15/09/2026
ସେୟାର ମାର୍କେଟ୍ରେ ଅଧିକ ଲାଭ କରାଇଦେବାର ପ୍ରଲୋଭନ ଦେଇ ୨ କୋଟି ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୟାପଲ୍ଲୀ ପୁଲିସ ସୁନୀଲ କୁମାର ସାହୁଙ୍କୁ ଗିରଫ କରିଛି। ଅଭିଯୁକ୍ତ ଚେକ୍ ଓ ଆରଟିଜିଏସ୍ ମାଧ୍ୟମରେ ୬୦ ଲକ୍ଷ ଏବଂ ନଗଦ ୧ କୋଟି ୭୦ ଲକ୍ଷ ଟଙ୍କା ନେଇଥିଲେ। ପରେ ଚେକ୍ ଦେଇ ଫେରାର ହୋଇଯାଇଥିଲେ। ୧୫ ଦିନିଆ ରିମାଣ୍ଡ ପ୍ରାର୍ଥନା ସହ କୋର୍ଟ ଚାଲାଣ।