Odisha Voice

Odisha Voice Odisha Voice Odia News and stay tuned for all the breaking news in Odia !

ପଦେ - ଅଧେ  | kENDRAPARA   -ADHE
11/06/2026

ପଦେ - ଅଧେ | kENDRAPARA


-ADHE





PADE - ADHE | ପଦେ - ଅଧେ
05/06/2026

PADE - ADHE | ପଦେ - ଅଧେ




31/05/2026

PARADA PACHARA NAYAK | Asish Mohapatra | SAA Studio | Odisha Voice

NEW ODIA SAD SONG COMING SOON....
30/05/2026

NEW ODIA SAD SONG COMING SOON....

ଯେତେବେଳେ  ସବୁ ବ୍ୟବସ୍ଥା ଠପ ହୋଇଯାଏ | ଲୋକମାନେ ବଞ୍ଚିବା ପାଇଁ  ଚିତ୍କାର କରି ଭଗବାନଙ୍କୁ ଡାକନ୍ତି ସେତବେଳେ  ସବୁ ଓଡ଼ିଆଙ୍କ ହୃଦୟରୁ ଏକ କ...
23/05/2026

ଯେତେବେଳେ ସବୁ ବ୍ୟବସ୍ଥା ଠପ ହୋଇଯାଏ | ଲୋକମାନେ ବଞ୍ଚିବା ପାଇଁ ଚିତ୍କାର କରି ଭଗବାନଙ୍କୁ ଡାକନ୍ତି ସେତବେଳେ ସବୁ ଓଡ଼ିଆଙ୍କ ହୃଦୟରୁ ଏକ କରୁଣ ସ୍ୱର ବାହାରେ | ତାହା ହେଉଛି
''Odisha Voice'' (ସାଧାରଣ ଲୋକଙ୍କ ସ୍ୱର)
-ମୂଳ ଉଦ୍ଦେଶ୍ୟ -
ଦୁର୍ନୀତିମୁକ୍ତ, ନିଶାମୁକ୍ତ ଓଡିଶା ଗଢିବା ”

୧.ଓଡିଶାରୁ ମଦ ବନ୍ଦ କରି ନିଶାମୁକ୍ତ ସମାଜ ଗଢିବା ।
୨.ଦୁର୍ନୀତ ଓ ଭ୍ରଷ୍ଟାଚାର ଓଡିଶାରୁ ହଟାଇବା ।
୩.୧୦୦ ୟୁନିଟ ବିଜୁଳି ଲୋକମାନଙ୍କୁ ମାଗଣା ପ୍ରଦାନ କରିବା |
୪.ଯୁବପିଢ଼ି ମାନଙ୍କୁ ରୋଜଗାର ଓ ସମ୍ମାନ ।
୫.ଚାଷ ଜମିକୁ ପାଣିର ସୁବିଧା ଓ ଶ୍ରମିକ ଓ ମହିଳା ମାନଙ୍କ ପାଇଁ ପେନସେନ ଲାଗୁକରିବା |
୬.ଶିକ୍ଷା, ସ୍ୱାସ୍ଥ୍ୟ ଓ ମୌଳିକ ସୁବିଧା ଲୋକମାନଙ୍କ ପାଖରେ ପହଞ୍ଚାଇବା |
“ନୂଆ ଓଡିଶା – ଲୋକଙ୍କ ଓଡିଶା” ଗଢିବା ।
“ଲୋକଙ୍କ ସ୍ୱର, ଓଡିଶାର ଅଧିକାର —
Odisha Voice Party”
A NEW VOICE
A NEW VISION
A NEW ODISHA

🌹🌼👉ମହାବୀର ପଞ୍ଜିକା👈🌼🌹 ✧═════•❁❀❁•═════✧   ଅଦ୍ୟ ମଇ ମାସ ୨୩ ତାରିଖ ୨୦୨୬ ମସିହା (ଶନିବାର)ଶକାବ୍ଦ -୧୯୪୮ ସମ୍ବତ -୨୦୮୩ଦିଲ୍ଲୀସ୍ୱରାଦ୍ଧ-...
23/05/2026

🌹🌼👉ମହାବୀର ପଞ୍ଜିକା👈🌼🌹
✧═════•❁❀❁•═════✧
ଅଦ୍ୟ ମଇ ମାସ ୨୩ ତାରିଖ ୨୦୨୬ ମସିହା (ଶନିବାର)
ଶକାବ୍ଦ -୧୯୪୮
ସମ୍ବତ -୨୦୮୩
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର- ରୌଦ୍ର
ଜ୍ୟେଷ୍ଠ ମାସ(ମଳ)-ଶୁକ୍ଳପକ୍ଷ
ତିଥି- ଅଷ୍ଟମୀ ରାତ୍ରି ଘ୦୪/୨୭ ଗତେ ନବମୀ
ନକ୍ଷତ୍ର- ମଘା ରାତ୍ରୀ ଘ୦୨/୫୦ ଗତେ ପୂର୍ବା ଫା
ଚନ୍ଦ୍ର- ସିଂହ
ଯୋଗ- ଧୃବ
କରଣ - ବିଷ୍ଟି
ସୌରମାସ- ବୃଷ ୦୯ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃଘ୦୫/୧୩/୦୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୦୭
*✧═════•❁❀
ଯୋଗିନୀ ଐଶ।ନ୍ୟେ ରାତ୍ରି ୦୪/୨୭ ଗତେ ପୂର୍ବେ
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମୃତେ ଏକପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୬/୫୧ ମଧ୍ୟେ ଓ ଘ୦୪/୩୫ ଗତେ ଘ୦୬/୧୫ ମଧ୍ୟେ
ବାରବେଳା- ଦିବା ଘ୦୧/୨୩ ଗତେ ଘ୦୩/୦୦ ମଧ୍ୟେ
══•❁❀❁•═*
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୩/୦୧ ଗତେ ଘ୦୪/୩୪ ମଧ୍ୟେ ଓ ରାତ୍ରି ଘ୦୭/୦୩ ଗତେ ଘ୦୭/୫୧ ମଧ୍ୟେ ଓ ରାତ୍ରି ଘ୧୧/୫୦ ଗତେ ଘ୦୨/୧୬ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୯/୧୩ ଗତେ ଘ୧୧/୪୦ ମଧ୍ୟେ *═✧══•❁❀❁•═*════✧
ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹👉ମେଷ🌹
ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।

✧═════•❁❀❁•═════✧
🌹👉ବୃଷ🌹
ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
✧═════•❁❀❁•═════✧

🌹👉ମିଥୁନ🌹
ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।

✧═════•❁❀❁•═════✧
🌹👉କର୍କଟ🌹
ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡିପାରନ୍ତି।
✧═════•❁❀❁•═════✧
🌹👉ସିଂହ🌹
ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
✧═════•❁❀❁•═════✧
🌹👉କନ୍ୟା🌹
ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।

✧═════•❁❀❁•═════✧
🌹👉ତୁଳା🌹
ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନ ଥିବା ତାହାଙ୍କର କାର୍ଯ୍ୟଶୈଳୀରୁ ଅନୁଭବ କରିପାରନ୍ତି।

✧═════•❁❀❁•═════✧
🌹👉ବିଛା🌹
ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଆର୍ଥିକ ଦିଗକୁ ପରିପୁଷ୍ଟ କରିବେ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।

✧═════•❁❀❁•═════✧
🌹👉ଧନୁ🌹
ଆଜି ଦିନଟି ଆପଣଙ୍କ ପାଇଁ କ୍ଷତିକାରକ ହେବନାହିଁ। କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

✧═════•❁❀❁•═════✧
🌹👉ମକର🌹
ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେ ନାହିଁ।

✧═════•❁❀❁•═════✧
🌹👉କୁମ୍ଭ🌹
ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

✧═════•❁❀❁•═════✧
🌹👉ମୀନ🌹
ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରି ପାରନ୍ତି। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।
✧═════•❁❀❁•═════✧

PADE - ADHE |  ପଦେ - ଅଧେ  | Odisha Voice
20/05/2026

PADE - ADHE | ପଦେ - ଅଧେ | Odisha Voice

Address

Saheed Nagar
Nagar
751007

Alerts

Be the first to know and let us send you an email when Odisha Voice posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Voice:

Share