
12/08/2024
ଦେଶର ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ଦେଲେ କେନ୍ଦ୍ର ସରକାର, ହେଲେ ଓଡିଶାକୁ ମିଳିଲାନି ଭାଗ । ଉଠିଲା ପ୍ରଶ୍ନ, ଓଡିଶାକୁ ଅଣଦେଖା କାହିଁକି?
କେନ୍ଦ୍ର ସରକାର ଦେଶର ୬ ରାଜ୍ୟକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଦେବା ପରେ ଓଡିଶାରେ ସ୍ୱର ଉଠିଛି। ଯଦି ଅନ୍ୟ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯାଉଛି, ଓଡିଶାକୁ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିଛି।
ଆନ୍ଧ୍ରପ୍ରଦେଶ
---------
ପୋଲାଭରମ ପାଇଁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ
ରାଜଧାନୀ ଅମରାବତୀର ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ
ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଆର୍ଥିକ ପ୍ୟାକେଜ
କେରଳ
-------
୨୯ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ
ମଧ୍ୟପ୍ରଦେଶ
---------
ସମତା ମେଳା ପାଇଁ ୨୦ ହଜାର କୋଟିର ସ୍ୱତନ୍ତ୍ର ଅନୁଦାନ
ଉତ୍ତରପ୍ରଦେଶ
----------
ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ପ୍ୟାକେଜ
ବିହାର
--------
ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ
କର୍ଣ୍ଣାଟକ
-------
ରାଜଧାନୀ ବେଙ୍ଗାଲୁରୁ ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଅନୁଦାନ
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ ଅଫ ଏକସପେଣ୍ଡିଚର ପକ୍ଷରୁ ଏହି ସୂଚନା ମିଳିବା ପରେ ଓଡିଶାରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଦେଶର ପ୍ରମୁଖ ୬ ଟି ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ଦିଆଯାଇଥିବା ବେଳେ ଓଡିଶାକୁ କାହିଁକି ନୁହେଁ ବୋଲି ଏବେ ପ୍ରଶ୍ନ ଉଠିଛି।