11/06/2026
ଓମାନ ଉପକୂଳରେ ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ ପରେ ତିନି ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି। ଏହି ଘଟଣାରେ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଭାରତୀୟ ବୈଦେଶିକ ମନ୍ତ୍ରାଳୟ (MEA) ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପ୍ରୟାସ ତେଜ୍ କରିବା ସହ ସ୍ଥିତି ଉପରେ ନଜର ରଖିଛି। ଭାରତ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଏବଂ ଓମାନରେ ଥିବା ଭାରତୀୟ ଦୂତାବାସ ଉଦ୍ଧାର କାର୍ଯ୍ୟ ପାଇଁ ସମନ୍ୱୟ ରକ୍ଷା କରୁଛି।
ସୂତ୍ର ଅନୁଯାୟୀ, 'MT Marivex' ନାମକ ଏହି ଜାହାଜ 'ଷ୍ଟ୍ରେଟ୍ ଅଫ୍ ହରମୁଜ୍' ଦେଇ ଗତି କରୁଥିବା ବେଳେ ଏହା ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଯିବା ସହ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଜାହାଜରେ ଫସି ରହିଥିବା ଲୋକଙ୍କୁ ଜରୁରୀକାଳୀନ ଅପରେସନ୍ ମାଧ୍ୟମରେ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ଏହି ଆକ୍ରମଣ ପଛରେ ଆମେରିକାର (United States) ହାତ ଥିବା ସନ୍ଦେହ କରାଯାଉଛି। ଏହି ଅଭିଯୋଗ ମଧ୍ୟରେ ନୂଆଦିଲ୍ଲୀରେ ଥିବା ଆମେରିକା ରାଷ୍ଟ୍ରଦୂତଙ୍କୁ ସମନ୍ (তলব) ଜାରି କରାଯାଇଥିବା ଜଣାପଡ଼ି