13/01/2026
ଗଣେଶ୍ୱରପୁର ଗାଁ ଅଙ୍ଗନବାଡି କେନ୍ଦ୍ର ପାଇଁ 19 ଲକ୍ଷ ଟଙ୍କାର ଯୋଜନା
ଯାଜପୁର ନିର୍ବାଚନ ମଣ୍ଡଳୀର,ଚଇନପୁର ଗ୍ରାମପଞ୍ଚାୟତର, ଗଣେଶ୍ୱରପୁର ଗାଁର ପଲ୍ଲୀ ସଭାରେ ଯୋଗ ଦେଇଥିଲି | ଏଥିରେ ବ୍ଲକ ଅଧିକାରୀ, ପଞ୍ଚାୟତ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ଓ ବହୁ ଗ୍ରାମବାସୀ ସହିତ ଶ୍ରୀ ବିରଞ୍ଚି ରାଉତ ଯୋଗ ଦେଇ ଗାଁ ର ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପକୁ ସର୍ବସାମ୍ମତି କ୍ରମେ ସ୍ଥିର କରିଥିଲେ |
ବହୁ ପ୍ରତିକ୍ଷୀତ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ 10 ଲକ୍ଷ, ଅଙ୍ଗନବାଡି ଶୌଚାଳୟ ପାଇଁ 3 ଲକ୍ଷ, ଅଙ୍ଗନବାଡି ସଂଲଗ୍ନ ରାସ୍ତା ପାଇଁ 5 ଲକ୍ଷ ଓ ଅଙ୍ଗନବାଡି ସମ୍ମୁଖରେ ସୋଲାର ଲାଇଟ ପାଇଁ 1 ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଂଜୁର କରାଗଲା |
ମନ୍ଦିର ବାରଣ୍ଡାରେ ଥିବା ଅଙ୍ଗନବାଡି କେନ୍ଦ୍ର ପାଇଁ 19 ଲକ୍ଷ ବ୍ୟୟ ଅଟକଳ, ନିଶ୍ଚୟ ଏକ ସ୍ୱାଗତଯୋଗ୍ୟ ନିଷ୍ପତି |