news time odia

news time odia news channel

17/09/2026

ସମ୍ବଲପୁର ଜିଲ୍ଲାର ବିକାଶ ଓ ଉନ୍ନତି ପାଇଁ ପ୍ରାୟ ୯୬୦ କୋଟି ଟଙ୍କା ବ୍ୟୟରେ ୫୦ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ

15/09/2026

ଗାନ୍ଧୀ ସ୍କୁଲ୍ ରୋଡ ଛକରେ ଗଣେଶ ପୂଜାର ଦ୍ୱିତୀୟ ଦିନରେ ୧୧୧୬ ଦୀପ ଦାନ
ସଂକୀର୍ତ୍ତନରେ ଭକ୍ତିମୟ ପରିବେଶ, ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଯୋଗଦାନ

14/09/2026

ରାମସାଗରରେ ଶହ ଶହ ମାଛ ମଡ଼କ, ଘଟଣାସ୍ଥଳରେ ବିଧାୟକ ରୂପେଶ ପାଣିଗ୍ରାହୀ
ଜଳ ବିଷାକ୍ତ ହୋଇଥିବା ସନ୍ଦେହ; ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବେ ବିଧାୟକ
ପାରଳାଖେମୁଣ୍ଡି, ସେପ୍ଟେମ୍ବର ୧୩: ପାରଳାଖେମୁଣ୍ଡି ସହରର ରାମସାଗରରେ ରବିବାର ସକାଳୁ ଶହ ଶହ ମାଛ ମରି ପାଣିରେ ଭାସୁଥିବା ଦେଖାଯାଇଛି। ପ୍ରାୟ ୨ରୁ ୫ କିଲୋଗ୍ରାମ ଓଜନର ବିଭିନ୍ନ ପ୍ରଜାତିର ମାଛ ମୃତ ଅବସ୍ଥାରେ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।
ଘଟଣା ସମ୍ପର୍କରେ ଜାଣିବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ମାଛ ମୃତ୍ୟୁର ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ତଥ୍ୟ ନେଇଥିଲେ।
ରାମସାଗରର ଜଳ ପ୍ରଦୂଷିତ କିମ୍ବା ବିଷାକ୍ତ ହୋଇଥିବା ସନ୍ଦେହ ଥିବାରୁ ମାଛ ମୃତ୍ୟୁର ପ୍ରକୃତ କାରଣ ଶୀଘ୍ର ଜଣାପଡ଼ିବା ଆବଶ୍ୟକ ବୋଲି ବିଧାୟକ ଗୁରୁତ୍ୱ ଦେଇଛନ୍ତି। ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଘଟଣାଟିକୁ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବେ ବୋଲି କହିଛନ୍ତି।
ସାଗରରୁ ଧରାଯାଉଥିବା ମାଛ ସ୍ଥାନୀୟ ଲୋକେ ଖାଦ୍ୟ ଭାବେ ବ୍ୟବହାର କରୁଥିବାରୁ ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଜଳରେ କୌଣସି ବିଷାକ୍ତ ପଦାର୍ଥ ମିଶିଛି କି ନାହିଁ, ତାହାର ତୁରନ୍ତ ପରୀକ୍ଷା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ମାଛ ମୃତ୍ୟୁର ପ୍ରକୃତ କାରଣ ଜଳ ପ୍ରଦୂଷଣ, ବିଷାକ୍ତ ପଦାର୍ଥ, ରାସାୟନିକ ପ୍ରତିକ୍ରିୟା ନା ଅନ୍ୟ କୌଣସି କାରଣ—ତଦନ୍ତ ଓ ଜଳ ପରୀକ୍ଷା ପରେ ହିଁ ସ୍ପଷ୍ଟ ହେବ।

13/09/2026

ସେବା ସଂକଳ୍ପ ଅଭିଯାନ ପାଇଁ ରାୟଗଡ଼ା ଜିଲ୍ଲା ଗୁଣପୁର ରେ ପ୍ରସ୍ତୁତି

13/09/2026

ଟ୍ରେନ୍‌ରେ ଭୁବନେଶ୍ୱର ଯାଇଥିଲେ, ହେଲେ ଘରକୁ ଫେରିଲେନି; ୩ ମାସ ହେଲା ୫୯ ବର୍ଷୀୟ ବ୍ୟକ୍ତି ନିଖୋଜ

ରେଳବାଇ ଥାନାଠାରୁ ପାରଳାଖେମୁଣ୍ଡି ଥାନା ପର୍ଯ୍ୟନ୍ତ ଅଭିଯୋଗ, ତଥାପି ମିଳିଲାନି ସନ୍ଧାନ; ସାମ୍ବାଦିକ ସମ୍ମିଳନୀ କରି ସହଯୋଗ ଲୋଡ଼ିଲା ପରିବାର

ପ୍ରାୟ ତିନି ମାସ ହେଲା... ବାପାଙ୍କ ଅପେକ୍ଷାରେ ପରିବାର।
ପାରଳାଖେମୁଣ୍ଡିରୁ ଭୁବନେଶ୍ୱର ଯିବା ପାଇଁ ଟ୍ରେନ୍‌ରେ ଚଢ଼ିଥିଲେ। କିନ୍ତୁ ଏହାପରେ ଆଉ ଘରକୁ ଫେରିନାହାନ୍ତି ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧୀନ ରାୟଗଡ଼ ଗ୍ରାମର ୫୯ ବର୍ଷୀୟ ଦିଲ୍ଲୀପ କୁମାର ଆନ୍ଦ୍ରାପ।
ପରିବାରର ସୂଚନା ଅନୁସାରେ, ଦିଲ୍ଲୀପ କୁମାର ପ୍ରାୟ ତିନି ମାସ ତଳେ ପାରଳାଖେମୁଣ୍ଡିରୁ ଭୁବନେଶ୍ୱର ଯିବା ପାଇଁ ଟ୍ରେନ୍‌ରେ ଯାତ୍ରା କରିଥିଲେ। ହେଲେ ଭୁବନେଶ୍ୱର ଯିବା ପରଠାରୁ ତାଙ୍କର କୌଣସି ଖୋଜଖବର ମିଳିନାହିଁ।
ପରିବାର ଲୋକେ ନିଜ ସ୍ତରରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ରେଳବାଇ ବିଭାଗୀୟ ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ ପାରଳାଖେମୁଣ୍ଡି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ପରିବାର।
ତେବେ ଦିନ ପରେ ଦିନ ବିତି ଏବେ ପ୍ରାୟ ତିନି ମାସ ହୋଇଯାଇଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଛି। ବାପା କେଉଁଠି ଅଛନ୍ତି, କେମିତି ଅଛନ୍ତି—ଏହି ଚିନ୍ତାରେ ପରିବାର ଅସ୍ତବ୍ୟସ୍ତ ହୋଇପଡ଼ିଛି।
ପୋଲିସ ନିଜ ତରଫରୁ ତଦନ୍ତ କରୁଥିବା ପରିବାର ପକ୍ଷରୁ କୁହାଯାଇଥିବା ବେଳେ, ଏପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ଶେଷରେ ଏବେ ସାଧାରଣ ଲୋକଙ୍କ ଉପରେ ଭରସା କରିଛି ପରିବାର।
ଏନେଇ ଆଜି ପାରଳାଖେମୁଣ୍ଡି ସ୍ଥିତ ଆଇବିଠାରେ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ରାଜ୍ୟର ପ୍ରତ୍ୟେକ ଜନସାଧାରଣଙ୍କୁ ନିଖୋଜ ଦିଲ୍ଲୀପ କୁମାରଙ୍କୁ ଖୋଜିବାରେ ସହଯୋଗ କରିବାକୁ ପରିବାର ଆକୁଳ ନିବେଦନ କରିଛି।
ଏଥିସହ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ସମ୍ପର୍କରେ ନିଶ୍ଚିତ ସୂଚନା ଦେଇ ତାଙ୍କୁ ଖୋଜିବାରେ ସହାୟତା କରୁଥିବା ବ୍ୟକ୍ତିଙ୍କୁ ପରିବାର ପକ୍ଷରୁ ୫,୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।
ତିନି ମାସର ଅପେକ୍ଷା... ଅନିଶ୍ଚିତତା ଭିତରେ ପରିବାର। ଏବେ ସାଧାରଣ ଲୋକଙ୍କ ସହଯୋଗ ହିଁ ହୁଏତ ଏହି ପରିବାରକୁ ତାଙ୍କ ପ୍ରିୟଜନଙ୍କ ପାଖରେ ପହଞ୍ଚାଇପାରିବ।
ଯଦି କୌଣସି ବ୍ୟକ୍ତି ଦିଲ୍ଲୀପ କୁମାରଙ୍କୁ କେଉଁଠି ଦେଖିଥିବେ କିମ୍ବା ତାଙ୍କ ସମ୍ପର୍କରେ କୌଣସି ନିଶ୍ଚିତ ସୂଚନା ପାଇଥିବେ, ତେବେ ନିକଟସ୍ଥ ପୋଲିସ ଥାନା କିମ୍ବା ପରିବାରକୁ ତୁରନ୍ତ ଜଣାଇବାକୁ ଅନୁରୋଧ।

12/09/2026

ଜଗନ୍ନାଥଙ୍କ ଜୟଜୟକାର, ଶଙ୍ଖନାଦ ଓ ହରିବୋଲରେ ଆସିଲା ଚାରି ଦ୍ୱାରବନ୍ଧ
ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ

12/09/2026

ଉନିଲି ଜଗନ୍ନାଥପୁରକୁ ରାସ୍ତା ନାହିଁ, ପାହାଡ଼ ଉପରେ ଚାଲିବାକୁ ବାଧ୍ୟ ଗ୍ରାମବାସୀ
ସ୍ୱାସ୍ଥ୍ୟ ସମସ୍ୟା ସମୟରେ ଯାତାୟାତ ନେଇ ଚିନ୍ତା, ପ୍ରଶାସନର ହସ୍ତକ୍ଷେପ ଦାବି
ସୀତାପୁର, ସେପ୍ଟେମ୍ବର ୧୨: ଗଜପତି ଜିଲ୍ଲାର ସୀତାପୁର ପଞ୍ଚାୟତ ଅଧୀନ ଉନିଲି ଜଗନ୍ନାଥପୁର ଗ୍ରାମକୁ ଯାତାୟାତ ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ଗ୍ରାମବାସୀ ଦୀର୍ଘଦିନ ଧରି ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି। ରାସ୍ତା ଅଭାବରେ ଗ୍ରାମବାସୀଙ୍କୁ ପାହାଡ଼ ଉପର ଦେଇ ଚାଲିଚାଲି ଯାତାୟାତ କରିବାକୁ ପଡୁଥିବା କୁହାଯାଇଛି।
ବିଶେଷକରି ଗ୍ରାମର କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ତାଙ୍କୁ ଡାକ୍ତରଖାନା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ପରିବାର ଲୋକଙ୍କୁ ଗୁରୁତର ଯାତାୟାତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତା ନଥିବାରୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଯାନବାହନ ଗ୍ରାମ ନିକଟକୁ ପହଞ୍ଚିବା ମଧ୍ୟ କଷ୍ଟକର ହେଉଥିବା ଅଭିଯୋଗ ରହିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବର୍ଷା ଦିନରେ ସମସ୍ୟା ଆହୁରି ଗୁରୁତର ହୋଇପଡେ। ପାହାଡ଼ିଆ ରାସ୍ତା ପିଛଳ ହୋଇଯିବା ସହ ଯାତାୟାତ ବିପଦପୂର୍ଣ୍ଣ ହୋଇଥାଏ। ଫଳରେ ବୃଦ୍ଧ, ଶିଶୁ, ମହିଳା ଓ ରୋଗୀମାନେ ବିଶେଷ ଭାବେ ହଇରାଣ ହେଉଥିବା କୁହାଯାଇଛି।
ଏହି ସମସ୍ୟା ସମ୍ପର୍କରେ ସୀତାପୁର ପଞ୍ଚାୟତର ସରପଞ୍ଚ ତେଜେଶ୍ୱର ରାଓ ବହୁବାର ସମ୍ପୃକ୍ତ ପ୍ରଶାସନ ନିକଟରେ ଅଭିଯୋଗ କରି ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଥିବା କୁହାଯାଇଛି। ତେବେ ଏପର୍ଯ୍ୟନ୍ତ ଏହି ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀଙ୍କ ଦାବି, ଉନିଲି ଜଗନ୍ନାଥପୁରକୁ ସର୍ବକାଳୀନ ଯାତାୟାତ ଉପଯୋଗୀ ରାସ୍ତା ନିର୍ମାଣ କରାଯାଉ। ଏହା ସହିତ ଜରୁରୀ ସ୍ୱାସ୍ଥ୍ୟ ସେବା ସମୟରେ ଯେପରି ରୋଗୀଙ୍କୁ ଶୀଘ୍ର ହସ୍ପିଟାଲକୁ ନିଆଯାଇପାରିବ, ସେଥିପାଇଁ ପ୍ରଶାସନ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି।
ଏବେ ପ୍ରଶ୍ନ ଉଠୁଛି, ଦୀର୍ଘଦିନ ଧରି ରାସ୍ତା ସମସ୍ୟା ନେଇ ଅଭିଯୋଗ ହୋଇଆସୁଥିବା ସତ୍ତ୍ୱେ ଗ୍ରାମବାସୀଙ୍କ ଏହି ମୌଳିକ ଯାତାୟାତ ସମସ୍ୟାର ସମାଧାନ କେବେ ହେବ? ଅଞ୍ଚଳବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମ୍ପୃକ୍ତ ବିଭାଗ ଘଟଣାସ୍ଥଳ ପରିଦର୍ଶନ କରି ଶୀଘ୍ର ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

11/09/2026
10/09/2026

ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସିରିଜ୍ ସାଇକେଲ ଚୋରି ଘଟଣାର ପର୍ଦ୍ଦାଫାଶ, ୧୩ଟି ଚୋରି ସାଇକେଲ ଉଦ୍ଧାର

10/09/2026

ଆଜି ୧୦.୦୯.୨୦୨୬ ତାରିଖରେ ଗଜପତି ଜିଲ୍ଲା Drug Disposal Committee ଙ୍କ ଆଦେଶ ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଶେରଗଡ଼ ସ୍ଥିତ Incinerator ଠାରେ ଗଜପତି ଜିଲ୍ଲାର ପୋଲିସ ଓ ଅବକାରୀ ବିଭାଗର ମୋଟ ୫୩ଟି ମାମଲାରେ ଜବତ ହୋଇଥିବା ୧୩,୩୪୬.୧୭୯ କିଲୋଗ୍ରାମ (ପ୍ରାୟ ୧୩.୩୪୬ ମେଟ୍ରିକ୍ ଟନ୍) ଗଞ୍ଜେଇ ନିୟମ ଅନୁଯାୟୀ ନଷ୍ଟ କରାଯାଇଛି। ଏଥିରେ ପୋଲିସ ବିଭାଗର ୨୩ଟି ମାମଲାର ୧୧,୫୪୧.୪୨୯ କିଲୋଗ୍ରାମ ଏବଂ ଅବକାରୀ ବିଭାଗର ୩୦ଟି ମାମଲାର ୧,୮୦୪.୭୫୦ କିଲୋଗ୍ରାମ ଗଞ୍ଜେଇ ରହିଥିଲା। ଏହି ଗଞ୍ଜେଇ ନଷ୍ଟ ପ୍ରକ୍ରିୟା ସମୟରେ ଶ୍ରୀ ଜୟ ନାରାୟଣ ପଙ୍କଜ, IPS, IGP, Southern Range, Berhampur, SP Gajapati, SP STF Odisha, Superintendent of Excise, Executive Magistrate, DSP (HQ), Gajapati ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

Address

Paralakhemundi
Paralakhemundi

Alerts

Be the first to know and let us send you an email when news time odia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share