15/01/2026
( #ହରି_ଆରୁ_ବାଘର__କଥାନି )
ଗୁଟେ ଗାଁ ନେ ହରି ବଲି ଗୁଟେ ଲୋକ ରହୁଥିଲା। ସେ ବହୁତ୍ ଗରିବ୍ ଥିଲା କିନ୍ତୁ ବୁଦ୍ଧି ତାର୍ ଚକମକ୍। ଦିନେ ସେ ଜଙ୍ଗଲକେ କାଠ୍ କାଟବାର୍ ଲାଗି ଯାଇଥିଲା। କାଠ୍ କାଟୁ କାଟୁ ତାର୍ ସାମ୍ନାକେ ଗୁଟେ ବଡ଼୍ ମାତଲା ବାଘ ଆସିଗଲା।
ବାଘ ଗର୍ଜନ କରି କରି କହେଲା, "ହରି! ଆଜି ମୁଇଁ ତତେ ଖାଏମି, ବହୁତ୍ ଭୋକ୍ ଲାଗୁଛେ ମତେ।"
ହରି ଡରି ଗଲା, କିନ୍ତୁ ବୁଦ୍ଧି ହାର୍ ନାଇଁ ମାନଲା। ସେ ହସି କରି କହେଲା, "ମାମୁଁ! ମତେ ଖାଇକରି କାଣା ପାଏବେ? ମୁଇଁ ତ ଶୁଖୁଆଟେ ଅଛେ। ତମକେ ଯଦି ଅସଲି ମିଠା ଜିନିଷ ଖାଏବାର୍ ଅଛେ ତ ମୁଇଁ ଗୁଟେ ଜାଗା ଜାନିଛେ।"
ବାଘ ପଚରାଲା, "କାଣା ଜିନିଷଟେ? ଜଲ୍ଦି କହ।"
ହରି ପାଖେ ଥିବାର୍ ଗୁଟେ ବଡ଼୍ ମହୁଁ ଘରା ( ) କେ ଦେଖେଇ କରି କହେଲା, "ହେଇ ଦେଖୁନ୍ ମାମୁଁ, ସେଟା ହେଉଛେ ସରଗର ବାଜା। ସେଟାକେ ଯଦି ଥରେ ବଜେଇ ଦେବେ, ତେବେ ଭିତରୁ ଏନ୍ତା ମିଠା ରସ ବାହାରବା ଯେ ତମେ ଜୀବନେ ନାଇଁ ଚାଖିଥିବ। କିନ୍ତୁ ମୁଇଁ ପଲାଲେ ଯାଇ ବଜାବେ, ନାଇଁ ହେଲେ ମତେ ବି ଲୋଭ୍ ଲାଗ୍ବା।"
ବାଘ ଲୋଭ୍ ନେ ପଡ଼ିଗଲା। ସେ କହେଲା, "ହଉ, ତୁଇ ପଲା।"
ହରି କିଛି ଦୂରକେ ଦଉଡ଼ି ପଲାଲା ଆରୁ ଗୁଟେ ଗଛ୍ ପଛ୍ନେ ଲୁକି କରି ଦେଖଲା। ବାଘ ଖୁସି ହେଇ କରି ତାର୍ ପଞ୍ଝା ନେ ସେ ମହୁଁ ଘରାକେ ଜୁର୍ ସେ ମାରଲା। ବାଜା ତ ନାଇଁ ବାଜଲା, କିନ୍ତୁ ହଜାର୍ ହଜାର୍ ବିଷାକ୍ତ ମହୁଁ ମାଛି ବାହାରି କରି ବାଘକେ ଏନ୍ତା ଚାବଲେ ଯେ ବାଘ "ବାପ୍ ରେ, ମଲି ରେ" କହି କରି ନଦୀ ଆଡ଼କେ ଦଉଡ଼ଲା।
ହରି ସେପଟେ ହସି ହସି ନିଜର ଘରକେ ପଲେଇ ଆସଲା।
ଶିକ୍ଷା: ବିପଦ୍ ବେଲେ ବୁଦ୍ଧି ନାଇଁ ହାରଲେ, ବଡ଼୍ ବଡ଼୍ ଶତ୍ରୁକେ ବି ହରେଇ ହେସି।