Odia Samachar Live

Odia Samachar Live ଓଡ଼ିଶା ବାସୀଙ୍କ ସହିତ ପ୍ରତିଟି ମୁହୂର୍ତ୍ତରେ, ସତ୍ୟ ପଥେ ସଦା ସର୍ବଦା , 🙏 ଜୟ ଜଗନ୍ନାଥ 🙏 ଜୟ ମା ତାରିଣୀ 🙏

13/08/2026

ବୈତରଣୀରେ ବଢ଼ିଲା ଜଳସ୍ତର, ଆନନ୍ଦପୁର ରିଙ୍ଗ୍‌ ରୋଡ୍‌ ଘାଇ ଦେଇ ପୁଣି ପଶିଲା ବନ୍ୟାଜଳ।
ଘରେ ଘରେ ପହଞ୍ଚି ପୋଲିସର ସତର୍କ ସୂଚନା
#ଆନନ୍ଦପୁର #କେନ୍ଦୁଝର #ଓଡ଼ିଶା #ବୈତରଣୀ

13/08/2026

ବର୍ତ୍ତମାନ ସବୁଠୁ ବଡ଼ ଖବର ଆନନ୍ଦପୁର ରିଙ୍ଗ ରୋଡ଼ ମଧ୍ଯ ଭାଗରେ ଘାଇ ସୃଷ୍ଟି ହୋଇ ଥିବା ସ୍ଥାନ ଦେଇ ପୁଣି ପଶିଲା ବୈତରଣୀ ବନ୍ୟା ଜଳ, ସତର୍କ ରୁହନ୍ତୁ ସତର୍କ କରାନ୍ତୁ, ପ୍ରଶାସନ କୁ ସହଯୋଗ କରନ୍ତୁ।

13/08/2026

କେନ୍ଦୁଝର ଜିଲ୍ଲା ର ଉପର ମୁଣ୍ଡରେ ବର୍ଷା ଯୋଗୁ ବୈତରଣୀ ରେ ଜଳ ସ୍ତର ବିପଦ ସଂକେତ ଉପରେ ଅଛି... ଏଇ କିଛି ଦିନ ତଳେ ଯେମିତି ଭାବେ ଜଳ ସ୍ତର ଥିଲା, ଠିକ ସେହିପରି ଜଲସ୍ତର ରାତ୍ରି ୧ଟା ସୁଦ୍ଧା ଅଚାନକ ବଢ଼ିଯିବାର ସମ୍ଭାବନା ଅଛି.. ଏଣୁ ସମସ୍ତେ ବନ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ଜନସାଧାରଣ ଙ୍କୁ ସତର୍କ କରେଇବା ସହ, ତୁରନ୍ତ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳ କୁ ସ୍ଥାନାନ୍ତରିତ କରିବାରେ ପ୍ରଶାସନ କୁ ଜଣାଇବା ସହ ସହଯୋଗର ହାତ ବଢ଼ାନ୍ତୁ।

ଫକୀରପୁର ବୋଡାବିଲ ସାହି ର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପଶିଲା ପାଣି। ଖବର ଅନୁଯାୟୀ ଲଗାଣ ବର୍ଷାରେ ବିଦ୍ୟାଳୟ ର ଶ୍ରେଣୀ ଗୃହ ଏବଂ ରୋଷେଇ ...
13/08/2026

ଫକୀରପୁର ବୋଡାବିଲ ସାହି ର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପଶିଲା ପାଣି। ଖବର ଅନୁଯାୟୀ ଲଗାଣ ବର୍ଷାରେ ବିଦ୍ୟାଳୟ ର ଶ୍ରେଣୀ ଗୃହ ଏବଂ ରୋଷେଇ ଗୃହ, ଖେଳ ପଡ଼ିଆ ଆଦି ସ୍ଥାନରେ ପାଣି ଜମି ରହୁଛି। ତେବେ ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବା କୁ ଦାବି ହୋଇଛି ।

#ଫକୀରପୁର #ବୋଡାବିଲସାହି #ପ୍ରାଥମିକବିଦ୍ୟାଳୟ #ବିଦ୍ୟାଳୟରେପାଣି #ଲଗାଣବର୍ଷା #ଜଳନିଷ୍କାସନ #ଛାତ୍ରଛାତ୍ରୀ #ଶିକ୍ଷକଶିକ୍ଷୟିତ୍ରୀ #ବିଦ୍ୟାଳୟସମସ୍ୟା #ପ୍ରଶାସନ #ସମସ୍ୟାସମାଧାନ #ଓଡ଼ିଶାନ୍ୟୁଜ #ସତ୍ୟପଥେ
#ଆନନ୍ଦପୁର #କେନ୍ଦୁଝର #ଓଡ଼ିଶା ପ

ମେଡିକାଲ କ୍ୟାମ୍ପସରୁ ଦୋକାନ ହଟାଇବାକୁ ଦାବିନିରାମୟ ଥାଇ ବି ଔଷଧ ଦୋକାନ କାହିଁକି? କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରିସରର...
13/08/2026

ମେଡିକାଲ କ୍ୟାମ୍ପସରୁ ଦୋକାନ ହଟାଇବାକୁ ଦାବି

ନିରାମୟ ଥାଇ ବି ଔଷଧ ଦୋକାନ କାହିଁକି?

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ଏକ ବେସରକାରୀ ଔଷଧ ଦୋକାନକୁ ନେଇ ଦିନକୁ ଦିନ ବଢୁଛି ଅସନ୍ତୋଷ। ମେଡିକାଲ ପରିସରରେ ନିରାମୟ ଔଷଧ ବ୍ୟବସ୍ଥା ରହିଥିବା ସତ୍ତ୍ୱେ ଏଠାରେ ବେସରକାରୀ ଔଷଧ ଦୋକାନ କାହିଁକି ରହିଛି, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏହି ଦୋକାନକୁ କିଏ ଅନୁମତି ଦେଇଛି ଏବଂ କେଉଁ ନିୟମ ଆଧାରରେ ଏହା ଚାଲୁଛି, ତାହା ସ୍ପଷ୍ଟ କରିବାକୁ ଦାବି ହେଉଛି।

#ଆନନ୍ଦପୁର #କେନ୍ଦୁଝର #ଆନନ୍ଦପୁରମେଡିକାଲ #ବେସରକାରୀଔଷଧଦୋକାନ #ନିରାମୟ #ଔଷଧଦୋକାନ #ସ୍ୱାସ୍ଥ୍ୟବିଭାଗ #ମେଡିକାଲପରିସର #ଜନଅସନ୍ତୋଷ #ଓଡ଼ିଶାନ୍ୟୁଜ

ପୁରୁଣା ରିଙ୍ଗ ରୋଡ୍‌ ବାଲି ମାଫିଆଙ୍କ କବଜାରେନଦୀବନ୍ଧର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।ରାସ୍ତାର ମରାମତି ଓ ସୁରକ୍ଷା ଦିଗରେ ଜଳ ସମ୍ପଦ ...
13/08/2026

ପୁରୁଣା ରିଙ୍ଗ ରୋଡ୍‌ ବାଲି ମାଫିଆଙ୍କ କବଜାରେ

ନଦୀବନ୍ଧର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ରାସ୍ତାର ମରାମତି ଓ ସୁରକ୍ଷା ଦିଗରେ ଜଳ ସମ୍ପଦ ବିଭାଗ କହିଁକି ନୀରବ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକା ୩ ନମ୍ବର ୱାର୍ଡରେ ଥିବା ବୈତରଣୀ ପୁରୁଣା ନଦୀବନ୍ଧ ରିଙ୍ଗ ରୋଡ୍‌ ଏବେ ବାଲି ଚାଲାଣକୁ ନେଇ ଚର୍ଚ୍ଚାରେ। ଅଭିଯୋଗ ହେଉଛି, ଏହି ନଦୀବନ୍ଧ ରାସ୍ତା ଦେଇ ବାଲି ଚାଲାଣ ହେଉଥିବାରୁ ରାସ୍ତା ଦୁର୍ବଳ ହେବା ସହ ନଦୀବନ୍ଧର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

#କେନ୍ଦୁଝର #ଆନନ୍ଦପୁର #ବୈତରଣୀ #ରିଙ୍ଗରୋଡ୍ #ବାଲିଚାଲାଣ #ନଦୀବନ୍ଧ #ବାଲିମାଫିଆ #ଓଡ଼ିଶାନ୍ୟୁଜ

ଆଜି ଘଷିପୁରା ଥାନା ଅଞ୍ଚଳର ସମସ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନର ମୁଖ୍ୟମାନଙ୍କୁ ନେଇ ଘଷିପୁରା ଥାନା ରେ ଥାନାଧିକାରୀଣୀ ମିତାଲି ମଧୁମିତା ବି...
12/08/2026

ଆଜି ଘଷିପୁରା ଥାନା ଅଞ୍ଚଳର ସମସ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନର ମୁଖ୍ୟମାନଙ୍କୁ ନେଇ ଘଷିପୁରା ଥାନା ରେ ଥାନାଧିକାରୀଣୀ ମିତାଲି ମଧୁମିତା ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ୟାଙ୍କରେ ସିସିଟିଭି କ୍ୟାମେରା ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ, ଆଲାର୍ମ ବ୍ୟବସ୍ଥା ରହିଛି କି ନାହିଁ ଏବଂ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି କି ନାହିଁ, ସେନେଇ ଆଲୋଚନା କରାଯାଇଥିଲା। ଏଥିସହିତ ବ୍ୟାଙ୍କକୁ ଆସୁଥିବା ଲୋକଙ୍କ ସହ ଭଲ ବ୍ୟବହାର କରିବା ସହ ବ୍ୟାଙ୍କକୁ ଆସୁଥିବା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ପ୍ରାଥମିକତା ଭିତ୍ତିରେ ସେମାନଙ୍କ କାର୍ଯ୍ୟ ସମ୍ପାଦନ ଓ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରାଯାଇଥିଲା।

#ଘଷିପୁରା #ଆନନ୍ଦପୁର #କେନ୍ଦୁଝର #ଓଡ଼ିଶା #ଘଷିପୁରା_ପୋଲିସ #ଘଷିପୁରା_ଥାନା

12/08/2026

ହାଟଡିହି ରେ କୃଷକ ଙ୍କ ଗଣ ଆନ୍ଦୋଳନ ରାସ୍ତା ରୋକ୍ ।

#ହାଟଡିହି #କୃଷକ_ଆନ୍ଦୋଳନ #ଗଣଆନ୍ଦୋଳନ #ରାସ୍ତାରୋକ #ଚାଷୀ_ଆନ୍ଦୋଳନ #ହାଟଡିହି_ଖବର #କେନ୍ଦୁଝର #ଓଡ଼ିଶା_ଖବର #ଆନନ୍ଦପୁର

ସାଇବର ଠକେଇ ବିରୋଧରେ ପୋଲିସ୍‌ର ବଡ଼ ପଦକ୍ଷେପସାଇବର ଠକଙ୍କୁ ଲାଗିବ ଲଗାମ! ଆକ୍ସନ୍ ମୋଡ୍‌ରେ ଆନନ୍ଦପୁର ପୋଲିସ୍ ସାଇବର ଠକେଇ ବିରୋଧରେ ଆନନ୍ଦପ...
12/08/2026

ସାଇବର ଠକେଇ ବିରୋଧରେ ପୋଲିସ୍‌ର ବଡ଼ ପଦକ୍ଷେପ

ସାଇବର ଠକଙ୍କୁ ଲାଗିବ ଲଗାମ! ଆକ୍ସନ୍ ମୋଡ୍‌ରେ ଆନନ୍ଦପୁର ପୋଲିସ୍

ସାଇବର ଠକେଇ ବିରୋଧରେ ଆନନ୍ଦପୁର ପୋଲିସର ଦମଦାର ପଦକ୍ଷେପ କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ।। ଏବେ ସାଇବର ଠକେଇ ବଢ଼ୁଛି, ତାହା ସହିତ ବଢ଼ୁଛି ଅନଲାଇନ୍ ଠକଙ୍କ ନୂଆ ନୂଆ ଚାଲ୍ ।। ଏଭଳି ସମୟରେ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛି ଆନନ୍ଦପୁର ଉପଖଣ୍ଡ ପୋଲିସ୍ ।। କେବଳ ଅପରାଧ ଘଟିବା ପରେ କାର୍ଯ୍ୟାନୁଷ୍ଠାନ ନୁହେଁ, ଅପରାଧ ଘଟିବା ପୂର୍ବରୁ ଲୋକଙ୍କୁ ସଚେତନ କରିବାକୁ ପୋଲିସ୍‌ର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ।।

#ସାଇବରଠକେଇ #ସାଇବରସଚେତନତା #ଆନନ୍ଦପୁରପୋଲିସ #ଆନନ୍ଦପୁର #ଉପଖଣ୍ଡପୋଲିସ #ଅନଲାଇନଠକେଇ #ସାଇବରକ୍ରାଇମ #ପୋଲିସପଦକ୍ଷେପ #ଜନସଚେତନତା #ସଚେତନହୁଅନ୍ତୁ #ଠକଙ୍କନୂଆଚାଲ୍ #କେନ୍ଦୁଝର #କେନ୍ଦୁଝରଖବର #ଓଡ଼ିଶାଖବର #ନ୍ୟୁଜଅପଡେଟ୍

ଆବାସ ତାଲିକାରୁ କାଟିଦେଲେ ନାଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ଗ୍ରାମର କୁନ୍ତଳା ରଣା ଙ୍କ ନାମ ଆବାସ ତାଲିକାରେ ରହିଥିଲା। ତେବେ...
11/08/2026

ଆବାସ ତାଲିକାରୁ କାଟିଦେଲେ ନାଁ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ଗ୍ରାମର କୁନ୍ତଳା ରଣା ଙ୍କ ନାମ ଆବାସ ତାଲିକାରେ ରହିଥିଲା। ତେବେ ସେ ଜଣେ ଘରଣୀ ହୋଇଥିବା ବେଳେ ସ୍ବାମୀ ଦୀନ ମଜୁରିଆ। ସ୍ୱାମୀ ଯାହା ରୋଜଗାର କରି ଆଣନ୍ତି ଘରେ ଚଳେ,,, ରହିବାକୁ କହିଲେ ପଛରେ ଥିବା ଛପର ଘର ଖଣ୍ଡେ, ସେଇଟି ରୋଷେଇ ତ ସେଇଟି ଶୋଇବା, ଖାଇବା, । ଯଦି ଏହିପରି ଲୋକ ଙ୍କ ଆବାସ ଘରକୁ ତାଲିକାରୁ ନାଁ କାଟି ଦିଆଯାଉଛି। ତେବେ କହିବା କିଛି ସରକାରୀ କର୍ମଚାରୀ ସରକାରଙ୍କ ନୀୟମା ବଳି କୁ ଭୁଲି ନିୟମ କୁ ଫୁ କରି ଗାଁ ର କୁଜି ନେତା ମାନଙ୍କ ବୋଲୋକରା ହୋଇ କାର୍ଯ୍ୟ କରୁଛନ୍ତି। ଯାହା ଫଳରେ କିଛି ଲୋକ ତାଙ୍କ ହକ୍ ହରାଇ ବସୁଛନ୍ତି। ପରିଶେଷରେ ଉକ୍ତ ମହିଳା ବିଡ଼ିଓ ଙ୍କୁ ନିଜର ଅସୁବିଧା ଏବଂ ପାଇବାର ହକ୍ ଲିଖିତ ଜଣାଇ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଆନନ୍ଦପୁର ବିଡ଼ିଓ ମନୋଜ କୁମାର ମହାନ୍ତ ତଦନ୍ତ କରି ଉକ୍ତ ମହିଳା ଙ୍କୁ କେବେ ଆବାସ ଯୋଗାଉଛନ୍ତି କି ଅଭିଯୋଗ ଗୁଡ଼ିକ ଟେବୁଲ୍ ତଳେ ଚାପି ଦେଉଛନ୍ତି।

#ଆନନ୍ଦପୁର #କେନ୍ଦୁଝର

Address

Keonjhargarh

Website

Alerts

Be the first to know and let us send you an email when Odia Samachar Live posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share