Sandhan

01/03/2026

Anñual Function celebration by choto Moro Gaon ti at kukhia Lions Club

Sandhannews.com Sandhan
24/02/2026


Sandhannews.com Sandhan

ସମ୍ବଲପୁରରୁ ଧରାପଡିଲେ 'ପାଗଳ ପ୍ରେମୀ' ସଞ୍ଜୟ ଓ ନବବଧୂବନ୍ଧୁକ ମୁନରେ ନବବଧୂ ଅପହରଣ ଘଟଣାତରଭା/ସମ୍ବଲପୁର (ସନ୍ଧାନ ନ୍ୟୁଜ୍): ସାରା ରାଜ୍ୟରେ ...
24/02/2026

ସମ୍ବଲପୁରରୁ ଧରାପଡିଲେ 'ପାଗଳ ପ୍ରେମୀ' ସଞ୍ଜୟ ଓ ନବବଧୂ
ବନ୍ଧୁକ ମୁନରେ ନବବଧୂ ଅପହରଣ ଘଟଣା

ତରଭା/ସମ୍ବଲପୁର (ସନ୍ଧାନ ନ୍ୟୁଜ୍): ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବନ୍ଧୁକ ମୁନରେ ନବବଧୂ ଅପହରଣ ଘଟଣାର ପର୍ଦ୍ଦାଫାଶ ହୋଇଛି। ଶେଷରେ ପୋଲିସ ହାତରେ ଧରାପଡିଛନ୍ତି ଅପହରଣକାରୀ ସଞ୍ଜୟ ସାହୁ ଓ ନବବଧୂ ରଶ୍ମି ପୁଟେଲ। ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରାଜା ପ୍ରଫେସର କଲୋନୀର ଏକ ଘରୁ ଉଭୟଙ୍କୁ ଗିରଫ କରାଯାଇଛି।
ଘଟଣା କ୍ରମ:
ଗତ ଶନିବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳର ରଶ୍ମିଙ୍କ ସହ ବଲାଙ୍ଗୀର କାମାକ୍ଷାନଗରର ହରିବନ୍ଧୁ ପୁଟେଲଙ୍କ ବିବାହ ସମ୍ପନ୍ନ ହୋଇଥିଲା। ରବିବାର ଭୋର ସମୟରେ ବରପକ୍ଷ ନବବଧୂଙ୍କୁ ଧରି ଫେରୁଥିବା ବେଳେ ତରଭା ସହର ନିକଟସ୍ଥ ବଡବନ୍ଧ ନିକଟରେ ସଞ୍ଜୟ ଓ ତାଙ୍କ ସହଯୋଗୀମାନେ ବନ୍ଧୁକ ଦେଖାଇ କାର୍‌ ଅଟକାଇଥିଲେ। ସେଠାରୁ ସମସ୍ତଙ୍କ ସମ୍ମୁଖରେ ନବବଧୂଙ୍କୁ ଅପହରଣ କରି ନିଆଯାଇଥିଲା।
ପୋଲିସର କାର୍ଯ୍ୟାନୁଷ୍ଠାନ:
ଘଟଣା ପରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ତନାଘନା ଆରମ୍ଭ କରିଥିଲା। ସୂଚନା ଅନୁଯାୟୀ:
* ସଞ୍ଜୟ ନିଜ ସମ୍ପର୍କୀୟ ଭାଇଙ୍କ ଘରେ ବୁଢାରାଜା ଅଞ୍ଚଳରେ ଲୁଚି ରହିଥିଲେ।
* ଅଇଁଠାପାଲି ପୋଲିସ ସହାୟତାରେ ତରଭା ପୋଲିସ ବିଳମ୍ବିତ ରାତିରେ ଚଢାଉ କରି ଉଭୟଙ୍କୁ କାବୁ କରିଛି।
* ବର୍ତ୍ତମାନ ଉଭୟଙ୍କୁ ତରଭା ଥାନାକୁ ଅଧିକ ପଚରାଉଚରା ପାଇଁ ନିଆଯାଇଛି।
ପ୍ରେମ ବ୍ୟାପାରର ଚର୍ଚ୍ଚା:
ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ସଞ୍ଜୟ ପୂର୍ବରୁ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ମାତ୍ର ରଶ୍ମିଙ୍କ ସହ ତାଙ୍କର ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା। ଏହି ଅପହରଣ ନବବଧୂଙ୍କ ସହମତିରେ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି। ରଶ୍ମିଙ୍କ ବାପା ଜେଲରେ ଥିବାରୁ ତାଙ୍କ କକା ଏହି ବିବାହ କରାଇଥିଲେ, ଯାହାକୁ ସଞ୍ଜୟ ବିରୋଧ କରୁଥିଲେ।
ବରପକ୍ଷଙ୍କ ଦୁଃଖ: ବହୁ କଷ୍ଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୁଅର ବିବାହ କରିଥିବା ହରିବନ୍ଧୁଙ୍କ ପରିବାର ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ବିବାହ ସମୟରେ ଦିଆଯାଇଥିବା ସୁନା ଗହଣା ଓ ସମ୍ମାନ ସବୁ ଏବେ ଧୂଳିସାତ ହୋଇଯାଇଛି।

#ଧରା_ପଡିଲେ_ପାଗଳପ୍ରେମୀ #ନବବଧୂ_ଅପହରଣ #ତରଭା_ପୋଲିସ #ସମ୍ବଲପୁର

Story
24/02/2026

Story

କେତେନେଲେ  ବିଚାରପତି Sandhannews.com ଏ ହେଉଛନ୍ତି ଦାରୋଗା ଧନଞ୍ଜୟ ସିଂହ, ଅକ୍ଟୋବର ମାସରେ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଏହାଙ୍କ...
06/02/2026

କେତେନେଲେ ବିଚାରପତି Sandhannews.com
ଏ ହେଉଛନ୍ତି ଦାରୋଗା ଧନଞ୍ଜୟ ସିଂହ, ଅକ୍ଟୋବର ମାସରେ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଏହାଙ୍କୁ ରଙ୍ଗେ ହାତ ଧରାଯାଇଥିଲା।

ଗୋଟିଏ ଫାଇଲ୍ ଭିତରେ ୫୦୦ ଟଙ୍କିଆ ନୋଟର ଚାରିଟି ବିଡ଼ା ନେଉଥିବା ବେଳେ ଏହାଙ୍କ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା!

ଏବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି, ଯୁକ୍ତି ଦର୍ଶାଯାଇଛି ଯେ ଟଙ୍କା ଏହାଙ୍କ ଶରୀର କିମ୍ବା ପକେଟରୁ ଜବତ କରାଯାଇ ନଥିଲା!

ଏବେ ପ୍ରତ୍ୟେକ ଲାଞ୍ଚଖୋରଙ୍କୁ ହାତରେ ଟଙ୍କା ନେବା ବଦଳରେ ଫାଇଲ୍, ବ୍ୟାଗ୍, ମୁଣା କିମ୍ବା ପ୍ଲାଷ୍ଟିକ୍ ଜରି ବ୍ୟବହାର କରିବା ଉଚିତ୍, କାରଣ ଜଜ୍ ସାହେବ ଏଭଳି ଯୁକ୍ତି ଆଧାରରେ ଜାମିନ ଦେଇଦେଉଛନ୍ତି!

ଧନଞ୍ଜୟ ସିଂହ ଦୁଇ ଲକ୍ଷ ଟଙ୍କା ନେଉଥିବାର ଭିଡିଓ ଆଜି ମଧ୍ୟ ସବୁ ପ୍ଲାଟଫର୍ମରେ ଉପଲବ୍ଧ ଅଛି, ତଥାପି କୋର୍ଟ ଏହି ପିଲାଳିଆ ଯୁକ୍ତି ଉପରେ ଜାମିନ ଦେଇଛନ୍ତି।

ଆଶା ଅଛି ଯେ ସେ ଖୁବ୍ ଶୀଘ୍ର ନିଜ ଡ୍ୟୁଟିକୁ ମଧ୍ୟ ଫେରିଆସିବେ ଏବଂ ପୁଣି ସେଇ କାମ କରିବେ, କାରଣ ସେ ବହୁତ "ହୋନହାର" (ପାରଙ୍ଗମ)!

ସରକାର ଏଭଳି ଲୋକଙ୍କୁ ଚାକିରିରୁ ବାହାର କାହିଁକି କରୁନାହାଁନ୍ତି, ଆମ ଦେଶରେ ଚାକିରି କରିବା ପାଇଁ ଯୁବକମାନଙ୍କର କ’ଣ ଅଭାବ ଅଛି କି!

ଏଭଳି ବେଇମାନ ଲୋକ ଦେଶ ଏବଂ ସମାଜର ସବୁବେଳେ କ୍ଷତି ହିଁ କରିବେ!

ଯଦି ଆପଣଙ୍କ ପାଖରେ ସ୍ଵାସ୍ଥ୍ୟ ବୀମା ଅଛି, ତେବେ ହସ୍ପିଟାଲର 'ଲୁଟ୍ ମିଟର' ଚାଲୁ ହୋଇଯାଏ। ଏକଥା ଖୋଦ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ୍‌  ...
06/02/2026

ଯଦି ଆପଣଙ୍କ ପାଖରେ ସ୍ଵାସ୍ଥ୍ୟ ବୀମା ଅଛି, ତେବେ ହସ୍ପିଟାଲର 'ଲୁଟ୍ ମିଟର' ଚାଲୁ ହୋଇଯାଏ। ଏକଥା ଖୋଦ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ୍‌ ସଂସଦରେ ଉଠାଇଛନ୍ତି। ତାଙ୍କର ଏହି ବୟାନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ନୂଆଦିଲ୍ଲୀର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ୍ ନିକଟରେ ସଂସଦରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଏକ କଟୁ ସତ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆଜିକାଲି ବଡ଼ ବଡ଼ ପ୍ରାଇଭେଟ୍ ହସ୍ପିଟାଲଗୁଡ଼ିକର ବେଡ୍ ଚାର୍ଜ ପାଞ୍ଚତାରକା ହୋଟେଲଠାରୁ ମଧ୍ୟ ଅଧିକ। ଜଣେ ସାଧାରଣ ଲୋକ ଚିକିତ୍ସା ପାଇଁ ହସ୍ପିଟାଲ ଗଲେ ଡାକ୍ତର ଦେଖେଇବା ପୂର୍ବରୁ ଆଗ କାଉଣ୍ଟରରେ ପଚାରନ୍ତି, "ଆପଣଙ୍କର ଇନସ୍ୟୁରାନ୍ସ ଅଛି କି?"। ଯଦି ରୋଗୀ 'ହଁ' କହିଦିଏ, ତେବେ ସେହି ମୁହୂର୍ତ୍ତରୁ ହସ୍ପିଟାଲର 'ଲୁଟ୍ ମିଟର' ଚାଲୁ ହୋଇଯାଏ। ତାଙ୍କୁ ସେହିସବୁ ଔଷଧ ଦିଆଯାଏ ଯାହାର ଆବଶ୍ୟକତା ନଥାଏ ଏବଂ ଅଯଥା ଟେଷ୍ଟ କରାଇ ମିଛ ବିଲ୍ ପ୍ରସ୍ତୁତ କରାଯାଏ। ଯଦି ଜଣେ ରୋଗୀ ୫ ଦିନରେ ଭଲ ହେବା କଥା, କେବଳ ଇନସ୍ୟୁରାନ୍ସ ଟଙ୍କା ହଡ଼ପ କରିବା ପାଇଁ ତାଙ୍କୁ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରଖାଯାଏ।
ସ୍ୱାତୀ ମାଲିୱାଲ୍ ଏହି ପ୍ରକାର ଶୋଷଣ ଉପରେ ରୋକ ଲଗାଯିବା ସହ ସାଧାରଣ ଜନତାଙ୍କୁ ଏହି ଲୁଟ୍‌ରୁ ବଞ୍ଚାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।
ସ୍ୱାତୀ ମାଲିୱାଲ୍‌ଙ୍କ କଥା ଅକ୍ଷରେ ଅକ୍ଷରେ ସତ। ଆଜିକାଲି ଚିକିତ୍ସା ଏକ ସେବା ନୁହେଁ, ବରଂ ଏକ ବଡ଼ ବ୍ୟବସାୟରେ ପରିଣତ ହୋଇଛି।
✅ହସ୍ପିଟାଲଗୁଡ଼ିକ ରୋଗୀର ରୋଗ ଅପେକ୍ଷା ତାଙ୍କ ପକେଟ୍ ଉପରେ ଅଧିକ ନଜର ରଖୁଛନ୍ତି। ଇନସ୍ୟୁରାନ୍ସ କମ୍ପାନୀ ଟଙ୍କା ଦେଉଛି ବୋଲି ଭାବି ସେମାନେ ଅଯଥାରେ ବିଲ୍ ବଢ଼ାନ୍ତି, କିନ୍ତୁ ଶେଷରେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ପ୍ରିମିୟମ୍ ଉପରେ ହିଁ ପଡ଼େ।
✅ଡାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ, କିନ୍ତୁ କିଛି ମୁଷ୍ଟିମେୟ କର୍ପୋରେଟ୍ ହସ୍ପିଟାଲ ଏହି ବିଶ୍ୱାସକୁ ଭାଙ୍ଗିବାରେ ଲାଗିଛନ୍ତି।
✅ସ୍ୱାସ୍ଥ୍ୟ ସେବା ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର। ଯଦି ଜଣେ ବ୍ୟକ୍ତି ନିଜର ଭବିଷ୍ୟତ ପାଇଁ କଷ୍ଟ ଅର୍ଜିତ ଟଙ୍କାରୁ ଇନସ୍ୟୁରାନ୍ସ କରୁଛି, ତେବେ ତାହା ତାଙ୍କୁ ସୁବିଧା ଦେବା ପାଇଁ, ହସ୍ପିଟାଲ ମାଲିକକୁ ବିଳାସପୂର୍ଣ୍ଣ ଜୀବନ ଦେବା ପାଇଁ ନୁହେଁ।

ସ୍ବାସ୍ଥ୍ୟ ସେବା ହେଉଛି ଲୋକଙ୍କ ମୌଳିକ ଅଧିକାର। ଏହା ଉପରେ ଦୃଷ୍ଟି ଦେଇ ସରକାର ନିଶ୍ଚୟ ପଦକ୍ଷେପ ନେବା ଜରୁରୀ।

ମାଲକାନଗିରି TPSODL ର କନିଷ୍ଠ ଯନ୍ତ୍ରୀ ପ୍ରଦୋଷ ନାୟକ ଇଟା ଭାଟି କୁ ବିଜୁଳି ଲାଇନ ଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ...
03/02/2026

ମାଲକାନଗିରି TPSODL ର କନିଷ୍ଠ ଯନ୍ତ୍ରୀ ପ୍ରଦୋଷ ନାୟକ ଇଟା ଭାଟି କୁ ବିଜୁଳି ଲାଇନ ଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ...
ଭଗବାନ କରନ୍ତୁ ଇୟେ ଚୁତିଆ ଶହେ ବର୍ଷ ବଞ୍ଚି ରହୁ ଆଉ ୟା ର ସ୍ତ୍ରୀ ପୁଅ ଝିଅ ରୋଗରେ ସଢ଼ି ମରି ଯାଆନ୍ତୁ... ତାପରେ ଜାଣିବ ଅସତ ଉପାୟରେ ଟଙ୍କା ରୋଜଗାର କଲେ କଣ ହୁଏ..

03/02/2026
Welcome to Odisha Jajpur Sandhan Sandhannews.com Niharika Manisa Mohapatra President of India
03/02/2026

Welcome to Odisha Jajpur
Sandhan Sandhannews.com Niharika Manisa Mohapatra President of India

03/02/2026

ଜଣେ ମହିଳା ହସ୍ପିଟାଲରେ ଗୋଟେ ରୁମରେ ବିଛଣାରେ ଶୋଇଥିଲେ, ଓ ସେ ତାଙ୍କ ସ୍ୱାମୀଙ୍କ ହାତ ଧରି କହିଲେ "ଆଜି ମୋ ହାର୍ଟର ଅପରେସନ ହେବାକୁ ଯାଉଛି " ତାଙ୍କ ସ୍ୱାମୀ ହସିକି କହିଲେ ମୁଁ ସବୁକିଛି ଜାଣିଛି, ଭୟ କରିବାର କୌଣସି ଆବଶ୍ୟକ ନାହିଁ, ମୁଁ ଏଠାରେ ଅଛି। ତୁମେ କିଛି ଚିନ୍ତା କରନି, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ କାନରେ ଧୀର ସ୍ୱରରେ କହିଲେ "Love you dhana" ସ୍ୱାମୀ ମଧ୍ୟ ତାଙ୍କ ସ୍ତ୍ରୀ ଙ୍କ କାନରେ "Love You too gelhi" ବୋଲି କହିଲେ। ଅପରେସନ ସରିଲା ପରେ ଯେତେବେଳେ ମହିଳା ଜଣକ ଚେତା ଫେରି ପାଇଲେ, କେବଳ ତାଙ୍କ ବାପା ଆଉ ମା ତାଙ୍କ ପାଖରେ ଛିଡ଼ାହୋଇଥିଲେ। ମହିଳା ଜଣଙ୍କ ଭୟଭୀତ ହୋଇ ପଚାରିଲେ,"ମୋ ସ୍ୱାମୀ କେଉଁଠି? ", ତାଙ୍କ ବାପାମା ଙ୍କ ଆଖି ଲୁହରେ ଭିଜିଗଲା,ସେ କହିଲେ ଝିଅରେ "ସେ ହିଁ ତୋତେ ତାଙ୍କ ହୃଦୟ ଦେଇ ଏଇ ଦୁନିଆରୁ ଚାଲିଗଲେ " ଏହାଶୁଣି ମହିଳା ଜଣଙ୍କ ବହୁତ କାନ୍ଦିଲେ,ତା ପରେ ତାଙ୍କ ହୃଦୟରୁ ଏକ ସ୍ୱର ତାଙ୍କୁ ଶୁଣାଗଲା,"କନ୍ଦାନାହିଁ ଗେଲ୍ଲୀ ମୁଁ କୋଉଠିକୁ ଯାଇନାହିଁ, ମୁଁ ତୁମ ହୃଦୟରେ ହିଁ ସବୁଦିନ ବଞ୍ଚିରହିବି ", ❤️🥰।

Address

Chandikhol

Alerts

Be the first to know and let us send you an email when Sandhan posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sandhan:

Share