OdishaBlitz

OdishaBlitz Contact information, map and directions, contact form, opening hours, services, ratings, photos, videos and announcements from OdishaBlitz, News & Media Website, Beheramal, Jharsuguda.

26/11/2024
10/05/2024

Fact Check....
ଜଳ ଜୀବନ ମିଶନ (JJM) ନେଇ କିଏ ସତ କହୁଛି ,,,,ଓଡିଶାକୁ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କ ଅଂଶଧନ ବାବଦରେ ଗତ ୫ ବର୍ଷ ମଧ୍ୟରେ କେତେ କୋଟି ଟଙ୍କା ଦେଇଛନ୍ତି ଓ କେତେ କୋଟି ଖର୍ଚ୍ଚ ହୋଇଛି । ଜଳ ଜୀବନ ମିଶନ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ କଟକ ସାଂସଦ ଭର୍ତ୍ତୃହରି ମହତାବ ରାଜ୍ୟବାସୀଙ୍କୁ ତଥ୍ୟ କୁ ନେଇ ଭୁଆଁ ବୁଲାଇଛନ୍ତି ।


(Testing Video)

04/04/2024

ବରଗଡ଼ ସଂସଦୀୟ କ୍ଷେତ୍ର ରୁ ଏହିଭଳି ପ୍ରାର୍ଥୀ ଘୋଷଣା କରିଥିଲେ ନିର୍ବାଚନ ମାହୋଲ କେମିତି ହୋଇଥାନ୍ତା....

ଲୋକସଭା ପ୍ରାର୍ଥୀ-ଇରାଶିଷ ଆଚାର୍ଯ୍ୟ

ବିଧାନସଭା ପ୍ରାର୍ଥୀ
ପଦ୍ମପୁର- ପ୍ରଦୀପ ପୁରୋହିତ
ବିଜେପୁର-ସୁରେଶ ପୂଜାରୀ
ଭଟଲି-ସୁଶାନ୍ତ ମିଶ୍ର
ବରଗଡ଼-ମୁରଲୀ କ୍ରିଷ୍ଣା
ଅତାବିରା-ନିହାର ମହାନନ୍ଦ
ଝାରସୁଗୁଡା-ଟଙ୍କଧର ତ୍ରିପାଠୀ
ବ୍ରଜରାଜନଗର-ବିଶ୍ୱଜିତ ଷଡଙ୍ଗୀ

22/12/2023

★ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ରୋକ୍

★ହାଇକୋର୍ଟଙ୍କ ବିନା ଅନୁମତିରେ ହୋଇପାରିବନି ନୂଆ ଜିଲ୍ଲା ଗଠନ

★ରାଜ୍ୟ ସରକାରଙ୍କୁ ଝଟକା, ଅଧାରେ ଅଟକିଲା ପଦ୍ମପୁର ଜିଲ୍ଲା ସ୍ଵପ୍ନ

★ଶୀତ ଅବକାଶ ପରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟଙ୍କ ବିନା ଅନୁମତିରେ ନୂଆ ଜିଲ୍ଲା ଗଠନ କରିପାରିବେ ନାହିଁ ରାଜ୍ୟ ସରକାର। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବାବେଳେ ଓଡ଼ିଶା ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହିପରି ରାୟ ଦେଇଛନ୍ତି।

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ଗତ ୨୦୨୨ ମସିହା ନଭେମ୍ବର ମାସରେ ଘୋଷଣା କରିଥିଲେ ରାଜ୍ୟ ସରକାର। ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଏହି ଘୋଷଣା ହୋଇଥିବାରୁ ରାଜନୈତିକ ସ୍ଵାର୍ଥ ରଖି ରାଜ୍ୟ ସରକାର ଜିଲ୍ଲା ଗଠନ ନିଷ୍ପତ୍ତି ନେଇଥିବା ଅଭିଯୋଗ କରି ଓଡ଼ିଶା ହାଇକୋର୍ଟରେ ଏକ ମାମଲା ହୋଇଥିଲା।ଜିଲ୍ଲା ଘୋଷଣା କରିବା ସମୟରେ ରାଜ୍ୟ ସରକାର ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା ଏବଂ ପଚୁଆ ପ୍ରସଂଗକୁ ବିଚାରକୁ ନେଉନଥିବା ଆବେଦନ ପତ୍ରରେ ଦର୍ଶାଇଥିଲେ ଆବେଦନକାରୀ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ତଥା ରାଇରଙ୍ଗପୁର ବାର୍ ଆସୋସିଏସନ ସଭାପତି ଅକ୍ଷୟ କୁମାର ମହାନ୍ତି।ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇ ପାରିବେ । କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡା଼ନ୍ତ ଆଦେଶ ପ୍ରଦାନ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ବରଗଡ଼ ଜିଲ୍ଲା ଅଧିନ ପଦ୍ମପୁର ଉପଖଣ୍ଡ ଜିଲ୍ଲା ମାନ୍ୟତା ପ୍ରସଙ୍ଗକୁ ଝଟକା ଲାଗିଛି ।

 issue statement on 351 crore cash seizure:-◆The cash was kept hidden in chambers and a hidden safe-house camouflaged as...
21/12/2023

issue statement on 351 crore cash seizure:-

◆The cash was kept hidden in chambers and a hidden safe-house camouflaged as an unoccupied or nondescript residence located in small towns of the state, including Sudapada and Titlagarh in Bolangir district and Khetrajrajpur in Sambalpur district.

◆During the search operation, a large number of incriminating pieces of evidence in the form of documents and digital data have been found and seized.

◆The main employees looking after the business activities of the group, have admitted that the cash found and seized during the search operation, represents the unaccounted income of the group, generated through its multiple business concerns.

◆In total, the officials seized undisclosed cash amounting to more than Rs 351 crore and unaccounted jewellery exceeding Rs 2.8 crore.

21/12/2023

★ଜିଲ୍ଲା ଘୋଷଣା କାଉଣ୍ଟ ଡାଉନ ଆରମ୍ଭ

★ ଡିସେମ୍ବର ୩୦ରେ ପଦ୍ମପୁର ଜିଲ୍ଲା ମାନ୍ୟତା ଘୋଷଣା

★ଆସନ୍ତା ୩୦ରେ ରାଜ୍ୟ କ୍ୟାବିନେଟର ସ୍ବତନ୍ତ୍ର ବୈଠକ

★କ୍ୟାବିନେଟ ବୈଠକରେ ପଦ୍ମପୁରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତାକୁ ମୋହର ମାରିବା ପରେ ବିଧୂବଦ୍ଧ ଭାବେ ଘୋଷଣା

★ନୂଆ ଜିଲ୍ଲାରେ ବରପାଲି , ଗାଇସିଲେଟ ବିଜେପୁର , ପାଇକମାଳ , ଝାରବନ୍ଧ ଓ ପଦ୍ମପୁର ବ୍ଲକ ସହ ପଦ୍ମପୁର ଏବଂ ବରପାଲି ଏନଏସି ମଧ୍ୟ ରହିବ

10/12/2023

ମଦ ବେପାରୀଙ୍କ ଉପରେ ଆୟକର ଚଢ଼ାଉ....


27/11/2023

ବିଜେଡି ରେ ଯୋଗ ଦେଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ...


16/11/2023

★ଅସରନ୍ତି ଦୁଃଖରେ ହୀରାକୁଦ ବିସ୍ଥାପିତ

★ହୀରାକୁଦ ବିସ୍ଥାପିତଙ୍କୁ ପ୍ରତାରଣା ଆଉ ଏକ ନଗ୍ନ ନମୁନା

★ମଣିଷ ଶୂନ୍ୟ ରାଜସ୍ବ ଗ୍ରାମ ଘୁନଘୁଟପାଲି

ବିଶ୍ୱର ଦୀର୍ଘତମ ମାଟିବନ୍ଧ ହୀରାକୁଦ ଡ୍ୟାମ୍ ପାଇଁ ନିଶ୍ଚିନ୍ନ ହୋଇଛି ପ୍ରାୟ ୩୬୦ ଗାଁ ଓ ବିସ୍ଥାପିତ ହୋଇଛନ୍ତି ଲକ୍ଷେରୁ ଅଧିକ ଲୋକ । ବନ୍ଧ ନିର୍ମାଣ ବେଳେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ହଜାର ହଜାର ପରିବାର ହରାଇଥିଲେ ଭିଟାମାଟି । ହେଲେ ସେ ବାସହରା ପାଇଛନ୍ତି କଣ ? ବଞ୍ଚୁଛନ୍ତି କେମିତି ?

ବିସ୍ଥାପନକୁ ବିତିଲାଣି ୬୭ବର୍ଷ । ହେଲେ ଆଜି ଯାଏଁ ନା ମିଳିଛି କ୍ଷତିପୂରଣ ନା’ ସମ୍ପୂର୍ଣ୍ଣ ହୋଇପାରିଛି ଥଇଥାନ ପ୍ରକ୍ରିୟା। ଆମେ କହୁଛୁ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ହୀରାକୁଦ ନଦୀ ବନ୍ଧ ନିର୍ମାଣ ସମୟର ବିସ୍ଥାପିତଙ୍କ କଥା ।

On the occasion of National Press Day, I extend my warm regards and gratitude to all members of the Media Fraternity for...
16/11/2023

On the occasion of National Press Day, I extend my warm regards and gratitude to all members of the Media Fraternity for their contributions towards a positive and healthy society! Keep spreading the right message!

ହାତ ଧରି ପାରନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗି...
10/11/2023

ହାତ ଧରି ପାରନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗି...

30/10/2023

♀ଜାତୀୟ ରାଜପଥ ୪୯ ସମସ୍ୟା ନେଇ ହଟହଟା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ....
♀ଝାରସୁଗୁଡା ଜିଲ୍ଲା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଉପରେ କେବେ ଶୁଭ ଦୃଷ୍ଟି ପଡିବ ???




Address

Beheramal
Jharsuguda
768203

Alerts

Be the first to know and let us send you an email when OdishaBlitz posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to OdishaBlitz:

Share