Ajaya Mahala

Ajaya Mahala Novelist, student of economics, story-writer, haiku poet and photographer This page was intended earlier to popularise Haiku and related forms in Odia language.

Haiku is a Japanese poem of seventeen syllables, in three lines of five, seven, and five, traditionally evoking images of the natural world. The essence of haiku is "bolding" (kiru). This is often represented by the juxtaposition of two images or ideas and a kireji ("cutting word") between them, a kind of verbal punctuation mark which signals the moment of separation and colours the manner in whic

h the juxtaposed elements are related. Classical poets of Odisha have given vivid images of nature with nice juxtaposition of Images or ideas, though the form adopted by them is not strictly according to haiku tradition. Odisha has no dearth of creative talents and this page is designed to experiment, sculpt and showcase this form which is getting popular world wide. Now this page covers the other creative pursuits of Ajaya Mahala

My latest video creation: ତୁମେ ଲୁଚି ଲୁଚି ମତେ ଭଲ ପାଅ https://youtu.be/uhgQKNaKAvo?si=co8B3-ActM-457tp ଏ. ଆଇ. ସହାୟତାରେ ନିର...
31/07/2026

My latest video creation: ତୁମେ ଲୁଚି ଲୁଚି ମତେ ଭଲ ପାଅ https://youtu.be/uhgQKNaKAvo?si=co8B3-ActM-457tp
ଏ. ଆଇ. ସହାୟତାରେ ନିର୍ମିତ ଏହି ଭିଡ଼ିଓ ଦେଖି ନିଜର ବହୁମୂଲ୍ୟ ଟିପ୍ପଣୀ ଦେବାକୁ ଶ୍ରୋତାଙ୍କୁ ଅନୁରୋଧ।

ମତେ ଲୁଚି ଲୁଚି ଦେଖୁଛ..ମୁଁହ ତେଣେ ବୁଲେଇ ନେଉଛ ...ମୁଁ ହସି ଦେଲେ କେବେ ଟି...

ଶସ୍ତା ଓ ରୋଚକ ମନୋରଞ୍ଜନ ସାମଗ୍ରୀ ପ୍ରସ୍ତୁତ କରି ମୋବାଇଲ ଫୋନ୍ ମନୁଷ୍ୟକୁ ପ୍ରକୃତି ଠାରୁ ଦୂର କରି ତାକୁ ସ୍ଥାଣୁଟିଏ କରିଦେବାର ଅଲିଖିତ ଘୋଷଣ...
14/06/2026

ଶସ୍ତା ଓ ରୋଚକ ମନୋରଞ୍ଜନ ସାମଗ୍ରୀ ପ୍ରସ୍ତୁତ କରି ମୋବାଇଲ ଫୋନ୍ ମନୁଷ୍ୟକୁ ପ୍ରକୃତି ଠାରୁ ଦୂର କରି ତାକୁ ସ୍ଥାଣୁଟିଏ କରିଦେବାର ଅଲିଖିତ ଘୋଷଣା କରିଛି ଯେମିତି!
ଏହି ପରି ସମୟରେ ପ୍ରକୃତି କବି William Wordsworth ବହୁତ ପ୍ରାସଙ୍ଗିକ ହୋଇ ପଡ଼ନ୍ତି। ବିଶ୍ୱପ୍ରସିଦ୍ଧ iconic କବିତା ଅନୁବାଦ ଶୃଙ୍ଖଳାରେ ମୁଁ ସେହି ମହାନ୍ କବିଙ୍କର Daffodils କବିତାର ଓଡ଼ିଆ ଭାଷାନୁବାଦ କିଛି ସମୟ ପୂର୍ବରୁ କରିଥିଲି। AI ର ସହାୟତା ନେଇ ତାକୁ ଗୋଟିଏ ଗୀତର ମାନ ଦେବା ସହିତ ତାହାର ଭିଡ଼ିଓ ରୂପାନ୍ତରଣ କରିବାରେ ସଫଳ ହୋଇଛି। ପ୍ରକୃତି ସବୁବେଳେ ଅଫୁରନ୍ତ ଆନନ୍ଦ ଦେଇଥାଏ। ଗୀତଟିରେ ସେହି ଉଲ୍ଲାସମୟ ଦିଗଟିକୁ ଅକ୍ଷୁର୍ଣ୍ଣ ରଖିବାକୁ ଯଥାସମ୍ଭବ ପ୍ରୟତ୍ନ କରିଛି।
AI ପାଇଁ ପାତ୍ରର ଭୂମିକା ପାଇଁ ନିଜର ଫଟୋ ଦେବା, ଶ୍ରୁତିମଧୁର ହେବା ଦିଗରେ ଗୀତର ଚୟନ କରିବାରେ ସହାୟତା ପାଇଁ ମୋର ଅଗ୍ରଣୀ ପାଠିକା ଶ୍ରୀକୁମାରୀ ପଣ୍ଡାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି।

Wordsworth ନିଜ ପ୍ରିୟ ଭଉଣୀ ଡରୋଥି ସହ ବର୍ଷ 1802 ରେ ଇଂଲାଣ୍ଡର ଲେକ୍ ଡିଷ୍ଟ୍ରିକ୍ଟ ଭ୍ରମଣ କରିବାର ଅନୁଭବକୁ ନେଇ 1804 ରେ Daffodils ଲେଖିଥିଲେ। ପ୍ରାୟ 222 ବର୍ଷ ପରେ ଆଜି ଏହି କବିତା ଉପରେ କାମ କରି ନିଜକୁ ଗର୍ବିତ ଅନୁଭବ କରୁଛି। କିଛି ଦିନ ଲାଗି ଶିଥିଳ ହୋଇ ଯାଇଥିବା ପ୍ରକୃତି ପ୍ରେମ ପୁଣି ଥରେ ମୋ ଭିତରେ ଜାଗିଛି।

ମୁଁ କରିଥିବା ଅନୁବାଦଟି ଏଠି ଦେଲି। ୟଟ୍ୟୁବରେ ଦେଇଥିବା Daffodil ଭିଡ଼ିଓର ଲିଙ୍କ୍ ବି ଦେଉଛି। ସମସ୍ତ ସାଥୀଙ୍କୁ ରଜର ଶୁଭକାମନା
ଜଣାଉଛି।

https://youtu.be/3Z2C3sm9YA0?si=eUDoOFCla4s3ZosE

(Daffodils
By William Wordsworth)

I wandered lonely as a cloud
That floats on high o'er vales and hills,
When all at once I saw a crowd,
A host, of golden daffodils;
Beside the lake, beneath the trees,
Fluttering and dancing in the breeze.

ବୁଲୁଥିଲି ସେହି ବାଆଁରା ବାଦଲ ପରି
ଭାସେ ଯେ ଲଙ୍ଘି ଉପତ୍ୟକା ଓ ଗିରି
ଦେଖିଲି କିସ ଚକିତ ହେଲା ମୋ ମୁଦ୍ରା
ମେଞ୍ଚାଏ ଡାଫୋଡିଲ୍ ରଙ୍ଗ ହରିଦ୍ରା
ହ୍ରଦର କୂଳେ କୂଳେ ପାଦପ ତଳେ
ପବନେ ଝୁଲି ଝୁଲି ନାଚନ୍ତି ତାଳେ

Continuous as the stars that shine
And twinkle on the milky way,
They stretched in never-ending line
Along the margin of a bay:
Ten thousand saw I at a glance,
Tossing their heads in sprightly dance.

ତାରାଙ୍କ ପରି ଅସଂଖ୍ୟ ଓ ନିରନ୍ତର
ଶୋଭା ବଢ଼ାନ୍ତି ଯିଏ ଛାୟାପଥର
ବ୍ୟାପ୍ତ ଦୂରକୁ ଅସରନ୍ତି ସେ ରେଖା
ଉପସାଗର ତଟେ ପାଇଲି ଦେଖା
ଏକ ନଜ଼ରେ ଦିଶନ୍ତି ଦଶ ହଜାର
ମୁଣ୍ଡ ହଲାଇ ଉଦ୍ଦାମ ନୃତ୍ୟେ ଅଧିର

The waves beside them danced; but they
Out-did the sparkling waves in glee:
A poet could not but be gay,
In such a jocund company:
I gazed—and gazed—but little thought
What wealth the show to me had brought:

ନାଚନ୍ତି ତରଙ୍ଗ ବି ପାଖେ ସାଗର
ହରାନ୍ତି ହର୍ଷେ ଉର୍ମ୍ମିଙ୍କୁ ଥରକୁ ଥର
ତୁଚ୍ଛ ଏ କବିପ୍ରାଣ ପାଏ ଆନନ୍ଦ
ଉଲ୍ଲାସମୟ ସାଙ୍ଗଙ୍କ ପାଇ ସାନ୍ନିଧ୍ୟ
ଭାବନାହୀନ ହୋଇ ଚାହିଁ ରହିଲି ମାତ୍ର
କି ସମ୍ପଦ ଏ ଦୃଶ୍ୟରୁ କଲି ଏକତ୍ର !

For oft, when on my couch I lie
In vacant or in pensive mood,
They flash upon that inward eye
Which is the bliss of solitude;
And then my heart with pleasure fills,
And dances with the daffodils.

ସୋଫାରେ ବସିଥିବି କେବେ ନିଜକୁ ହଜାଇ
ଚିନ୍ତାହୀନତା ଅବା ଚିନ୍ତାରେ ନିଜକୁ ମଜାଇ
ସେ ଫୁଲ କ୍ଷଣିକେ ନାଚି ମୋହନ୍ତି ଅନ୍ତର୍ନୟନ
ନିର୍ଜନତାର ଅବା ଏ ବରଦାନ!
ଉଲ୍ଲାସ ଭରିଯାଏ ମୋ ହୃଦୟ ତଳେ
ନାଚେ ଏ ହୃଦ ଡାଫୋଡିଲଙ୍କ ମେଳେ

Created with Wondershare Filmora

16/05/2026

Food Gyan .. cucumber ilaaz. Body is your lovely buddy. Play an interesting game with it. Learn one of the ways as how one can dupe body signals to reduce cravings for food and fight obesity in the process. 🌹🌹 Part 5

16/05/2026

Food Gyan .. cucumber ilaaz. Body is your lovely buddy. Play an interesting game with it. Learn one of the ways as how one can dupe body signals to reduce cravings for food and fight obesity in the process. 🌹🌹 Part 1

13/05/2026

A rare hat-trick has happened or is possibly going to happen. Kudos to the government and its governance!
To them, re-test exams are like re-elections!

ଆଜି ଆଉ ଗୋଟିଏ ରଚନାକୁ ଗୀତ ଆଉ ଭିଡ଼ିଓ ରୂପ ଦେଲି। ଶୁଣନ୍ତୁ, ଦେଖନ୍ତୁ Ai Odia SuperSongs ଶୃଙ୍ଖଳାରେ ଆଉ ଗୋଟିଏ ନୂଆ ଗୀତଲିଙ୍କ୍: https:...
26/03/2026

ଆଜି ଆଉ ଗୋଟିଏ ରଚନାକୁ ଗୀତ ଆଉ ଭିଡ଼ିଓ ରୂପ ଦେଲି।

ଶୁଣନ୍ତୁ, ଦେଖନ୍ତୁ Ai Odia SuperSongs ଶୃଙ୍ଖଳାରେ ଆଉ ଗୋଟିଏ ନୂଆ ଗୀତ
ଲିଙ୍କ୍: https://youtu.be/anx4Mbby9q8?si=PLsG3bb2X1I5K5Ju

ପସନ୍ଦ ହେଲେ, ଟିପ୍ପଣୀ ଓ ଅଭିମତ ଦିଅନ୍ତୁ .. ଚ୍ୟାନେଲକୁ subscribe କରନ୍ତୁ।

Lyrics: ତୁ ତୋର ତୁ, ମୁଁ ମୋର ମୁଁ ତୁ ପଦ୍ମର ପରାଗ ପୁଟ, ମୁଁ ପାଶେ ଗୁଣୁ ଗୁଣୁ ଧ୍ୱନିତୁ ଆଦ୍ୟ ଉଷାର କିରଣ, ମୁଁ ଉର୍ଜାର ଆବାହନୀ ତୁ ବସନ୍ତର ଶ.....

କିଛି ସମୟ ଆଗରୁ ଭିଡ଼ିଓ ପୋଷ୍ଟ କରିଥିଲି। କିନ୍ତୁ ତାହା Landscape mode ରେ export ହୋଇଥିଲା। ଏବେ ତାହାକୁ mobile phone ରେ ଭଲରୂପେ ଦେଖି...
26/03/2026

କିଛି ସମୟ ଆଗରୁ ଭିଡ଼ିଓ ପୋଷ୍ଟ କରିଥିଲି। କିନ୍ତୁ ତାହା Landscape mode ରେ export ହୋଇଥିଲା। ଏବେ ତାହାକୁ mobile phone ରେ ଭଲରୂପେ ଦେଖିବା ପାଇଁ Orientation ପରିବର୍ତ୍ତନ କରି ପୁଣିଥରେ ଭିଡ଼ିଓଟିକୁ ପୋଷ୍ଟ କଲି। ଦେଖି ଅଭିମତ ଦେବେ। ଭଲ ଲାଗିଲେ AI Odia SuperSongs ଚ୍ୟାନେଲକୁ subscribe କରି Like କରିବେ ଓ କମେଣ୍ଟ ଦେବେ ବୋଲି ଆଶା।

Video Song: ତୁ ତୋର ତୁ ମୁଁ ମୋର ମୁଁ ତୁ ପଦ୍ମର ପରାଗ ପୁଟ, ମୁଁ ପାଶେ ଗୁଣୁ ଗୁଣୁ ଧ୍ୱନିତୁ ଆଦ୍ୟ ଉଷାର କିରଣ, ମୁଁ ଉର୍ଜାର ଆବାହନୀ ତୁ ବସନ୍ତର .....

ଓଡ଼ିଆ ସାହିତ୍ୟର ଅନ୍ୟତମ iconic ରଚନା 'ଆହେ ନୀଳ ଶଇଳ ' ର ଅନୁବାଦ  ଓ ଭିଡ଼ିଓ ରୂପାନ୍ତରଣ କରିବା ପରେ  କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ...
08/03/2026

ଓଡ଼ିଆ ସାହିତ୍ୟର ଅନ୍ୟତମ iconic ରଚନା 'ଆହେ ନୀଳ ଶଇଳ ' ର ଅନୁବାଦ ଓ ଭିଡ଼ିଓ ରୂପାନ୍ତରଣ କରିବା ପରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ ଆଉ ଗୋଟିଏ ପ୍ରସିଦ୍ଧ iconic ସୃଷ୍ଟିର ଅନୁବାଦ ଓ ଭିଡ଼ିଓ ରୂପାନ୍ତରଣ କଲି।

ଆଶାକରେ, ଦେଖିବେ ଓ ମନ୍ତବ୍ୟ ଦେବେ।।

My Little Village
Sachidananda Rautray
Translated by Ajaya Mahala

No name in any book
She stands in an obscure nook
May not be she in anyone’s knowledge
Ah, My little village

A heaven for me on the earth
Where I took my birth
And here shall end my life’s short voyage
Ah, My little village

Water of this blissful giver
Flows in veins as a river
With her wind I set sail for life’s voyage
Ah, My little village

Her green ivies and marigolds
Taught me new words
Her spring dawns lent my eyes always a new image
Ah, My little village

Sweet flute of the cowherd boy
Reaper girls sing there in joy
Her creepers, her dense woods knit a deep bo***ge
Ah, My little village

How magical is her light’s glitter
Her darkness is even better
Her every dawn brings in me new vision and courage
Ah, My little village

Comes to me as a film strip
All this in my far-off trip
I wish I run to her to pay a small homage
Ah, My little village

My translation is for the abridged version
as under being taught in school text books

ଛୋଟ ମୋର ଗାଆଁଟି

ଛୋଟ ମୋର ଗାଆଁଟି,
ଭୂଗୋଳ ପୋଥି ପତରେ ପଛେ
ନ ଥାଉ ତାର ନାଆଁଟି,
ଛୋଟ ମୋର ଗାଆଁଟି ।

ମାଟିର ସେଇ ସରଗ ମୋର,
ସେଇଠି ଅଛି ମୋ ଷଠିଘର ।
ଜଳିବ ପୁଣି ସେଇଠି ଶେଷେ
ମୋହର ଚିତା ନିଆଁଟି ।
ଛୋଟ ମୋର ଗାଆଁଟି

ଜନମି ତାର ଏନ୍ତୁଡ଼ି ଶାଳେ,
ବୁଲିଛି କେତେ ତା ତୋଟାମାଳେ ।
ପାଞ୍ଚଟି ମୋର ପଞ୍ଜରା କାଠି,
(ଶେଷେ) ସେଇଟି ହେବ ଡାହାଟି ।
ଛୋଟ ମୋର ଗାଆଁଟି

ତାହାରି ଜଳ ରକତ ହୋଇ,
ଶିରାରେ ବହେ ଯେସନ ନଈ ।
ନିଶ୍ୱାସେ ମୋର ତାହାରି ବାୟୁ,
ଚଳାଏ ପ୍ରାଣ ନାହାଟି ।
ଛୋଟ ମୋର ଗାଆଁଟି

ତାହାରି ଫୁଲ ଶାଗୁଆ ଲତା,
କଣ୍ଠେ ମୋର ଦେଲା ଯେ କଥା ।
ଆଖିରେ ଦେଲା ଚାହାଣି ନୂଆ,
(ତାର) ଫଗୁଣ ଉଷା ପାହାନ୍ତି ।
ଛୋଟ ମୋର ଗାଆଁଟି

ତାହାରି ଲତା ତାହାରି ବନ,
ତା ଗାଈଗୋଠ ମୁରଲୀ ଶ୍ଵନ ।
ଫସଲକଟା ମଧୁର ଗାନ,
ସକଳ ମୋର ସାହାଟି ।
ଛୋଟ ମୋର ଗାଆଁଟି

ଆଲୁଅ ତାର କି ମନୋହର,
ଅନ୍ଧକାର ତା ଠାରୁ ଭଲ ।
ଜୀବନପଥେ ସକଳ ତାର,
ଫିଟାଏ ନୂଆ ରାହାଟି ।
ଛୋଟ ମୋର ଗାଆଁଟି

ଏସବୁ କଥା ଛବିଟି ପରି
ପ୍ରବାସେ ମନ ଉଠଇ ଜଳି
ଇଚ୍ଛା ହୁଏ ମାଟିରେ ତାର
ଶିରଟି ଥରେ ନୁଆନ୍ତି
ଛୋଟ ମୋର ଗାଆଁଟି

My Little VillageSachidananda RautrayTranslated by Ajaya MahalaNo name in any bookShe stands in an obscure nook May not be she in anyone’s knowledgeAh, My l...

With a desire to translate the iconic poems of Odia literature into English, I had translated this popular janana/stuti/...
06/03/2026

With a desire to translate the iconic poems of Odia literature into English, I had translated this popular janana/stuti/bhajan of saint poet Salabeg a few year's ago. With the advent of AI technology , It has been possible for me to get the music composed for the translated song and also the video and pictures for my story board. After continuous labour for about 60 hours and two sleepless nights, I have prepared the song and it's before you to see.

The translation of Salabeg's stuti/janana is given here.

Oh My Blue Mountain Lord
(ଆହେ ନୀଳ ଶୈଳ)
O my Blue Mountain Lord,
Like an elephant in the lotus pond
Who's on the rampage and gone wild
Crush crush O my Lord,
My griefs in water and mud
the lotus under your feet are so mild
O my Blue Mountain Lord....
(ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ,
ମୋ ଆରତ ନଳିନୀ ବନକୁ କର ଦଳନ
ଆହେ ନୀଳ ଶଇଳ . . .)
💝
In waters so deep,
Tight in a crocodile's grip,
The elephant chief called in panic
Just in the span of a while,
You tore apart the crocodile,
With the help of your spinning disk
O my Blue Mountain Lord....
(ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ,
ଚକ୍ର ପେଷି ନକ୍ର ନାଶି ଉଦ୍ଧରିଲ ଆପଣ
ଆହେ ନୀଳ ଶଇଳ . . .)
💝
In deep woods was the doe,
Caught between fire and foe,
Her life was in extreme danger
O Supreme Lord, it was You,
Who came to her rescue
When death was almost sure
O my Blue Mountain Lord....
(ଘୋର ବନେ ମୃଗୁଣୀକୁ ପଡିଥିଲା କଷଣ,
କେଡେ ବଡ ବିପତ୍ତିରୁ କରିଅଛ ତାରଣ
ଆହେ ନୀଳ ଶଇଳ . . .)
💝
It was all distress galore
The Kurus were to undress her
Draupadi cried for help from the assemblage
Then flowed the unending attire
The sinners were to finally tire
Her modesty could never be outraged
O my Blue Mountain Lord....
(କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ,
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ
ଆହେ ନୀଳ ଶଇଳ . . .)
💝
Having been driven away
Vibheeshana had no other way
He ran to you for shelter and for freedom
A Sacred war was fought
Ravana had to bite the dust
He was made the king, and Lanka, his kingdom
O my Blue Mountain Lord....
(ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ
ଆହେ ନୀଳ ଶଇଳ . . .)
💝
Prahalad, the pious lad,
How devilish was his dad,
an infidel and a wicked non-believer
You revealed from the pillar,
To rend into pieces the evil doer,
O omnipresent Lord, the supreme reliever
O my Blue Mountain Lord....
(ପ୍ରହଲ୍ଲାଦ ପିତା ସେ ଯେ ବଡ ଦୁଷ୍ଟ ଦାରୁଣ,
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ
ଆହେ ନୀଳ ଶଇଳ . . .)
💝
Me, the meanest of the mean
Having been born as a Muslim
Deprived to see you from near is my only grumble
I am the lowliest of the low
Who stands under your feet to bow
With my prayers and petitions so humble
O my Blue Mountain Lord....
(କହେ ସାଲବେଗ ହୀନ ଜାତି ରେ ମୁ୍ଁ ଯବନ
ଶ୍ରୀରଙ୍ଗାଚରଣ ତଳେ କରୁଅଛି ଜଣାଣ
ଆହେ ନୀଳ ଶଇଳ . . .)

With a desire to translate the iconic poems of Odia literature into English, I had translated this popular janana/stuti/bhajan of saint poet Salabeg a few ye...

Su Embroidery?Nature's own calligraphy of shades**The Leafless PoetryMobile photographyRajasthan****
05/03/2026

Su Embroidery?
Nature's own calligraphy of shades

**
The Leafless Poetry
Mobile photography
Rajasthan
****








Address

Chandikhol

Telephone

+917588182123

Website

Alerts

Be the first to know and let us send you an email when Ajaya Mahala posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ajaya Mahala:

Shortcuts

Share