Inside Odisha

Inside Odisha Contact information, map and directions, contact form, opening hours, services, ratings, photos, videos and announcements from Inside Odisha, Media/News Company, Bhubaneswar.

Inside Odisha is a MSME (UDYAM-OD-11-0066336) registered & SSL Certified Digital News Media .Maintained by qualified journalist's with the PCI & MIB Guidelines.

International Boxing Player Sachin Duggat's Name Entered in the World Book of RecordsName Registered in Recognition of O...
22/09/2025

International Boxing Player Sachin Duggat's Name Entered in the World Book of Records

Name Registered in Recognition of Outstanding Performance and Achievements in Sports

Rohtak/Suraj Rohilla. Sachin Duggat, Director of the Indian Georider Sports Council and International Boxer, has been entered in the World Book of Records. Giving this information, Sachin said, "Today is a very happy day for me and the Indian Georider Sports Council as my name has been entered in the World Book of Records." Sachin explained that his name has been entered in the World Book of Records due to his excellent performance and achievements in sports, as well as the continuous sports competitions organized by the Indian Georider Sports Council, and his dedication to the country.

On this occasion, Sachin has been receiving continuous congratulations from his well-wishers.

Sachin said that this is a major achievement for him and the entire Indian Georider Sports Council, and it inspires us to continuously move forward.
Sachin's achievements include: Gold medalist at the first Asian Games held in Malaysia, Silver medalist at the fourth International Boxing Championship, 8-time National Games medalist, 22-time state-level medalist, successful organization of the fourth National Boxing Championship by the Boxing Federation of India, successful organization of the first All India Championship by the Indian Geoider Sports Council in 2024, and six successful state-level athletics competitions by the Indian Geoider Sports Council between 2023 and 2024. Annu Khatak was instrumental in Sachin's athletic journey and in his entry into the World Book of Records. Sachin credited this achievement to his well-wishers and family members, including his parents. He stated that this was possible only because of their blessings and good wishes.

Contraband worth ₹1.59 crore seized on Day 20 of enforcement driveBhubaneswar, Sept. 21:On the 20th day of the Statewide...
21/09/2025

Contraband worth ₹1.59 crore seized on Day 20 of enforcement drive

Bhubaneswar, Sept. 21:
On the 20th day of the Statewide Enforcement Special Drive, excise officials reported fresh seizures of contraband valued at approximately ₹1.59 crore.

According to official data, 206 cases were registered during the day, leading to the arrest of 113 persons. The enforcement teams seized 11,309 bulk litres (BL) of illicitly distilled liquor and 437 BL of duty-paid liquor. In addition, 99,194 litres of fermented wash was destroyed at various locations.

The operation also resulted in the seizure of 56 litres of duplicate liquor, 250 kg of Mohua flowers, and 23 vehicles used for illegal transportation.

Excise officials further confirmed that 12 cases under the Narcotic Drugs and Psychotropic Substances (NDPS) Act were booked. These included the seizure of 195 kg of cannabis (g***a) and 220 grams of he**in.

Authorities said the sustained drive has significantly disrupted the illegal liquor and narcotics trade, and further action will continue in the coming days.

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଉଚ୍ଚ ଗୁଣବତ୍ତାସମ୍ପନ୍ନ ପନ୍ଦରଟି ଉଦ୍ୟାନ କୃଷି ଫସଲ କିସମ ଅନୁମୋଦନ ପ୍ରାପ୍ତ ହୋଇଛିଭୁବନେଶ୍ୱର- ଆଜି...
21/09/2025

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଉଚ୍ଚ ଗୁଣବତ୍ତାସମ୍ପନ୍ନ ପନ୍ଦରଟି ଉଦ୍ୟାନ କୃଷି ଫସଲ କିସମ ଅନୁମୋଦନ ପ୍ରାପ୍ତ ହୋଇଛି

ଭୁବନେଶ୍ୱର- ଆଜି କୃଷି ବିଭାଗ ପ୍ରମୁଖ ଶାସନ ସଚିବ, ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିହନ ଉପ-କମିଟି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଲୋଚନା ଓ ସର୍ବସମ୍ମତି କ୍ରମେ ୧୫ଟି ଉଚ୍ଚଗୁଣବତ୍ତା ସମ୍ପନ୍ନ ଉଦ୍ୟାନ କୃଷି ଫସଲ କିସମକୁ ଅନୁମୋଦନ କରାଯାଇଛି ।

ସ୍କ୍ରିନିଂ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଫସଲର କିସମ ମଧ୍ୟରେ ଓୟୁଏଟି କଳିଙ୍ଗ ଦ୍ୱାରା ବିକଶିତ ଆଠଟି କିସମ (ଲଙ୍କା, ବାଇଗଣ, ଶାଗ, ଟମାଟ, କାଜୁ, ଆମ୍ବ ଅଦା, କଳା ହଳଦୀ, ଆଳୁ), ସିଟିସିଆରଆଇ ଦ୍ୱାରା ବିକଶିତ ଦୁଇଟି କିସମ (କନ୍ଦମୂଳ, ୟାମ ବିନ୍ ଅର୍ଥାତ୍ ଚିନିଆଳୁ), ଏବଂ ଚେସ୍ ଦ୍ୱାରା ବିକଶିତ ପାଞ୍ଚଟି କିସମ (ଜାମୁରୋଳ, ତିନି ପ୍ରକାର ଶାଗ, ବାଇଗଣ) ଆଜି ଅନୁମୋଦନ ପ୍ରାପ୍ତ ହୋଇଛି।

CHES ଦ୍ୱାରା ବିକଶିତ ଜାମୁରୋଳ କିସମ ଭାରତରେ ଏହି ପ୍ରଜାତିର ପ୍ରଥମ କିସମ ଭାବେ ଅନୁମୋଦନ ଲାଭ କରିଛି । ସେହିଭଳି, କଳା ହଳଦୀ, ଓୟୁଏଟି କଳିଙ୍ଗ ବ୍ଲାକ୍ ହଳଦୀ -୧ ଭାବରେ ମଧ୍ୟ ଜଣା, ଏହାର ଔଷଧୀୟ ଗୁଣ ପାଇଁ ଜଣାଶୁଣା | ସେହିଭଳି, ଓୟୁଏଟି ଦ୍ୱାରା ବିକଶିତ ଆଳୁ କିସମ କଳିଙ୍ଗ ଛୋଟ ଆଳୁ (ଫୁଲବାଣି ଆଳୁ) ଖୁବ ସ୍ୱାଦିଷ୍ଟ ଓ ନିଆରା ସ୍ୱାଦର। ଏହି ସବୁ କିସମ ଗୁଡ଼ିକ ଉଚ୍ଚ ଗୁଣବତ୍ତାସମ୍ପନ୍ନ, ସରଳ ଅମଳ ପଦ୍ଧତି, ଉତ୍ପାଦନ କ୍ଷମତାରେ ପରିପୂର୍ଣ୍ଣ ଅଟେ ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ୍, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ ପରିଡ଼ା, ଡିନ୍ ରିସର୍ଚ୍ଚ, ଓୟୁଏଟି ଶ୍ରୀ ନିରଂଜନ ପଣ୍ଡା, ଶ୍ରୀ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ପରିଚାଳନା ନିର୍ଦ୍ଦେଶକ ଓଏସଏସସି ଲିମିଟେଡ୍, ଏରିଆ ମ୍ୟାନେଜର, ଏନଏସସି ଶ୍ରୀ ଜଗଦୀଶ ମିଶ୍ର, QPM ଉତ୍ପାଦକ କମଳ ବାସିନୀ ମହାନ୍ତି, ବିହନ ଉତ୍ପାଦକ ଶ୍ରୀ ଗୌରହରି ଜେନା, ବିହନ ବିତରକ ଶ୍ରୀମତି ସାବିତ୍ରୀ ପାଇକ, ପରିବା ଚାଷୀ ଶ୍ରୀ କୃଷ୍ଣଚନ୍ଦ୍ର ନାଗ, କୃଷି ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏମ୍‌ସ ଭୁବନେଶ୍ୱରର ତ୍ରୟୋଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ, ଗବେଷଣା ଓ ନବସୃଜନକୁ ଗୁରୁତ୍ବ• ଗତ ଏକ ବର୍ଷରେ ଏମ୍ସରେ ହୋଇଛି ୧୧ ଲକ୍ଷରୁ ଅଧିକ ...
21/09/2025

ଏମ୍‌ସ ଭୁବନେଶ୍ୱରର ତ୍ରୟୋଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ, ଗବେଷଣା ଓ ନବସୃଜନକୁ ଗୁରୁତ୍ବ

• ଗତ ଏକ ବର୍ଷରେ ଏମ୍ସରେ ହୋଇଛି ୧୧ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା
• ୨୬ ଲକ୍ଷରୁ ଅଧିକ ଆଭା ସଂଯୋଗୀକରଣ
• ରୋଗୀସେବା ଏବଂ ଚିକିତ୍ସା ଉତ୍କର୍ଷତାରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ
• ଏନଆଇଆରଏଫ୍-୨୦୨୫ରେ ୧୪ତମ ସ୍ଥାନ ହାସଲ କରିଛି, ୨୦୨୧ରେ ୩୧ତମ ସ୍ଥାନରୁ ବିରାଟ ଲମ୍ଫ
• ଇଣ୍ଡିଆ-ଟୁଡେ ସର୍ଭେରେ ଭାରତରେ ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଆଜି ତ୍ରୟୋଦଶ ବାର୍ଷିକ ଉତ୍ସବକୁ ପ୍ରତିବଦ୍ଧତା ଏବଂ ଉତ୍ସାହର ସହିତ ପାଳନ କରିଛି। ଉଲ୍ଲେଖନୀୟ ସ୍ୱାସ୍ଥ୍ୟସେବା ସଫଳତା, ଡିଜିଟାଲ୍ ନବସୃଜନ ଏବଂ ଶିକ୍ଷାଗତ ଉତ୍କର୍ଷତାର ଏହି ବର୍ଷରେ ନବସୃଜନ ଏବଂ ଗବେଷଣାକୁ ଗୁରୁତ୍ବାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର ପ୍ରଥମ ନିର୍ଦ୍ଦେଶକ ଡ. ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୂର୍ବ ଭାରତରେ ଚିକିତ୍ସା ସେବାକୁ ରୂପାନ୍ତରିତ କରିବାରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଅବଦାନକୁ ସେ ପ୍ରଶଂସା କରିଥିଲେ। ଡ. ମହାପାତ୍ର ତାଙ୍କ ଅଭିଭାଷଣରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଏମ୍ସ ଭୁବନେଶ୍ୱରକୁ ଅଭିନନ୍ଦନ ଜଣାଇଥିଲେ।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏମ୍ସ ଭୁବନେଶ୍ୱରର ପ୍ରଗତି ପଛରେ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଏମ୍ସ ପକ୍ଷରୁ ସାମଗ୍ରିକ ରୋଗୀ ସେବା ଉପରେ ଧ୍ୟାନ ଦେଇ ଜଟିଳ, ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର କରାଯାଉଛି। ଏହାର ଶ୍ରେୟ ଆମର ଉତ୍ସର୍ଗୀକୃତ ଦଳର ବୋଲି ସେ କହିଥିଲେ। ଖୁବ୍ଶୀଘ୍ର ଏମ୍ସ ଭୁବନେଶ୍ୱରରେ ଯକୃତ ପ୍ରତିରୋପଣ, ସ୍କିନ୍ ବ୍ୟାଙ୍କ ସହିତ ଅନ୍ୟାନ୍ୟ ଏକାଧିକ ରୋଗୀ କଲ୍ୟାଣକାରୀ ସୁବିଧା ପ୍ରତିଷ୍ଠା ହେବାକୁ ଯାଉଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି।
ଏମ୍ସରେ ଗତ ଏକ ବର୍ଷରେ ୧୧ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି। ସେହିପରି ଆଭା (ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ) ପଞ୍ଜୀକରଣ ମାଧ୍ୟମରେ ୨୬ ଲକ୍ଷରୁ ଊର୍ଧ୍ବ ଲୋକଙ୍କୁ ଯୋଡ଼ାଯାଇଛି। ୨୦୨୫ ଶିକ୍ଷାବର୍ଷ ପାଇଁ ଏମ୍ସକୁ ଏନ୍ଆଇଆରଏଫରେ ୧୪ତମ ସ୍ଥାନ ମିଳିଛି ଯାହାକି ସମଗ୍ର ପୂର୍ବ ଭାରତରେ ଶ୍ରେଷ୍ଠ। ୨୦୨୧ରେ ଏମ୍ସକୁ ୩୧ତମ ସ୍ଥାନ ମିଳିଥିଲା। ଏଥିସହିତ ମର୍ଯ୍ୟାଦାଜନକ ଇଣ୍ଡିଆ ଟୁଡେ ସର୍ଭେରେ ମଧ୍ୟ ଦେଶରେ ଏହି ପ୍ରତିଷ୍ଠାନ ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ ଭାବେ ସ୍ଥାନିତ ହୋଇଛି।
ଅନ୍ୟମାନଙ୍କ ମଧ୍ୟରେ ଡିନ୍‌ (ଏକାଡେମିକ୍ସ) ଡ. ପି ଆର ମହାପାତ୍ର, ଡିନ୍ (ଗବେଷଣା) ଡ. ସତ୍ୟଜିତ୍ ମିଶ୍ର, ଡିନ୍ (ପରୀକ୍ଷା) ଡ. ସୌଭାଗ୍ୟ କୁମାର ଜେନା, ଭାରପ୍ରାପ୍ତ ମେଡିକାଲ୍ ଅଧୀକ୍ଷକ ଡ. ଅଶୋକ କୁମାର ଜେନା, କୁଳସଚିବ ଡ. ସୁଦୀପ୍ତ ରଂଜନ ସିଂ, ଡିଡିଏ ଅଭିଜିତ ସରକାର ପ୍ରମୁଖ ଉପସ୍ଥିତ ଥିଲେ।
ତ୍ରୟୋଦଶ ବାର୍ଷିକ ଉତ୍ସବ ସମାରୋହ ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ନେଇ ଏକାଧିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହିତ ବାର୍ଷିକ ସ୍ମରଣିକା "ଦି ଇନ୍‌ସାଇଟ୍"କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ପେଶା ସ୍ବାସ୍ଥ୍ୟସେବା ବୃତ୍ତିଧାରୀ, ନିଶା ଫଟୋଗ୍ରାଫୀ
ଏମ୍ସ ଭୁବନେଶ୍ବର କାର୍ଯ୍ୟରତ ସ୍ବାସ୍ଥ୍ୟସେବା ବୃତ୍ତିଧାରୀମାନଙ୍କଠାରେ ମଧ୍ୟ ଫଟୋଗ୍ରାଫୀ ଭଳି ନିଶା ରହିଛି, ତାହା ଆଜିର ଫଟୋପ୍ରଦର୍ଶନୀରୁ ସ୍ପଷ୍ଟ ହୋଇଯାଇଥିଲା। ଚଳିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଏକ ଫଟୋଗ୍ରାଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ ୫୦ ଫଟୋକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଯାହାକୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ। ଏମ୍‌ସ ଭଳି ଅନୁଷ୍ଠାନରେ ରହିଥିବା ଏପରି ସୃଜନଶୀଳ ପ୍ରତିଭାମାନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ। ସେହିପରି ଗତ ଏକ ବର୍ଷରେ ଏମ୍‌ସରେ ହୋଇଥିବା ଏକାଧିକ ସଫଳତା ସମ୍ବଳିତ ଏକ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ହିନ୍ଦୀ ପକ୍ଷର ଉଦ୍ ଯାପନ ଦିବସ ସମାରୋହ -୨୦୨୫ ଅନୁଷ୍ଠିତ  ଢେଙ୍କାନାଳ...
21/09/2025

ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ହିନ୍ଦୀ ପକ୍ଷର ଉଦ୍ ଯାପନ ଦିବସ ସମାରୋହ -୨୦୨୫ ଅନୁଷ୍ଠିତ

ଢେଙ୍କାନାଳ: ତା.୨୧.୦୯.୨୦୨୫ ରିଖ:ଆଜି ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଢେଙ୍କାନାଳ ପରିସରରେ ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ପକ୍ଷର ଉଦ୍ ଯାପନ ଦିବସ -୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ବରିଷ୍ଠ ହିନ୍ଦୀଶିକ୍ଷକ ଅଚ୍ୟୁତାନନ୍ଦ ସାହୁଙ୍କ ସଭାପତିତ୍ବରେ ଓ ହିନ୍ଦୀ ଶିକ୍ଷକ ସତ୍ୟବ୍ରତ ପଣ୍ଡାଙ୍କ ବଳିଷ୍ଠ ସଂଯୋଜନାରେ ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତିଙ୍କ ଦ୍ଵାରା ପ୍ରେରିତ ସ୍ଵୀୟ ବାର୍ତ୍ତାରେ ଭାରତରେ ହିନ୍ଦୀ ରାଷ୍ଟ୍ରଭାଷାର ଆବଶ୍ୟକତା ଓ ଅଧ୍ୟୟନର ସୁଦୂରପ୍ରସାରୀ ପ୍ରଭାବ ରହିଥିବାରୁ ସମସ୍ତେ ଏହି ଭାଷାକୁ ଶିଖିବା ଦରକାର ବୋଲି ଲେଖିଥିଲେ ଯାହାକୁ ସଭାରେ ପାଠ କରାଯାଇଥିଲା। ଅନ୍ୟତମ ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ମୁଖ୍ୟଅତିଥି ଭାବରେ ସ୍ଵୀୟ ହିନ୍ଦୀ ଭାଷାରେ ନିଜର ଅଭିଭାଷଣରେ ହିନ୍ଦୀ ଶିକ୍ଷା ପ୍ରତି ଅଧିକ ଆଗ୍ରହର ଅଭିବୃଦ୍ଧି ପାଇଁ ଦୃଢ଼ ଆହ୍ଵାନ ଜଣାଇଥିଲେ।ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ କମଳିନୀ ପାଣିଗ୍ରାହୀ ରାଷ୍ଟ୍ରଭାଷା ହିନ୍ଦୀ ପ୍ରାଥମିକ ସ୍ତରରୁ ଶିକ୍ଷା ଦିଆଯିବା ଉଚିତ୍ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ଡ.ସତ୍ୟ ନାରାୟଣ ପଣ୍ଡା ଅଧ୍ୟକ୍ଷ,ହିନ୍ଦୀ ପ୍ରଶିକ୍ଷଣ ସଂସ୍ଥାନ,କଟକ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ରାଷ୍ଟ୍ରଭାଷା ହିନ୍ଦୀ ଦିବସ ପାଳନର ତାତ୍ପର୍ଯ୍ୟ ଓ ଭାରତରେ ଏହାର ପରିବ୍ୟାପ୍ତତା ହିଁ ହିନ୍ଦୀ ଭାଷାକୁ ଲୋକପ୍ରିୟ କରି ଏହାକୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଢେଙ୍କାନାଳର ଅଧକ୍ଷ ଲକ୍ଷଣ କୁମାର ସାହୁ ଯୋଗଦାନ କରି ଯୋଗଦାନ କରି ଢେଙ୍କାନାଳ ମାଟିର ସମର କବି ବ୍ରଜନାଥ ବଡ଼ଜେନା ହିନ୍ଦୀ ଭାଷାରେ ଉନ୍ନତ ସାହିତ୍ୟ ସୃଷ୍ଟି କରି ସ୍ୱ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ।ଉଚ୍ଚ ବିଦ୍ୟାଳୟ ସ୍ତରରେ ହିନ୍ଦୀ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କର ଉପଯୁକ୍ତ ନିର୍ଦ୍ଧାରିତ ଯୋଗ୍ୟତା ଥାଇ ମଧ୍ୟ ସେମାନଙ୍କୁ ପ୍ରଧାନ ଶିକ୍ଷକ ପଦବୀ ପାଇଁ କ୍ୟାଡ଼ରରେ ଅନ୍ତର୍ଭୁକ୍ତ କରିବାରେ ସରକାର ଅହେତୁକ ବିଳମ୍ବ ଓ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଉଦ୍ ବେଗ ପ୍ରକାଶ କରିଥିଲେ।ରାଜ୍ଯ ଓ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବରିଷ୍ଠ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷୟିତ୍ରୀ ମିନତୀ କୁମାରୀ ମିଶ୍ର ଓ ବରିଷ୍ଠ ହିନ୍ଦୀ ଶିକ୍ଷକ ଭୁବନେଶ୍ୱର ରାଉତଙ୍କୁ,ମଞ୍ଚା ସୀନ ଅତିଥିବୃନ୍ଦଙ୍କୁ ଓ ଆମ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ୧୯ ଜଣ ହିନ୍ଦୀ ଶିକ୍ଷୟିତ୍ରୀ,ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ମେମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରଯାଇଥିଲା।୨୦୨୫ ହାଇସ୍କୁଲ୍ ସାର୍ଟିଫିକେଟ୍ ହିନ୍ଦୀ ପରୀକ୍ଷାରେ ଶତକଡା ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ୱର୍ ରଖିଥିବା ଜିଲ୍ଲାର ୧୭୩ ଜଣ ଛାତ୍ରୀ,ଛାତ୍ରଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦ ପର୍ଯ୍ୟାୟ କ୍ରମେ ପ୍ରଶଂସା ପତ୍ର ଓ ମେମେଣ୍ଟୋ ପ୍ରଦାନ କରିଥିଲେ।ସେହିପରି ଚଳିତ ବର୍ଷ ସେବାନିବୃତ ହୋଇଥିବା ହିନ୍ଦୀ ଶିକ୍ଷକ ଶିବ ପ୍ରସାଦ ଦାଶ,ନିରଞ୍ଜନ ସାହୁ,ମିନତୀ କୁମାରୀ ମିଶ୍ର,ସୁରେଶ ଚନ୍ଦ୍ର ସାହୁ,ବ୍ରହ୍ମାନନ୍ଦ ପ୍ରଧାନ,ଗଣେଶ ପ୍ରସାଦ ରଣା,ଶଶିଭୂଷଣ ନାଥ,ବିଜୟ କୁମାର ରାଉତ ଓ ହେମନ୍ତ କୁମାର ପଣ୍ଡା ପ୍ରମୁଖଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ପର୍ଯ୍ୟାୟ କ୍ରମେ ପୁଷ୍ପଗୁଚ୍ଛ,ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।ସଭା ପ୍ରାରମ୍ଭରେ ଅତିଥିବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ,ପୁଷ୍ପ,ଧୂପ,ଦୀପ ଓ ନୈବେଦ୍ୟ ଅର୍ପଣ କରିଥିଲେ ଓ ହିନ୍ଦୀ ଶିକ୍ଷକ ଦିଲ୍କୀପ କୁମାର ରାଜ ମଙ୍ଗଳାଚରଣ ଗାନ କରିଥିଲେ।ହିନ୍ଦୀ ଶିକ୍ଷୟିତ୍ରୀମାନେ ସମବେତ ହିନ୍ଦୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ଭୁବନେଶ୍ୱର ରାଉତ,ଉତ୍ତମ କୁମାର ସାମନ୍ତ,ସୁରଜିତା ମିଶ୍ର,ରଶ୍ମିତା ରଥ,ଅନସୂୟା ଜେନା,ନବ କିଶୋର ବେହେରା, ମିନତୀ ମିଶ୍ର,ରେଣୁବାଳା ବେହେରା,ମୋନାଲିସା ପ୍ରଧାନ, ରତ୍ନଗର୍ଭା ବିଶ୍ୱାଳ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।ସଭା ପରେ ପରେ ଅନ୍ତରା ଘୋଷ ଚୌଧୁରୀଙ୍କ ମାର୍ଗଦର୍ଶନ ଓ ନିର୍ଦ୍ଦେଶନାରେ ହିନ୍ଦୀ ଭାଷାରେ ଦେଶାତ୍ମବୋଧକ କବିତା ପାଠ, ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସୁନ୍ଦର ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ହିନ୍ଦୀ ଶିକ୍ଷକ ସତ୍ୟବ୍ରତ ପଣ୍ଡା ଅତିଥି ପରିଚୟ ପ୍ରଦାନ,ସଂଘର ବାର୍ଷିକ ବିବରଣୀ ପାଠ ଓ ସଫଳ ସଭା ସଂଯୋଜନା କରିଥିଲେ।ପରିଶେଷରେ ଡା. ଦେବୀ ପ୍ରସାଦ ମିଶ୍ର କୋଷାଧ୍ୟକ୍ଷ,ନିଖିଳ ଓଡିଶା ରାଜ୍ୟ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ,ଢେଙ୍କାନାଳ ଶାଖା,ବରିଷ୍ଠ ଉପଦେଷ୍ଟା ଭାବରେ ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ, ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ ହିନ୍ଦୀପକ୍ଷର ଉଦ୍ ଯାପନ ଦିବସ ସମାରୋହ -୨୦୨୫ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଆନ୍ତଃ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗୀତା  ବ୍ରହ୍ମପୁର ୨୧/୯ ବ୍ରହ୍ମପୁର କୁଇଜ ଆସୋସିଏସନ୍ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ର ମିଳିତ ସହ...
21/09/2025

ଆନ୍ତଃ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗୀତା

ବ୍ରହ୍ମପୁର ୨୧/୯ ବ୍ରହ୍ମପୁର କୁଇଜ ଆସୋସିଏସନ୍ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ର ମିଳିତ ସହଯୋଗରେ ପଞ୍ଚମ ଆନ୍ତଃ ବିଦ୍ୟାଳୟ ସ୍ତରିୟ କୁଇଜ୍ ପ୍ରତିଯୋଗିତା ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇସାରିଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର ଓ ସମ୍ ହସ୍ପିଟାଲ ନିର୍ଦ୍ଦେଶକ ଦେବ ପ୍ରସାଦ ଦାସ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ। ଏଥିରେ ଗଞ୍ଜାମ ଜିଲ୍ଳାର ର ବହୁ ବିଦ୍ୟାଳୟର ମୋଟ ୨୫୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଦୁଇଟି ରାଉଣ୍ଡ ତଥା ପ୍ରୀଲିମିନାରି ଏବଂ ଫାଇନାଲ ରାଉଣ୍ଡ ଆୟୋଜିତ ହୋଇଥିଲା । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଡି ପଲ୍ ସ୍କୁଲ ଏବଂ ଦ୍ୱିତୀୟ ଜ୍ଞାନ ବିକାଶ ଓ ତୃତୀୟ ସ୍ଥାନ କେ.ସି ପବ୍ଲିକ ସ୍କୁଲ ଅଧିକାର କରି ପୁରସ୍କୃତ ହୋଇଥିଲେ। ପୁରସ୍କାର ବିତରଣ କାଯ୍ୟକ୍ରମ ରେ ବରିଷ୍ଠ ସାମ୍ୱାଦିକ ଅଶୋକ ବ୍ରହ୍ମା , ବରିଷ୍ଠ ଓକିଲ ସନ୍ତୋଷ କୁମାର୍ ମିଶ୍ର , ଦାନ୍ତ ଡାକ୍ତର ଦେବ୍ୟାନି ଦେବ ଓ ସଂକଳ୍ପ ସ୍କୁଲର ସହ ନିର୍ଦ୍ଦେଶକ ସାର୍ଥକ ପ୍ରମୁଖ ଅତିଥିରୁପେ ଯୋଗ ଦେଇଥିଲେ। ବ୍ରହ୍ମପୁର କୁଇଜ୍ ଆସୋସିଅସନର ଶୁଭଶ୍ରୀ ତ୍ରିପାଠୀ, ସୁନୀଲ ସାହୁ, ତପସ୍ଵିନୀ ମହାରଣା, ଜ୍ଞାନ ରଞ୍ଜନ ରେଡ୍ଡୀ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଇଫୁନା ଓ ଉଫୁନା ପକ୍ଷରୁ ‘ଆନ୍ତର୍ଜାତୀୟ ଶାନ୍ତି ଦିବସ’  -୨୦୨୫ ପାଳିତଢେଙ୍କାନାଳ : ତା.୨୧.୦୯.୨୦୨୫ରିଖ : ସ୍ଥାନୀୟ ହୋଟେଲ୍ ଦେବକନ୍ୟା କନ୍ଫରେ...
21/09/2025

ଇଫୁନା ଓ ଉଫୁନା ପକ୍ଷରୁ ‘ଆନ୍ତର୍ଜାତୀୟ ଶାନ୍ତି ଦିବସ’ -୨୦୨୫ ପାଳିତ

ଢେଙ୍କାନାଳ : ତା.୨୧.୦୯.୨୦୨୫ରିଖ : ସ୍ଥାନୀୟ ହୋଟେଲ୍ ଦେବକନ୍ୟା କନ୍ଫରେନ୍ସ ହଲ୍ ରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା ) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ‘ଆନ୍ତର୍ଜାତୀୟ ଶାନ୍ତି ଦିବସ -୨୦୨୫" ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟଅତିଥି ରୂପେ ମାଧ୍ୟମରେ ଯୋଗଦେଇ ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ କହିଲେ ଯେ ୨୦୨୫ ମସିହା ସମସ୍ତଙ୍କର ସର୍ବାଙ୍ଗୀନ ବିକାଶର ବର୍ଷ ହେଉ ଓ ବିଶ୍ୱ ଶାନ୍ତି ସଚେତନତା ହିଁ ସୁରକ୍ଷା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ବିଶିଷ୍ଟ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପରିବେଶବିତ୍ ଉପେନ୍ଦ୍ର ରାଉତ ସ୍ଵୀୟ ବକ୍ତବ୍ୟରେ ମୋ ବିଶ୍ଵର ଶାନ୍ତି ସ୍ଥାପନ,ମୋ ଦାୟୀତ୍ଵ ବୋଲି କହିଥିଲେ।ସମାଜବାଦୀ ନେତା ସରୋଜ ଶତପଥି ଅନ୍ୟତମ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ବିଶ୍ୱ ଶାନ୍ତି ହିଁ ସମ୍ପଦ ଏବଂ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ବିଶ୍ୱ ଶାନ୍ତି ହିଁ ଏକାନ୍ତ ଆବଶ୍ୟକ ବୋଲି ଦୃଢ଼ ମତପୋଷଣ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବସନ୍ତ କୁମାର ବିଶ୍ବାଳ,ସମ୍ପାଦକ ବାହାଦୂର ପାଟ୍ଟସାହାଣୀ,ବରିଷ୍ଠ ଶିକ୍ଷାବିତ୍,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ସରୋଜ ଶତପଥୀ,ସାମରିକ କର୍ମକର୍ତ୍ତା ବିପିନ ବିହାରୀ ବେହେରା,ଲକ୍ଷ୍ମୀଧର ଶତପଥୀ,ତରୁଣ କୁମାର ବିଶ୍ବାଳ,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ପ୍ରେମାନନ୍ଦ ଶତପଥୀ, ବରିଷ୍ଠ ସମାଜସେବୀ ବିନୟ କୁମାର ସାହୁ,କର୍ମଚାରୀ ନେତା ଗୋକୁଳ ଚନ୍ଦ୍ର ପଣ୍ଡା,ଇଂ. ଯୁଧିଷ୍ଠିର ସାହୁ,ଆ ଡ.ମାନସୀ କର,ଡ.ଅନୁପମା ମିଶ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ଆନ୍ତର୍ଜାତୀୟ ସ୍ତରରେ ଦେଶ ଦେଶ ମଧ୍ୟରେ ଶାନ୍ତି ବିରାଜମାନ କଲେ ରାଷ୍ଟ୍ରଗୁଡ଼ିକର ବିକାଶ ସମ୍ଭବ ବୋଲି କହିଥିଲେ।ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ ବର୍ତ୍ତମାନ ସାମ୍ରାଜ୍ୟବାଦୀ ରାଷ୍ଟ୍ର ଆମେରିକା,ସମାଜବାଦୀ ରାଷ୍ଟ୍ର ରୁଷିଆ ପ୍ରଭୃତି ଦେଶମାନଙ୍କ ନେତୃତ୍ୱ ଓ ପ୍ରୋତ୍ସାହନ ପାଇଁ ବିଶ୍ୱରେ ଯୁଦ୍ଧ ଘନଘଟା ଲାଗିରହିବା ଫଳରେ ବିଶ୍ଵଶାନ୍ତି ବ୍ୟାହତ ହେଉଛି।ଯୁଦ୍ଧମୁକ୍ତ ବିଶ୍ଵ ହିଁ ବିଶ୍ଵ ଶାନ୍ତି ପ୍ରତିଷ୍ଠାର ପ୍ରଥମ ପାହାଚ।ଉକ୍ତ ସଭାରେ ବରିଷ୍ଠ ସମାଜସେବୀ ବିନୟ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଓ ସମ୍ମାନୀୟ ବକ୍ତାବୃନ୍ଦ ଜାତିସଂଘର ବିଶ୍ଵ ଶାନ୍ତି ପାଇଁ ବହୁମୁଖୀ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ଆଲୋଚନା କରି ବିଶ୍ବ ଶାନ୍ତି ଦିବସର ଚଳିତ ବର୍ଷର ବିଷୟବସ୍ତୁ ରହିଛି "ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ଏବେ କାର୍ଯ୍ୟ କରନ୍ତୁ"ବୋଲି ଦୃଢ଼ ଆହ୍ବାନ ଜଣାଇଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବାହାଦୂର ପାଟ୍ଟସାହାଣୀ,ଗୋଲକ ବିହାରୀ ନାୟକ,ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ.ମାନସୀ କର,କବୀ ସୁକାନ୍ତି ସାହୁ,ଡ.ଅନୁପମା ମିଶ୍ର, ଡ଼ଃ କବିତା ମହାନ୍ତି,ମମତା ମିଶ୍ର,ମୈତ୍ରେୟୀ ଶୁଭଦା, ଡ.ପ୍ରମୋଦ ପରିଡା,ଦେବ ପ୍ରସାଦ ମିଶ୍ର ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ପାଠ କରିଥିଲେ।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ପରିଶେଷରରେ ଡ଼ା.ଦେବୀ ପ୍ରସାଦ ମିଶ୍ର ଆନ୍ତର୍ଜାତୀୟ ଶାନ୍ତି ଦିବସ’-୨୦୨୫ ପାଇଁ ଦୁଇଟି ଇଂରାଜୀ ଓ ଗୋଟିଏ ଓଡ଼ିଆ ସନେଟ୍ ପାଠ କରି,କାର୍ଯ୍ୟକ୍ରମ ସୁପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଜୀବନ ରକ୍ଷା ଏବଂ ସମାଜକୁ ଏକତ୍ର କରିବାରେ ରକ୍ତଦାନର ଭୂମିକା ଗୁରୁତ୍ୱପୂର୍ଣ୍ଣ :ରାଜ୍ୟପାଳଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି...
17/09/2025

ଜୀବନ ରକ୍ଷା ଏବଂ ସମାଜକୁ ଏକତ୍ର କରିବାରେ ରକ୍ତଦାନର ଭୂମିକା ଗୁରୁତ୍ୱପୂର୍ଣ୍ଣ :ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ବୁଧବାର ରକ୍ତଦାନର ଜୀବନ ରକ୍ଷାକାରୀ ଏବଂ ଏକୀକରଣ ଶକ୍ତି ଉପରେ ଆଲୋକପାତ କରି କହିଛନ୍ତି ଯେ ଆଜି ଦିଆଯାଇଥିବା ରକ୍ତର ଏକ ବୁନ୍ଦା କେବଳ କାଲି ଜଣେ ଅପରିଚିତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାର କ୍ଷମତା ରଖେ ନାହିଁ ବରଂ ସମାଜର ବନ୍ଧନକୁ ମଧ୍ୟ ମଜବୁତ କରିଥାଏ। ଲୋକଙ୍କୁ ଗୋଟିଏ ପରିବାର ଭାବରେ ଏକାଠି କରିଥାଏ।ଭୁବନେଶ୍ୱରର ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ଦ୍ୱାରା ଆୟୋଜିତ ପୁରୀର ଏସସିଏସ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମେଗା ରକ୍ତଦାନ ଅଭିଯାନ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଏହି ପଦକ୍ଷେପକୁ ଏକ ଚିକିତ୍ସା ଅଭିଯାନ ଅପେକ୍ଷା ଅଧିକ ବୋଲି ବର୍ଣ୍ଣନା କରି ଏହାକୁ "ମାନବତା ପ୍ରତି ସେବାର ଏକ ମହାନ କାର୍ଯ୍ୟ" ବୋଲି କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ପାଳନ ଯାହାକୁ ଦେଶବ୍ୟାପୀ ସେବା ପଖୱାଡା ଭାବରେ ପାଳିତ ହେଉଛି। ଯାହା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ସେବା, ତ୍ୟାଗ ଏବଂ କଲ୍ୟାଣର ଆଦର୍ଶକୁ ପ୍ରତିଫଳିତ କରୁଛି।

ରାଜ୍ୟପାଳ ରକ୍ତଦାନ ଶିବିର ମଧ୍ୟ ବୁଲି ରକ୍ତଦାତାମାନଙ୍କ ସହିତ ଆଲୋଚନା କରିଥିଲେ, ସେମାନଙ୍କର ନିଃସ୍ୱାର୍ଥପର ଅବଦାନକୁ ପ୍ରଶଂସା କରିଥିଲେ।

ଡକ୍ଟର କମ୍ଭମପାଟି ତେରାପନ୍ଥ ଯୁବକ ପରିଷଦର ପ୍ରୟାସକୁ ପ୍ରଶଂସା କରିଥିଲେ, ବିଶ୍ୱବ୍ୟାପୀ ପ୍ରାୟ ପାଞ୍ଚ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରିବାର ସେମାନଙ୍କର ଲକ୍ଷ୍ୟକୁ "ମାପକାଠିରେ ଐତିହାସିକ ପଦକ୍ଷେପ ଏବଂ ମାନବତାର ସର୍ବୋଚ୍ଚ ଆଦର୍ଶର ଏକ ସ୍ଥାୟୀ ପ୍ରତୀକ" ଭାବରେ ଆଲୋକପାତ କରିଥିଲେ। ରାଜ୍ୟପାଳ ରକ୍ତଦାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ବ୍ୟାଖ୍ୟା କରିଥିଲେ ଯେ ପ୍ରତ୍ୟେକ ୟୁନିଟ୍ ଅସ୍ତ୍ରୋପଚାର ରୋଗୀ, ଦୁର୍ଘଟଣା ପୀଡିତ, ପ୍ରସବକାଳୀନ ମା', ରୋଗରେ ପୀଡିତ ପିଲା କିମ୍ବା କର୍କଟ କିମ୍ବା ରକ୍ତହୀନତା ସହିତ ଲଢ଼ୁଥିବା ରୋଗୀଙ୍କ ଜୀବନ ରକ୍ଷା କରିପାରିବ। "ଏହି ନିର୍ଣ୍ଣାୟକ ମୁହୂର୍ତ୍ତରେ, ପ୍ରଯୁକ୍ତିବିଦ୍ୟା କିମ୍ବା ସମ୍ପତ୍ତି ଜୀବନ ରକ୍ଷା କରେ ନାହିଁ, ବରଂ ଅଜ୍ଞାତ ଦାତାଙ୍କ ନୀରବ କରୁଣା," ସେ କହିଥିଲେ।
ତେବେ ମହିଳା ମାନଙ୍କ ରକ୍ତଦାନ କ୍ଷେତ୍ରରେ ଅନେକ ଚିକିତ୍ସକ ମାନେ ରକ୍ତହୀନତା କୁ ଏକ କାରଣ ଭାବେ ଅବଗତ କରାଇଥାନ୍ତି।ତେଣୁ ମହିଳା ବା ମା ମାନେ ରକ୍ତହୀନତା ର ନିରାକରଣ ପାଇଁ ଉପଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଓଡ଼ିଶାର ସେବା ଏବଂ ଆଧ୍ୟାତ୍ମିକତାର ପରମ୍ପରାକୁ ଆଲୋକପାତ କରି ରାଜ୍ୟପାଳ "ପରୋପକାରାୟ ଇଦମ୍ ଶରୀରମ୍" କଥାକୁ ମନେ ପକାଇଥିଲେ । ଏହି ସଂସ୍ଥା ଅନ୍ୟମାନଙ୍କ ସେବା ପାଇଁ ଉଦ୍ଦିଷ୍ଟ। ଯୁବପିଢ଼ିଙ୍କ ରକ୍ତଦାନ ଜୀବନକୁ ସମୃଦ୍ଧ କରେ ଏବଂ ପ୍ରତି ୟୁନିଟ୍ ରକ୍ତ ତିନିଟି ଜୀବନ ବଞ୍ଚାଇପାରେ ବୋଲି ସ୍ୱୀକାର କରିବାକୁ ଆହ୍ୱାନ କରିଥିଲେ, ଯାହା ପ୍ରତ୍ୟେକ ରକ୍ତଦାତାଙ୍କୁ ଏକ ନୀରବ ନାୟକ କରିଥାଏ।

ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଏସସିଏସ୍ ସ୍ବୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିତରଞ୍ଜନ ଦ୍ୱିବେଦୀ ଯୋଗ ଦେଇ ରକ୍ତଦାନ ମହତ ଦାନ କୁ ଆମେ ସମସ୍ତେ ବାସ୍ତବରେ ଚରିତାର୍ଥ କରିବାକୁ ରକ୍ତ ଦାନ କରିବା ସହ ଅନ୍ୟ ମାନଙ୍କୁ ପ୍ରୋତ୍ସାହିତ କରିବା କୁ ମତ ଦେଇ ଆୟୋଜକ ଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ।ତେରାପନ୍ଥ ଯୁବ ପରିଷଦ ସଭାପତି ଜିତେନ୍ଦ୍ର ବାଇଦ ସମସ୍ତଙ୍କୁ ସ୍ବାଗତ କରିଥିଲା ବେଳେ ମେଗା ରକ୍ତ ଦାନ ଡ୍ରାଇଭ୍ର ମୁଖ୍ୟ ସଂଯୋଜକ ସିଦ୍ଧାର୍ଥ ଛୋରାରିୟା ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

ନାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳଡିଜିଙ୍କ ଉଦେ୍ଦଶ୍ୟରେ ସବୁ ଜିଲ୍ଲାରେ ଏସ୍ପିଙ୍କୁ ସ୍ମାରକପତ୍ର ଦେଲା ମହିଳା ବିଜେ...
17/09/2025

ନାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ
ଡିଜିଙ୍କ ଉଦେ୍ଦଶ୍ୟରେ ସବୁ ଜିଲ୍ଲାରେ ଏସ୍ପିଙ୍କୁ ସ୍ମାରକପତ୍ର ଦେଲା ମହିଳା ବିଜେଡି

ଭୁବନେଶ୍ୱର: ମହିଳା ଉପରେ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ, ବିଜେପି କରୁଛି ମା’ ନାଁରେ ବୃକ୍ଷରୋପଣ । ୧୪ମାସର ବିଜେପି ସରକାରରେ ମାଆମାନଙ୍କ ଓଠରୁ ହସ ଲିଭିଯାଇଛି । ଭୟର ବାତାବରଣ ମଧ୍ୟରେ ଅଛନ୍ତି ଓଡ଼ିଶାର ମାତୃଶକ୍ତି । ଶିକ୍ଷାନୁଷ୍ଠାନ, କର୍ମକ୍ଷେତ୍ର, ରାସ୍ତାଘାଟ କେଉଁଠି ବି ମହିଳା ସୁରକ୍ଷିତ ନାହାନ୍ତି । ୧୪ ମାସରେ ୩୫୦୦ରୁ ଊଦ୍ଧ୍ୱର୍ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପ୍ରତ୍ୟେକ ପରିବାରର ମାନସିକ ଶାନ୍ତିକୁ ଦୋହଲାଇ ଦେଇଛି । ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ସକାଶେ ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେଉଛି । ଏହି ପ୍ରସଙ୍ଗରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ସଭାପତିଙ୍କ ନିଦେ୍ର୍ଦଶକ୍ରମେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଆହ୍ୱାନରେ ମହିଳା ବିଜେଡି ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲା ଏସ୍ପି ଅଫିସ୍ ସମ୍ମୁଖରେ ଏହାର ପ୍ରତିବାଦ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ୍ ଡିଜିଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲା ।
ରାଜ୍ୟରେ ପ୍ରତିଦିନ ମହିଳା ବିରୋଧି ଲୋମହର୍ଷଣକାରୀ ଘଟଣାମାନ ଘଟିବାରେ ଲାଗିଛି । ସମ୍ପ୍ରତି ଓଡ଼ିଶାର ମହିଳାଙ୍କ ପ୍ରତି ହେଉଥିବା ନିର୍ମମ ଆକ୍ରମଣ, ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ଉତ୍ପୀଡ଼ନ ଏବଂ ବିଭିନ୍ନ ପ୍ରକାରର ହିଂସା, ଆଜିର ସରକାରର ବ୍ୟବସ୍ଥାଗତ ବିଫଳତା । ରାଜ୍ୟରେ ଦୁଇ ଜଣ ମହିଳା ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀ ଆସନରେ ଥାଇ ମଧ୍ୟ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ବାବଦରେ ପଦଟିଏ ନ କହିବା ଦୁର୍ଭାଗ୍ୟଜନକ ।
ଏହି ପରିପ୍ରେକ୍ଷୀରେ ସମସ୍ତ ୩୫ଗୋଟି ବିଜେଡି ସାଙ୍ଗଠନିକ ଜିଲ୍ଲାର ପଦାଧିକାରୀ ଏବଂ ସାଧାରଣ ମହିଳା ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ସାମିଲ ହୋଇ, ମହିଳା ଅନ୍ୟାୟ, ଅତ୍ୟାଚାର ଏବଂ ହିଂସାକୁ ରୋକିବାରେ ବିଜେପି ସରକାରର ଉଦାସିନତା ମନୋଭାବ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବରଗଡ଼ ଓ ନୂଆପଡ଼ା ଜିଲ୍ଲା ଏସ୍ପିଙ୍କୁ ଶହ ଶହ ମହିଳା ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ଜରିଆରେ ଓ କୋରାପୁଟ, ଜଗତସିଂହପୁର, କେନ୍ଦୁଝର, କଟକ, ଢେଙ୍କାନାଳ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ମାଲକାନଗିରି, ଯାଜପୁର, କନ୍ଧମାଳ, ବାଲେଶ୍ୱର, ମୟୂରଭଞ୍ଜ, ବାରିପଦା, ରାଇରଙ୍ଗପୁର, ରାୟଗଡ଼ା, ଭଦ୍ରକ, ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦ୍ରାପଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, କଳାହାଣ୍ଡି, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଜିଲ୍ଲାର ଏସ୍ପିଙ୍କ ଜରିଆରେ ପୋଲିସ୍ ଡିଜିଙ୍କୁ ଦଳର ଜିଲ୍ଲା ସାଙ୍ଗଠନିକ ପଦାଧିକାରୀଙ୍କ ନେତୃତ୍ୱରେ ଶହ ଶହ ମହିଳା ଦାବିପତ୍ର ପ୍ରଦାନ କରିଥିଲେ ।

Odisha captivates world with massive plantation drive in single day👉Around 1.5 cr saplings planted in just 12 hours: Odi...
17/09/2025

Odisha captivates world with massive plantation drive in single day

👉Around 1.5 cr saplings planted in just 12 hours: Odisha breaks records, sets new global benchmark

👉Sundergarh district tops chart with planation of over 14 lakh saplings

Bhubaneswar,Odisha

In a historic and unprecedented achievement, Odisha has planted approximately 1.5 crore saplings within just 12 hours, creating a landmark moment that has captured the world’s attention. This remarkable feat is a testament to the people’s deep love for their mother and motherland.
Odisha has demonstrated that when united by purpose, its citizens can surpass even the loftiest dreams. From building the iconic Konark Sun Temple to now setting a world record in environmental activism, the people of Odisha have once again proven their extraordinary potential. September 17, 2025, will be remembered not only in India’s history but also as a global milestone - where a simple act of planting saplings blossomed into a magnificent movement of hope and harmony.
This monumental event was carried out under the banner of the “Ek Ped Maa Ke Naam – 2.0” campaign, commemorating the 75th birthday of Prime Minister Shri Narendra Modi. Odisha’s Chief Minister Shri Mohan Charan Majhi had called upon the people to plant 75 lakh saplings between sunrise and sunset. The response was overwhelming, with around one and half crore saplings planted in just half a day, far surpassing the target.
By 4.30 PM, Odisha not only achieved a staggering number of plantations but also secured places in world records. The collective efforts of government departments, voluntary organizations, educational institutions, students, and countless citizens made this extraordinary achievement possible. Forest, Environment, and Climate Change Minister Shri Ganesh Ram Singkhuntia expressed heartfelt gratitude and noted that Odisha is steadily turning pledges into flourishing forests, hope into shade, and activism into enduring life.

To put Odisha’s achievement into perspective, previous records were held by Madhya Pradesh with 11 lakh saplings planted in one day and Assam with 9.26 lakh saplings. Odisha’s incredible accomplishment far surpasses these, setting a new humanitarian record that will inspire generations to come.
While the numbers are impressive, Minister Singkhuntia emphasized that the larger vision matters most -- building a cleaner, greener, more beautiful, prosperous, and self-reliant Odisha for future generations.
In a remarkable display of environmental commitment, a total of 1,49,11,339 seedlings have been planted across 30 districts by 4.30 PM. This massive effort spans 71,924 plantation sites, highlighting a significant drive toward afforestation and ecological restoration in the State.

Sundergarh district leads the plantation drive with an impressive 14,21,618 seedlings planted. Following closely, Koraput secured the second position with 11,01,624 seedlings, while Keonjhar stands third with 10,42,927 seedlings. The fourth and fifth places go to Mayurbhanj and Kalahandi districts, which have planted 9,17,659 and 7,67,510 seedlings respectively. At the bottom of the list, Deogarh recorded the least plantation with 1,31,885 seedlings by 4:30 PM.

‘ଏକ ପେଡ୍ ମା’ କେ ନାମ ୨.୦’ ଅଭିଯାନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଂଶଗ୍ରହଣଭୁବନେଶ୍ବର- ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ...
17/09/2025

‘ଏକ ପେଡ୍ ମା’ କେ ନାମ ୨.୦’ ଅଭିଯାନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଂଶଗ୍ରହଣ

ଭୁବନେଶ୍ବର- ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଆରମ୍ଭ ହୋଇଥିବା ‘ଏକ ପେଡ୍ ମା କେ ନାମ ୨.୦’ ଅଭିଯାନରେ ସାମିଲ ଆଜି ଓଡିଶା ଏକ ରେକର୍ଡ ସୃଷ୍ଟି କରିଛି । ରାଜ୍ଯବାସୀଙ୍କ ସହଯୋଗରେ ଏହି ଅଭିଯାନରେ ରାଜ୍ଯବ୍ଯାପୀ ସବୁ ଶ୍ରେଣୀର ଲୋକ ସାମିଲ ହୋଇଛନ୍ତି । ଅନୁରୂପ ଭାବେ ମାନ୍ୟବର ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଏହି ଜାତୀୟ ଅଭିଯାନରେ ଓଡ଼ିଶାର ଅବଦାନ ସମଗ୍ର ଦେଶରେ ଅନନ୍ୟ ରହିଛି ।

ଏହି ମର୍ମରେ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଗୁରବୀର ସିଂ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ଯୁଗ୍ମ ଶାସନ ସଚିବ ସେକ କଲାମ ଉଦ୍ଧିନ, ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶ୍ରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଯୋଗଦେଇ ପରିସରର ସମ୍ମୁଖ ପାର୍ଶ୍ୱରେ ବିଭିନ୍ନ ଚାରା ରୋପଣ କରିଛନ୍ତି । ଏହି ଅବସରରେ ବିଭାଗୀୟ ଅଧିକାରୀ, ଲୋକ ସମ୍ପର୍କ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

ରୁପ୍ରାକୁ ବ୍ଲକ୍ ଘୋଷଣା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନର୍ଲା ବିଡିଓଙ୍କୁ ଦାବୀପତ୍ର । କଳାହାଣ୍ଡି (ପ୍ରଦୀପ କୁମାର ଗଉଡ):-ରାଜ୍ୟରେ...
17/09/2025

ରୁପ୍ରାକୁ ବ୍ଲକ୍ ଘୋଷଣା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନର୍ଲା ବିଡିଓଙ୍କୁ ଦାବୀପତ୍ର ।

କଳାହାଣ୍ଡି (ପ୍ରଦୀପ କୁମାର ଗଉଡ):-ରାଜ୍ୟରେ ବ୍ଳକ ସଂଖ୍ୟା ବୃଦ୍ଧିକୁ ନେଇ ବିଭିନ୍ନ ମହଳରେ କଳ୍ପନା କଳ୍ପନା ପରେ ଏବେ ପୁଣି ଥରେ ନୂତନ ବ୍ଳକ ଗଠନ ଦାବିରେ ଜନସାଧାରଣ ଜନମତ ସୃଷ୍ଟି କରିବାରେ ଲାଗିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ପୁଣି ଏକ ନୂତନ ବ୍ଳକ ଗଠନ ଦାବି ହେଉଛି। ନୂତନ ବ୍ଳକ ସ୍ଥାପନ ସକାଶେ ଏବେ ପଲମ,ରୁପ୍ରା ଓ ଟକର୍ଲା ଠାରେ ସ୍ଥାନ ନିରୂପଣ ପାଇଁ ଟଣାଓଟରା ଚାଲିଛି।ଦାବି ପତ୍ର ଦିଆ ସଜବାଜରେ ବ୍ଳକ ଗଠନ ପ୍ରକ୍ରିୟାରେ ନର୍ଲା ବ୍ଲକ ଅଧିନ ରୁପ୍ରା ଏଥିରେ ପଛରେ ପଡି ନାହିଁ।ନର୍ଲା ବ୍ଲକର ଏକ ବୃହତ୍ ଗାଁ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ନିୟମାବଳୀ ଅନୁଯାୟୀ ଜନସଂଖ୍ୟା, ସରକାରୀ ଜମି ସମେତ ଭୌଗୋଳିକ ଦୃଷ୍ଟିକୋଣରୁ ସମସ୍ତ ପ୍ରକାରର ଗାଇଡଲାଇନ ପୁରଣ କରୁଥିବାରୁ ଓ ଗମନାଗମନ ପାଇଁ ୧୦କିଲୋମିଟର ମଧ୍ୟରେ ରେଳ ଷ୍ଟେସନ ସହ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବାରୁ ରୁପ୍ରାକୁ ନୂତନ ପଞ୍ଚାୟତ ସମିତି ଘୋଷଣା କରିବାକୁ ଦାବି ହେଉଛି । ଅତୀତରେ ୧୯୯୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଥିଲେ ଅଞ୍ଚଳ ବାସୀ। ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଦସ୍ତଖତ ସଂଗ୍ରହ କରି ରୁପ୍ରା ଆଦର୍ଶ ଯୁବକ ସଂଘ ପକ୍ଷରୁ ଉକ୍ତ ଦାବୀପତ୍ର ପ୍ରଦାନ କରିଥିଲେ। ତେବେ ରୁପ୍ରାକୁ ନୂତନ ପଞ୍ଚାୟତ ସମିତି ଘୋଷଣା ଦାବିନେଇ ଦୀର୍ଘ ବର୍ଷ ହେଲା ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହେଉଥିଲେ ହେଁ ଓଡିଶାର ପୂର୍ବତନ ନବୀନ ପଟ୍ଟନାୟକ ସରକାର ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ। ଫଳରେ ଓଡିଶାରେ ସରକାର ପରିବର୍ତ୍ତନ ହେବାପରେ ରୁପ୍ରା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଗତ ଫେବୃଆରୀ ମାସ ୩ ତାରିଖରେ ମୋହନ ମାଝୀ ସରକାରଙ୍କ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ରୁପ୍ରାକୁ ବ୍ଲକ୍ ଘୋଷଣା ଦାବିନେଇ ପୁଣିଥରେ ଦାବୀପତ୍ର ପ୍ରଦାନ କରିଥିଲେ। ତେବେ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଓ ବ୍ଲକ୍ ପୁନର୍ଗଠନ ହେବାନେଇ ମତ ପ୍ରକାଶ ପାଇଥିବାରୁ ରୁପ୍ରା ନୂତନ ବ୍ଲକ୍ ଘୋଷଣା ହେବାନେଇ ଅଞ୍ଚଳ ବାସୀ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ରୁପ୍ରା ବ୍ଲକ୍ କ୍ରିୟାନୁଷ୍ଠାନ କମିଟି ତରଫରୁ ନର୍ଲା ବ୍ଲକର ରୁପ୍ରାକୁ ବ୍ଲକ ଘୋଷଣା ଦାବିରେ ସଭାପତି ପ୍ରିୟରଞ୍ଜନ ବେହେରା ଓ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନର୍ଲା ବିଡିଓ ବିପିନ୍ ବିହାରୀ ଦୀପଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଙ୍ଗଳବାର ଦିନ ପ୍ରଦାନ କରିଛନ୍ତି। ତେବେ ରୁପ୍ରା ପରିବର୍ତ୍ତେ ପଲମ ଠାରେ ବ୍ଳକ ସ୍ଥାପନ ନେଇ ଦାବି ଉଠୁଥିବା ବେଳେ ଟକର୍ଲା ଠାରେ ବ୍ଳକ ସ୍ଥାପନ କରାଗଲେ ଏ ଅଞ୍ଚଳର ଲୋକେ ଉପକୃତ ହେବେ ବୋଲି କିଛି ଲୋକ ଦାବି ଉପସ୍ଥାପନ କରୁଥିବା ଯୋଗୁଁ ଆଗାମୀ ଦିନରେ ସରକାର କି ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।

Address

Bhubaneswar

Alerts

Be the first to know and let us send you an email when Inside Odisha posts news and promotions. Your email address will not be used for any other purpose, and you can unsubscribe at any time.

Share