18/10/2025
କାଲି ମୁଁ ଫତେଗଡ ଗୋଟେ କାମରେ ଯାଉଥିବା ସମୟରେ ରଣପୁର ପ୍ରଶାନ୍ତି ହୋଟେଲ ସାମ୍ନାରେ ଥିବା ପେଟ୍ରୋଲ ପମ୍ପ ରେ ତେଲ ପକାଇଥିଲି । ମୁଁ 130 ଟଙ୍କା ଛାଡ଼ିଥିଲି ତାପରେ ତେଲ ପକାଇଥିଲେ ମୂଁ ଏପଟେ ପଇସା ଫୋନପେ କରିବା ସମୟରେ ସେ ନୋଜଲ ଟି ମୋ ବାଇକ ଟାଙ୍କିରେ ଭର୍ତ୍ତି କରିଥିଲେ ମତେ 0 ରିଡିଙ୍ଗ ଦେଖେଇନାହାନ୍ତି ତେଲ ପକେଇଲେ କି ନାହିଁ ମୁଁ ଜାଣିନାହିଁ। କିନ୍ତୁ ମତେ କହିଲେ 165 ଭୁଲରେ ପଡିଗଲା ମୁଁ ପଚାରିଲି କେମିତି ମୁଁ ତ 130 ମାଗିଲି ପଇସା ଵି 130 ଛାଡ଼ିଲି ସେ କହିଲେ ଆମର ମିଟର ଫିଡିଙ୍ଗ ଟା କଟିଗଲା ଭୁଲରେ ଅଧିକ ପଡ଼ିଗଲା ମୁଁ କହିଲି ଠିକ ଅଛି ଆଉ 35 ପେମେଣ୍ଟ କରିଦେଲି ତାପରେ ମୋ କାମରେ ମୁଁ ବାହାରିଗଲି । ମାତ୍ର 9 କିଲୋମିଟର ଯାଇଛି ଗାଡ଼ିରେ ତେଲ ଶେଷ ସେପଟେ urgent କାମ ଏପଟେ ତେଲ ନଥିବା ଜାଗାରେ ତେଲ ଶେଷ। ପୁଣି ଜଣେ ଭାଇଙ୍କ ଗାଡ଼ିରେ ଯାଇ ପେଟ୍ରୋଲ 1 ଲିଟର ଆଣିକି ପକେଇ ଗଲି ମୋ କାମରେ । ଆସିଲା ବେଳେ ତାଙ୍କୁ ପଚାରିଥିଲି ଭାଇ ମୋ ଗାଡ଼ିରେ ତେଲ ପକେଇଥିଲେ କି ନାହିଁ ? ସେ ମତେ କହୁଛନ୍ତି କେତେବେଳେ କୋଉଦିନ ପକେଇଥିଲ? ମୁଁ ସବୁ କହିଲା ପରେ ସେ ତେଲ ଦେବା ଲୋକ କହୁଛନ୍ତି ମୋର ମନେ ପଡୁନି । ଯେତେବେଳେ ମିଟର ଫିଡିଙ୍ଗ ଭୁଲ ହେଲା କହିକି ଫୋଟୋ ଉଠେଇକି ରଖିଥିଲେ ସେ ଭାଇଙ୍କୁ ଡାକିକି କହିବାରେ ସେ ମୋ ସାଙ୍ଗରେ ପ୍ରବଳ ଯୁକ୍ତି କଲେ.। ଠିକ ସେହି ସମୟରେ ଆଉ ଜଣେ ଭାଇ କାର ଆଣି ପହଞ୍ଚିଥିଲେ ସେ କହିଲେ ଭାଇ ମୁଁ ଏବେ 10 ମିନିଟ ତଳେ 502 ଟଙ୍କା ତେଲ ପକେଇଥିଲି କିନ୍ତୁ ମୋ ଗାଡ଼ିରେ ତେଲ ନାହିଁ ମୁଁ 1 କିଲୋମିଟର ଯାଇକି ଦେଖିଲା ବେଳକୁ ମୋ ଗାଡ଼ିରେ ତେଲ ନାହିଁ ।ସେ କଥା ପଚାରିବାରେ ଏମିତି ସେ ବ୍ୟବହାର କଲେ ଯେ ସତେ ଯେମିତି ସେ କିଛି ଜାଣିନାହାନ୍ତି ।ମୁଁ ଵି ସ୍ଟେଟମେଣ୍ଟ ମାଗିଥିଲି କିନ୍ତୁ ସେ ଲୋକଙ୍କୁ ଡାକିକି ତାଙ୍କ 502 ଦେଖେଇଲେ କିନ୍ତୁ ମୋର ଦେଖେଇଲେ ନାହିଁ। ଯଦି ଏକା ଦିନରେ 2 ଜଣଙ୍କର ବାହାରିଲା ତାହେଲେ ଏମିତି ପ୍ରତିଦିନ କେତେ ଲୋକ ଏହି
ଲୁଟର ଶିକାର ନହେଉଥିବେ ? କାହା ସାଙ୍ଗରେ ଏମିତି କେବେ ଘଟିଛି କି ଜଣାଇବେ 🙏🙏🙏🙏
゚ ゚ Ananta Kumar Pradhan ସୌମ୍ୟ ଭିଡ଼ିଓ Soumya Video Mobile News Ranpur Socialworker team / ରଣପୁର ସମାଜସେବୀ ସଂଘ ରଣପୁର କଲେଜ ଛାତ୍ରସଂଗଠନ Ranpur Bjp Bjd Ranpur Ranpur Colg Ranpur