29/06/2026
କରାଚୀ ଆକ୍ରମଣ ପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍, ଆଫଗାନିସ୍ତାନ-ପାକ ସୀମାରେ ଉତ୍ତେଜନା ବୃଦ୍ଧି
ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। କରାଚୀ ଆକ୍ରମଣର କଡ଼ା ଜବାବ ଦେବା ପାଇଁ ରବିବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ଆଫଗାନିସ୍ତାନର ପାକଟିଆ ଓ କୁନାର ପ୍ରଦେଶ ଉପରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଛି। ପାକିସ୍ତାନର କହିବା ଅନୁଯାୟୀ ଏହି ଗୁଇନ୍ଦା ସୂଚନା ଆଧାରିତ ଆକ୍ରମଣରେ ୨୯ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ, ଆଫଗାନିସ୍ତାନର ତାଲିବାନ ସରକାର ଏହି ସାମରିକ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ତାଲିବାନ ମୁଖପାତ୍ର ଜାବିଉଲ୍ଲା ମୁଜାହିଦଙ୍କ ଅନୁଯାୟୀ, ପାକିସ୍ତାନୀ ସେନାର ଏହି ବର୍ବର ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ୩୫ ଜଣ ସାଧାରଣ ନାଗରିକଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହା ଫଳରେ ସୀମାରେ ପରିସ୍ଥିତି ଗମ୍ଭୀର ଅଛି ।