Nayagarh News

Nayagarh News It is a page specially dedicated to covering news, event and affairs
(1)

20/10/2025
20/10/2025

ଧୂଆଁ ଓ ଶବ୍ଦ ପ୍ରଦୂଷଣ ଉପରେ ଶିକ୍ଷା ଦିଆଯାଉ । କେବଳ ଆଲୋକର ପର୍ବ ହେଉ ଦୀପାବଳି। ଯେ କୌଣସି ପ୍ରକାର ବାଣକୁ ନିଷେଧ କରାଯାଉ ।

ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟର ଓଡ଼ଗାଁର ଜିତେନ୍ଦ୍ର ଦାସ ଚାମ୍ପି୍ଅନ ହେଇଛନ୍ତି । ୨ୟ ସ୍ଥାନ ଅଧିକାର କରିଛନ୍ତି ନୟାଗଡ଼ ଉପକଣ୍ଠ ଦେଉଳ...
19/10/2025

ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟର ଓଡ଼ଗାଁର ଜିତେନ୍ଦ୍ର ଦାସ ଚାମ୍ପି୍ଅନ ହେଇଛନ୍ତି । ୨ୟ ସ୍ଥାନ ଅଧିକାର କରିଛନ୍ତି ନୟାଗଡ଼ ଉପକଣ୍ଠ ଦେଉଳପଲ୍ଲୀର ଜୟପ୍ରକାଶ ବୈରିଗଞ୍ଜନ ।

Shout out to my newest followers! Excited to have you onboard! Subhashree Pradhan, Bhagaban Nath, Saumya Sibu, Payal Puj...
18/10/2025

Shout out to my newest followers! Excited to have you onboard! Subhashree Pradhan, Bhagaban Nath, Saumya Sibu, Payal Pujari, Subhadra Subhadra Sahoo, Priyanka Maharana, Harish Hessa, Ratan Bhoi

ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ, ଅଲ ଓଡ଼ିଶା ଚେସ ଆସୋସିଏସନ  ତଥା କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍...
18/10/2025

ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ, ଅଲ ଓଡ଼ିଶା ଚେସ ଆସୋସିଏସନ ତଥା କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ ଉଦଘାଟିତ ହୋଇଯାଇଛି। ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ଼ର ବିଶିଷ୍ଟ ନାରୀନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମୁଖ୍ୟଅତିଥି ଏବଂ ମ୍ୟାଚ ପରିଚାଳନା କରିବା ପାଇଁ ଆର୍ବିଟର ଭାବେ ଯୋଗଦାନ ଅଭିଷେକ ଆଚାର୍ଯ୍ୟଙ୍କୁ ଉପଢୌକନ ଏବଂ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ଉଦଘାଟନୀ ସଭାରେ ଆସୋସିଏସନ ସଭାପତି ଭାଗିରଥି ଦାସ ପୌରୋହିତ୍ୟ କରିଥିବା ବେଳେ ସମ୍ପାଦକ ଲକ୍ଷ୍ମୀଧର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା କେସି କ୍ଳବ ସଦସ୍ୟ ରାମକୃଷ୍ଣ ରଥ ମଞ୍ଚ ପରିଚାଳନା ଏବଂ ସଂଯୋଜନା କରିଥିବା ବେଳେ ଉପସଭାପତି ବାଲା୍ରସେନ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ସ୍ୱିସ ଲିଗରେ ଅନୁଷ୍ଠିତ ଏହି ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୬୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଜିଲ୍ଲା ଚେସ ଆସୋସିଏସନ ପକ୍ଷରୁ ରାଜ୍ୟ ପ୍ରତିନିଧି ରିତେଶ ରଥ, କୋଷାଧକ୍ଷ ତାରୁନ ଖାଁ,ସହ ସମ୍ପାଦକ ଉମାକାନ୍ତ ମିଶ୍ର, ପରିଚାଳନା କମିଟି ସଦସ୍ୟ ଧିରେନ ପ୍ରଧାନ, ଭିକାରି ଚରଣ ଦାସ, ଅଜିତ କୁମାର ମିଶ୍ର,ସଞ୍ଜୟ କୁମାର ସ୍ୱାଇଁ,ପ୍ରକାଶ କୁମାର ମହାପାତ୍ର, ବିଶ୍ୱରଂଜନ ଦାସ ପ୍ରମୁଖ ସହଯୋଗ କରିଥିଲେ।

ନୟାଗଡ଼ ମାଟି ବିନାୟକପୁରର Ashok Kumar Mishra   (ଅଶୋକ କୁମାର ମିଶ୍ର ) ଓଡ଼ିଶା ଭାରତୀୟ ଜନତା ପାର୍ଟି ରାଜ୍ୟ ଉପ ସଭାପତି ଭାବେ ମନୋନୀତ ହୋ...
16/10/2025

ନୟାଗଡ଼ ମାଟି ବିନାୟକପୁରର Ashok Kumar Mishra (ଅଶୋକ କୁମାର ମିଶ୍ର ) ଓଡ଼ିଶା ଭାରତୀୟ ଜନତା ପାର୍ଟି ରାଜ୍ୟ ଉପ ସଭାପତି ଭାବେ ମନୋନୀତ ହୋଇଛନ୍ତି । ଅନେକ ଅଭିନନ୍ଦନ ଶୁଭେଚ୍ଛା ।

15/10/2025

Nayagarh District Open Chess Tournament

ଜୀବନରେ ଯେତେ କଷ୍ଟ ଆସୁ ପଛେ ହାରିବି ନାହିଁ କହିଥିଲେ। କିନ୍ତୁ ସମୟ ସହିଲା ନାହିଁ। ସଂସ୍କାର ଚାରିଟେବୁଲ ଟ୍ରଷ୍ଟ, ଓଡ଼ଗାଁ ବଳଭଦ୍ରପୁର ର ସମ୍ପ...
05/10/2025

ଜୀବନରେ ଯେତେ କଷ୍ଟ ଆସୁ ପଛେ ହାରିବି ନାହିଁ କହିଥିଲେ। କିନ୍ତୁ ସମୟ ସହିଲା ନାହିଁ। ସଂସ୍କାର ଚାରିଟେବୁଲ ଟ୍ରଷ୍ଟ, ଓଡ଼ଗାଁ ବଳଭଦ୍ରପୁର ର ସମ୍ପାଦକ, ଆଦର୍ଶ ମଣିଷ, ସମାଜସେବୀ, ପରିବେଶବିତ, ପରୋପକାରୀ ସତ୍ୟବାଦୀ ସ୍ୱାଇଁ ଭାଇ ଆଉ ଆମ ଗହଣରେ ନାହାନ୍ତି। ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ। 🙏

ଭାରତ ଏସିଆ କପ୍ କ୍ରିକେଟ୍‌ରେ ଚ୍ୟାମ୍ପିଅନ୍‌ ହେବା ସତ୍ୱେ ମଧ୍ୟ ଚ୍ୟାମ୍ପିଅନ୍‌ସ୍ ଟ୍ରଫି ଗ୍ରହଣ କରିନଥିଲା । ଏହାର କାରଣ ହୋଇଥାଇପାରେ ଯେ, ଏସ...
28/09/2025

ଭାରତ ଏସିଆ କପ୍ କ୍ରିକେଟ୍‌ରେ ଚ୍ୟାମ୍ପିଅନ୍‌ ହେବା ସତ୍ୱେ ମଧ୍ୟ ଚ୍ୟାମ୍ପିଅନ୍‌ସ୍ ଟ୍ରଫି ଗ୍ରହଣ କରିନଥିଲା । ଏହାର କାରଣ ହୋଇଥାଇପାରେ ଯେ, ଏସିଆନ୍ କ୍ରିକେଟ୍ କାଉନସିଲ୍‌ର ସଭାପତି ପାକିସ୍ତାନର ମହସିନ୍ ନକିବଙ୍କ ଠାରୁ ଟ୍ରଫି ଗ୍ରହଣ କରିବାକୁ ପଡ଼ିଥାନ୍ତା।

ମୋହସିନ ନକଭି ଟ୍ରଫି ପ୍ରଦାନ କରିବା ପାଇଁ ACC ମୁଖ୍ୟ ଭାବରେ ଉପସ୍ଥିତ ଥିଲେ।

ଭାରତୀୟ ଦଳ ତାଙ୍କଠାରୁ ସିଧାସଳଖ ବିଜେତାଙ୍କ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି, ସମ୍ଭବତଃ ତାଙ୍କର ଦ୍ୱୈତ ଭୂମିକା (ACC ସଭାପତି ଏବଂ PCB ଅଧ୍ୟକ୍ଷ) ଯୋଗୁଁ ଏବଂ ସେ ଭାରତୀୟ ଦଳ ଏବଂ ମ୍ୟାଚ୍ ସମ୍ପର୍କରେ ବିବାଦୀୟ ମତ/କାର୍ଯ୍ୟ ରିପୋର୍ଟ କରିଥିଲେ।

ପୁଣି ଥରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ସଭାପତି ହେଲେ ରଣଜିତ ଦାଶ ।
26/09/2025

ପୁଣି ଥରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ସଭାପତି ହେଲେ ରଣଜିତ ଦାଶ ।

Address

4/2-Debottar Colony, Nayagarh
Odisha
752069

Alerts

Be the first to know and let us send you an email when Nayagarh News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Nayagarh News:

Share