Jajpur Mirror

Jajpur Mirror ଯାଜପୁର ମିରର ଜନତାଙ୍କ ସ୍ୱର
(3)

29/11/2025

ଉଇ ୱାଣ୍ଟ୍ ଜଷ୍ଟିସ ନାରାରେ କମ୍ପିଲା କୁଆଖିଆ ବଜାର। ପ୍ରେମିକଙ୍କୁ ନ୍ୟାୟ ଦାବିରେ ଜଳନ୍ତା କ୍ୟାଣ୍ଡେଲ ଶୋଭାଯାତ୍ରା କଲେ ଚତୁର୍ଭୁଜ ପ୍ରେମୀ।ଶତାଧିକ ଯୁବକ ଆଜି ହାତରେ କ୍ୟାଣ୍ଡେଲ ଧରି ଶୋଭାଯାତ୍ରା କରିବା ସହ ନ୍ୟାୟ ଦାବି ପୋଷ୍ଟର କାନ୍ଥ ବାଡ଼ରେ ଲଗାଇଥିବା ଦେଖିବାକୁ ମିଳିଛି।ସୂଚନା ମୁତାବକ ରସୁଲପୁର ବ୍ଲକ୍ ରାହାମ୍ବା ପଂଚାୟତର କୋଳଥଳ ଗାଁର ଧୂପ ବ୍ୟବସାୟୀ ଙ୍କୁ ଜନୈକ ଶିକ୍ଷୟିତ୍ରୀଙ୍କ ପ୍ରତାରଣାର ଶିକାର ହୋଇ ଦୁନିଆଁ ଛାଡିବା ଘଟଣା ଥାନାରେ ପହଞ୍ଚିବା ପରେ ଏ ଯାଏ ନ୍ୟାୟ ମିଳିନଥିବା ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ବାସୀ।
S.P., Jajpur Odisha Police Organisation

29/11/2025

ଆନନ୍ଦପୁର ବ୍ଲକ ଓ ହାଟଡିହି ବ୍ଲକର ସାଂସଦ ଖେଳ ମହୋତ୍ସବ ଆନନ୍ଦପୁର ଷ୍ଟାଡିୟମ ଠାରେ ଉଦଘାଟିତ । ଏଥିରେ ମୁଖ୍ୟ ଅତିଥି ଭାବେ ଏସଡ଼ିପିଓ ଓ ସମ୍ମାନିତ ଅତିଥି ଭାବେ ବିଜେପି ନେତା ଆଲୋକ ସେଠୀ ଓ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l

29/11/2025

ଆଜି ପୂର୍ବାହ୍ନରେ ଦଶରଥପୁର ଉଚ୍ଚତର ବିଦ୍ୟାଳୟରେ ବ୍ଲକ ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦଶନୀ ୨୫ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

29/11/2025

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଉତ୍ତରଶାସନ ଗ୍ରାମରେ କୁରାଳ ପଞ୍ଚମୀ ଉତ୍ସବ, ପରମ୍ପରା ଅନୁଯାୟୀ ଦୀର୍ଘ ବର୍ଷ ହେବ କୁମ୍ଭକାର ପରିବାର ମାନେ ଏହି ପର୍ବକୁ ଧୁମ୍ ଧାମରେ ପାଳନ କରିଆସୁଛନ୍ତି. ଏହି ପିଲାଠୁ ବୁଢା ସମସ୍ତେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି, ଜଗନ୍ନାଥ୍ ଙ୍କୁ ଧୂପ ଝୁଣା ଆରାଧନା କରାଯାଏ ପାରେ ସାନ୍ଧ୍ୟ ରେ ମାଆ ମନେଆସି ବନ୍ଦାଣ କରି ଆଶିଷ ଭିକ୍ଷା କରିଛନ୍ତି।

29/11/2025

ରାଜ୍ୟ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘର ଆହ୍ବାନକ୍ରମେ ସାରା ରାଜ୍ୟରେ ତେର ଦଫା ଦାବି ନେଇ ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ କଳାବ୍ୟାଜ ପରିଧାନକରି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଅନୁରୂପ ଭାବରେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସୁଆଁପଦା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସଂଘର ନିଷ୍ପରିକ୍ରମେ କଳାବ୍ୟାଜ ପରିଧାନ କରି ଧାରଣା ରେ ବସିଛନ୍ତି ।

29/11/2025

ବିଂଝାରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ନନ୍ଦୀପୁର ପଞ୍ଚାୟତ କରତରା ଗ୍ରାମରେ ମଣ୍ଡଳ ସ୍ତରିୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।
#ମିଶ୍ରଣପର୍ବ

29/11/2025

କାର୍ଯ୍ୟରତ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା ।
ବରୀ ବ୍ଲକ ଅନ୍ତର୍ଗତ ନେଉଳା ଠାରେ ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ମୃତ ଶ୍ରମିକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ପ୍ରଦାନ,ପ୍ରତିପୋଷଣ ପାଇଁ ମାସିକ ୧୫୦୦୦ ଟଙ୍କା ପ୍ରଦାନ ସହିତ ତାଙ୍କ ପିଲାମାନଙ୍କ ପାଠ ପଢାପାଇଁ ସ୍ବତନ୍ତ୍ର ସହାୟତା ରାଶି ପ୍ରଦାନ ଦାବିରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି।ସୂଚନା ମୁତାବକ ମୃତ ଶ୍ରମିକ ଙ୍କ ଘର ଅରଙ୍ଗାବାଦ ଗ୍ରାମରେ ହୋଇଥିବା ବେଳେ ସେ ହରି ମଲିକଙ୍କ ପୁଅ ରାମକୃଷ୍ଣ ମଳିକ ବୋଲି ଜଣାପଡିଛି ତାଙ୍କର ବୟସ ପାଖାପାଖି ୪୭ ହୋଇଥିବାବେଳେ ସଂମ୍ପୃକ୍ତ ଶ୍ରମିକ ଜଣଙ୍କ କମ୍ପାନୀ ଗୋଦାମରେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
S.P., Jajpur

-ପ୍ରତ୍ୟେକ ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ-ଏନେଇ ଘୋଷଣା କଲେ ରାଜ୍ୟ ସରକାର-ପଞ୍ଚାୟତ ପିଅନ ଭାବେ ସୃଷ୍ଟି ହେବ ନୂତନ ପଦବୀ -ପଞ୍ଚାୟତ ପିଅନଙ୍କ...
29/11/2025

-ପ୍ରତ୍ୟେକ ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ
-ଏନେଇ ଘୋଷଣା କଲେ ରାଜ୍ୟ ସରକାର
-ପଞ୍ଚାୟତ ପିଅନ ଭାବେ ସୃଷ୍ଟି ହେବ ନୂତନ ପଦବୀ
-ପଞ୍ଚାୟତ ପିଅନଙ୍କ ଦରମା ୧୩ ହଜାର ୧୬୦ ଟଙ୍କା

29/11/2025

ଦୀର୍ଘ ୩ ବର୍ଷ ଧରି ରୋଜଗାର ନାହିଁ, ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଯୋଗାଡ଼ ଚିନ୍ତାରେ ପୁରା ପରିବାର।ତେବେ ଏଭଳି ଚିତ୍ର ଦେଖିବାକୁ ମିଳିଛି, କୋରେଇ ନିର୍ବାଚନ ମଣ୍ଡଳୀ, ରସୁଲପୁର ବ୍ଲକ୍,ବଡକଇଁଚି ପଞ୍ଚାୟତ ମଠସାହିର ପ୍ରଶାନ୍ତ ଦାସଙ୍କ ପରିବାରରେ ।
CMO Odisha District Administration, Jajpur

28/11/2025

ଘସିପୁରା ବ୍ଲକ ସାଇଁକୂଳ ଠାରେ ବିଜେପି ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଟିତ । ଏଥିରେ ଘସିପୁରା ଅଞ୍ଚଳ ବିଭିନ୍ନ ଦଳରୁ ଆସି ବିଜେପିରେ ସାମିଲ ହୋଇଥିଲେ।

28/11/2025

ଯାଜପୁର ଟାଉନ: ୧୭ହଜାର ଟଙ୍କାର ସାମସଙ୍ଗ ମୋବାଇଲ କିଣି ଲଟେରୀ ଜିତିଲେ ୨.୫୦ଲକ୍ଷ ଟଙ୍କାର ବୁଲେଟ।

ଅନେକ ଆନ୍ତର୍ଜାତୀୟ ପୁରସ୍କାର ଜିତିଥିବା, ବହୁ ପ୍ରତିକ୍ଷିତ “ନନ୍ଦ ମାଷ୍ଟରଙ୍କ ଚାଟଶାଳୀ” ଫିଲ୍ମ ଆସନ୍ତା ଡିସେମ୍ବର ୧୨ ତାରିଖରେ ଓଡିଶା ସମେତ ...
28/11/2025

ଅନେକ ଆନ୍ତର୍ଜାତୀୟ ପୁରସ୍କାର ଜିତିଥିବା, ବହୁ ପ୍ରତିକ୍ଷିତ “ନନ୍ଦ ମାଷ୍ଟରଙ୍କ ଚାଟଶାଳୀ” ଫିଲ୍ମ ଆସନ୍ତା ଡିସେମ୍ବର ୧୨ ତାରିଖରେ ଓଡିଶା ସମେତ ଭାରତର ବିଭିନ୍ନ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି🎬🎬

Address

Jajpur
JAJPURROD

Telephone

+917077133749

Website

Alerts

Be the first to know and let us send you an email when Jajpur Mirror posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jajpur Mirror:

Share