Kalinga Vikas Live

Kalinga Vikas Live Contact information, map and directions, contact form, opening hours, services, ratings, photos, videos and announcements from Kalinga Vikas Live, Media/News Company, Bhubaneswar.

18/09/2026

PROGRAMME

18/09/2026

#କିସ ପାଳିଲା ମୋଦିଙ୍କ ଜନ୍ମଦିନ

 #କଟକ ସହିଦ ଭବନରେ ପାଳିତ ହେଲା  #ଭାରତମସଲାର ୨୭ତମ ଭାରତ ପ୍ରତିଭା ସମ୍ମାନ ଓ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ...
18/09/2026

#କଟକ ସହିଦ ଭବନରେ ପାଳିତ ହେଲା #ଭାରତମସଲାର ୨୭ତମ ଭାରତ ପ୍ରତିଭା ସମ୍ମାନ ଓ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ପ୍ରତିଭା ଓ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି । ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ‘ଭାରତ ଗୌରବ ସମ୍ମାନ’, ଭାଇସ୍ ଆଡମିରାଲ ରମାକାନ୍ତ ପଟ୍ଟନାୟକଙ୍କୁ ‘ସେବା ଭାରତ ସମ୍ମାନ’, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ‘କଥା ଭାରତ ସମ୍ମାନ’ ଓ କଣ୍ଠଶିଳ୍ପୀ ତୃପ୍ତି ଦାଶଙ୍କୁ ‘ସଂସ୍କୃତି ଭାରତ ସମ୍ମାନ’ ପ୍ରଦାନ କରାଯାଇଛି । କ୍ରୀଡ଼ା, ଉଦ୍ୟୋଗ ଓ ଶିକ୍ଷା କ୍ଷେତ୍ରର ପ୍ରତିଭାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଜୟ ଭାରତ ଫାଉଣ୍ଡେସନ୍ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

18/09/2026

17/09/2026

କିଅସ୍କ କେନ୍ଦ୍ରରୁ ପିସ୍ତଲ ଦେଖାଇ ଟଙ୍କା ଚୋରି ନେଇ ଅନ୍ତରାଜ୍ୟ ଡକାୟତ ଧରା ପଡିବା ନେଇ ପ୍ରେସ୍ ମିଟ୍

ଯଶିପୁର ଯଶିପୁର ଥାନା ଅନ୍ତର୍ଗତ ବିଉଁରିଆ-ମଣଦାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କିଅସ୍କ କେନ୍ଦ୍ରରେ ଗତ ତା.୧୧.୯.୨୬ ଦିନବେଳେ ୨ ଜଣ ଡକାୟତ ମୁଖା ପିନ୍ଧି ପିସ୍ତଲରୁ ଗୁଳି ଫୁଟାଇ ୧ ଲକ୍ଷ ୧୦ ହଜାର ଟଙ୍କା ଲୁଟି ଚମ୍ପଟ ମାରିଥିଲେ।ଅଭିଯୋଗ ପାଇବା ପରେ ପୁଲିସ ଧାରା ୩୦୮(୪) ୨୫/୨୭ ଆର୍ମସ ଆକ୍ଟରେ ଏକ ମାମଲା ରୁଜ୍ଜୁ କରିଥିଲା।ପୂର୍ବାଞ୍ଚଳ ଡି. ଆଇ.ଜି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ରାଇରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ଯଶିପୁର ଥାନା ଅଧିକାରୀ ରାଜେଶ ପାତ୍ର ଓ କରଞ୍ଜିଆ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ୨ଟି ଦଳ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।ବୈଷୟକ ଟିମ୍ ସହିତ ଘଟଣାସ୍ଥଳୀ ଓ ଗୁଳି ଚାଳନା କ୍ୟାଟ୍ରିଜ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା।ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚାରିବା ପରେ ତଦନ୍ତ ଆଧାରରେ ତା.୧୭.୯.୨୬ରେ ଝାଡଖଣ୍ଡ ରାଜ୍ୟ ମଝିଗାଁ ଅଞ୍ଚଳର ମହମ୍ମଦ ନସରୁଦ୍ଧିନ (୨୫) ଗିରଫ କରି ନଗଦ ୬୭ ହଜାର ୩ ଶହ ଟଙ୍କା,୮ ଟି ମୋବାଇଲ,୨୦୦ ଗ୍ରାମ ରୁପା ଅଳଙ୍କାର,୨ ଟି ଲୁହା ରଡ଼,୧ଟି ହାମର, କଳା କନା ଜବତ କରାଯାଇଥିବା ଉପଖଣ୍ଡ ଥାନାଧିକାରୀ ନବକୃଷ୍ଣ ନାୟକ ଏକ ପ୍ରେସ୍ ମିଟ୍ ଜରିଆରେ ସୂଚନା ଦେଇଛନ୍ତି।
ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ କଳିଙ୍ଗ ବିକାଶ

Address

Bhubaneswar
751017

Alerts

Be the first to know and let us send you an email when Kalinga Vikas Live posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share