Hinjilicut Live

Hinjilicut Live Provide Information

31/08/2025
ସ୍ବାୟତ୍ତ ଶାସନ ଦିବସ ଅବସରରେ ଆଉ ୭ ନୂଆ ମ୍ୟୁନିସିପାଲିଟି ଓ ୧୬ ନୂଆ ଏନ୍‌ଏସି ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନୂ...
31/08/2025

ସ୍ବାୟତ୍ତ ଶାସନ ଦିବସ ଅବସରରେ ଆଉ ୭ ନୂଆ ମ୍ୟୁନିସିପାଲିଟି ଓ ୧୬ ନୂଆ ଏନ୍‌ଏସି ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନୂଆ ମ୍ୟୁନିସିପାଲିଟି ମଧ୍ୟରେ ମୟୂରଭଞ୍ଜର କରଞ୍ଜିଆ, ବୌଦ୍ଧ, ଗଞ୍ଜାମର ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଏବଂ ପୋଲସରା ରହିଛି।
ସେହିପରି ୧୬ଟି ନୂଆ ଏନ୍‌ଏସି ମଧ୍ୟରେ ବଲାଙ୍ଗରୀର ଲୋଇସିଂହା, ସୋହେଲା, କଟକର ବଡ଼ମ୍ବା, ନରସିଂହପୁର, ସାଲେପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମ୍ମା, କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁର ରହିଛି।

27/08/2025

Service to society .Wide spread of information , incidents ,facts, documents, the inside story, news etc.. & enlightenment to the public.

ବିଭିନ୍ନ ବ୍ୟାଙ୍କ ବିଶେଷ କରି HDFC ଏବଂ ICICI ପରି ଘରୋଇ ବ୍ୟାଙ୍କଗୁଡିକ RuPay କାର୍ଡ ଗ୍ରାହକ ମାନଙ୍କୁ ଦେବାକୁ ପସନ୍ଦ କରନ୍ତି ନାହିଁ । କା...
18/08/2025

ବିଭିନ୍ନ ବ୍ୟାଙ୍କ ବିଶେଷ କରି HDFC ଏବଂ ICICI ପରି ଘରୋଇ ବ୍ୟାଙ୍କଗୁଡିକ RuPay କାର୍ଡ ଗ୍ରାହକ ମାନଙ୍କୁ ଦେବାକୁ ପସନ୍ଦ କରନ୍ତି ନାହିଁ । କାରଣ ସେମାନେ RuPay ରୁ ଅଧିକ ଟଙ୍କା ରୋଜଗାର କରନ୍ତି ନାହିଁ | ଏବଂ ପରି ଆନ୍ତର୍ଜାତୀୟ ବିଦେଶୀ କମ୍ପାନୀ ଭାରତରେ ଉଚ୍ଚ ବ୍ୟାଙ୍କ କର୍ମଚାରୀଙ୍କୁ ଧରି କାରସାଦୀ କରନ୍ତି। ଦେଶୀ କୁ ସେମାନଙ୍କ ପ୍ରତିଯୋଗୀ ଭାବରେ ଏହି ବ୍ୟାଙ୍କଗୁଡିକୁ ପ୍ରଭାବିତ କରି ବ୍ୟବହାର କରୁଛନ୍ତି | ବ୍ୟାଙ୍କଗୁଡ଼ିକ କ୍ରେଡିଟ୍ / ଡେବିଟ୍ କାର୍ଡରୁ MDR (Merchant Discount Rate) ମାଧ୍ୟମରେ ଟଙ୍କା ରୋଜଗାର କରନ୍ତି | ତେଣୁ Credit/Debit Cards ଗୁଡିକ ସାଧାରଣତଃ ମାଷ୍ଟରକାର୍ଡ ଏବଂ ଭିସା ର ଗ୍ରାହକଙ୍କୁ ଦିଅନ୍ତି। ସେଗୁଡିକ ପାଇଁ ଗ୍ରାହକ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି। ସେ ବିଷୟରେ ନ କହି ଇନସ୍ୟୁରେନ୍ସ, ଅଧିକ ଟଙ୍କା ଡ୍ର, ବିଦେଶ ଗଲେ ସୁବିଧା ହେବ ଇତ୍ୟାଦି ବ୍ୟାଙ୍କ କୁହନ୍ତି। ଯାହାକି ସାଧାରଣ ଗ୍ରାହକ ଏହାର ସୁବିଧା ଉପଯୋଗ କରି ପାରେ ନାହିଁ। ଅନ୍ୟ ପକ୍ଷରେ କାର୍ଡର ବିଭିନ୍ନ ସୁବିଧା ଓ ଉପକାରୀ ଉପରେ ବ୍ୟାଙ୍କ ଗ୍ରାହକଙ୍କୁ କୁହେ ନାହିଁ। ଆଉ ଗୋଟିଏ ମନେ ରଖିବା ଉଚିତ ହେବ ଯେ, ବିଦେଶୀ କାର୍ଡ ଗୁଡଡିକ ବ୍ୟବହାର ବେଳେ ଆମର ଆର୍ଥିକ କାରବାର ଓ ଡାଟା ବିଦେଶକୁ ଚାଲି ଯାଇଥାଏ। ଏହାର କୁପ୍ରଭାବ କୁ ମଧ୍ୟ ଅସ୍ବୀକାର କରି ହେବନି। ସଂପ୍ରତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଅଧିକ ଟ୍ୟାକ୍ସ ଜାରି କରିବା ପରେ ଏବେ ଭାରତୀୟ ଲୋକ ମାଷ୍ଟରକାର୍ଡ ଏବଂ ଭିସାକୁ ପରିତ୍ୟାଗ କରି ରୂପେ କାର୍ଡ ବ୍ୟାଙ୍କ କୁ ମାଗନ୍ତୁ। ବ୍ୟାଙ୍କ ଯଦି ମନା କରୁଛି ତେବେ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କର ବିକଳ୍ପ ଅଛି ବୋଲି କୁହନ୍ତୁ।

26/05/2025
22/04/2025

ପହେଲଗାଁଓ ରେ ନାମ ଓ ଧର୍ମ ପଚାରି ହିନ୍ଦୁଙ୍କ ଉପରେ ଆତଙ୍କୀ ଅମାନବୀୟ ଗଣହତ୍ୟା ଅତ୍ୟନ୍ତ ନିନ୍ଦନୀୟ। ଦୃଢ ଓ କଠୋର କାର୍ଯ୍ୟନୁଷ୍ଠାନ ଆବଶ୍ୟକ।

10/04/2025

ସନ୍ୟାସୀଙ୍କ ପ୍ରତି ଭକ୍ତି, ସ୍ନେହ, ଶ୍ରଦ୍ଧା ଓ ଭୟ ଏବେ ବି ଅତୁଟ ରହିଛି।
ଏ ଭାବ ଓ ସମ୍ପର୍କ ଅତୁଳନୀୟ।

10/04/2025

Trending କରୁଛି..🥱🥱

ଇଏ କେଉଁଠି ଦେଲା...?
ସିଏ କେଉଁଠି ଦେଲା.....?
😁

ଗଞ୍ଜାମ ଜିଲ୍ଲା ରେ ଅଶାନ୍ତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ହତ୍ୟା ଆଉ ଥମୁନି ‌ । ପୂର୍ବ ଶତ୍ରୁତା, ଟେଣ୍ଡର ଫିକ୍ସିଂ ଓ ଦଣ୍ଡ ନାଚ ରେ ସାମାନ୍...
31/03/2025

ଗଞ୍ଜାମ ଜିଲ୍ଲା ରେ ଅଶାନ୍ତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ହତ୍ୟା ଆଉ ଥମୁନି ‌ । ପୂର୍ବ ଶତ୍ରୁତା, ଟେଣ୍ଡର ଫିକ୍ସିଂ ଓ ଦଣ୍ଡ ନାଚ ରେ ସାମାନ୍ୟ କଥାକୁ ନେଇ ରକ୍ତ ରଞ୍ଜିତ ହେଉଛି। ଗତ ୩ ଦିନରେ ଲାଗ ଲାଗ ୩ ଟି ହତ୍ୟା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସ୍ପଷ୍ଟ କରୁଛି। ପୂର୍ବରୁ ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର ରେ ଗୁଳି ମାଡ଼ରେ ୨ ଟଳିଥିବା ବେଳେ ରବିବାର ରାତିରେ ଜିଲ୍ଲା ର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଛୁରାମାଡ ରେ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।
ପ୍ରକାଶ ଯେ, ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ରବିବାର ରାତିରେ ଦଣ୍ଡନାଚ ପ୍ରସାଦ ଖାଇବାକୁ ନେଇ ହୋଇଛି ଏହି ଲୋମ ଟାଙ୍କୁରା ହତ୍ୟାକାଣ୍ଡ। ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ ଦଣ୍ଡ ନାଚ ଏଠାରେ ଚାଲିଥିଲା। ରାତିରେ ପ୍ରସାଦ ଖାଇବାକୁ ନେଇ ଯାତ୍ରା ଅଧିକାରୀ ଓ ତାଙ୍କ ପୁଅଙ୍କ ସହ ବେଲଗାଁ ର ଜଗଦୀଶ ପାଣିଗ୍ରାହୀ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯାତ୍ରା ଅଧିକାରୀ ଓ ତାଙ୍କ ପୁଅ ଛୁରୀରେ ଜଗଦୀଶଙ୍କ ଉପରେ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଓ ଗୁରୁତର ଅବସ୍ଥାରେ ଜଗଦୀଶ ଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଗଦୀଶ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ମୃତ ଜଗଦୀଶ ପୂର୍ବରୁ ଏହି ଦଣ୍ଡନାଚ ସହ ସଂଶ୍ଳିଷ୍ଟ ଥିଲେ । ଆକ୍ରମଣକାରୀ ତଥା ଯାତ୍ରା ଅଧିକାରୀ ତ୍ରିନାଥ ପାଣିଗ୍ରାହୀ ଓ ତାଙ୍କ ପୁଅ ପ୍ରଦୀପ ପାଣିଗ୍ରାହୀ ଙ୍କୁ ପୋଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ ଯାତ୍ରା ଅଧିକାରୀ ତ୍ରିନାଥ ପାଣିଗ୍ରାହୀ ପୂର୍ବରୁ ବେଲଗାଁ ପଞ୍ଚାୟତ ର ସରପଞ୍ଚ ଥିଲେ।
in

ଅନିୟନ୍ତ୍ରିତ ଟ୍ରାଫିକ।
26/03/2025

ଅନିୟନ୍ତ୍ରିତ ଟ୍ରାଫିକ।

ହିଞ୍ଜିଳିକାଟୁ,୨୬ା୩(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡ ପରିସରରେ ବସ୍‌ ଚାଳକମାନଙ୍କ ମନଇଛା ଗାଡ଼....

20/03/2025

ଗରିବଙ୍କ ତ ସବୁଦିନେ ପଖାଳ ଦିବସ

Address

Hinjilicut
Hinjilicut
761102

Telephone

+917008444519

Website

Alerts

Be the first to know and let us send you an email when Hinjilicut Live posts news and promotions. Your email address will not be used for any other purpose, and you can unsubscribe at any time.

Share