Katak News

Katak News କଟକ ମାଟିର ସ୍ୱର ଓଡିଶା ଜାଣିବ

  #ଭୁବନେଶ୍ୱର ରାଜଭବନରେ ରେଡ଼କ୍ରସ ବ୍ଲଡ଼ ସେଣ୍ଟରର ଉନ୍ନତି ଓ ରକ୍ତଦାନ ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କଲେ ରେଡ଼କ୍ରସ ଆୱାରନେସ କମିଟିର ଉପଦେ...
17/08/2026

#ଭୁବନେଶ୍ୱର ରାଜଭବନରେ ରେଡ଼କ୍ରସ ବ୍ଲଡ଼ ସେଣ୍ଟରର ଉନ୍ନତି ଓ ରକ୍ତଦାନ ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କଲେ ରେଡ଼କ୍ରସ ଆୱାରନେସ କମିଟିର ଉପଦେଷ୍ଟା ଡ଼ଃ ରଞ୍ଜନ ବିଶ୍ୱାଳ ଓ ରେଡ଼କ୍ରସ ବ୍ଲଡ଼ ସେଣ୍ଟରର ନିର୍ଦ୍ଦେଶକ ଡ଼ା. ଚନ୍ଦ୍ରିକା ପ୍ରସାଦ ଦାସ ମାନ୍ୟବର ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ରେଡ଼କ୍ରସ ବ୍ଲଡ଼ ସେଣ୍ଟରର ଉନ୍ନତି, ଅଧିକ ରକ୍ତ ସଂଗ୍ରହ ଓ ରକ୍ତଦାନ ପ୍ରତି ଜନସଚେତନତା ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ରକ୍ତଦାତାଙ୍କୁ ମିଳୁଥିବା ₹୬୦ ପ୍ରୋତ୍ସାହନ ରାଶିକୁ ₹୧୦୦ କରିବା ନେଇ ମଧ୍ୟ ମତବିନିମୟ ହୋଇଥିଲା।
🩸ରକ୍ତଦାନ ମହାନ ଦାନ...ଆସନ୍ତୁ ରକ୍ତଦାନ କରି ଜୀବନ ବଞ୍ଚାଇବା🩸

  #କଟକ ବିଦ୍ୟାଧର ପୁର ଠାରେ ଗ୍ଲୋବାଲ ଇଣ୍ଡିଆ ମୋଡେଲ ସ୍କୁଲ ଓ ସମ୍ବାଦ, ଆମ ଓଡିଶା ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର...
16/08/2026

#କଟକ ବିଦ୍ୟାଧର ପୁର ଠାରେ ଗ୍ଲୋବାଲ ଇଣ୍ଡିଆ ମୋଡେଲ ସ୍କୁଲ ଓ ସମ୍ବାଦ, ଆମ ଓଡିଶା ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର...

  #କଟକର ବାରବାଟୀ ଦୂର୍ଗ ଉପରେ ମୁଣ୍ଡଳୀ ସି ଆଇ ଏସ୍ ଏଫ୍ ପ୍ରଶିକ୍ଷଣ କେନ୍ଦ୍ରର ଜଵାନ ମାନଙ୍କ ଦ୍ବାରା ଦେଶାତ୍ମବୋଧକ ଵ୍ୟାଣ୍ଡ ପରିବେଷଣ।କଟକର ...
16/08/2026

#କଟକର ବାରବାଟୀ ଦୂର୍ଗ ଉପରେ ମୁଣ୍ଡଳୀ ସି ଆଇ ଏସ୍ ଏଫ୍ ପ୍ରଶିକ୍ଷଣ କେନ୍ଦ୍ରର ଜଵାନ ମାନଙ୍କ ଦ୍ବାରା ଦେଶାତ୍ମବୋଧକ ଵ୍ୟାଣ୍ଡ ପରିବେଷଣ।କଟକର ବାରବାଟୀ ଦୂର୍ଗ ଉପରେ ମୁଣ୍ଡଳୀ ସି ଆଇ ଏସ୍ ଏଫ୍ ପ୍ରଶିକ୍ଷଣ କେନ୍ଦ୍ରର ଜଵାନ ମାନଙ୍କ ଦ୍ବାରା ଦେଶାତ୍ମବୋଧକ ଵ୍ୟାଣ୍ଡ ପରିବେଷଣ।

  #କଟକ ଚାନ୍ଦିନୀଚୌକ ଶ୍ରୀଜଗନ୍ନାଥ ମନ୍ଦିର ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରୀ ବିଜେ...
27/07/2026

#କଟକ ଚାନ୍ଦିନୀଚୌକ ଶ୍ରୀଜଗନ୍ନାଥ ମନ୍ଦିର ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରୀ ବିଜେ...

  #ଚାଉଳିଆଗଞ୍ଜ ଥାନା ଅଧିକାରିଣୀଙ୍କ ମୃତ ଦେହ ଉଦ୍ଧାର...ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବି...
04/07/2026

#ଚାଉଳିଆଗଞ୍ଜ ଥାନା ଅଧିକାରିଣୀଙ୍କ ମୃତ ଦେହ ଉଦ୍ଧାର...ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବିଉଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ, ମୃତଦେହ ବ୍ୟବଚ୍ଛଦ ପାଇଁ ପଠାଇ ପୋଲିସର ତଦନ୍ତ... ゚viralシ

25/06/2026

#ବିଦ୍ଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କଲେ ସୁଜାତା କାର୍ତ୍ତିକେୟନ...ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ା ମାଟିର ଝିଅ ଶ୍ରୀମତୀ ସୁଜାତା ରାଉତ। ଆଜି, ଓଡିଶା ରାଜନୀତି ମଇଦାନରେ, ନାରୀଶକ୍ତିର ପରାକାଷ୍ଠାକୁ ପ୍ରତିପାଦିତ କରିବାକୁ ପ୍ରସ୍ତୁତ। ଲୋକଙ୍କ ସେବାପାଇଁ ସଂକଳ୍ପ ଏବଂ ମାଟି ମା'ର ସୁରକ୍ଷା ପାଇଁ ପ୍ରତିବଦ୍ଧ ହୋଇ ବିଜେଡିରେ କରିଛନ୍ତି ଯୋଗଦାନ... ゚

24/06/2026

#କଟକ ସିଡିଏ ସେକ୍ଟର ୯ ନମ୍ବରରେ ଡି ଡି ଟେକ୍ସଟାଇଲ୍ସ ଉଦ୍‌ଘାଟିତ... ゚

23/06/2026

# କଟକ ସହୀଦ ଭବନ ଠାରେ ଚିନ୍ମୟ ଅମ୍ରିତ ସମାରୋହ ପାଇଁ ଶୋଭାଯାତ୍ରା...

22/06/2026

# ନେତାଜୀଙ୍କ ସ୍ୱପ୍ନର ଭାରତ ବର୍ଷ ଗଠନ ପାଇଁ ଫରୱାର୍ଡ଼ ବ୍ଲକର ପ୍ରତିଷ୍ଠା ଦିବସରେ ସଂକଳ୍ପ...
ଭୁବନେଶ୍ୱର :- ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ୮୭ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ ପରେ ଫରୱାର୍ଡ଼ ବ୍ଲକର ଜାତୀୟ ସମ୍ପାଦକ ଜୀ. ଆର. ଶିବଶଙ୍କର ପାର୍ଟି ର ସଂଗ୍ରାମୀ ପତlକାକୁ ଉତୋଳନ କରି ଅlନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫରୱାର୍ଡ ବ୍ଲକର ଜାତୀୟ ସଂମ୍ପାଦକ କମ୍ରେଡ ଜୀ. ଆର. ଶିବଶଙ୍କର ବକ୍ତବ୍ୟ ରଖି ଫରୱାର୍ଡ଼ ବ୍ଲକର ୮୭ ବର୍ଷର ସଂଗ୍ରାମୀ ଇତିହାସ ସଂକ୍ରାନ୍ତରେ ଆଲୋକ ପାତ କରିବା ସହ ଆଜି ସରକାରୀ କଳର ଦାୟିତ୍ୱ ହୀନତା ଫଳରେ ସାଧାରଣ ମଣିଷଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l କେନ୍ଦ୍ରରେ ବିଜେପି ର ସରକାର ଆସିଵା ପରଠାରୁ ରାଷ୍ଟ୍ରlୟତ ଉଦ୍ୟୋଗଗୁଡିକୁ ଶାଗମାଛ ଦରରେ ବିକ୍ରୀ କରାଯାଉଛି l ଭାରତ ବର୍ଷର ବୈଦେଶିକ ନୀତିକୁ ଭୁଲି ମୋଦି ସରକାର ଆମେରିକାର ଗୋଡାନିଆ ସାଜିଥିବା ଭଳି ମନେ ହେଉଛି l ଭାରତୀୟମାନଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ମୋଦି ସରକାରଙ୍କ ନୀରବତା ସମଗ୍ର ଘଟଣା କୁ ସନ୍ଦେହର ବଳୟକୁ ଟାଣିନେଉଛି l ଦରଦାମ ଆକାଶ ଛୁଆଁ ହେବା ଫଳରେ ଗରିବ ମେହନତୀ ମଣିଷ ନାନା ଯନ୍ତ୍ରଣାର ଶିକାର ହେଉଛନ୍ତି l ଦେଶର ଗଣତନ୍ତ୍ର, ସlମ୍ବିଧାନିକ ମୂଲ୍ୟ ବୋଧ ବିପନ୍ନ ହେବାରେ ଲାଗିଛି l ଏଭଳିସ୍ଥଳେ ସୁଭାଷବାଦୀ ବିଚାର ଧାରାରେ ବେସାଲିସ ସଂଗ୍ରାମ ହିଁ ଜନଗଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେଇପାରିବେ ବୋଲି ଶ୍ରୀ ଶିବ ଶଙ୍କର ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ବ୍ୟକ୍ତବ୍ୟ ରଖି ସ୍ୱାଧୀନତା ର 89 ବର୍ଷ ପରେ ମଧ୍ୟ ନେତାଜୀଙ୍କ ସ୍ବପ୍ନର ଭାରତ ଗଠନ ହୋଇପାରି ନାହିଁ ବୋଲି ଅଭିଯୋଗ କରିଥିଲେ l ଭୋକ, ଭୟ ଓ ଭାଷ୍ଟାଚାର ସ୍ୱାଧୀନତା ର ସାତ ଦଶନ୍ଦି ପରେ ମଧ୍ୟ ଦେଶରେ ନିଜର ବାୟା ବିସ୍ତାର କରିଚାଲିଛି l ପୁଞ୍ଜିବାଦୀ ବ୍ୟବସ୍ଥା ଆଧାରରେ କର୍ପୋରେଟ ସପକ୍ଷବାଦୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଫଳରେ ଜନଗଣଙ୍କ ସମସ୍ୟା ବଢ଼ିବାରେ ଲାଗିଛି l ଜନଗଣ ନିଜର ଅଧିକାର ପାଇଁ ଆନ୍ଦୋଳନ କଲାବେଳେ ସରକାରୀ ପ୍ରାୟୋଯୁକ୍ତ ଦମନଲୀଳା ଜାରି ରହିଛି l ଦେଶ ଓ ରାଜ୍ୟ ର ପ୍ରାକୃତିକ ସମ୍ପଦ କୁ ଜନଗଣ ଙ୍କ ସ୍ୱାର୍ଥ ସାଧନା, ବେକାରଙ୍କୁ କର୍ମ ନିଯୁକ୍ତି ପ୍ରଦାନ ଦିଗରେ ବିନିଯୋଗ କରିବା ପରିବର୍ତ୍ତେ ଦେଶୀ ବିଦେଶୀ ପୁଞ୍ଜିପତି ମାନଙ୍କୁ ବିକ୍ରୀ କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଜନଗଣଙ୍କ ଯନ୍ତ୍ରଣାର ମୁକ୍ତି ପାଇଁ ନେତାଜୀଙ୍କ ଆଦର୍ଶରେ ସଂଗ୍ରାମ ଜାରି ରଖିବାକୁ ଶ୍ରୀ ମହାପାତ୍ର ଉପସ୍ଥିତ ସାଥିମାନଙ୍କୁ ଆହ୍ୱାନ କରିଥିଲେ। ଅନ୍ୟପଟରେ ନେତାଜୀଙ୍କ ଜନ୍ମଭୂଇଁ ଓଡ଼ିଶାରେ ନେତାଜୀଙ୍କ ପ୍ରତି ବାରମ୍ବାର ଅସମ୍ମାନ କରାଯାଉଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିବା ସହ ଭୁବନେଶ୍ୱର କୋର୍ଟ ସଂମ୍ମୁଖରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବହୁ ପୁରାତନ ପ୍ରତିମୂର୍ତ୍ତିକୁ ସରକାର ଭାଙ୍ଗି ଅଳିଆ ଗଦାରେ ପକେଇ ଦେଲା ଭଳି ଅବସ୍ଥା ସୃଷ୍ଟି କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଫରୱାର୍ଡ଼ ବ୍ଲକର ସାଧାରଣ ସମ୍ପାଦିକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଗ୍ରଗାମୀ ମହିଳା ସମିତିର ରାଜ୍ୟ ସମ୍ପାଦିକା ଲଷ୍ମୀ ଦୋରା, ଫରୱାର୍ଡ଼ ବ୍ଲକର ନେତା ଧନ ଗିଉରିଆ, ନିଶା ଭତରା, ରଜନୀଗନ୍ଧା ବାରିକ, ଛାତ୍ରୀ ନେତ୍ରୀ ରିଙ୍କି ସାହୁ ପ୍ରମୁଖ ଏହି ଐତିହାସିକ ଦିବସର ଗୁରୁତ୍ୱ ସଂକ୍ରାନ୍ତରେ ଆଲୋକପାତ କରିବା ସହ ସୁଭାଷ ବାଦୀ ସଂଗ୍ରାମ କୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ। ସବଶ୍ରୀ ବିଜୟ ସାହୁ, ଦଶରଥ ଖିଲ, ଶିବ ଗୌଡ଼, ଦୁର୍ଯ୍ୟୋଧନ ପୂଜାରୀ, ବିଶ୍ୱଜିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

  #ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା ଓ ଶୋଭାଯା...
11/06/2026

#ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା ଓ ଶୋଭାଯାତ୍ରା... ゚

Address

KAZI BAZAR
Cuttack
753001

Alerts

Be the first to know and let us send you an email when Katak News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share