
12/01/2025
ଅକଳ୍ପନୀୟ, ଅକଥନୀୟ, ଅବାଂଛିତ ତୋର କାହାଣୀ
ହେ ନାରୀ.....
ବଡ ବିଚିତ୍ର ତୋର କାହାଣୀ.....
କେବେ ଲୁଣ୍ଠିତ, କେବେ ବଞ୍ଚିତ
ତଥାପି ଡରି ନାହୁଁ,ନଇଁ ନାହୁଁ ସଂଘର୍ଷ ର ଯୁଦ୍ଧଭୂମିରେ
ଆପ୍ରାଣ କରିଛୁ ଲଢେଇ
ହେ ନାରୀ.....
ବଡ ବିଚିତ୍ର ତୋର କାହାଣୀ....
ମନ ମୋର ପ୍ରଶ୍ନବାଚୀ...??? ତୋତେ ବୁଝି ମୁଁ ପାରେନି
କେବେ ପୂଜା ପାଉ ପୁଣି କେବେ ହେଉ ହୀନିମାନି
ବୁଢିଆଣୀ ଜାଲ ପରି ଛନ୍ଦି ହୁଏ ଅଦ୍ଭୁତ ତ ପଂକ୍ତି
ହେ ନାରୀ.....
ବଡ ବିଚିତ୍ର ତୋର କାହାଣୀ....
ଶୁଣିଛି ମୁଁ ଇତିହାସ ତୋର, ଅଙ୍ଗାରରେ ଚାଲିଛୁ ତୁ
ସତ୍ୟ ଯୁଗେ ପଥର ହୋଇଛୁ ତୁ, ତ୍ରେତୟା ରେ ନାକକୁ ତୁ କାଟିଛୁ
ପୁଣି ଦ୍ଵାପରରେ କୁରୁସଭାସ୍ଥଳେ ତୁ ଅପମାନ ପାଇଛୁ
ରାବଣ ରାଜ୍ୟରେ ନୁହେଁ, ରାମ ରାଜ୍ୟରେ ତୁ ଘରୁ ବିତାଡିତ ହୋଇଛୁ
ହେ ନାରୀ....
ବଡ ବିଚିତ୍ର ତୋର ଜୀବନ କାହାଣୀ....
ଏହି ବେରଙ୍ଗ ଜୀବନରେ ତୁ ଇନ୍ଦ୍ରଧନୁ ର ସାତ ରଙ୍ଗ
ଅସାମାଜିକ ବାଲି ଝଡ ଦୁନିଆଁ ରେ ତୁ ଏକ ଶକ୍ତ ଚଟାଣ
ତୁ ଆରମ୍ଭ ପୁଣି ତୁ ହିଁ ତ ଶେଷ ଆଉ ମମତାର ଗନ୍ତାଘର
ତେଣୁ ନିଜେ ନିଜକୁ ତୁ ଗଢ, ନିଜ ପରିଚୟ ନିଜେ ହିଁ ତୁ ଖୋଜ
ହେ ନାରୀ.....
ବଡ ବିଚିତ୍ର ତୋର କାହାଣୀ....
....✍️ବାସନ୍ତୀ ଗିରି