News Sid

News Sid News Sid is a news page delivering the latest news and updates from Odisha & India in Odia Language

ଭ୍ୟୁ ପାଇଁ ଜୀବନ ବିକ୍ରି ସମାଜ କେଉଁ ଆଡକୁ ଯାଉଛି?ହାତରେ ଗରମ ଚାହା ଧରିବା, ଅଣ୍ଡା ଭାଙ୍ଗି “ପ୍ରେମ ପରୀକ୍ଷା” ଦେବା ଏଭଳି ଭିଡିଓ ତଥା ଫଟୋ ସୋ...
10/01/2026

ଭ୍ୟୁ ପାଇଁ ଜୀବନ ବିକ୍ରି
ସମାଜ କେଉଁ ଆଡକୁ ଯାଉଛି?

ହାତରେ ଗରମ ଚାହା ଧରିବା, ଅଣ୍ଡା ଭାଙ୍ଗି “ପ୍ରେମ ପରୀକ୍ଷା” ଦେବା ଏଭଳି ଭିଡିଓ ତଥା ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହାକୁ କେହି ଟ୍ରେଣ୍ଡ ବୋଲି କହୁଛି, କେହି ମନ ଖୁସି ତଥା ଗଭୀର ପ୍ରେମ ବୋଲି ବ୍ୟକ୍ତ କରୁଛି।
କିନ୍ତୁ ପ୍ରଶ୍ନ ହେଉଛି ?
ଏହା ସତରେ ମଜା, ନା ସମାଜିକ ପତନର ଜୀବନ୍ତ ଉଦାହରଣ?
କେବଳ କିଛି ଭ୍ୟୁ, ଲାଇକ୍ ଓ ଫଲୋଅର୍ ପାଇଁ ଆଜି ଯୁବପିଢି ନିଜ ଶରୀରକୁ ଯନ୍ତ୍ରଣା ଦେବାକୁ ପଛାଉନାହିଁ। ଏହା କୌଣସି ସୃଜନଶୀଳତା ନୁହେଁ, ଏହା ଦେଖେଇ ହେବା ପାଇଁ ତଥା ନିଜ ସମ୍ମାନକୁ ନିଲାମ କରିବାର ନୂଆ ଟ୍ରେଣ୍ଡ। ପ୍ରେମର ନାଁ ନେଇ ଯଦି ଜଣେ ଲୋକ ନିଜକୁ କିମ୍ବା ଅନ୍ୟକୁ ଯନ୍ତ୍ରଣା ଦେଉଛି, ତେବେ ସେ ପ୍ରେମୀ ନୁହେଁ, ସେ ନିଜେ ଓ ସମାଜ, ଉଭୟ ପାଇଁ ବିପଦ। ଆଜିର ଦୁଃଖଦ ସତ୍ୟ ହେଉଛି ସୋସିଆଲ ମିଡିଆ ଲୋକଙ୍କୁ ମଣିଷ ରଖୁନାହିଁ, ଭ୍ୟୁ ମେସିନ୍ କରିଦେଉଛି। କଣ୍ଟେଣ୍ଟର ନାଁ ନେଇ ଅସଭ୍ୟତା, ମୂର୍ଖତା ଓ ଆତ୍ମକ୍ଷତିକୁ ସ୍ଥିର କରାଯାଉଛି। ଏଭଳି ପାଗଳାମୀ ବନ୍ଦ ହେଉ ✍️🕊️🙏।

ପ୍ରେମ ମାନେ କ୍ଷତି କରିବା କାମ ନୁହେଁ।
ପ୍ରେମ ମାନେ ଅଭିନୟ ନୁହେଁ।
ପ୍ରେମ ମାନେ ଦାୟିତ୍ୱ, ସମ୍ମାନ ଓ ସୁରକ୍ଷା।
ଆଜି ଗୋଟେ ରିଲ୍ସ ପାଇଁ କରାଯାଇଥିବା ମୂର୍ଖତା, କାଲି ସାରାଜୀବନ ପାଇଁ ଅନୁତାପ ହୋଇପାରେ। ଏହା କେବଳ ବ୍ୟକ୍ତିଗତ ସମସ୍ୟା ନୁହେଁ ଏହା ସମାଜର ଚିନ୍ତାଧାରା ଉପରେ ଏକ ଗଭୀର ପ୍ରଶ୍ନଚିହ୍ନ। ଏବେ ବି ସମୟ ଅଛି
ଭ୍ୟୁକୁ ନୁହେଁ, ଜୀବନକୁ ମୂଲ୍ୟ ଦେବା ଶିଖିବା।



ଶ୍ରମିକମାନଙ୍କର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି  ମେ’ ୧ ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଏ। ଶ୍ରମିକମାନଙ୍କର...
01/05/2024

ଶ୍ରମିକମାନଙ୍କର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି ମେ’ ୧ ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଏ। ଶ୍ରମିକମାନଙ୍କର ସୁରକ୍ଷା, ଅଧିକାର ଓ ସ୍ୱାସ୍ଥ୍ୟ ରକ୍ଷା ଏହି ଦିବସ ପାଳନର ଆଭିମୁଖ୍ୟ। ୧୮୮୬ ମସିହା ଆଜିର ଦିନରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା। ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ’ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଶ୍ରମିକମାନଙ୍କ ସଂଘର୍ଷମୟ ଇତିହାସ ଗୋଟିଏ ସମୟ ଥିଲା ବିଶ୍ୱରେ ପୁଞ୍ଜିପତି ଶ୍ରେଣୀ ଶ୍ରମିକମାନଙ୍କୁ ମନଇଚ୍ଛା କାମ କରାଉଥିଲେ । ସେମାନଙ୍କର କାମ କରିବାର ସମୟ ସୀମା ନ ଥିଲା କି ସେମାନଙ୍କୁ କାମ ଅନୁଯାୟୀ ପ୍ରାପ୍ୟ ମିଳୁ ନ ଥିଲା। ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପଥମେ ରାଜରାସ୍ତାକୁ ଓହ୍ଲାଇଥିଲା । ସେହି ସଂଗଠନର ପ୍ରଥମ ଦାବି ଥିଲା କି କାମ କରିବାର ସମୟ ୮ ଘଣ୍ଟା ମଧ୍ୟରେ ସୀମିତ ରଖାଯାଉ। ଏହାକୁ ପୁଞ୍ଜିପତି ଶ୍ରେଣୀ ମାନିବାକୁ ନାରାଜ ଥିଲା ଫଳରେ ଏହାକୁ ବିରୋଧ କରି ୧୮୭୭ ମସିହାରେ ଶ୍ରମିକମାନେ କାମ କରିବାର ସମୟସୀମା ନିର୍ଦ୍ଧାରଣ କରିବା ପାଇଁ ଆନ୍ଦୋଳନ କରିଥିଲେ।...

ଶ୍ରମିକମାନଙ୍କର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି ମେ’ ୧ ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଏ। ଶ୍ର....

Heritage & ancient Place
18/04/2024

Heritage & ancient Place

Heritage & ancient Place Discover and Experience Diversity

Address

Dhenkanal

Alerts

Be the first to know and let us send you an email when News Sid posts news and promotions. Your email address will not be used for any other purpose, and you can unsubscribe at any time.

Share