଳେ କେନ୍ଦ୍ରାଞ୍ଚଳ ରେଞ୍ଜରେ ୪୨ଟି ମାମଲା ରୁଜୁ କରାଯାଇ ୨୫ ଜଣଙ୍କୁ ଗିରଫ କରାଯାଇଛି। ପଶ୍ଚିମାଞ୍ଚଳ ରେଞ୍ଜ ପୁଲିସ ୧୪ ଜଣଙ୍କ ନାମରେ ନୋଟିସ୍‌ ଜାରି କରିଛି।

ସେହିପରି ଦକ୍ଷିଣାଞ୍ଚଳ ଜିଲ୍ଲା ପୁଲିସ ୧୧ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଥିବାବେଳେ ଉତ୍ତରାଞ୍ଚଳ ରେଞ୍ଜ ପୁଲିସ ୬ଟି ପିସ୍ତଲ ଓ ୧୯ଟି ଜୀବନ୍ତ ଗୁଳି ଜବତ କରିଛି। ଉତ୍ତର-କେନ୍ଦ୍ରାଞ୍ଚଳ ପୁଲିସ ମଧ୍ୟ ୨ଟି ଦେଶୀ ବନ୍ଧୁକ ଜବତ କରିଛି।

ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ସଦାସର୍ବଦା ପ୍ରତିଶୃତିବଦ୍ଧ। ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ଏହିପରି ସ୍ପେଶାଲ ଏନଫୋର୍ସମେଣ୍ଟ ଅଭିଯାନ ଜାରି ରହିବ ଏବଂ ବେଆଇନ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ📌 ଦାୟୀତ୍ୱ ନେବା ପରେ ପ୍ରଥମ ଓଡିଶା ଗସ୍ତ📌 ସାଂପ୍ରତିକ ବୈଶ୍ୱିକ ତ...
17/05/2026

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

📌 ଦାୟୀତ୍ୱ ନେବା ପରେ ପ୍ରଥମ ଓଡିଶା ଗସ୍ତ
📌 ସାଂପ୍ରତିକ ବୈଶ୍ୱିକ ତୈଳସଂକଟ ଦୃଷ୍ଟିକୋଣରୁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ନିରାଡମ୍ବର ଭାବେ ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ କରାଯିବ
📌 ମାନ୍ୟବର ରାଜ୍ୟ ସଭାପତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ଶୀର୍ଷ ନେତୃବୃନ୍ଦ ରାଷ୍ଟ୍ରୀୟ ସଭାପତିଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇବେ
📌 ୧୮ ତାରିଖରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ‘ରାଜ୍ୟ କୋର୍ କମିଟି’ ବୈଠକରେ ଯୋଗଦେବେ
📌 ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ‘ଏଆଇପିଏଚ୍‌’ ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଶିବିରର ଉଦ୍‌ଘାଟନ କରିବେ
📌 ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ମହାପ୍ରସାଦ ସେବନ କରିବେ
📌 ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି ବୈଠକ ଏବଂ ମନ୍ତ୍ରୀପରିଷଦ ବୈଠକରେ ଯୋଗ ଦେବେ
📌 ସଂଧ୍ୟାରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ

() ରାଷ୍ଟ୍ରୀୟ ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଆସନ୍ତା କାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଶ୍ରୀ ନୀତିନ ନବୀନ । ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ସାଧାରଣ ଯାତ୍ରୀବାହୀ ବିମାନରେ ଆସନ୍ତା କାଲି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସାଂପ୍ରତିକ ବୈଶ୍ୱିକ ତୈଳସଂକଟ ଦୃଷ୍ଟିକୋଣରୁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ନିରାଡମ୍ବର ଭାବେ ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ କରାଯିବ । ମାନ୍ୟବର ରାଜ୍ୟ ସଭାପତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ଶୀର୍ଷ ନେତୃବୃନ୍ଦ ରାଷ୍ଟ୍ରୀୟ ସଭାପତିଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ସୁଚନା ଦେଇଛନ୍ତି ।
୧୮ ତାରିଖ (ସୋମବାର) ଦିନ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ‘ରାଜ୍ୟ କୋର୍ କମିଟି’ ବୈଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଯୋଗଦେବେ । ଏହା ପରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ହେଲ୍‌ଥ (ଏଆଇପିଏଚ୍‌) ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଶିବିରର ଉଦ୍‌୍‌୍‌୍‌ଘାଟନ କରିବେ । ଏହା ପରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ମହାପ୍ରସାଦ ସେବନ କରିବେ ବୋଲି ଶ୍ରୀ ରାୟ ସୁଚନା ଦେଇଛନ୍ତି ।
ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଭୁବନେଶ୍ୱର ପ୍ରତ୍ୟାବର୍ତନ କରି ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି ବୈଠକ ଏବଂ ମନ୍ତ୍ରୀପରିଷଦ ବୈଠକରେ ଯୋଗ ଦେଇ ସମସ୍ତଙ୍କ ସହ ଭେଟଘାଟ କରି ଚର୍ଚ୍ଚା ଓ ଆଲୋଚନା କରିବେ ।
ସଂଧ୍ୟାରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ରାୟ ସୁଚନା ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ।

Report By News Point Odia

20/04/2025

18/10/2024

​ ପରେ ଖୋକା ଭାଇ ଚଳଚ୍ଚିତ୍ର ଦେଖି କଣ କହିଲେ ମମତା ନନ୍ଦ||‎ || କାହାର ଫ୍ୟାନ ମମତା ?

08/10/2024

Gets The National Award || ଦମନ ଚଳଚ୍ଚିତ୍ର ପାଇଲା ଜାତୀୟ ପୁରସ୍କାର ||

05/10/2024

Jharkhand Election 2024 : Hemant Soren's Wife Kalpana Roars In Public Rally

Address

Bhubaneswar
751001

Website

Alerts

Be the first to know and let us send you an email when News Point Odia posts news and promotions. Your email address will not be used for any other purpose, and you can unsubscribe at any time.

Share