News99 Odia

News99 Odia ଆମର ଦାୟିତ୍ବ ଆପଣଙ୍କ ପାଖରେ ଖବର ପହଞ୍ଚାଇବା
ପ୍ରତି ମୁହୂର୍ତ୍ତରେ ପ୍ରତିଟି ସ୍ଥାନରୁ ପ୍ରତ୍ୟେକ କୋଣରୁ
ଆମେ ଆଣିବୁ ଖବର, ଆଉ ସେ ଖବର ଜାଣି
ଆପଣ ହେବେ ସର୍ତ୍ତକ, ସୁରକ୍ଷିତ ଆଉ ସଚେତନ...🖋️
(1)

16/07/2026

#ପୁରୀରେ_ଏକ_ବଡ଼_ଅଘଟଣ_
#ଅଣନିଃଶ୍ବାସୀ_ହୋଇ_ଜଣେ_ଭକ୍ତଙ୍କର_ମୃତ୍ୟୁ
#ଏକାଧିକ_ଗୁରୁତର ଆଜି ଶ୍ରୀକ୍ଷେତ୍ରରେ ଗୋଟିଏ ପଟେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଘଟିଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ। ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି। ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି।
​ ​ ​ ​ ​ ​ ​ ​ ​

16/07/2026

#ନିଜ_୪_ବର୍ଷର_ପୁଅକୁ_କଟୁରିରେ_ହାଣି_ହତ୍ୟା_କଲା_ବାପା_
#ମୟୂରଭଞ୍ଜରେ_ଅଭାବନୀୟ_କାଣ୍ଡ_
ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ଘଟିଛି। ଆଜି ସକାଳେ ସୋହନ ସିଂ ନାମକ ଜଣେ ବ୍ୟକ୍ତି ଘର ଭିତରେ ନିଜର ୪ ବର୍ଷର ନିରୀହ ପୁଅ ଦୁମ୍ବି ସିଂଙ୍କୁ କଟୁରିରେ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି। ​

16/07/2026

#ସମୁଦ୍ରରେ_ଟ୍ରଲର_ନିଖୋଜ_ଘଟଣା_
#ସରକାରୀ_ଅବହେଳାକୁ_ନେଇ_BJD_ବିଧାୟକଙ୍କ_କ୍ଷୋଭ
​ଭୋଗରାଇର 'ଜୟ ମା କାଳୀ' ଟ୍ରଲର ଏବଂ ସେଥିରେ ଥିବା ୧୬ ଜଣ ମତ୍ସ୍ୟଜୀବୀ ନିଖୋଜ ହେବା ଘଟଣାରେ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ବିଫଳତାକୁ ନେଇ ବିଧାୟକ ଗୌତମବୁଦ୍ଧ ଦାସ କଡ଼ା ସମାଲୋଚନା କରିଛନ୍ତି।

16/07/2026

#ଜଗା_ଅପେକ୍ଷାରେ_ରଥ_ପଥ_ଭକ୍ତ​
ରତ୍ନବେଦୀରୁ ଓହ୍ଲାଇବେ ମହାପ୍ରଭୁ । ମଣିମାଙ୍କ ଅପେକ୍ଷାରେ ରଥ, ପଥ, ଭକ୍ତ । ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା । ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ। ସକାଳୁ ସକାଳୁ ପୁରୀକୁ ଛୁଟିଲାଣି ହଜାର ହଜାର ଭକ୍ତଙ୍କ ସୁଅ ।
​ ​ ​ ​ ​

15/07/2026

ଟୋଲ୍ ପ୍ଲାଜା ନିକଟରେ_ଟ୍ରକ୍ ଡ୍ରାଇଭରଙ୍କୁ ମାଡ଼,
ଟଙ୍କା ଲୁଟ୍! ଜଳେଶ୍ୱର ଥାନାରେ ମାମଲା ରୁଜୁ
ଦେଖନ୍ତୁ ସମ୍ପୂର୍ଣ୍ଣ ଘଟଣା...
ଜଳେଶ୍ୱର: ୧୬ ନଂ ଜାତୀୟ ରାଜପଥର ଲଖ୍ମଣନାଥ ସୀମାନ୍ତରେ ୟୁନିଫାଏଡ୍ ଚେକ୍ ଗେଟ୍ ଉଛେଦ ହୋଇଥିଲେ ମଧ୍ୟ ଚାନ୍ଦା ଆଦାୟ ବନ୍ଦ ହେବାର ନାଁ ନେଉନାହିଁ। ଶନିବାର ରାତିରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ବର୍ଷାରେ ବଡ଼ଦାଣ୍ଡ...ସାଆନ୍ତେ ଆସିବା ପୂର୍ବରୁ ଦାଣ୍ଡ ଧୋଇଦେଲେ ବର୍ଷାରାଣୀ
15/07/2026

ବର୍ଷାରେ ବଡ଼ଦାଣ୍ଡ...
ସାଆନ୍ତେ ଆସିବା ପୂର୍ବରୁ ଦାଣ୍ଡ ଧୋଇଦେଲେ ବର୍ଷାରାଣୀ

15/07/2026

#ପୁରୀ_ରଥ_ପାଖରେ_ସନ୍ଧାନୀ_କୁକୁର...
ଘୋଷ ଯାତ୍ରା ପୂର୍ବରୁ ସୁରକ୍ଷାକୁ ନେଇ ଚାଲିଛି ବଡ଼ ପ୍ରସ୍ତୁତି
ସୁରକ୍ଷା ବ୍ୟବସ୍ଥା କଡା କଡି...

15/07/2026

#କାକଦ୍ୱୀପରେ_ମିଳିଥିବା_୯_ମୃତଦେହର_ପରିଚୟ_ପାଇଁ #ଆରମ୍ଭ_ହେଲା_DNA_ପରୀକ୍ଷା
​କାକଦ୍ୱୀପରେ ମିଳିଥିବା ୯ଟି ମୃତଦେହକୁ ଚିହ୍ନଟ କରିବା ପାଇଁ ପ୍ରଶାସନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ମୃତଦେହଗୁଡ଼ିକର ଅବସ୍ଥା ଯୋଗୁଁ ସିଧାସଳଖ ପରିଚୟ ମିଳିବା ସମ୍ଭବ ହେଉ ନଥିବାରୁ, ବର୍ତ୍ତମାନ ନିଖୋଜ ମତ୍ସ୍ୟଜୀବୀଙ୍କ ପରିବାରବର୍ଗଙ୍କଠାରୁ DNA ନମୁନା ସଂଗ୍ରହ କରାଯାଉଛି।

Address

Kaptipada

Alerts

Be the first to know and let us send you an email when News99 Odia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share