MKM TV

MKM TV Contact information, map and directions, contact form, opening hours, services, ratings, photos, videos and announcements from MKM TV, Subarnapur, Odisha.
(1)

MKM TV ହେଉଛି ପଶ୍ଚିମ ଓଡ଼ିଶାର ସଠିକ, ଦ୍ରୁତ ଏବଂ ନିରପେକ୍ଷ ଖବର ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍। ଆମେ ଗ୍ରାମ, ସହର ଏବଂ ସମ୍ପ୍ରଦାୟରୁ ପ୍ରକୃତ କାହାଣୀ ଆଣି ଥାଉ, ଯାହା ସ୍ଥାନୀୟ ଖବର, ରାଜନୀତି, ଅପରାଧ ଏବଂ ସାଧାରଣ ସମସ୍ୟାକୁ ନେଇ ଗଠିତ।

05/09/2026

🔴 ବ୍ରେକିଙ୍ଗ | ସୁବର୍ଣ୍ଣପୁର ପାଇଁ ସ୍ଥିର ହେଲା ନୂଆଁଖାଇ ଲଗ୍ନ! 🌾🙏

ସୁବର୍ଣ୍ଣପୁର ଜିଲ୍ଲା ପାଇଁ ନୂଆଁଖାଇ ଲଗ୍ନ ସ୍ଥିର ହୋଇଛି। ଏହାକୁ ନେଇ କ’ଣ କହୁଛନ୍ତି ସୋନପୁର ପୌର ପରିଷଦ ଅଧ୍ୟକ୍ଷା?
🎥 ଆସନ୍ତୁ ଶୁଣିବା...

#ନୂଆଁଖାଇ #ଲଗ୍ନ #ସୁବର୍ଣ୍ଣପୁର #ସୋନପୁର

🌸 ଅବସରପ୍ରାପ୍ତ ଗୁରୁଜନଙ୍କୁ ସମ୍ମାନ—‘ଶ୍ରୀ ଗୁରୁଚରଣ’ 🌸ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ଦୟାନନ୍ଦ ପବ୍ଳିକ ସ୍କୁଲ, ଢେରାପଡ଼ା କ୍ୟାମ୍ପସରେ ଅ...
05/09/2026

🌸 ଅବସରପ୍ରାପ୍ତ ଗୁରୁଜନଙ୍କୁ ସମ୍ମାନ—‘ଶ୍ରୀ ଗୁରୁଚରଣ’ 🌸

ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ଦୟାନନ୍ଦ ପବ୍ଳିକ ସ୍କୁଲ, ଢେରାପଡ଼ା କ୍ୟାମ୍ପସରେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ‘ଶ୍ରୀ ଗୁରୁଚରଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ବରିଷ୍ଠ ଗୁରୁଜନଙ୍କୁ ଚନ୍ଦନ ତିଳକ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ‘ଭାରତୀୟ ଜୀବନ ଦର୍ଶନର ପରିବର୍ଦ୍ଧନରେ ବରିଷ୍ଠ ନାଗରିକଙ୍କ ଉତ୍ତରଦାୟିତ୍ୱ’ ଉପରେ ଆଲୋଚନା ମଧ୍ୟ ହୋଇଥିଲା।

ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀମାନେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍କୁଲର ସମସ୍ତ କର୍ମଚାରୀଙ୍କୁ ସମ୍ମାନ ଜଣାଇଥିଲେ। 🙏🌺

ଗୁରୁଙ୍କ ସମ୍ମାନ, ସମାଜର ସମ୍ମାନ। ❤️

#ଗୁରୁଦିବସ #ଶ୍ରୀଗୁରୁଚରଣ #ଗୁରୁସମ୍ମାନ #ଶିକ୍ଷକସମ୍ମାନ #ଦୟାନନ୍ଦପବ୍ଳିକସ୍କୁଲ #ସୁବର୍ଣ୍ଣଭାରତୀ #ସୁବର୍ଣ୍ଣପୁର

05/09/2026

🌾 ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ! 🙏

ସୋନପୁର ଗଡ଼ଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ବଡ଼ ଜଗନ୍ନାଥଙ୍କ ମୁକ୍ତି ମଣ୍ଡପରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରିତ। ଆସନ୍ତା ୧୫ ତାରିଖ ସକାଳ ୯:୫୦ରୁ ୧୦:୧୪ ମଧ୍ୟରେ ଇଷ୍ଟଦେବୀଙ୍କ ଠାରେ ଲାଗି ହେବ ନବାର୍ଣ୍ଣ।

🙏 ସକାଳ ୮:୪୦ରୁ ୯:୩୦ ମଧ୍ୟରେ ସମଲେଇ ମନ୍ଦିରରୁ ଅଷ୍ଟଚଣ୍ଡୀଙ୍କ ପୀଠକୁ ଯିବ ପାହୁର।

🎥 ନୂଆଁଖାଇ ଲଗ୍ନ ଓ ପରମ୍ପରାକୁ ନେଇ ପଣ୍ଡିତ ରାଜେନ୍ଦ୍ର ପୁଝାରୀ କଣ କହୁଛନ୍ତି, ଭିଡିଓରେ ଶୁଣନ୍ତୁ।

#ମାଟିରପର୍ବ #ନୂଆଁଖାଇ

05/09/2026

🎭 ଗୁରୁ ଦିବସରେ ଅଭିନବ ପ୍ରୟାସ!

ଏକ ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ୧୦୦ଟି ବିଦ୍ୟାଳୟରେ ମଞ୍ଚସ୍ଥ ହେଲା ‘ତୈଷ୍ଣେଶ୍ରୀ ଗୁରବେ ନମଃ’ ନାଟକ। ଗୁରୁଙ୍କ ପ୍ରତି ସମ୍ମାନ ଓ ଆଜିର ସମାଜରେ ଗୁରୁ-ଶିଷ୍ୟ ସମ୍ପର୍କକୁ ନେଇ ଏହି ଅଭିନବ ପ୍ରୟାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ବିଭାଗ ଓ #ନାଟ୍ୟଚକ୍ର ଅନୁଷ୍ଠାନ ।

ମହାରାଜା ହାଇସ୍କୁଲରେ ହୋଇଥିବା ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାପାଳ ଡ. #ନୃପରାଜସାହୁ ଓ ଏଡିଏମ୍‌ #ଅଞ୍ଜଳୀନାପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନାଟକର ବାର୍ତ୍ତା ଓ ନାଟ୍ୟଚେତନା ସମ୍ପର୍କରେ ପରାମର୍ଶ ଦେଇଥିଲେ।

🎤 ଗୁରୁଙ୍କ ସମ୍ମାନକୁ ନେଇ ଡ. ନୃପରାଜ ସାହୁ କଣ କହୁଛନ୍ତି, ଶୁଣନ୍ତୁ...

#ଗୁରୁଦିବସ #ଶିକ୍ଷା #ଗୁରୁଶିଷ୍ୟ #ନାଟକ

🌾 ଆଜି ନିର୍ଦ୍ଧାରଣ ହେବ ସୁବର୍ଣ୍ଣପୁରର  #ନୂଆଁଖାଇ ଲଗ୍ନ 🙏ସୁବର୍ଣ୍ଣପୁର ଜିଲ୍ଲାର ଗଣପର୍ବ ନୂଆଁଖାଇ ପାଇଁ ଆଜି ନିର୍ଦ୍ଧାରଣ ହେବ ଶୁଭ ଲଗ୍ନ। ସ...
05/09/2026

🌾 ଆଜି ନିର୍ଦ୍ଧାରଣ ହେବ ସୁବର୍ଣ୍ଣପୁରର #ନୂଆଁଖାଇ ଲଗ୍ନ 🙏

ସୁବର୍ଣ୍ଣପୁର ଜିଲ୍ଲାର ଗଣପର୍ବ ନୂଆଁଖାଇ ପାଇଁ ଆଜି ନିର୍ଦ୍ଧାରଣ ହେବ ଶୁଭ ଲଗ୍ନ। ସୋନପୁରର ପବିତ୍ର ଗଡ଼ଭିତର ଜଗନ୍ନାଥ ମନ୍ଦିର ପରିସରରେ ବ୍ରାହ୍ମଣ ସମାଜର ଜ୍ୟୋତିଷ ବିଶାରଦମାନେ ଏକତ୍ରିତ ହୋଇ ନବାର୍ଣ୍ଣ ଭକ୍ଷଣ ପାଇଁ ଶୁଭ ସମୟ ନିରୂପଣ କରିବେ।

🌾 ନୂଆ ଧାନ, ନୂଆ ଆଶା ଓ ନୂଆ ସମ୍ପର୍କର ପର୍ବ—ନୂଆଁଖାଇ।
ସୁବର୍ଣ୍ଣପୁରର ମାଟି ଓ ମଣିଷର ଏହି ମହାନ ପରମ୍ପରାର ଶୁଭ ଲଗ୍ନକୁ ନେଇ ଆରମ୍ଭ ହୋଇଛି ଉତ୍ସାହ ଓ ଅପେକ୍ଷା। 🌾🙏

#ନୂଆଁଖାଇ #ନୂଆଁଖାଇଲଗ୍ନ #ସୁବର୍ଣ୍ଣପୁର #ସୋନପୁର #ନବାର୍ଣ୍ଣ #ଗଡ଼ଭିତରଜଗନ୍ନାଥ #ପଶ୍ଚିମଓଡ଼ିଶା #ଓଡ଼ିଆପରମ୍ପରା #ନୂଆଧାନ

05/09/2026

🚨 ଡୁଙ୍ଗୁରିପାଲିରେ ଦିନଦ୍ୱିପ୍ରହରେ ଲୁଟ୍‌!
🚨ଧ୍ୟାନ ଦିଅ ପୋଲିସ ବାବୁ
ସ୍କୁଟିରେ ଯାଉଥିବା ଦୁଇ ମହିଳାଙ୍କୁ ଛୁରୀ ଦେଖାଇ ଭୟଭୀତ କରି ସୁନା ଚେନ୍‌ ଲୁଟିନେଲେ ୩ ଦୁର୍ବୃତ୍ତ। ଡୁଙ୍ଗୁରିପାଲି FCIରୁ ଆନ୍ଦ୍ରାଡେରା ରାସ୍ତାର ରେଳ ଫାଟକ ନିକଟର ଏହି ଘଟଣା CCTVରେ କଏଦ ହୋଇଛି। ଲୁଟେରାଙ୍କୁ ଶୀଘ୍ର ଗିରଫ ଦାବି। 🚔

🎥 ଦେଖନ୍ତୁ ଲୁଟ୍‌ର ଲାଇଭ୍‌ CCTV ଦୃଶ୍ୟ।

🚨 ମନୋହରପୁରରେ ୧୨୦ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ମନୋହରପୁର ନିକଟରେ ପେଟ୍ରୋଲିଂ ବେଳେ...
04/09/2026

🚨 ମନୋହରପୁରରେ ୧୨୦ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ମନୋହରପୁର ନିକଟରେ ପେଟ୍ରୋଲିଂ ବେଳେ ପୋଲିସ ୧୨୦ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ ୨ଟି ମୋଟରସାଇକେଲ ଜବତ କରିଛି। ପୋଲିସକୁ ଦେଖି ଦୁଇ ଜଣ ଚାଲାଣକାରୀ ଫେରାର ହୋଇଥିବା ବେଳେ, ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। 🚔

🏥 ସୁବର୍ଣ୍ଣପୁରକୁ ମିଳିଲେ ୨୨ ନୂଆ ଡାକ୍ତର! 👨‍⚕️👩‍⚕️ସୁବର୍ଣ୍ଣପୁର ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଜିଲ୍ଲାର ବିଭିନ୍...
04/09/2026

🏥 ସୁବର୍ଣ୍ଣପୁରକୁ ମିଳିଲେ ୨୨ ନୂଆ ଡାକ୍ତର! 👨‍⚕️👩‍⚕️

ସୁବର୍ଣ୍ଣପୁର ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଜିଲ୍ଲାର ବିଭିନ୍ନ PHC, CHC ଓ DHHରେ ଏକକାଳୀନ ୨୨ ଜଣ ନୂତନ ଡାକ୍ତରଙ୍କ ପୋଷ୍ଟିଂ ହୋଇଛି।

ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି। ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବିଧାୟକ ଶ୍ରୀ ରଘୁନାଥ ଜଗଦଳାଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା। 🙏

ନୂଆ ଡାକ୍ତରଙ୍କ ଯୋଗଦାନରେ ଦୁର୍ଗମ ଓ ଗ୍ରାମାଞ୍ଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିବ ବୋଲି ଆଶା।

ସୁସ୍ଥ ସୁବର୍ଣ୍ଣପୁର, ସୁସ୍ଥ ଓଡ଼ିଶା। ❤️

🇮🇳 ସୋନପୁର ମହାବିଦ୍ୟାଳୟରେ ଯୁବ ସମ୍ମିଳନୀ 🇮🇳ସୋନପୁର ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପକ୍ଷରୁ ଆୟୋଜିତ ହୋଇଛି ‘ଯୁବ...
04/09/2026

🇮🇳 ସୋନପୁର ମହାବିଦ୍ୟାଳୟରେ ଯୁବ ସମ୍ମିଳନୀ 🇮🇳

ସୋନପୁର ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପକ୍ଷରୁ ଆୟୋଜିତ ହୋଇଛି ‘ଯୁବ ସମ୍ମିଳନୀ’। ସୋନପୁର ନଗରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୫ରୁ ୩୫ ବର୍ଷ ବୟସର ପ୍ରାୟ ୧୨୦ ଜଣ ଯୁବକ ଏଥିରେ ଯୋଗଦେଇଥିଲେ।

ଯୁବକମାନଙ୍କୁ ଯୋଗ, ବ୍ୟାୟାମ, ନିୟୁଦ୍ଧ, ସମତା ଓ ବିଭିନ୍ନ ଖେଳର ତାଲିମ ସହ ଭାରତର ଗୌରବମୟ ଇତିହାସ ଓ ପରମ୍ପରା ଉପରେ ଆଲୋଚନା କରାଯାଇଥିଲା। ଜୀବନକୁ ଶୃଙ୍ଖଳିତ କରିବା ସହ ଦେଶ ଓ ସମାଜ ପାଇଁ ସମର୍ପିତ ହେବାକୁ ଯୁବପିଢ଼ିଙ୍କୁ ପ୍ରେରଣା ଦିଆଯାଇଥିଲା।

🇮🇳 ‘ବନ୍ଦେ ମାତରମ୍’ରେ ଆରମ୍ଭ, ‘ଜନଗଣମନ’ରେ ସମାପ୍ତ ହେଲା ଯୁବ ସମ୍ମିଳନୀ।

#ଯୁବସମ୍ମିଳନୀ #ସୋନପୁର #ଯୁବଶକ୍ତି #ଭାରତ #ଦେଶସେବା #ସମାଜସେବା

Address

Subarnapur
Odisha
767017

Telephone

+918249159771

Website

Alerts

Be the first to know and let us send you an email when MKM TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to MKM TV:

Shortcuts

Share