The Voice Of Tribes

The Voice Of Tribes This page is containing to tribals of indian who are real spiritual for warship to nature ....

ଭୁବନେଶ୍ୱର  - ୩୧/୦୮/୨୦୨୬ବିଧାନସଭା ଅଭିମୁଖେ ପଦଯାତ୍ରା ଏବଂ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ, ହୋ' ଭାଷାକୁ ସାମ୍ବିଧାନିକ ମାନ୍ୟତା ...
31/08/2026

ଭୁବନେଶ୍ୱର - ୩୧/୦୮/୨୦୨୬
ବିଧାନସଭା ଅଭିମୁଖେ ପଦଯାତ୍ରା ଏବଂ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ,
ହୋ' ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ପ୍ରସଙ୍ଗ -

ହୋ' ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ ହେଉଥିବା ଆମରଣ ୬ ଦିନରେ ପହଞ୍ଚିଛି। ଏହି ଆମରଣ ଅନଶନ “ବୀର ବିର୍ସା ମୁଣ୍ଡା, ଜାମଦା"ର ସଭାପତି ଶ୍ରୀ ଘନଶ୍ୟାମ ପିଙ୍ଗୁଆଙ୍କ ନେତୃତ୍ୱରେ ହେଉଅଛି । ଆଜି ଏହି ଆମରଣ ଅନଶନକୁ ଦୁଇ ଗୋଟି ହୋ ସାମାଜିକ ସଂଗଠନ ଯଥା " ହୋ ଛାତ୍ର ସଂଗଠନ, ଭୂବନେଶ୍ୱର" ଏବଂ “ ବିର୍ସା ବିକାଶ ସମିତି , ପାଲଲହଡ଼ା, ଅନୁଗୋଳ" ସମର୍ଥନ ଜଣାଇଛନ୍ତି। ଆଜି ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ବିଧାନସଭା ଅଭିମୁଖେ ପଦଯାତ୍ରା କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରନେତା ଶ୍ରୀ ପା'ସିଂ ଗୁଣ୍ଡୁଆ, କାହ୍ନା ଆଲଡା, ଜଗନ୍ନାଥ ଦଙ୍ଗ, କ୍ଷୀରୋଦ ହେମ୍ବ୍ରମ, କାଳନ୍ଦୀ ଚରଣ ବିରୁଆ, ସାମାଜିକ କର୍ମୀ ଗୀତା ହେମ୍ବ୍ରମ, ଗାମାଏ ରୀମିଲ ସିଂ ଗୋଇପାଈ, ଟୁନୁ ବାନାରା, ନବୀନ ମୁଣ୍ଡୁରୀ, ରାମେଶ୍ବର କଣ୍ଡାଂକେଲ, ତୂରୀରାମ ବିରୁଆ, କୃଷ୍ଣଚନ୍ଦ୍ର କାରଆ , ଚନ୍ଦ୍ରମୋହନ ପିଙ୍ଗୁଆ ପ୍ରମୁଖ ସକ୍ରିୟ ଭୂମିକା ନେଇ ଥିଲେ । ଆନ୍ଦୋଳନକାରୀ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ସେମାନଙ୍କୁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷାତ କରି ହୋ ଭାଷା ସଂକ୍ରାନ୍ତରେ ଆଲୋଚନା କରି ନାହାନ୍ତି ସେତିକି ଦିନ ପର୍ୟ୍ୟନ୍ତ ଗାନ୍ଧୀ ମାର୍ଗରେ ଆମରଣ ଅନଶନ ଜାରି ରହିବ ବୋଲି କମିଟି ସଭାପତି ଶ୍ରୀ ପିଙ୍ଗୁଆ ସୂଚନା ଦେଇଛନ୍ତି।

30/08/2026
ଦୀର୍ଘ ୨ ଘଣ୍ଟାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା — ହୋ ଭାଷା ଓ ଆଦିବାସୀ ଶିକ୍ଷା ନେଇ ନୂଆ ଆଶାଆଜି ମାନ୍ୟବର Minister of State (Independent Ch...
26/08/2026

ଦୀର୍ଘ ୨ ଘଣ୍ଟାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା — ହୋ ଭାଷା ଓ ଆଦିବାସୀ ଶିକ୍ଷା ନେଇ ନୂଆ ଆଶା

ଆଜି ମାନ୍ୟବର Minister of State (Independent Charge) for Forest, Environment & Climate Change, Labour, Employees’ State Insurance ଶ୍ରୀ ଗଣେଶ ରାମ ସିଂହ କୁଣ୍ଟିଆଙ୍କ ସହ ଦୀର୍ଘ ପ୍ରାୟ ୨ ଘଣ୍ଟା ଧରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର ସୁଯୋଗ ମିଳିଲା।

ଏହି ଆଲୋଚନାରେ ହୋ ଭାଷା, ହୋ ସମାଜର ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପରେ ଉଚିତ ମାର୍ଗଦର୍ଶନ ଓ ରୋଜଗାର ସୁଯୋଗ, ଏବଂ ଆଦିବାସୀ ଯୁବପିଢ଼ିର ଭବିଷ୍ୟତ ନେଇ ବିଭିନ୍ନ ଦିଗରେ ବିସ୍ତୃତ ଆଲୋଚନା ହେଲା।

ବିଶେଷକରି ହୋ ଭାଷାକୁ ସମ୍ବିଧାନର ୮ମ ଅନୁସୂଚୀରେ ସାମିଲ କରିବା ପାଇଁ କେଉଁ କେଉଁ ପଦକ୍ଷେପ ଓ ପ୍ରୟାସ ଆବଶ୍ୟକ, ସେନେଇ ମଧ୍ୟ ଗଭୀର ଭାବରେ ମତବିନିମୟ ହେଲା।

ଆମର ଭାଷା, ସଂସ୍କୃତି ଓ ଅସ୍ତିତ୍ୱର ସୁରକ୍ଷା ପାଇଁ ଏଭଳି ଆଲୋଚନା ନିଶ୍ଚିତ ଭାବେ ଏକ ସକାରାତ୍ମକ ପଦକ୍ଷେପ ଓ ନୂଆ ଆଶାର ସନ୍ଦେଶ।

ହୋ ଭାଷା ବଞ୍ଚିଲେ — ହୋ ସଂସ୍କୃତି ବଞ୍ଚିବ, ହୋ ପରିଚୟ ବଞ୍ଚିବ।
ଆମ ଭାଷା, ଆମ ସଂସ୍କୃତି, ଆମ ଅଧିକାର — ଏହି ଲଢ଼େଇ ଜାରି ରହିବ। ✊

Address

Bhubaneswar
751009

Telephone

+917077103813

Website

Alerts

Be the first to know and let us send you an email when The Voice Of Tribes posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Voice Of Tribes:

Shortcuts

Share

Category