27/07/2026
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବ୍ୟବସ୍ଥା: ଅଫିସ୍ ପରିସରରେ ବୁଲୁଛନ୍ତି ଗାଈ ଓ କୁକୁର, ସମ୍ମୁଖରେ ଜମି ରହିଛି ପାଣି
ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। କାର୍ଯ୍ୟାଳୟ ଭିତରେ ଅନାୟାସରେ ଗାଈ ଓ ବହୁ ସଂଖ୍ୟକ କୁକୁର ପଶୁଥିବା ଦେଖାଯାଉଛି। ସେହିପରି କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମି ରହିଥିବାରୁ ପରିସର ଅପରିଷ୍କାର ହୋଇପଡ଼ିଛି।
ଏହାଛଡ଼ା କାର୍ଯ୍ୟାଳୟ ପରିସରରେ ବଡ଼ ବଡ଼ ମହୁଫେଣା ଥିବାରୁ କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଅପରିଷ୍କାର ପରିବେଶ ଓ ବୁଲା କୁକୁରଙ୍କ ଅବାଧ ପ୍ରବେଶ ଯୋଗୁଁ ସ୍ୱାସ୍ଥ୍ୟ ଓ ସୁରକ୍ଷାଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ସ୍ଥାନୀୟ ଲୋକଙ୍କ ମତରେ, ଏଭଳି ଅବ୍ୟବସ୍ଥା ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।