ଏଇତ ଜୀବନ Aeta Jeevan

ଏଇତ ଜୀବନ Aeta Jeevan ସମାଜର ଅପ୍ରିୟ ଓ ନଗ୍ନ ସତ୍ୟ Media & Foundation
(1)

ନବରାତ୍ରୀର ପଞ୍ଚମ ଦିବସରେ ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଆଜିର ପ୍ରାତଃ ଦର୍ଶନ ।
26/09/2025

ନବରାତ୍ରୀର ପଞ୍ଚମ ଦିବସରେ ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଆଜିର ପ୍ରାତଃ ଦର୍ଶନ ।

ଜୟ ମା ଚର୍ଚ୍ଚିକା ....... ଆଜି ମା ଠାକୁରାଣୀଙ୍କ ଦ୍ୱାଦଶ ଆତତ୍ମକ ପୂଜାର ରାତ୍ରି ବେଶ ।ଆଜି ମା ଠାକୁରାଣୀ କୁଷ୍ମଣ୍ଡା ବେଶରେ ଦର୍ଶନ ଦେଉଛନ୍ତ...
26/09/2025

ଜୟ ମା ଚର୍ଚ୍ଚିକା .......
ଆଜି ମା ଠାକୁରାଣୀଙ୍କ ଦ୍ୱାଦଶ ଆତତ୍ମକ ପୂଜାର ରାତ୍ରି ବେଶ ।ଆଜି ମା ଠାକୁରାଣୀ କୁଷ୍ମଣ୍ଡା ବେଶରେ ଦର୍ଶନ ଦେଉଛନ୍ତି ଏ ମନ ଲୋଭା ଓ ଦୁର୍ଲଭ ବେଶ ଆଶା କରୁଛି ମାଙ୍କର ଏ ଦୁର୍ଲଭ ବେଶ ଦର୍ଶନ କରି ସମସ୍ତ ଭକ୍ତଙ୍କ ମନ ବାଚ୍ଛା ପୂରଣହଉ |

କଟକିଆଙ୍କ ସ୍ୱର..........କଟକ ତଥା ଓଡିଶା ର ଐତିହ କୁ ବହନ କରୁଥିବା ଦୁଇ ପ୍ରମୁଖ ପର୍ବ, ବାଲିଯାତ୍ରା କୁ ସଙ୍କୁଚିତ କରିବାର ପ୍ରୟାସ ଓ ମୃଣ୍ମ...
26/09/2025

କଟକିଆଙ୍କ ସ୍ୱର..........
କଟକ ତଥା ଓଡିଶା ର ଐତିହ କୁ ବହନ କରୁଥିବା ଦୁଇ ପ୍ରମୁଖ ପର୍ବ, ବାଲିଯାତ୍ରା କୁ ସଙ୍କୁଚିତ କରିବାର ପ୍ରୟାସ ଓ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପାଇଁ ହେଉଥିବା ଛୋଟ ଗାଢ଼ ବିରୋଧ ରେ କଟକିଆ ଙ୍କ ସ୍ୱର ହୋଇ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଙ୍କ ନିକଟରେ ଦାବୀ ଉପସ୍ଥାପନା କରିଥିଲା, ଟିମ୍ Silver City Cuttack Public Charitable Trust।

ଐତିହାସିକ ବାଲିଯାତ୍ରା ର ନାମକୁ UNESCO Referral ପାଇଁ ଏଥର ଓ ଆଉ କିଛି ବର୍ଷ କଟକ ବାଲିଯାତ୍ରା ଲେଖାଯିବା ସହ, ଆଗାମୀ ୨ ବର୍ଷ ପରେ ଏହା ପୁନଶ୍ଚ କେବଳ "ଐତିହାସିକ ବାଲିଯାତ୍ରା" ଲେଖାଯିବ ବୋଲି ପ୍ରତିଶୃତି ଦେଇଥିଲେ ଓ ଉପର ବାଲିଯାତ୍ରା ପଡ଼ିଆ କୁ ନେଇ ଥିବା ଦ୍ଵନ୍ଦ ର ମାନ୍ୟବର ଉଚ୍ଚ ନ୍ୟାୟାଳୟ ଶୁଣାଣି ଆଗାମୀ କିଛି ଦିନ ମଧ୍ୟରେ କରିବେ ବୋଲି ସୂଚନା ଦେଇଥିଲେ।

ମୃଣ୍ମୟୀ ମୂର୍ତ୍ତି ଙ୍କ ବିସର୍ଜନ ବେଳେ ବ୍ୟବହୃତ ଗାଢ଼ ଗୁଡିକ ର ଆକାର ବୃଦ୍ଧି ପାଇଁ ଥିବା ଆମର ଅନ୍ୟ ଏକ ଦାବୀ ର ଉତ୍ତର ରେ, କିଛି ଉଚିତ୍ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମହୋଦୟ ପ୍ରତିଶୃତି ପ୍ରଦାନ କରିଥଲେ।

 #ବନ୍ଧାହେଲେ_ରୋଷ୍ଟର_ଦୀପକ•ସୋସିଆଲ ମିଡିଆ ରୋଷ୍ଟର ଦୀପକ ନାୟକ ଙ୍କୁ ଗିରଫ କରିଛି ପୋଲିସ •କ୍ୟାପିଟାଲ ହସ୍ପିଟାଲରେ ଲୋକଙ୍କୁ ଉସୁକାଇ ଉତ୍ତେଜନ...
25/09/2025

#ବନ୍ଧାହେଲେ_ରୋଷ୍ଟର_ଦୀପକ

•ସୋସିଆଲ ମିଡିଆ ରୋଷ୍ଟର ଦୀପକ ନାୟକ ଙ୍କୁ ଗିରଫ କରିଛି ପୋଲିସ
•କ୍ୟାପିଟାଲ ହସ୍ପିଟାଲରେ ଲୋକଙ୍କୁ ଉସୁକାଇ ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗ ରେ ଗିରଫ କରିଛି ପୋଲିସ।

ଐତିହାସିକ ବାଲିଯାତ୍ରା କୁ ଉପର ପଡିଆ ରେ ଆୟୋଜନ ନ କରିବା ନିଷ୍ପତ୍ତି କୁ ବିରୋଧ କରି ଆଜି କଟକ ସୁରକ୍ଷା ସମିତି ପକ୍ଷରୁ ବିଶାଳ ଶୋଭାଯାତ୍ରା ର ...
21/09/2025

ଐତିହାସିକ ବାଲିଯାତ୍ରା କୁ ଉପର ପଡିଆ ରେ ଆୟୋଜନ ନ କରିବା ନିଷ୍ପତ୍ତି କୁ ବିରୋଧ କରି ଆଜି କଟକ ସୁରକ୍ଷା ସମିତି ପକ୍ଷରୁ ବିଶାଳ ଶୋଭାଯାତ୍ରା ର ଆୟୋଜନ କରାଯିବା ସହ ପ୍ରଶାସନ ନିଜର ନିଷ୍ପତ୍ତି କୁ ବଦଳାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଭକ୍ତ ଓ ଭଗବାନଙ୍କ ଅଦ୍ଭୁତ ମିଳନ .......
20/09/2025

ଭକ୍ତ ଓ ଭଗବାନଙ୍କ ଅଦ୍ଭୁତ ମିଳନ .......

19/09/2025

ମଲ୍ ପାଇଁ ଏବେ ପାର୍କିଂ ଫି ଅଡ଼ୁଆ ।
ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ । ମଲ୍ ରେ ଅନଧିକାର ପାର୍କିଂ ଫି ଆଦାୟକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି ସାମାଜିକ କର୍ମୀ ଡକ୍ଟର ଅଭୟ ପଟ୍ଟନାୟକ । ଦିନକୁ ଦିନ ବଢ଼ୁଚି ଜନସଂଖ୍ୟା ସାଙ୍ଗକୁ ଗାଡ଼ି ସଂଖ୍ୟା । ସେଥିପାଇଁ ଉପୁଜୁଛି ପାର୍କିଂ ସମସ୍ୟା । ତେବେ ପୌର ପାଳିକା ଏବଂ ମହାନଗର ନିଗମ ପକ୍ଷରୁ ପାର୍କିଂର ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ୟବସାୟୀକ ପ୍ରତିଷ୍ଠାନ, ହସ୍ପିଟାଲ୍, ବା କମର୍ସିଆଲ କମ୍ପ୍ଲେକ୍ସ ଗୁଡ଼ିକରେ ପାର୍କିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ୨୦୧୯ ମସିହାରୁ BDA ଖାସ୍ ଆଡ଼ଭାଇଜରୀ ଜାରି କରି ଅନାଧିକାର ପାର୍କିଂ ଫି କୁ ବାରଣ ମଧ୍ୟ କରିଛି । କିନ୍ତୁ ବହୁ ମଲ୍, କମର୍ସିଆଲ କମ୍ପ୍ଲେକ୍ସ ଗୁଡ଼ିକ ଅବୈଧ ପାର୍କିଂ ଫି ଆଦାୟ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସୂଚନା ମୁତାବକ, କଟକର ସୁପରିଚିତ ସାମାଜିକ କର୍ମୀ ଡକ୍ଟର ଅଭୟ ରଞ୍ଜନ ପଟ୍ଟନାୟକ ଭୁବନେଶ୍ବରର ଏକ ପ୍ରତିଷ୍ଠିତ ମଲକୁ ଗତ ୧୬ ତାରିଖରେ ଯାଇଥିଲେ । ଏଵଂ ସେଠାରେ ତାଙ୍କଠୁ ପାର୍କିଂ ଫି ବାବଦକୁ କୋଡ଼ିଏ ଟଙ୍କା ଆଦାୟ କରାଯାଇଥିଲା । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏଭଳି ଅନଧିକାର କାର୍ଯ୍ୟକୁ ସଂଶୋଧନ ପାଇଁ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ଅଭୟ ।

ବାଇଟ: ଅଭୟ ରଞ୍ଜନ ପଟ୍ଟନାୟକ,
ସାମାଜିକ କର୍ମୀ ତଥା ବୁଦ୍ଧିଜୀବୀ...

କେବଳ ଖବର ସଂଗ୍ରହ ଓ ପରିବେଷଣ ନୁହେଁ, ସମାଜସେବା କ୍ଷେତ୍ରରେ ମଧ୍ୟ ପ୍ରାମୁଖ ଭୂମିକା ଗ୍ରହଣ କରନ୍ତି ସାମ୍ବାଦିକ ମାନେ ।                   ...
18/09/2025

କେବଳ ଖବର ସଂଗ୍ରହ ଓ ପରିବେଷଣ ନୁହେଁ, ସମାଜସେବା କ୍ଷେତ୍ରରେ ମଧ୍ୟ ପ୍ରାମୁଖ ଭୂମିକା ଗ୍ରହଣ କରନ୍ତି ସାମ୍ବାଦିକ ମାନେ ।
ଗତକାଲି ଗଣମାଧ୍ୟମ ଜଗତର ସୁପରିଚିତ ଚେହେରା ଜଗନ୍ନାଥ ପ୍ରସାଦ ମହାନ୍ତି ମଧୁପାଟଣା ଛକ ବାଟେ ଆସୁଥିବା ବେଳେ ରାସ୍ତାରେ ପ୍ରବଳ ଗୋଡ଼ି ପଡ଼ିଥିବା ଦେଖି ସାଙ୍ଗେ ସାଙ୍ଗେ ସଫା କରିବାକୁ ଆଗେଇ ଆସିଲେ। ଏହି ସମୟରେ ତାଙ୍କୁ ସହଯୋଗ କରିଥିଲେ ଟ୍ରାଫିକ ପୋଲିସ ପ୍ରଭାକର ଦଳେଇ। ଦୁହେଁ ପାଖାପାଖି ୩୦ ମିନିଟ ଧରି ପୁରା ଛକ କୁ ସଫା କରିଥିଲେ । ପ୍ରଭାକର ଭାଇ ଅଧିକ ପରିଶ୍ରମ କରିଥିଲେ ଅଧିକରୁ ଅଧିକ ସଫା କରିବା ପାଇଁ ପ୍ରଚେଷ୍ଟା କରିଥିଲେ। ସତରେ ପ୍ରଭାକର ବାବୁଙ୍କ ଭଳି ପୋଲିସ କର୍ମଚାରୀ ଆମ କଟକ ପାଇଁ ନିହାତି ଦରକାର।ଆଉ ଗୋଟେ କଥା ଏମିତି ଅବସ୍ଥା ସତ୍ତ୍ୱେ ପ୍ରଶାସନ କରୁଛି କଣ ? କାହିଁକି ସଫା କରୁନାହିଁ ଯାହା ଫଳରେ ଅନେକ ଲୋକଙ୍କ ଗାଡ଼ି ଖସି ଦୁର୍ଘଟଣା ର ଶିକାର ହେଉଛି।

ବଡ଼ଚଣା ଥାନାର ପୂର୍ବତନ ଆଇଆଇସି ମଧୁସ୍ମିତା ବେହେରାଙ୍କୁ ନିଲମ୍ୱନ କଲେ ପୋଲିସ ମହା ନିର୍ଦ୍ଦେଶକ । ゚    #ଏଇତଜୀବନ
13/09/2025

ବଡ଼ଚଣା ଥାନାର ପୂର୍ବତନ ଆଇଆଇସି ମଧୁସ୍ମିତା ବେହେରାଙ୍କୁ ନିଲମ୍ୱନ କଲେ ପୋଲିସ ମହା ନିର୍ଦ୍ଦେଶକ ।
゚ #ଏଇତଜୀବନ

13/09/2025

ବାଲେଶ୍ବରରେ ସ୍ବାସ୍ଥ୍ୟ ସେବାର ବିରଳ ରୂପ !!!
ବାଲେଶ୍ୱର ସୋର କେଶରୀପୁର୍ ପ୍ରାଥମିକ ଚିକିତ୍ସାଳୟ ରେ ୬ମାସ ହେବ ନାହାଁନ୍ତି ଡାକ୍ତର !! ବିନା ଡାକ୍ତର ପରାମର୍ଶରେ ଚାଲିଛି ରୋଗୀ ଚିକିତ୍ସା !! ବିନା ପ୍ରେସ୍କ୍ରିପ୍ସନରେ ଦିଆ ଯାଉଚି ରୋଗୀ ମାନଙ୍କୁ ଔଷଧ। ଯଦି କିଛି ଅଘଟଣ ଘଟେ ତେବେ ଦାୟୀ କିଏ ରହିବ ??
(କାର୍ତ୍ତିକ ସାମଲଙ୍କ ସାମାଜିକ ଗଣମାଧ୍ୟମରୁ ସଂଗୃହିତ)
゚ #ଏଇତଜୀବନ CMO Odisha Mohan Charan Majhi Ardhendu Das Manmohan Samal

Address

Cda
Cuttack
753014

Alerts

Be the first to know and let us send you an email when ଏଇତ ଜୀବନ Aeta Jeevan posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ଏଇତ ଜୀବନ Aeta Jeevan:

Share