Paradip Khabar

Paradip Khabar Paradip khabar

16/12/2022

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳ ରେ ଭୟାବୟ ଅଗ୍ନ ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳ ରେ ଥିବା ଜେଏସଡବ୍ଲୁ କୋଲ ଟାର୍ମୀନାଲ ରେ ବାମନ ଇଂଜିନିୟରିଂ ର କୋଇଲା ପ୍ଲଟ ରେ ଭୟାବୟ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷ୍ୟଧିକ ମୂଲ୍ୟର କୋଇଲା ଓ ମେସିନରୀ ଇକୁପମେଣ୍ଟ ପୋଡି ଧୂଳିସାତ ହେଇଯାଇଛି. ଖବର ଅନୁଯାୟୀ ଦମକଳ ବାହିନୀ ଘଟଣାସ୍ଥଳ ରେ ପହଂଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ବହୁ କ୍ଷୟକ୍ଷତି ଘଟିଯାଇଛି.ଏହି ଘଟଣା ପରେ ଜେ ଏସ ଡବ୍ଲୁ ର ପାରାଦ୍ୱୀପ ବନ୍ଦର ପ୍ରତି ଥିବା ସୁରକ୍ଷାବ୍ୟବସ୍ତା ଓ ଜେ ଏସ ଡବ୍ଲୁ ର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୁଷ୍ଟି କରୁଛି.

16/12/2022

ପାରାଦ୍ବୀପ ମା ଶାରଳାଙ୍କ ସଂନ୍ଧ୍ୟା ଅଳତୀ

11/12/2022

ଜନ ସମସ୍ୟା ନିବାରଣ ସଂସ୍ଥା ଓ ଆମ ପାରାଦ୍ଵୀପ ଆମ ପ୍ରଗତିର ମିଳିତ ସହଯୋଗରେ ୱାର୍ଡ ନମ୍ବର ୫ ବାଲିଝରାରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

09/12/2022

ପାରାଦୀପ ଆଇଓସିଏଲ୍ ମୂଖ୍ୟ ଫାଟକ ନିକଟରେ ୧୭ଦଫା ଦାବୀ ନେଇ ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ଶ୍ରମିକଙ୍କ ଧାରଣା ପ୍ରତ୍ୟାହୃତ

07/12/2022

ଦ୍ୱିତୀୟ ଦିନରେ ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ର ଧାରଣା ,ଅଭିନଵ ଉପାୟରେ ନିଜର ଦାବି ଜଣାଇଲେ ଶ୍ରମିକ ମାନେ,Iocl ଅଧିକାରୀଙ୍କୁ ଦାବିପତ୍ର ସହ ଗୋଲାପ ଫୁଲ ଦେଲେ ଧାରଣା ରେ ବସିଥିବା ଶ୍ରମିକମାନେ

06/12/2022

ପାରାଦୀପ ଆଇଓସିଏଲ ତୈଳ ବିଶୋଧନାଗାର ମୂଖ୍ୟ ଫାଟକ ନିକଟରେ ଧାରଣା ଦେଇଛନ୍ତି ୩ ହଜାର ରୁ ଉର୍ଦ୍ଧ୍ବ ଶ୍ରମିକ। ଫଳରେ ପ୍ରଭାବିତ ହୋଇଛି ପାରାଦ୍ଵୀପ ତୈଳ ବିଶୋଧନାଗାର (ଆଇଓସିଏଲ) ର କାର୍ଯ୍ୟ। ଦିର୍ଘ ଦିନ ହେଲା ଶ୍ରମିକ ମାନଙ୍କ ନାର୍ଯ୍ୟ ଦାବି କୁ ଅଣଦେଖା କରୁଛି ଆଇଓସିଏଲ କତ୍ତୃପକ୍ଷ। କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ବର୍ଦ୍ଧିତ ଦରମା , ଶ୍ରମିକଙ୍କ ଭବିଷ୍ୟ ନିଧି ପାଣ୍ଠିକୁ ପ୍ରଦାନ କରିବା, ଆଇଓସିଏଲ ପରିସରରେ କ୍ୟାଣ୍ଟିନ ସୁବିଧା, ପ୍ରତ୍ୟେକ ସାଇଟ୍ ରେ ବିଶ୍ରାମଗାର, ମାସର ୭ ତାରିଖ ମଧ୍ୟରେ ଦରମା ପ୍ରଦାନ , କମ୍ପାନୀ ର ଚୁକ୍ତି ସମୟ ସରିବା ର ୩ ମାସ ପୂର୍ବରୁ ଟେଣ୍ଡର କରାଇବା ପ୍ରଭୃତି ୧୭ ଦଫା ଦାବିରେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। 'ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ' ସଭାପତି ବାପି ସାର୍ଖେଲ ଙ୍କ ନେତୃତ୍ବରେ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ସକାଳ ୮ଟା ସମୟରୁ ଆରମ୍ଭ ହୋଇଥିବାରୁ ଆଇଓସିଏଲ୍ ତୈଳ ବିଶୋଧନାଗାର କାର୍ଯ୍ୟ ଉପରେ ପ୍ରଭାବ ପଡିଛି।

04/12/2022

ପାରାଦୀପ ଷଣ୍ଢକୁଦ ବସ୍ତି ବାସିନ୍ଦା ଙ୍କ ହକ ପାଇଁ ଲଢେଇ କରିବ ଷଣ୍ଢକୁଦ ଗ୍ରାମ୍ୟ କମିଟି l ଏନେଇ ଆଜି ଷଣ୍ଢକୁଦ ବସ୍ତିର ୧୮ ନମ୍ବର ୱାର୍ଡରେ ଷଣ୍ଢକୁଦ ଗ୍ରାମ୍ୟ କମିଟି ର ନୂତନ କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ରେ ଯୋଗଦେବା ସହିତ ପ୍ରତିକ୍ରିୟା ରଖିଛନ୍ତି ପାରାଦ୍ୱୀପ ବିଜେଡିର ନେତୃବୃନ୍ଦ

02/12/2022

ଆଇଓସିଏଲ୍ ପାରାଦ୍ୱୀପ ତୈଳ ବିଶୋଧନାଗାରରେ କାର୍ଯ୍ୟରତ ଶ୍ରମିକମାନଙ୍କର ବିଭିନ୍ନ ଦାବୀକୁ ନେଇ ଆସନ୍ତା 6 ତାରିଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛି ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ l

26/11/2022

ଅଭିନଵ ଉପାୟରେ ପାରାଦ୍ୱୀପ ବେଳାଭୂମି ସଫେଇ କଲେ ଓଡିଶା ୟୁଥ ଫ୍ରେଡ୍ରେସନ

23/11/2022

କୁଜଙ୍ଗ ବିଡ଼ିଓ ଦୁର୍ନୀତି କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେଡି ଦଳୀୟ ପତାକା ଧରି ଶାସକ ଦଳର ପ୍ରଚାର କରୁଥିବା ଅଭିଯୋଗ ଆଣିବା ସହିଚ କୁଜଙ୍ଗ ବିଡ଼ିଓଙ୍କ ବଦଳି ଦାବି କରିଲା କୁଜଙ୍ଗ ମଣ୍ଡଳ ବିଜେପି l

22/11/2022

ପାରାଦୀପରେ ନୌସେନାର ଯୁଦ୍ଧ ଜାହାଜ ଆଇ.ଏନ୍. ଏସ୍ ଘଡିଆଲ୍ , ନୌସେନା ଦିବସ ଉପଲକ୍ଷେ ପାରାଦୀପରେ ଏକ ସ୍ବାସ୍ଥ୍ୟ ସେବା ଶିବିରର ଆୟୋଜନ

Address

Badapadia
Jagatsinghpur
754142

Telephone

+919668228228

Website

Alerts

Be the first to know and let us send you an email when Paradip Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Paradip Khabar:

Share