En Express News

En Express News Contact information, map and directions, contact form, opening hours, services, ratings, photos, videos and announcements from En Express News, Media/News Company, niali, Cuttack.

25/10/2023

କଟକ ଭାଣପୁର ମହାଦେବ ପୂଜା କମିଟି ପକ୍ଷରୁ ଦଶମୀରେ ସମ୍ବର୍ଦ୍ଧନା ସଭା


20/10/2023

କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକସ୍ଥିତ ଇଚ୍ଛାପୁର (ଆଦିକୁଣ୍ତି) ପବ୍ଲିକ ସ୍କୁଲରେ ଚଳିତ ବର୍ଷ ଠାରୁ ସି.ବି.ଏସ.ଇ ଶିକ୍ଷା ବର୍ଷ ଆରମ୍ଭ ନେଇ ସ୍କୁଲ ପକ୍ଷରୁ ସୂଚନା !!



19/10/2023

ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ଯକ୍ରମକୁ କଣ୍ଟାପଡ଼ା ବ୍ଲକ ଜନ ପ୍ରତିନିଧିଙ୍କ ପ୍ରତିବାଦ । କଟକ ଜିଲ୍ଲା କଣ୍ଟାପଡ଼ା
ବ୍ଲକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ !!



19/10/2023

ଜାତୀୟ ଦଳିତ ଆସିବାସୀ ମହାସଙ୍ଗ ପକ୍ଷରୁ ନିଆଳି ଥାନା ଘେରାଉ।‌
କଟକ ଜିଲ୍ଲା ନିଆଳି ଥାନା ସରାକୋର ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଘଟଣା । ସବର୍ଣ୍ଣ ଗୋଷ୍ଠୀଙ୍କ ଆକ୍ରମଣରେ ପାଞ୍ଚ ଜଣ ଅସବର୍ଣ୍ଣ ପରିବାର ହୋଇଥିଲେ ଗୁରୁତର ।। ଏ ନେଇ ନିଆଳି ଥାନାରେ ଦୁଇଟି ଏତଲା ହୋଇଥିଲା ବେଳେ ୨୫ ଜଣଙ୍କ ନାଁରେ ହୋଇଛି ମାମଲା।‌ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ପୋଲିସ କରିଛି ଗିରଫ ।



13/10/2023

କଟକ ଜିଲ୍ଲା ନିଆଳି ଥାନା ଷଂଢାଶ ପଞ୍ଚାୟତସ୍ଥିତ ସରାକୋର ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ବିବାଦ ଘଟଣା, ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁନଥିବାରୁ ଜାତୀୟ ଦଳିତ ଆସିବାସୀ ମହାସଙ୍ଗ ସଙ୍ଗ ଥାନା ଘେରାଉ ପାଇଁ ଦେଲା ଚେତାବନୀ।‌



10/10/2023

ବର୍ଷାଙ୍କ ପାଇଁ ପୁଣି ଭିଡିଓ ଜାରି କଲେ ଅନୁଭବ।
କହିଲେ ଏମିତି ।।

ହେ ବର୍ଷା ଏ ବାଳୁଙ୍ଗା ଟୋକାର ଦୁଃଖ ଟିକେ ଶୁଣ କେତେ ଆଉ ରାତି ଅନିଦ୍ରା ଳରେ ରାତି ପାହିବ !!





09/10/2023

ସବରେଷ୍ଟ୍ରାର ଓ ପୂର୍ତ୍ତ ବିଭାଗ ଡାକବଙ୍ଗଳା ରାସ୍ତା ଶଙ୍କୁକୁଚିତ ଘଟଣା, ନିଆଳି ତହସିଲଦାର କାର୍ଯ୍ଯାଳୟରେ ଶୁଣାଣି ପରେ ରାସ୍ତାର ସମ୍ପର୍କରେ ଅନୁନ୍ଧାନ ଓ ମାପଚୁପ ଆରମ୍ଭ।‌ ନିଷ୍କର୍ଷ ନ ବାହାରିଲେ ଉପର କୋର୍ଟକୁ ଯିବା ସମ୍ଭାବନା ସୂଚନା।।‌




09/10/2023

ମହିଳା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ।। କଟକ ଜିଲ୍ଲା ନିଆଳି ବ୍ଳକ ନୂଆଗାଁ ପ୍ରାଚୀ ମଣ୍ଡପରେ ମହିଳା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।।


08/10/2023

ଆସିଲା ଛାତି ଥରା ଭିଡିଓ । ମଣିଷ କେମିତି ପାଲଟିଛନ୍ତି ଉଗ୍ର । ହାତରେ ହାତ ହତିଆର ।।‌ କଟକ ଜିଲ୍ଲା ନିଆଳି ଥାନା ଷଢାଂଶ ପଞ୍ଚାୟତ ସରାକୂଳ ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ମୁହାଁମୁହିଁ ଓ ଗୋଷ୍ଠୀ ସଂଘର୍ଷ। ଏକାଧିକ ଆହତ ଓ ଗୁରୁତର ।। ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ନେଇ ସୂଚନା।। ସରାକୂଳ ଗାଁ ନିକଟ ଜମିରେ ଗୋଟିଏ ଗୋଷ୍ଠୀ ହାତ ହତିଆର ଧରି ଆକ୍ରମଣ କରିବା ଉଦ୍ୟମ ଭିଡିଓ ହେଉଛି ଭାଇରାଲ।।











01/10/2023

ନିଆଳି ତହସିଲଦାରଙ୍କ ଜ୍ଞାତ ସାରରେ ଚାଲିଛି ଗୋଚର ଜମି ଜବରଦଖଲ ଦଖଲ । ଗୋଚର ଓ ଅନାବାଦୀ ଜମିରେ ନିର୍ମାଣ ସରିଲାଣି ଘର। ତିନି ବର୍ଷ ବଦଳରେ କାହିଁକି ଚାରି ବର୍ଷ ଅଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ଦଳ। ବିଜେପି ନେତା ଅଭିମନ୍ୟୁ ମଲ୍ଲିକ ଭିଡିଓ ଜାରି କରି ତହସିଲଦାରଙ୍କ କାର୍ଯ୍ୟକଳାପକୁ କଲେ ଘୋର ନିନ୍ଦା।‌







28/09/2023

ପେଏକେ ବଢେଇ ଦେଏ ସାଙ୍ଗ ପେଏକେ ବଢେଇ ଦେଏ ସାଙ୍ଗ ଆଧୁନିକ ଗୀତରେ ମସଗୁଲ ସରକାରୀ ଅଧ୍ୟାପକ ।।‌
ନିଆଳି ମହାବିଦ୍ୟାଳୟ ପାଲଟିଲା ରଙ୍ଗଶାଳା ।। ଛାତ୍ରଛାତ୍ରୀ ମଝିରେ ନାଚିଲେ ବରିଷ୍ଠ ଅଧ୍ୟାପକ। ଭିଡିଓ ହେଉଛି ଭାଇରାଲ।‌ ଭିଡିଓ ସମ୍ପର୍କରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଦେଲେ ନାହିଁ କୌଣସି ପ୍ରତିକ୍ରିୟା ।।









16/09/2023

ଅମଲାତନ୍ତ୍ର ଶାସନ ଗାଁ ଗହଳିରେ ଚଳିବ ନାହିଁ, ହୁସିଆର କରାଇଲେ ବିଜେପି ନେତା ଅଭିମନ୍ୟୁ ମଲ୍ଲିକ ।‌ କଟକ ଜିଲ୍ଲା ନିଆଳି ସବରେଷ୍ଟ୍ରର ଓ ପୂର୍ତ୍ତ ବିଭାଗ ଡାକବଙ୍ଗଳା ରାସ୍ତା ଶଙ୍କୁକୁଚିତ ଘଟଣା। ଗତକାଲି କଟକ ଉପଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ନିଆଳି ତହସିଲଦାର ବିଦ୍ୟାଧର ପତିଙ୍କ କାର୍ଯ୍ୟ ପ୍ରତି ନିଆଳିବାସୀଙ୍କ ସନ୍ଦେହ। ତିନି ବର୍ଷ ପରେ ବି ବଦଳି ହେଉଥିବାରୁ ଅଧିକ ସନ୍ଦେହ ବଢୁଛି ସାଧାରଣ ଲୋକଙ୍କ। ବିଜେପି ଦେଲା ଚେତାବନୀ ।







16/09/2023

ସରକାରୀ ବାବୁ ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି, ଆଇନର ପାଠ ପଢାଇଲେ ଆଇନଜୀବି ବଦ୍ରି ମିଶ୍ର। କଟକ ଜିଲ୍ଲା ନିଆଳି ଡାକ ବଙ୍ଗଳା ଓ ସବରେଷ୍ଟ୍ରର କାର୍ଯ୍ୟାଳୟକୁ ଯାତୟାତ ରାସ୍ତା ଶଙ୍କୁକୁଚିତ ଘଟଣା ।







14/09/2023

ପୋଖରୀଗାଁ ରେ ନୂତନ ମଧୁବାବୁ ଭତ୍ତା ବଣ୍ଟନ କଲେ ବିଧାୟକ.
ନିଆଳି :ନିଆଳି ବ୍ଲକ ପୋଖରୀ ଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଁଳୋ, ବିଳାଶୁଣୀ, ପୋଖରୀଗାଁ, ପହଙ୍ଗା ଏବଂ ତିହୁଡି ଗ୍ରାମ ପଞ୍ଚାୟତ ର ନୂତନ ମଧୁବାବୁ ଭତ୍ତା 402 ଜଣ ଦିବ୍ୟାଙ୍ଗ, ବିଧବା, ଏବଂ ବୃଦ୍ଧ ଲୋକ ମାନଙ୍କୁ ନିଆଳି ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫେସର ଡ଼ା ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଈ ବଣ୍ଟନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ନିଆଳୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଲ୍ଲାସ ଚନ୍ଦ୍ର ସେଠି, ବ୍ଲକ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟା କବିତା କୁମାରୀ ରାଉତ,ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରତିନିଧି ତୁପ୍ତି ରଞ୍ଜନ ରାଉତ,ପୋଖରୀଗାଁ ସରପଞ୍ଚ ସାଗରୀକା ଦାସ, ପହଙ୍ଗା ସରପଞ୍ଚ ନମିତା ବାରିକ,ତିହୁଡି ସରପଞ୍ଚ ଅଶ୍ୱିନୀ କୁମାର ମହାନ୍ତି,ବିଳାଶୁଣୀ ସରପଞ୍ଚ ଙ୍କ ପ୍ରତିନିଧି ପ୍ରଦୀପ୍ତ ନନ୍ଦ, ସମିତି ସଭ୍ୟ ସମ୍ପଦ ମହାନ୍ତି, ବିଜେଡି ର ବରିଷ୍ଠ ନେତା ପ୍ରକାଶ ଚନ୍ଦ୍ର ମହାନ୍ତି, ପ୍ରଭାକର ରାଉତ,ବିଜେଡି ନେତା ପରୀକ୍ଷିତ ବାରିକ,ପୂର୍ବତନ ଜିଲ୍ଲା ପରିଷଦ ଅତୁଲ୍ୟ ଜେନା ଯୁବ ନେତା ଭାଗିରଥି ମଲ୍ଲିକ, ମାନ ଭଞ୍ଜନ ବେହେରା,ପ୍ରମୁଖ ଯୋଗ ଦେଇଥିବା ବେଳେ ସମାଜସେବୀ ପ୍ରଫୁଲ୍ଲ କୁମାର ଦାସ ଏହି ବିଶାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ.

13/09/2023

ନିଆଳି ସବରେଷ୍ଟ୍ରର କାର୍ଯ୍ୟାଳୟ ଓ ପୂର୍ତ୍ତ ବିଭାଗ ଡାକବଙ୍ଗଳା ରାସ୍ତା ଶଙ୍କୁଚିତ । ନାହିଁରେ ତେଲ ମାରି ବସିଛି ସ୍ଥାନୀୟ ପ୍ରଶାସନ । ଲୋକଙ୍କ ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ନିଆଳି ତହସିଲଦାର । ଆନ୍ଦୋଳନ ପାଇଁ ଚେତାବନୀ। ତିନି ବର୍ଷ ପରେ ବି ତହସିଲଦାରଙ୍କ ବଦଳି ହେଉନଥିବାରୁ ଉଠିଲା ପ୍ରଶ୍ନ ।‌






01/09/2023

ନେତା ଓ ନିଆଳି ବ୍ଳକ ପ୍ରଶାସନର ପୋଲ ଖୋଲିଲେ, ବିଜେପି ନେତା ଅଭିମନ୍ୟୁ ମଲ୍ଲିକ ।

29/08/2023

ପାଣିଟାଙ୍କି ନିକଟରେ ନବୀନ ପଟ୍ଟନାୟକଙ୍କ ଫଟୋ ହସୁଛି, ପାଣି ମୁନ୍ଦେ ପାଇଁ ମା'କାନ୍ଦୁଛି। ନିଆଳି ନିର୍ବାଚନ ମଣ୍ଡଳୀରୁ ଆସିଛି ଏପରି ଅଭିଯୋଗ ।‌ ବିଜେପି ନେତା: ଅଭିମନ୍ୟୁ ମଲ୍ଲିକଙ୍କ ସଙ୍ଗିନ ଅଭିଯୋଗ ।


27/08/2023

ନିଆଳି ନିର୍ବାଚନ ମଣ୍ଡଳୀ ବାରଂଗ ବ୍ଲକ ଅନ୍ତର୍ଗତ କୋରକରା ଗ୍ରାମପଞ୍ଚାୟତ ବିଷିପଦା ଗ୍ରାମର ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ ।।‌




26/08/2023

ବାଲିପାଟଣା ବ୍ଲକ ରାଜସ କୃଷ୍ଣପୁର(ଗରିଆ)ରେ ସାଂସଦ ଅପରାଜିତାଙ୍କୁ ବିରୋଧ,ଗର୍ଜିଲେ ମହିଳା, ଘଟଣାସ୍ଥଳରେ ପୋଲିସ ।‌
ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରୁନାହିଁ।
କେଉଁ କାରଣରୁ ବିରୋଧ ସ୍ପଷ୍ଟ ହୋଇନାହିଁ।‌
କେବଳ ଯାହା କହୁଛନ୍ତି ବିରୋଧ କରୁଥିବା ମହିଳା ।।




22/08/2023

ଏ ଭିଡିଓଟିକୁ ଦେଖନ୍ତୁ.....
ଓଡ଼ିଶା ରାଜ୍ୟର ଭିଡିଓ !!



20/08/2023

ଟ୍ରଷ୍ଟ ଦ୍ୱାରା ପରିଚାଳିତ ମେଡିକାଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ପ୍ରଭାଭିତ ରୋଗୀ, ଛାତ୍ର ଛାତ୍ରୀ । କର୍ମଚାରୀଙ୍କ ଭାଗ୍ୟ ଅନ୍ଧାରରେ !! ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ।‌
ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଆଳି ବ୍ଳକର ତିହୁଡି ପଞ୍ଚାୟତ ଜୁଆଙ୍ଗ ଗାଁରୁ ....



20/08/2023

19/08/2023

ଅଣ୍ତା ପରେ କାଳିମାଡ । ସତ୍ୟବାଦୀରେ ୫ଟି ସଚିବ ଭି.କେ.ପାଣ୍ତିଆନ ଉପରକୁ କାଳି ମାଡ। କାଳି ମାଡ କରିଥିବା ଯୁବକ ପୋଲିସ ଦ୍ବାରା ଅଟକ ।।

18/08/2023

ମିଳି ଭଗତରେ ରାଜ୍ୟ ଦେଶକୁ ଲୁଟୁଛନ୍ତି ବିଜେଡି, ବିଜେପି, ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ରାଜ୍ୟର ୩୧୪ ବ୍ଲକ ଘେରାଉ କରିଛି କଂଗ୍ରେସ।‌ କଟକ ଜିଲ୍ଲା ନିଆଳି ବ୍ଳକ ଘେରାଉରେ ସାମିଲ ହେଲେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ।‌ ଯୋଗ ଦେଇ ଉଭୟ ସରକାରଙ୍କୁ କଲେ ଟାଗ୍ରେଟ।


17/08/2023

ଗାଁକୁ ନାହିଁ ପକ୍କା ରାସ୍ତା । ବର୍ଷ ବର୍ଷ ଧରି ଉପେକ୍ଷିତ ଗ୍ରାମବାସୀ । ଅଭିଶପ୍ତ ଗାଁ ଗୋବିନ୍ଦାପଦା ଗାଁ । କଟକ ଜିଲ୍ଲା ନିଆଳି ବ୍ଳକର ଅଲଣା ପଞ୍ଚାୟତର ୨୦ ନମ୍ବର ଓ୍ଯାର୍ଡର ଏ ହେଉଛି ଗୋବିନ୍ଦାପଦା ଗାଁର କାଦୁଅ ରାସ୍ତା । ପକ୍କା ରାସ୍ତା ପାଇଁ ଘରୋଇ ଜମି ସାଜିଛି ପ୍ରତିବନ୍ଧକ !!







15/08/2023

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଆମଣାକୁଦ ପଞ୍ଚାୟତ ତିହୁରୀସ୍ଥିତ ଭାଇ ଭଉଣୀ କ୍ଲବ ପରିସରରେ ୭୭ ତମ ପବିତ୍ର ସ୍ବାଧୀନତା ଦିବସ ପାଳନ ।।‌ ଜାତୀୟ ପତାକା ଉତ୍ତୋଳନ କଲେ ସମାଜସେବୀ ଅଭିରାମ ମଲ୍ଲିକ ।। ସମାଜସେବୀ ଲୁଲୁ ଭାଇନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ବାଧୀନତା ଦିବସ ଅନୁଷ୍ଠିତ ।।‌





15/08/2023


ବାଲିପାଟଣା ବ୍ଲକ ଆମଣାକୁଦ ପଞ୍ଚାୟତ ତିହୁରୀସ୍ଥିତ ଭାଇ ଭଉଣୀ କ୍ଲବ ପରିସରରେ ୭୭ ତମ ସ୍ବାଧିନତା ଦିବସ ପାଳିତ ।। ଜାତୀୟ ପତାକା ଉତ୍ତୋଳନ କଲେ ସମାଜସେବୀ ଅଭିରାମ ମଲ୍ଲିକ ।।

15/08/2023


ନିଆଳି ବ୍ଳକର ପୋଖରୀ ଗାଁ ପଞ୍ଚାୟତର ସରପଞ୍ଚ ସାଗରିକା ଦାଶଙ୍କ ଦ୍ବାରା ଫିଟା ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ।।

14/08/2023


ମୋବାଇଲ ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ। ନିଆଳି ଥାନା ବଙ୍ଗାଳୀ ସାହି ଅଥଙ୍ଗା ରାସ୍ତାର ଗୋବିନ୍ଦା ପଦା ଗ୍ରାମ ଠାରେ ଦୁଇ ଜଣ ଯୁବକ ରାସ୍ତାରେ ଫୋନ ରେ କଥା ହେଉଥିବା ବେଳେ ସେହି ରାସ୍ତା ଦେଇ ବାଇକ ରେ ଯାଉଥିବା ଜଣେ ଦୁର୍ବୃତ ମୋବାଇଲ ଟିକୁ ଛଡ଼ାଇ ନେଇ ପଳାଇଥିଲେ। ପାଖରେ ଥିବା ସାଙ୍ଗ ଜଣଙ୍କ ରାସ୍ତାର ଆଗ ଛକକୁ ଫୋନ ଯୋଗେ ଖବର ଦେଇଥିଲା। ସେଠାରେ ଉପସ୍ଥିତ ଥିବା ଯୁବକ ମାନେ ଦୂର୍ବୁତକୁ କାବୁ କରି ନେଇଥିଲେ ପରେ ପୋଲିସକୁ ହସ୍ତାନ୍ତର କରିଥିଲେ। ମୋବାଇଲ ଉଦ୍ଧାର ହେବା ସହ ଚୋରିରେ ବ୍ୟବହୃତ୍ ବାଇକ କୁ ଜବତ କରିଛି ନିଆଳି ପୋଲିସ।

23/07/2023

ନିଆଳିରେ ପ୍ରାର୍ଥୀତ୍ବକୁ ନେଇ ଆରମ୍ଭ ହେଲାଣି ବାଦ ବିବାଦ, ରାଜ୍ୟ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଦସ୍ୟ ବିପିନ ବେହେରା ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ବିଜେଡି ସଭାପତି ଟିପ୍ପଣୀ ଉପରେ ରଖିଲେ ଦୃଢ ଜବାବ ।।



Address

Niali
Cuttack
754004

Website

Alerts

Be the first to know and let us send you an email when En Express News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to En Express News:

Share


Other Media/News Companies in Cuttack

Show All