Learn With Debashis

Learn With Debashis Hi, This page is about my teaching strategies and classroom practices to make the primary education stronger in Odisha.

ଗୋଟେ ସୁନ୍ଦର ସୂର୍ଯ୍ୟାସ୍ତ, କର୍ମକ୍ଷେତ୍ରର କ୍ଳାନ୍ତି କୁ ଦୂର କରିବା ପାଇଁ ଯଥେଷ୍ଟ☀️🌞ଖାସ କରି ଆମ ପରି ବୁଲାବୁଲି ପସନ୍ଦ କରୁଥିବା ଲୋକ ମାନଙ...
27/11/2025

ଗୋଟେ ସୁନ୍ଦର ସୂର୍ଯ୍ୟାସ୍ତ, କର୍ମକ୍ଷେତ୍ରର କ୍ଳାନ୍ତି କୁ ଦୂର କରିବା ପାଇଁ ଯଥେଷ୍ଟ☀️🌞
ଖାସ କରି ଆମ ପରି ବୁଲାବୁଲି ପସନ୍ଦ କରୁଥିବା ଲୋକ ମାନଙ୍କ ପାଇଁ। ଆଉ ସେ ସମୟର ମଜା ନାହିଁ। ଆଗରୁ ସାଙ୍ଗମାନେ ଏକାଠି ରହି କାମ କରୁଥିଲୁ। ନୀତି ସନ୍ଧ୍ୟାବେଳେ ଘରୁ ଗାଡି କାଢି ଆମେ ତିନି ସାଙ୍ଗ ବାହାରି ଯାଇଥିଲୁ ନଦୀ ଆଡ଼କୁ। ନଦୀ ବାଲିରେ ବସି ଦିନ ଯାକର ଚର୍ଚ୍ଚା ପରେ ସୂର୍ଯ୍ୟାସ୍ତ ପରେ ଫେରୁଥିଲୁ। ବିଶ୍ୱାସ କରନ୍ତୁ, ଦିନ ଯାକର tension ପୁରା ଗାୟବ। ଏବେ ଚାକିରି ଲାଗି ସମସ୍ତେ ଅଲଗା। ହଁ ଚର୍ଚ୍ଚା ଏବେବି ହୁଏ, ସବୁଦିନ ହୁଏ। ହେଲେ ଏକାଠି ରହିବାର ମଜା କିଛି ଅଲଗା।

ଏକାଠି ରହିବା ଛାଡିବାର ଗୋଟେ ବର୍ଷ ବିତି ଯାଇଛି। ପ୍ରାୟତଃ ସବୁ ସମୟରେ କିଛି ଗୋଟେ ଦେଖିଲେ ମନରେ ଆସିଯାଏ ସେତେବେଳେ ଆମେ ଏମିତି କରୁଥିଲୁ। ହବନି ବା କେମିତି ଏକାଠି ଆମେ ପ୍ରାୟ ଦଶ ବର୍ଷ ବିତେଇଛୁ। ସେ ଦିନ ଗୁଡାକ ଆଜିବି ମନେପଡ଼ିଲେ ଆଖିରେ ଲୁହ ଜକେଇ ଆସେ। ଆଜିବି ଆମେ ଯେତେବେଳେ ଏକାଠି ହେଉ ପୁଣି ସେହି ସମୟ ଗୁଡାକ ସେମିତି ବିତେଇବାକୁ ଚେଷ୍ଟା କରୁ। ଆଜି ବି ଏଇ ସଂଧ୍ୟାକୁ ଦେଖି ମନେହୁଏ ଫେରି ଆସନ୍ତା କି ପୁଣି ସେଇ ଦିନ, ବାସ୍, ଆମେ ତିନି ଜଣ, ନଦୀ ବାଲି, ଆଉ ସେଇ ଅସ୍ତାଚଳଗାମୀ ସୂର୍ଯ୍ୟର ସୁନେଲି କିରଣ

ପବନ କେତେ ବଳବାନ ନା🌬️କେତେବେଳେ ସେ ନିଃଶ୍ୱାସ ପାଇଁ ଆବଶ୍ୟକ ହୁଏ, ତ କେତେବେଳେ ମେଘକୁ ଉଡ଼ାଇ ଆଣିବାରେ, ଗୁଡ଼ି ଉଡ଼ାଇବାରେ, ଫୁଲର ବାସ୍ନା କୁ...
26/11/2025

ପବନ କେତେ ବଳବାନ ନା🌬️
କେତେବେଳେ ସେ ନିଃଶ୍ୱାସ ପାଇଁ ଆବଶ୍ୟକ ହୁଏ, ତ କେତେବେଳେ ମେଘକୁ ଉଡ଼ାଇ ଆଣିବାରେ, ଗୁଡ଼ି ଉଡ଼ାଇବାରେ, ଫୁଲର ବାସ୍ନା କୁ ଆଣି ଆମ ପାଖରେ ପହଞ୍ଚାଇବାରେ। ସେଇ ପବନ ଯେବେ ରାଗିଯାଇ ତାଣ୍ଡବ ରଚିଲେ ଉଡାଇ ନିଏ ଘର ଦ୍ବାର। ଆମେ ତା ଆଗରେ ବାସ୍ ଏହି ଟୁକୁରା କାଗଜ ପରି। ସମୟର ସୁଅ ରେ ଦଲକାଏ ପବନ ବଦଳାଏ ଗତିପଥ।

ସେଇ ପବନର ଶକ୍ତିକୁ ପଢ଼ାଇବା ସମୟର କିଛି ସୁନ୍ଦର ମୁହୂର୍ତ୍ତ

ଶିକ୍ଷକତା ଜୀବନର କଷ୍ଟ🤣🤣🤣ଶୀତଦିନ+ଶନିବାର+ ସକାଳୁଆ ସ୍କୁଲ 🤣ସାରା ବର୍ଷ ଶନିବାର ର ସକାଳୁଆ ସ୍କୁଲ ତ ଯେତେ କଷ୍ଟ ଦିଏନି  ଏ ଶୀତ ଦିନ ଟା ଦିଏ। ...
23/11/2025

ଶିକ୍ଷକତା ଜୀବନର କଷ୍ଟ🤣🤣🤣
ଶୀତଦିନ+ଶନିବାର+ ସକାଳୁଆ ସ୍କୁଲ 🤣

ସାରା ବର୍ଷ ଶନିବାର ର ସକାଳୁଆ ସ୍କୁଲ ତ ଯେତେ କଷ୍ଟ ଦିଏନି ଏ ଶୀତ ଦିନ ଟା ଦିଏ। ସକାଳର ଗାଢ଼ ନିଦ ସାଙ୍ଗରେ ଉଷୁମ କମ୍ବଳ ତଳୁ ନିଜକୁ କଷ୍ଟେମଷ୍ଟେ ବାହାର କରି ନିଜକୁ ଠିକ୍ କରି ସ୍କୁଲ ଯିବାକୁ ପଡ଼େ, ହେଲେ ଯାଇହୁଏ କୋଉଠି। ଘରୁ ବାହାରକୁ ବାହାରି ପଡ଼ିଲା ପରେ ରାସ୍ତା ଜଗେ କୁହୁଡି ର ଘନ ଆସ୍ତରଣ। ସତେ ଯେମତି କହୁଥାଏ ଫେରିଯା ପୁଣି କମ୍ବଳ ତଳକୁ।

ହେଲେ ସବୁ ଶିକ୍ଷକ ଜାଣନ୍ତି ଆମର ଯିବା ବାଟକୁ ଅନେଇ ବସିଥାନ୍ତି ଶହେ କୁନି ଆଖି। ତାଙ୍କରି ପାଇଁ, ଖାସ ତାଙ୍କରି ପାଇଁ ନିଜ ଭିତରର ସୈନିକ କୁ ବାହାର କରି ଆମେ ସ୍କୁଲ ଯାଉ
ଯଦି ଆପଣଙ୍କୁ ବି ସେମିତି ଲାଗେ, follow କରିଦେବେ 🤣

ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସତରେ କଣ ଏହା ଓଡ଼ିଶା ର ପ୍ରାଥମିକ ବିଦ୍ୟାଳୟ ଓ ଏହାର ଶିକ୍ଷା, ଶିକ୍ଷକ, ପରିବେଶ, ସୁବିଧା ଆଦି ଦ୍ଵାରା ବର୍ତ୍ତମା...
20/11/2025

ବାଲ ବୈଜ୍ଞାନିକ ପ୍ରଦର୍ଶନୀ
ସତରେ କଣ ଏହା ଓଡ଼ିଶା ର ପ୍ରାଥମିକ ବିଦ୍ୟାଳୟ ଓ ଏହାର ଶିକ୍ଷା, ଶିକ୍ଷକ, ପରିବେଶ, ସୁବିଧା ଆଦି ଦ୍ଵାରା ବର୍ତ୍ତମାନ କ୍ଷେତ୍ରରେ ସମ୍ଭବ ?
ଦିନର ଅଧା ସମୟ paper work, required data, MDM ପରି କାମରେ ଲାଗେ। ବାକି ଅଧା ସମୟ ରେ 9 ଟି ଶ୍ରେଣୀ ପାଇଁ ଥିବା 5 କି 6 ଶିକ୍ଷଣ ଯୋଗୁଁ ହୋ ହୋ ଧୋ ଧୋ ହେଇ ଲାଗେ। ତଥାପି ଶିକ୍ଷକ ବଞ୍ଚିଛି, ଚେଷ୍ଟା ଜାରି ରଖିଛି, ହେଲେ ସମୟ ଲାଗିବ କିନ୍ତୁ ସ୍ଥିତି ସୁଧାରିବୁ ନିଶ୍ଚିତ।
ମଣ୍ଡସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ ମୋ ଛୁଆ ମାନଙ୍କୁ ନେଇ ଯିବା ସମୟର କିଛି ମୁହୁର୍ତ।

ଶିଶୁ ଦିବସରେ ମୋର ସବୁ ଛୁଆ ମାନଙ୍କୁ ଅନେକ ଅନେକ ଆଶୀର୍ବାଦ। ତୁମ ମାନଙ୍କ ମଧ୍ୟରୁ ଅନେକଙ୍କ ସହ ଅନେକ ଦିନ ହେଲାଣି ଦେଖା ହେଇ ନାହିଁ, ଆହୁରି ଅ...
14/11/2025

ଶିଶୁ ଦିବସରେ ମୋର ସବୁ ଛୁଆ ମାନଙ୍କୁ ଅନେକ ଅନେକ ଆଶୀର୍ବାଦ। ତୁମ ମାନଙ୍କ ମଧ୍ୟରୁ ଅନେକଙ୍କ ସହ ଅନେକ ଦିନ ହେଲାଣି ଦେଖା ହେଇ ନାହିଁ, ଆହୁରି ଅନେକ ଅଛନ୍ତି ଯେଉଁ ମାନଙ୍କ ଫଟୋ ଏବେ ଆଉ ମୋ ପାଖରେ ନାହିଁ, ହେଲେ ସବୁବେଳେ ତୁମ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆଶୀର୍ବାଦ। ବଡ ମଣିଷ ହୁଅ କି ନାହିଁ ହେଲେ ଭଲ ମଣିଷ ହୁଅ।

୪ ଦିନ ର ଛୁଟି ୪୦ ମିନିଟ୍ ର ପିରିୟଡ଼ ପରି ଚାଲିଗଲାଆପଣଙ୍କ ସହିତ ବି ଏମିତି ହେଇଥିବ ନା?  ନିଜର ପସନ୍ଦର ମଣିଷ ମାନଙ୍କ ପାଖରେ ଥିଲେ ସବୁବେଳେ ...
06/11/2025

୪ ଦିନ ର ଛୁଟି ୪୦ ମିନିଟ୍ ର ପିରିୟଡ଼ ପରି ଚାଲିଗଲା

ଆପଣଙ୍କ ସହିତ ବି ଏମିତି ହେଇଥିବ ନା? ନିଜର ପସନ୍ଦର ମଣିଷ ମାନଙ୍କ ପାଖରେ ଥିଲେ ସବୁବେଳେ ଏମିତି ହୁଏ। ଶନିବାର ସନ୍ଧ୍ୟାରେ ବସରେ ବସି ବାହାରି ଆସିଥିଲି ମୋର ସାଙ୍ଗ, ନା ସାଙ୍ଗ କହିବା ଭୁଲ ହେବ, ଭାଇ ମାନଙ୍କ ପାଖକୁ। ଖୁବ୍ ମଜା ମସ୍ତି ରେ ଚାରିଦିନ କଟିଗଲା। ହେଲେ ଆଜି ସକାଳୁ କାହିଁକି ମନଟା ଭରି ବ୍ୟସ୍ତ ବିବ୍ରତ ହେଉଥାଏ। ଦିନ 3 ଟା ରେ ଗାଡି ଅଛି। ପୁଣି ଫେରିବାକୁ ପଡିବ ଘରକୁ, ନିଜ କର୍ମକ୍ଷେତ୍ର କୁ।

ସବୁବେଳେ ଏମାନଙ୍କୁ ଛାଡି ଗଲାବେଳେ ଆଖିରେ ଲୁହ ଆସିଯାଏ, ଛାତି ଭିତରଟା କୋହରେ ଫାଟିଗଲା ପରି ଲାଗେ। ମନେହୁଏ ଏମିତି ୟା ପାଖରେ ଆଉ କିଛି ଦିନ ରହି ଯାଆନ୍ତି କି! ହେଲେ ରହିହୁଏ କୋଉଠି। ମନକୁ ମାରି ଫେରିବାକୁ ପଡେ।

ଆଉ ଫେରିବା ବେଳେ ସବୁବେଳେ ସେ ମୋ ମନ ଜାଣି କହେ ମନଦୁଃଖ କରିବୁନି... କାନ୍ଦିବୁନି....ସୁବିଧା ମିଳିଲେ ପଳେଇ ଆସିବୁ। ଆଉ ପରସ୍ପରକୁ ଗଳା ରେ ଲଗାଇ ବସ ରେ ବସାଇ ଦିଏ।

ସେଲାଗି ତ କହିଲି ମୁଁ ସାଙ୍ଗ ନୁହଁ ଭାଇ ପାଇଛି।

ନିୟମିତ ଢଙ୍ଗରେ ବଞ୍ଚିବାର ଅଭ୍ୟାସ କେତେଜଣଙ୍କୁ ପସନ୍ଦ?ବେଳେବେଳେ ଜୀବନର ରେଳକୁ ଧରଣାରୁ ବାହାର କରି ଦେଖିବା ଆଉ ନିଜକୁ ଖୋଜିବା ସହ ଆଗାମୀ କାଲ...
03/11/2025

ନିୟମିତ ଢଙ୍ଗରେ ବଞ୍ଚିବାର ଅଭ୍ୟାସ କେତେଜଣଙ୍କୁ ପସନ୍ଦ?

ବେଳେବେଳେ ଜୀବନର ରେଳକୁ ଧରଣାରୁ ବାହାର କରି ଦେଖିବା ଆଉ ନିଜକୁ ଖୋଜିବା ସହ ଆଗାମୀ କାଲି ପାଇଁ ପୁଣି ଶକ୍ତି ସାହସ ଧର୍ଯ୍ୟ ଗୋଟାଇବା ପାଇଁ ବାହାରିଛି...

ଫେରିବା ପର ର କାହାଣୀ ଆହୁରି ମଜାଦାର ହବ।

କିଏ କହେ ଯେ ସରକାରୀ ସ୍କୁଲ ର ଛୁଆ ମାନଙ୍କ ପାଖରେ ପ୍ରତିଭା ନାହିଁ ବୋଲି?ପ୍ରତି ଶନିବାର ପିଲାମାନଙ୍କର art and crafts ପାଇଁ କିଛି କିଛି କାମ...
31/10/2025

କିଏ କହେ ଯେ ସରକାରୀ ସ୍କୁଲ ର ଛୁଆ ମାନଙ୍କ ପାଖରେ ପ୍ରତିଭା ନାହିଁ ବୋଲି?

ପ୍ରତି ଶନିବାର ପିଲାମାନଙ୍କର art and crafts ପାଇଁ କିଛି କିଛି କାମ ଦିଏ। ତେଣୁ ପିଲାଙ୍କୁ କହିଥିଲି କିଛି ବନେଇକି ଆଣିବ। ନିଜ ହାତରେ ମାଟିରେ କିଛି ପନିପରିବା ବନେଇ, ସୁନ୍ଦର ଭାବେ ରଙ୍ଗ ଦେଇ ମୋଛୁଆ ଦି ଜଣ ନେଇ ଆସିଥିଲେ।
କିଏ କହେ ଯେ ସରକାରୀ ସ୍କୁଲ ର ଛୁଆ ମାନଙ୍କ ପାଖରେ ପ୍ରତିଭା ନାହିଁ ବୋଲି? ବାସ୍ ଏମାନଙ୍କୁ ଦରକାର ପ୍ରେରଣା, ଏମାନେ ସବୁ କିଛି କରି ପାରିବେ।
ଏମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆଶୀର୍ବାଦ କରନ୍ତୁ। ଆଉ ନିଜ ପିଲାଙ୍କୁ ସରକାରୀ ସ୍କୁଲ ରେ ପଢ଼ାଇ ସରକାରୀ ସ୍କୁଲର ମାନ କୁ ବଢ଼େଇବାରେ ସାହାଯ୍ୟ କରନ୍ତୁ।

28/10/2025

ଆସୁଥିବା ବାତ୍ୟା ମନ୍ଥା ର ଆଗମନ ଆଗରୁ ପ୍ରକୃତି ସଜେଇ ହୋଇଛି ତାର ଅପରୂପ ଶୋଭା ରେ। ଆଜି ବିଦ୍ୟାଳୟରୁ ଘରକୁ ଫେରିବା ବାଟରେ ଏ ମନଲୋଭା ମୁହୂର୍ତ...
27/10/2025

ଆସୁଥିବା ବାତ୍ୟା ମନ୍ଥା ର ଆଗମନ ଆଗରୁ ପ୍ରକୃତି ସଜେଇ ହୋଇଛି ତାର ଅପରୂପ ଶୋଭା ରେ। ଆଜି ବିଦ୍ୟାଳୟରୁ ଘରକୁ ଫେରିବା ବାଟରେ ଏ ମନଲୋଭା ମୁହୂର୍ତ୍ତ ଦେଖି କିଛି କ୍ଷଣ ଗାଡ଼ି ଅଟକାଇ ଠିଆ ହେଲି ଆଉ ମନ ଭରି ଦେଖିଲି। ଏମିତିରେ ତ ମୁଁ ଗାଁରେ ରହେ ଆଉ ଏସବୁ ମୋ ପାଇଁ କିଛି ନୂଆ ନୁହେଁ ହେଲେବି,
ସୁନ୍ଦର ସ୍ମୃତି ର ଅବସାଦ ନାହିଁ
ଯେତେ ଦେଖୁଥିଲେ ନୂଆ ଦିଶୁଥାଇ

ଯଦି କୌଣସି କାମ ପାଇଁ ନିଜ ଭିତରେ ସାମର୍ଥ୍ୟ, ସାହସ, ଧର୍ଯ୍ୟ ଅଛି ତେବେ କରିବା ପାଇଁ କାହାର ଅନୁମତି ର ଅପେକ୍ଷା କରନ୍ତୁ ନାହିଁ।
24/10/2025

ଯଦି କୌଣସି କାମ ପାଇଁ ନିଜ ଭିତରେ ସାମର୍ଥ୍ୟ, ସାହସ, ଧର୍ଯ୍ୟ ଅଛି ତେବେ କରିବା ପାଇଁ କାହାର ଅନୁମତି ର ଅପେକ୍ଷା କରନ୍ତୁ ନାହିଁ।

23/10/2025

Big shout out to my newest top fans! 💎 Prakash Behera

Drop a comment to welcome them to our community, fans

Address

Khurda

Website

Alerts

Be the first to know and let us send you an email when Learn With Debashis posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Learn With Debashis:

Share